Posted inଜାତୀୟ

ସ୍ବାମୀଙ୍କ ସହମତି ବିନା ବାରମ୍ବାର ବାପ ଘରକୁ ଯାଉଥିବା ସ୍ତ୍ରୀଙ୍କ କାର୍ଯ୍ୟ ଛାଡ଼ପତ୍ର-କ୍ରୁରତା ଶ୍ରେଣୀଭୁକ୍ତ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୧୩।୬ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହମତି ବିନା ବାରମ୍ବାର ନିଜ ବାପଙ୍କ ଘରକୁ ଯାଉଥିବା ସ୍ତ୍ରୀଙ୍କ କାର୍ଯ୍ୟ ତାଙ୍କୁ ଛାଡ଼ପତ୍ର ଦେବାର ଅପରାଧ ହୋଇପାରିବ ନାହିଁ କିମ୍ବା ଏହାକୁ କ୍ରୁରତା ଶ୍ରେଣୀଭୁକ୍ତ କରାଯାଇ ପାରିବ ନାହିଁ।

ବିଚାରପତି ସୁନୀତା ଅଗ୍ରୱାଲ ଏବଂ କୃଷ୍ଣ ପହଲଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଏକ ଆବେଦନର ବିଚାର କରି ଏଭଳି କହିଛନ୍ତି। ଖଣ୍ଡପୀଠ ସ୍ତ୍ରୀଙ୍କ ଆବେଦନକୁ ଗ୍ରହଣ କରିଛନ୍ତି। ଏହି ଆବେଦନରେ ବରେଲି ପରିବାର କୋର୍ଟଙ୍କ ହିନ୍ଦୁ ବିବାହ ଆଇନର ଧାରା ୧୩ ଅନୁଯାୟୀ ସ୍ବାମୀଙ୍କ ସପକ୍ଷରେ ଛାଡପତ୍ରର ଆଦେଶ ପ୍ରଦାନ କରାଯାଇଥିବା ନିଷ୍ପତ୍ତି ଏବଂ ଆଦେଶକୁ ସ୍ତ୍ରୀଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି।

ଆବେଦନକାରିଣୀ ସ୍ତ୍ରୀ ମୋହିତ ପ୍ରୀତ କପୁର ଏବଂ ପ୍ରତିପକ୍ଷ ସ୍ବାମୀ ସୁମିତ କପୁର ଡିସେମ୍ବର ୨୦୧୩ରେ ବିବାହ କରିଥିଲେ। ଜୁଲାଇ ୨୦୧୭ରେ, ସ୍ବାମୀ ଛାଡପତ୍ର ପାଇଁ ଆବେଦନ କରିଥିଲେ ଯେ ସ୍ତ୍ରୀ କୌଣସି କାରଣ ନଥାଇ ତାଙ୍କ ଅନୁପସ୍ଥିତିରେ ଜାନୁୟାରୀ ୨୦୧୫ରେ ଘର ଛାଡ଼ି ବାପ ଘରକୁ ପଳାଇଛନ୍ତି। ଜାନୁୟାରୀ ୨୦୧୭ ରେ ଯେତେବେଳେ ସେ ସ୍ବାମୀଙ୍କ ଘରକୁ ଯିବାକୁ ମନା କରିଦେଇଥିଲେ।

ଛାଡପତ୍ର ପାଇଁ ଆଉ ଏକ କାରଣ ହେଉଛି ସ୍ତ୍ରୀ ଘରର କାମ କରିବାକୁ ମନା କରିଦେଇଥିଲେ ଏବଂ ସ୍ବାମୀଙ୍କ ପରିବାର ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ। ସେପ୍ଟେମ୍ବର ୨୦୧୭ରେ, ସ୍ତ୍ରୀ ରକ୍ଷଣାବେକ୍ଷଣ ପାଇଁ ହିନ୍ଦୁ ବିବାହ ଆଇନର ଧାରା ୨୪ ଅନୁଯାୟୀ ଏକ ଆବେଦନ କରିଥିଲେ। ଏହାକୁ ଗ୍ରହଣ କରି କୋର୍ଟ ଆବେଦନକାରୀଙ୍କୁ ମାସିକ ରକ୍ଷଣାବେକ୍ଷଣ ହିସାବରେ ୫୦୦ ଟଙ୍କା ଏବଂ ତାଙ୍କ ଝିଅଙ୍କ ପାଇଁ ୨୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଅପର ପକ୍ଷରେ, ସ୍ତ୍ରୀ ଅଭିଯୋଗ କରିଥିଲେ ଯେ ତାଙ୍କୁ ଘରୁ ବାହାର କରି ଦିଆଯାଇଥିଲା। ପରେ ସ୍ବାମୀ ଅବା ତାଙ୍କ ଘରର କୌଣସି ସଦସ୍ୟ ନେବାକୁ ଆଦି ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ଜଣେ ସିଆରପିଏଫ୍‌ ଯବାନ ମୃତ

ଶ୍ରୀନଗର,୮।୬: ଜମ୍ମୁ-କଶ୍ମୀର ଶ୍ରୀନଗରରେ ରବିବାର କରୋନା ଭାଇରସ୍‌ ସଂକ୍ରମଣରେ ଜଣେ ସିଆରପିଏଫ୍‌ ଯବାନଙ୍କ ମୃତ୍ୟୁ ହୋଇଛି। ଜମ୍ମୁ-କଶ୍ମୀରରେ କରୋନାଜନିତ ଜଣେ ସୁରକ୍ଷାକର୍ମୀଙ୍କ ଏହା ପ୍ରଥମ ମୃତ୍ୟୁ...

ଆମେରିକା-ଇରାନ୍‌ ଯୁଦ୍ଧ ହେଲେ ପ୍ରଭାବିତ ହେବ ଅଶୋଧିତ ତୈଳ ଦାମ: ଭାରତରେ ବି ମହଙ୍ଗା ହେବ ପେଟ୍ରୋଲ, ଡିଜେଲ

ନୂଆଦିଲ୍ଲୀ,୮।୧: ଆମେରିକା ଇରାନ୍‌ ମଧ୍ୟରେ ଯୁଦ୍ଧ ହେଲେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏପରି ହେଲେ ଭାରତରେ ପେଟ୍ରୋଲ...

ମହାରାଷ୍ଟ୍ରରେ କରୋନା ନେଲାଣି ୩୦୧ ମୁଣ୍ଡ

ମୁମ୍ବାଇ,୨୫।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏବେ ଏହା ଏକ ପ୍ରକାର ଅଣାୟତ୍ତ ହୋଇ ପଡିଲାଣି ବୋଲି କୁହାଯାଉଛି। ପ୍ରତିଦିନ ଏଠାରେ...

ଚୋପା ସହ ଚୋବାଇ ଖାଆନ୍ତୁ ଫାଳେ ସେଓ…

ପ୍ରତିଦିନ ଫାଳେ ସେଓକୁ ଚୋପା ସହ ଚୋବାଇ ଖାଇଲେ ଅନେକ ଉପକାର ମିଳିଥାଏ। ସେଓରେ ଭିଟାମିନ୍‌ ଏ, ଭିଟାମିନ୍‌ ସି’, ପୋଟାସିୟମ୍‌, ଫାଇବର ଓ କାର୍ବୋହାଇଡ୍ରେଟ୍‌ସ...

ରାମମନ୍ଦିର ପାଇଁ ଆଧାରଶିଳା

ଅଯୋଧ୍ୟା,୬ା୮: ଅଯୋଧ୍ୟା ଅଧ୍ୟାୟରେ ଭାରତ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଛି। ଲୋକଙ୍କ ଶତାବ୍ଦୀ ପୁରୁଣା ପ୍ରତୀକ୍ଷାର ଅନ୍ତ ଘଟିଛି। ବର୍ଷ ବର୍ଷ ଧରି ଅସ୍ଥାୟୀ ତମ୍ବୁ...

ମାଆଙ୍କ ୧୦୦ତମ ଜନ୍ମଦିନରେ ଆଶୀର୍ବାଦ ନେଲେ ମୋଦି

ଗାନ୍ଧିନଗର,୧୮ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହିରାବେନ ମୋଦି ୧୦୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଶନିବାର ଅର୍ଥାତ୍ ୧୮ ଜୁନରେ...

ଲକ୍‌ଡାଉନ୍‌ ସମୟସୀମା ୩୧ ମେ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ,୧୭।୫: କରୋନା ସଂକ୍ରମଣ ଯୋଗୁ ଭାରତରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ...

କାହାନୀ ଘର ଘର କି ଫେମ୍‌ ଅଭିନେତାଙ୍କ ଆତ୍ମହତ୍ୟା

ମୁମ୍ବାଇ,୬।୮: ଦେଶରେ କରୋନା ସଙ୍କଟ ମଧ୍ୟରେ ବଲିଉଡ୍‌ ଓ ଛୋଟ ପରଦାର ସେଲିବ୍ରିଟିଙ୍କ ଆତ୍ମହତ୍ୟା ଜାରି ରହିଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପ୍ରଶଂସକଙ୍କ...

Advertisement
Archives

Model This Week