Posted inଜାତୀୟ

ସ୍ବାମୀଙ୍କ ସହମତି ବିନା ବାରମ୍ବାର ବାପ ଘରକୁ ଯାଉଥିବା ସ୍ତ୍ରୀଙ୍କ କାର୍ଯ୍ୟ ଛାଡ଼ପତ୍ର-କ୍ରୁରତା ଶ୍ରେଣୀଭୁକ୍ତ ନୁହେଁ, ହାଇକୋର୍ଟ…

ନୂଆଦିଲ୍ଲୀ, ୧୩।୬ : ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହମତି ବିନା ବାରମ୍ବାର ନିଜ ବାପଙ୍କ ଘରକୁ ଯାଉଥିବା ସ୍ତ୍ରୀଙ୍କ କାର୍ଯ୍ୟ ତାଙ୍କୁ ଛାଡ଼ପତ୍ର ଦେବାର ଅପରାଧ ହୋଇପାରିବ ନାହିଁ କିମ୍ବା ଏହାକୁ କ୍ରୁରତା ଶ୍ରେଣୀଭୁକ୍ତ କରାଯାଇ ପାରିବ ନାହିଁ।

ବିଚାରପତି ସୁନୀତା ଅଗ୍ରୱାଲ ଏବଂ କୃଷ୍ଣ ପହଲଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଏକ ଆବେଦନର ବିଚାର କରି ଏଭଳି କହିଛନ୍ତି। ଖଣ୍ଡପୀଠ ସ୍ତ୍ରୀଙ୍କ ଆବେଦନକୁ ଗ୍ରହଣ କରିଛନ୍ତି। ଏହି ଆବେଦନରେ ବରେଲି ପରିବାର କୋର୍ଟଙ୍କ ହିନ୍ଦୁ ବିବାହ ଆଇନର ଧାରା ୧୩ ଅନୁଯାୟୀ ସ୍ବାମୀଙ୍କ ସପକ୍ଷରେ ଛାଡପତ୍ରର ଆଦେଶ ପ୍ରଦାନ କରାଯାଇଥିବା ନିଷ୍ପତ୍ତି ଏବଂ ଆଦେଶକୁ ସ୍ତ୍ରୀଙ୍କ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି।

ଆବେଦନକାରିଣୀ ସ୍ତ୍ରୀ ମୋହିତ ପ୍ରୀତ କପୁର ଏବଂ ପ୍ରତିପକ୍ଷ ସ୍ବାମୀ ସୁମିତ କପୁର ଡିସେମ୍ବର ୨୦୧୩ରେ ବିବାହ କରିଥିଲେ। ଜୁଲାଇ ୨୦୧୭ରେ, ସ୍ବାମୀ ଛାଡପତ୍ର ପାଇଁ ଆବେଦନ କରିଥିଲେ ଯେ ସ୍ତ୍ରୀ କୌଣସି କାରଣ ନଥାଇ ତାଙ୍କ ଅନୁପସ୍ଥିତିରେ ଜାନୁୟାରୀ ୨୦୧୫ରେ ଘର ଛାଡ଼ି ବାପ ଘରକୁ ପଳାଇଛନ୍ତି। ଜାନୁୟାରୀ ୨୦୧୭ ରେ ଯେତେବେଳେ ସେ ସ୍ବାମୀଙ୍କ ଘରକୁ ଯିବାକୁ ମନା କରିଦେଇଥିଲେ।

ଛାଡପତ୍ର ପାଇଁ ଆଉ ଏକ କାରଣ ହେଉଛି ସ୍ତ୍ରୀ ଘରର କାମ କରିବାକୁ ମନା କରିଦେଇଥିଲେ ଏବଂ ସ୍ବାମୀଙ୍କ ପରିବାର ସଦସ୍ୟଙ୍କ ସହ ଅସଦାଚରଣ କରିଥିଲେ। ସେପ୍ଟେମ୍ବର ୨୦୧୭ରେ, ସ୍ତ୍ରୀ ରକ୍ଷଣାବେକ୍ଷଣ ପାଇଁ ହିନ୍ଦୁ ବିବାହ ଆଇନର ଧାରା ୨୪ ଅନୁଯାୟୀ ଏକ ଆବେଦନ କରିଥିଲେ। ଏହାକୁ ଗ୍ରହଣ କରି କୋର୍ଟ ଆବେଦନକାରୀଙ୍କୁ ମାସିକ ରକ୍ଷଣାବେକ୍ଷଣ ହିସାବରେ ୫୦୦ ଟଙ୍କା ଏବଂ ତାଙ୍କ ଝିଅଙ୍କ ପାଇଁ ୨୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଅପର ପକ୍ଷରେ, ସ୍ତ୍ରୀ ଅଭିଯୋଗ କରିଥିଲେ ଯେ ତାଙ୍କୁ ଘରୁ ବାହାର କରି ଦିଆଯାଇଥିଲା। ପରେ ସ୍ବାମୀ ଅବା ତାଙ୍କ ଘରର କୌଣସି ସଦସ୍ୟ ନେବାକୁ ଆଦି ନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?