କଫି ପାଇଁ ଛାଡ଼ପତ୍ର

ଇସ୍‌ଲାମିକ୍‌ ଦେଶ ତୁର୍କୀ ନିକଟରେ ଭୟଙ୍କର ଭୂକମ୍ପର ଶିକାର ହୋଇଛି। ଏଠାରେ ବହୁତ କ୍ଷୟକ୍ଷତି ହେବା ସହ ଏବେବି ଅନେକ ମୃତକଙ୍କୁ ଠାବ କରାଯାଇପାରି ନାହିଁ। ତେବେ ସୁନ୍ଦର ପର୍ଯ୍ୟଟନସ୍ଥଳୀରେ ପରିପୂର୍ଣ୍ଣ ଏହି ଦେଶରେ ଏମିତି କିଛି ଅଜବ କଥା ବା ପ୍ରଥା ରହିଛି, ଯାହା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ….
ଚା ପିଇବାରେ ତୁର୍କୀର ବାସିନ୍ଦାମାନେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦେଶର ୯୬% ଜନତା ପ୍ରତିଦିନ ଚା ପିଇଥାଆନ୍ତି। ଏଠାରେ ଜଣେ ନାଗରିକ ଦିନକୁ ୫ରୁ ୧୦ କପ୍‌ ପର୍ଯ୍ୟନ୍ତ ଚା ପିଇଥା’ନ୍ତି।
ତୁର୍କୀର ସବୁଠାରୁ ପ୍ରସିଦ୍ଧ ସହର ଇସ୍ତାନ୍‌ବୁଲ, ବାଇଜାଣ୍ଟିଅମ୍‌ ନାମରେ ମଧ୍ୟ ଜଣାଶୁଣା। ଏହି ସହରର ନାମ ପରିବର୍ତ୍ତନ କରି କନ୍‌ଷ୍ଟାଣ୍ଟିନୋପଲ କରି ଦିଆଯାଇଥିଲା, କିନ୍ତୁ ୧୯୩୦ ମସିହାରେ ପୁଣି ପରିବର୍ତ୍ତନ ହୋଇ ଇସ୍ତାନ୍‌ବୁଲ ରଖାଗଲା।
ତୁର୍କୀର ଜାତୀୟ ଫୁଲ ଟୁଲିପ୍‌। ଏହି ନାମଟି ଟର୍କିସ୍‌ ଶବ୍ଦ ଟରବାନ୍‌ରୁ ଆସିଛି।
ତୁର୍କୀର ରାଜଧାନୀ ଇସ୍ତାନ୍‌ବୁଲ ବୋଲି ଅଧିକାଂଶ ଭାବିଥା’ନ୍ତି। କିନ୍ତୁ ଏହା ଭୁଲ୍‌। ଏହାର ରାଜଧାନୀ ଅଙ୍କାରା। ଦେଶର ବଡ଼ ସହର ହେଉଛି ଇସ୍ତାନ୍‌ବୁଲ। ଇସ୍ତାନ୍‌ବୁଲ ଦୁଇ ମହାଦେଶ ଏସିଆ ଓ ୟୁରୋପ ମଧ୍ୟରେ ରହିଛି। ତୁର୍କୀର ୯୫% ଅଂଶ ଏସିଆରେ ଏବଂ ୫% ୟୁରୋପରେ ଅଛି।
ରେସ୍‌ଲିଂ ତୁର୍କୀର ଜାତୀୟ ଖେଳ। ୬୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ଖେଳ ଏଠାରେ ଖେଳାଯାଉଛି। ଏହି ଖେଳରେ ଖେଳାଳି ନିଜ ଦେହରେ ତେଲ ଲଗାଇ କୁସ୍ତି କରିଥାନ୍ତି।
ସବୁଠାରୁ ଆକର୍ଷଣୀୟ ମସ୍‌ଜିଦଗୁଡିକ ତୁର୍କୀରେ ଅଛି। ଏଠାରେ ୮୨,୦୦୦ରୁ ଅଧିକ ମସ୍‌ଜିଦ୍‌ ନିର୍ମାଣ କରାଯାଇଛି। ଏଗୁଡ଼ିକ ମଧ୍ୟରେ ଇସ୍ତାନ୍‌ବୁଲର ସୁଲତାନ୍‌ ଅହମଦ୍‌ ମଦ୍‌ଜିଦ ବିଶ୍ୱର ସବୁଠାରୁ ପ୍ରସିଦ୍ଧ ମସ୍‌ଜିଦ୍‌। ଏହି ମସ୍‌ଜିଦ୍‌ ନୀଳ ମସଜିଦ୍‌ ନାମରେ ମଧ୍ୟ ପରିଚିତ।
ତୁର୍କୀର ନାଗରିକ ଚା ପିଉଥିଲେ ମଧ୍ୟ ୧୬ ଶତାବ୍ଦୀରେ ଏଠାରେ କଫିର କ୍ରେଜ ଅଧିକ ଥିଲା। ଏଠାରେ ମୋଚା କଫି ପ୍ରସିଦ୍ଧ। ତେବେ କଫିକୁ ନେଇ ଏଠାରେ ରୋଚକ କାହାଣୀ ମଧ୍ୟ ରହିଛି। ଅତୀତରେ ସେଠାକାର ମହିଳାମାନେ ସେମାନଙ୍କ ସ୍ବାମୀ କଫି ଆଣି ଦେଉନଥିବା ଅଭିଯୋଗରେ ତାଙ୍କୁ ଛାଡ଼ପତ୍ର ଦେଉଥିଲେ।
ତୁର୍କୀର ନାଗରିକ ଖରାପ ନଜର ନ ଲାଗିବା ପାଇଁ କାଚ, ଲୁହା ଏବଂ ତମ୍ବାରେ ପ୍ରସ୍ତୁତ ଏକ ନୀଳ ରଙ୍ଗର ପଥର ବ୍ୟବହାର କରନ୍ତି। ୩୦୦୦ବର୍ଷ ପୁରୁଣା ଏହି ପରମ୍ପରାରେ ଲୋକେ ବିଶ୍ୱାସ କରନ୍ତି ଯେ, ଏହାକୁ ପିନ୍ଧିବା ଦ୍ୱାରା କୌଣସି ଖରାପ ଶକ୍ତି ତାଙ୍କର କିଛି ଅସୁବିଧା କରିବ ନାହିଁ। ତୁର୍କୀ ଆସୁଥିବା ପର୍ଯ୍ୟଟକ ଏହି ପଥରକୁ ବେଶି କିଣିଥାନ୍ତି।
ଜାତୀୟ ହାଜେଲ୍‌ନଟ୍‌ ଉତ୍ପାଦନ ତୁର୍କୀରେ ସବୁଠାରୁ ଅଧିକ ହୋଇଥାଏ। ବିଶ୍ୱରେ ପ୍ରାୟ ୭୫% ହାଜେଲ୍‌ନଟ୍‌ ତୁର୍କୀରେ ଉତ୍ପାଦନ ହୋଇଥାଏ। କଳା ସାଗର କୂଳରେ ଏହି ବାଦାମକୁ ଚାଷ କରାଯାଏ। ଉତ୍ପାଦନର କେବଳ ୬୦ଭାଗ ବିକ୍ରି କରାଯାଏ।
ନବଜାତ ଶିଶୁର ତକିଆ ତଳେ କଇଁଛ ପ୍ରତିମୂର୍ତ୍ତି ରଖିବାର ପ୍ରଥା ରହିଛି। ତକିଆ ତଳେ କଇଁଛ ରଖିବା ଦ୍ୱାରା ଶିଶୁ ସୁରକ୍ଷିତ ରହିଥାଏ ବୋଲି ସେଠାରେ ଏକ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri