ଭିଟାମିନ୍‌-ବି’ ଅଭାବରେ…

ଅସନ୍ତୁଳିତ ଖାଦ୍ୟାଭ୍ୟାସ ବର୍ତ୍ତମାନ ମଡର୍ନ ଲାଇଫ୍‌ଷ୍ଟାଇଲ୍‌ର ଏକ ଅଂଶ ପାଲଟିଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦ୍ଦ୍ବାରା ଅନେକଙ୍କଠାରେ ବିଭିନ୍ନ ପୋଷକତତ୍ତ୍ୱର ଅଭାବ ହେଉଛି ଏବଂ ତତ୍‌ସମ୍ବନ୍ଧୀୟ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ଜାଣିବା ଶରୀରରେ ଭିଟାମିନ୍‌୍‌-ବି’ ଅଭାବକୁ ଦୂର କରି ଫିଟ୍‌ ରହିବାର ବିଭିନ୍ନ ଉପାୟ ସମ୍ପର୍କରେ…

ଶରୀରରେ ଭିଟାମିନ୍‌-ବି’ ଅଭାବ ହେଲେ ଦୁର୍ବଳତା, କୋଷ୍ଠକାଠିନ୍ୟ, ଆନେମିଆ, ଇଣ୍ଟେଷ୍ଟାଇନ୍‌ ସମସ୍ୟା, ସ୍ନାୟୁ ଦୁର୍ବଳତା, ଦୃଷ୍ଟିଶକ୍ତି ହ୍ରାସ ହେବା ଭଳି ବିଭିନ୍ନ ସମସ୍ୟା ଉପୁଜିଥାଏ। ତେଣୁ ଶରୀରରେ ଏହାର ମାତ୍ରା ଠିକ୍‌ ରଖିବା ଲାଗି ତଟକା ପନିପରିବା, ଶାଗ, ଦହି, ଅଣ୍ଡା, ମାଛ, ମାଂସ, କ୍ଷୀର ଭଳି ଭିଟାମିନ୍‌-ବି’ଯୁକ୍ତ ସନ୍ତୁଳିତ ଖାଦ୍ୟ ଖାଇବା ନିହାତି ଆବଶ୍ୟକ। ଭିଟାମିନ୍‌-ବି’ ମାତ୍ରା ଠିକ୍‌ ରହିଲେ କ’ଣ ଲାଭ ହୁଏ ଜାଣିବା ସେ ସମ୍ପର୍କରେ…
ସୁସ୍ଥତା ପାଇଁ ଭିଟାମିନ୍‌-ବି’ର ବିଶେଷ ଭୂମିକା ରହିଛି। ଏହା ଷ୍ଟ୍ରେସ୍‌, ଡିପ୍ରେସନ୍‌, ଷ୍ଟ୍ରୋକ୍‌ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।
ରୋଗ ପ୍ରତିରୋଧକ ଶକ୍ତି କମ୍‌ ହେଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ। ହେଲେ ଶରୀରରେ ଭିଟାମିନ୍‌-ବି’ ମାତ୍ରା ସଠିକ୍‌ ରହିଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ପ୍ରୋଟିନ୍‌, ଫ୍ୟାଟ୍‌ ଏବଂ କାର୍ବୋହାଇଡ୍ରେଟ୍‌ ଜାତୀୟ ଖାଦ୍ୟ ହଜମ ହେବାରେ ସାହାଯ୍ୟ କରେ ଏବଂ ଶରୀରକୁ ଉର୍ଜା ପ୍ରଦାନ କରିଥାଏ। ତା’ଛଡ଼ା ମୋତିଆବିନ୍ଦୁ ଏବଂ ମାଇଗ୍ରେନ୍‌ ମୁଣ୍ଡବିନ୍ଧା କମ୍‌ କରିବାରେ ମଧ୍ୟ ଏହାର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ।
ସମସ୍ତ କାର୍ଯ୍ୟକଳାପ ପାଇଁ ସ୍ନାୟୁଗୁଡ଼ିକ ସୁସ୍ଥ ରହିବା ନିହାତି ଜରୁରୀ। କାରଣ ଏହା ଦୁର୍ବଳ ହୋଇପଡ଼ିଲେ ହାତ, ଗୋଡ଼ ଥରିବା ଏବଂ ଶରୀରର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗର କାର୍ଯ୍ୟ କ୍ଷମତା ହ୍ରାସ ହେବା ଏମିତିକି କାହା କାହାଠାରେ ପାରାଲିସିସ୍‌ ଭଳି ଜଟିଳ ସମସ୍ୟା ଉପୁଜିଥାଏ। ତେଣୁ ଖାଦ୍ୟ ତାଲିକାରେ ଭିଟାମିନ୍‌-ବି’ଯୁକ୍ତ ଖାଦ୍ୟକୁ ସାମିଲ କଲେ ଶରୀରରେ ଏହା ଆବଶ୍ୟକ ମାତ୍ରାରେ ରହିବା ଦ୍ୱାରା ମସ୍ତିଷ୍କ ସହ ସ୍ମାୟୁତନ୍ତ୍ରର କାର୍ଯ୍ୟକ୍ଷମତା ବୃଦ୍ଧି ହୋଇଥାଏ।
ଭିଟାମିନ୍‌-ବି’ରେ ଥିବା ରିବୋଫ୍ଲାବିନ୍‌ ଖାଦ୍ୟର ସମସ୍ତ ଭିଟାମିନ୍‌ ଓ ପୋଷକତତ୍ତ୍ୱକୁ ଭଲ ଭାବେ ଗ୍ରହଣ କରିବାରେ ଶରୀରକୁ ସାହାଯ୍ୟ କରେ। ଏହା ହୃତ୍‌ପିଣ୍ଡର କାର୍ଯ୍ୟକ୍ଷମତା ବୃଦ୍ଧି କରିଥାଏ ଏବଂ ଭଲ ଭାବେ ରକ୍ତସଞ୍ଚାଳନ ହେବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?