Posted inଜାତୀୟ

ଦିଲ୍ଲୀ କୋଟାରୁ ଅନ୍ୟ ରାଜ୍ୟକୁ ପଠାଯିବ ଅକ୍ସିଜେନ

ନୂଆଦିଲ୍ଲୀ,୧୩।୫: ଦିଲ୍ଲୀରେ ଏବେ ସଂକ୍ରମଣ ହାର ୧୪ ପ୍ରତିଶତକୁ ତଳକୁ ଖସିଛି। ଏଥିସହ ହ୍ରାସ ପାଇଛି ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଦିଲ୍ଲକୁ ଦୈନିକ ୫୮୨ ମେଟ୍ରିକ ଟନ ଅକ୍ସିଜେନ ଆବଶ୍ୟକ ପଡ଼ୁଛି, ଯାହାକି ସହଜରେ ଉପଲବ୍ଧ ହେଉଛି। ଏଣୁ ବଳକା ଅକ୍ସିଜେନ ଅନ୍ୟ ରାଜ୍ୟକୁ ପଠାଯାଉ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।

ଗୁରୁବାର ଏକ ଡିଜିଟାଲ ଖବରଦାତା ସମ୍ମିଳନୀରେ ସିସୋଦିଆ କହିଛନ୍ତି, ବଳକା ଅକ୍ସିଜେନକୁ ଅନ୍ୟ ରାଜ୍ୟମାନଙ୍କୁ ପଠାଇବା ପାଇଁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛି ଦିଲ୍ଲୀ ସରକାର। ୧୫ ଦିନ ତଳେ ଦିଲ୍ଲୀରେ ସୁନାମି ଭଳି ବୃଦ୍ଧି ପାଉଥିଲା ଆକ୍ରାନ୍ତଙ୍କ ସଂଖ୍ୟା। ୩୫ ପ୍ରତିଶତ ଉପରେ ଥିଲା ସଂକ୍ରମଣ ହାର। ଦୈନିକ ୮୦ ହଜାରରୁ ଏକ ଲକ୍ଷ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଥିଲା। ଆଉ ଦିନକୁ ୨୭ରୁ ୨୮ ହଜାର ନୂଆ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହେଉଥିଲେ।

ଏବେ ସଂକ୍ରମଣ ହାର ୧୪ ପ୍ରତିଶତକୁ ଖସି ଆସିଥିବାବେଳେ ଦୈନିକ ୧୦,୪୦୦ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହେଉଛନ୍ତି। ସେତେବେଳେ ଆମକୁ ଦୈନିକ ୭୦୦ ମେଟ୍ରିକ ଟନ୍‌ ଦରକାର ଥିଲା। ତେବେ ଆମକୁ କେବଳ ଥରେ ୭୦୦ ମେଟ୍ରିକ ଟନ ଅକ୍ସିଜେନ ମିଳିଛି। କିନ୍ତୁ କେନ୍ଦ୍ର ସରକାର, ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟଙ୍କ ଯୋଗୁ ଦିଲ୍ଲୀକୁ ଆବଶ୍ୟକ ପରିମାଣର ଅକ୍ସିଜେନ ଯୋଗାଇ ଦିଆଯାଇଥିଲା ବୋଲି ସିସୋଦିଆ କହିଛନ୍ତି।

ବର୍ତ୍ତମାନ ଦୈନିକ ମେଡିକାଲରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଓ ଉପଲବ୍ଧ ଥିବା ବେଡ୍‌ ସଂଖ୍ୟାଙ୍କୁ ହିସାବ କଲେ ଦିଲ୍ଲୀକୁ ଦୈନିକ ୫୮୨ ମେଟ୍ରିକ ଟନ ଅକ୍ସିଜେନର ଆବଶ୍ୟକ ପଡ଼ୁଛି। ଆଜି ଆମେ ଏକ ଦାୟିତ୍ୱାବନ ସରକାର ଭାବେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜଣାଇ ଦେଉଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri