Posted inଜାତୀୟ

ଦିଲ୍ଲୀ କୋଟାରୁ ଅନ୍ୟ ରାଜ୍ୟକୁ ପଠାଯିବ ଅକ୍ସିଜେନ

ନୂଆଦିଲ୍ଲୀ,୧୩।୫: ଦିଲ୍ଲୀରେ ଏବେ ସଂକ୍ରମଣ ହାର ୧୪ ପ୍ରତିଶତକୁ ତଳକୁ ଖସିଛି। ଏଥିସହ ହ୍ରାସ ପାଇଛି ଗୁରୁତର ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଦିଲ୍ଲକୁ ଦୈନିକ ୫୮୨ ମେଟ୍ରିକ ଟନ ଅକ୍ସିଜେନ ଆବଶ୍ୟକ ପଡ଼ୁଛି, ଯାହାକି ସହଜରେ ଉପଲବ୍ଧ ହେଉଛି। ଏଣୁ ବଳକା ଅକ୍ସିଜେନ ଅନ୍ୟ ରାଜ୍ୟକୁ ପଠାଯାଉ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।

ଗୁରୁବାର ଏକ ଡିଜିଟାଲ ଖବରଦାତା ସମ୍ମିଳନୀରେ ସିସୋଦିଆ କହିଛନ୍ତି, ବଳକା ଅକ୍ସିଜେନକୁ ଅନ୍ୟ ରାଜ୍ୟମାନଙ୍କୁ ପଠାଇବା ପାଇଁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛି ଦିଲ୍ଲୀ ସରକାର। ୧୫ ଦିନ ତଳେ ଦିଲ୍ଲୀରେ ସୁନାମି ଭଳି ବୃଦ୍ଧି ପାଉଥିଲା ଆକ୍ରାନ୍ତଙ୍କ ସଂଖ୍ୟା। ୩୫ ପ୍ରତିଶତ ଉପରେ ଥିଲା ସଂକ୍ରମଣ ହାର। ଦୈନିକ ୮୦ ହଜାରରୁ ଏକ ଲକ୍ଷ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଥିଲା। ଆଉ ଦିନକୁ ୨୭ରୁ ୨୮ ହଜାର ନୂଆ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହେଉଥିଲେ।

ଏବେ ସଂକ୍ରମଣ ହାର ୧୪ ପ୍ରତିଶତକୁ ଖସି ଆସିଥିବାବେଳେ ଦୈନିକ ୧୦,୪୦୦ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହେଉଛନ୍ତି। ସେତେବେଳେ ଆମକୁ ଦୈନିକ ୭୦୦ ମେଟ୍ରିକ ଟନ୍‌ ଦରକାର ଥିଲା। ତେବେ ଆମକୁ କେବଳ ଥରେ ୭୦୦ ମେଟ୍ରିକ ଟନ ଅକ୍ସିଜେନ ମିଳିଛି। କିନ୍ତୁ କେନ୍ଦ୍ର ସରକାର, ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟଙ୍କ ଯୋଗୁ ଦିଲ୍ଲୀକୁ ଆବଶ୍ୟକ ପରିମାଣର ଅକ୍ସିଜେନ ଯୋଗାଇ ଦିଆଯାଇଥିଲା ବୋଲି ସିସୋଦିଆ କହିଛନ୍ତି।

ବର୍ତ୍ତମାନ ଦୈନିକ ମେଡିକାଲରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ଓ ଉପଲବ୍ଧ ଥିବା ବେଡ୍‌ ସଂଖ୍ୟାଙ୍କୁ ହିସାବ କଲେ ଦିଲ୍ଲୀକୁ ଦୈନିକ ୫୮୨ ମେଟ୍ରିକ ଟନ ଅକ୍ସିଜେନର ଆବଶ୍ୟକ ପଡ଼ୁଛି। ଆଜି ଆମେ ଏକ ଦାୟିତ୍ୱାବନ ସରକାର ଭାବେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜଣାଇ ଦେଉଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏସ୍‌ଓ ସହ କୌଣସି ଦେଣନେଣ ହୋଇନି

ନୂଆଦିଲ୍ଲୀ, ୧୦ା୮: ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ସ୍ପାଏଓ୍ବେର ପେଗାସସ୍‌କୁୁ କେନ୍ଦ୍ର ସରକାର କିଣି ଏହା ମାଧ୍ୟମରେ ଗୁପ୍ତଚରଗିରି କରିଥିବା ଅଭିଯୋଗର ତଦନ୍ତ ଦାବିରେ...

ଅର୍ପିତାଙ୍କ ଘରୁ ମିଳିଲାଣି ୫୧ କୋଟି, ତୃତୀୟ ବ୍ୟକ୍ତିଙ୍କ ସମ୍ପୃକ୍ତି ସମ୍ଭାବନା

କୋଲକାତା,୨୮ ।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବେ ପର୍ଯ୍ୟନ୍ତ ଅର୍ପିତା ମୁଖାର୍ଜୀଙ୍କ ଦ୍ୱିତୀୟ ଘରୁ ପ୍ରାୟ ୩୦ କୋଟି ଟଙ୍କା ସହ ୫ କିଲୋ ସୁନା ଜବତ...

ଜିତେନ୍ଦ୍ର ଗୋଗିଙ୍କ ହତ୍ୟା ପରେ ତିହାର ସମେତ ଦିଲ୍ଲୀର ସମସ୍ତ ଜେଲ୍‌ରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୨୫ ।୯: ଦିଲ୍ଲୀର ରୋହିଣି କୋର୍ଟରେ ଶୁକ୍ରବାର ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗିଙ୍କ ହତ୍ୟା ପରେ ଗ୍ୟାଙ୍ଗୱାର ଆଶଙ୍କା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି...

ସଂକ୍ରମଣ ହାର ୧.୧୫ ପ୍ରତିଶତ…

ନୂଆଦିଲ୍ଲୀ, ୯।୧୦: କିଛି ଦିନ ହ୍ରାସ ପରେ ଦେଶରେ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ...

ସରକାରଙ୍କ ୫ ସଂଶୋଧନ ପ୍ରସ୍ତାବ: ଆଇନ ହଟାଇବାକୁ ଜିଦ୍‌ରେ ଅଟଳ ରହିଲେ ଅନ୍ନଦାତା

ନୂଆଦିଲ୍ଲୀ,୯।୧୨: କୃଷି ଆଇନକୁ ନେଇ ଦେଶବ୍ୟାପି ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ୫ ସଂଶୋଧନ ପ୍ରସ୍ତାବ ସମ୍ପର୍କିତ ଚିଠି ଚାଷୀ ସଂଗଠନଗୁଡ଼ିକୁ...

ପୁରୁଣା ରେଲୱେ କୋଚରେ ରେସ୍ତୋରାଁ

ନାଗପୁର,୬ ।୨: ମହାରାଷ୍ଟ୍ର ନାଗପୁର ରେଲୱେ ଷ୍ଟେଶନ ବାହାରେ ନାଗପୁର ଡିଭିଜନର ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଖୋଲାଯାଇଛି ‘ରେଷ୍ଟୁରାଣ୍ଟ ଅନ୍ ହ୍ୱିଲ୍ସ’ । ଟେଣ୍ଡର ମାଧ୍ୟମରେ...

ଖୋଲିଲା କରତାରପୁର କରିଡର

ନୂଆଦିଲ୍ଲୀ,୧୮ ।୧୧: ଦୀର୍ଘ ପ୍ରାୟ ୨୦ ମାସ ପରେ ଖୋଲିଛି କରତାରପୁର କରିଡର । ପ୍ରଥମଥର ପାଇଁ ୨୮ ଜଣ ଭାରତୀୟ ଶିଖ ବୁଧବାର ଭିଜା...

କେଜ୍‌ରିଓ୍ବାଲଙ୍କୁ ‘କପି ମାଷ୍ଟର’ କହିଲେ ଗୋଆ ମୁଖ୍ୟମନ୍ତ୍ରୀ

ପାଣାଜୀ,୩।୧୦: ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟରେ ବହୁ ଦଳ ଜୋରଦାର କାର୍ଯ୍ୟ କରୁଛନ୍ତି। ସେଥିମଧ୍ୟରୁ ଦିଲ୍ଲୀର ଶାସକ ଆମ...

Advertisement
Archives

Model This Week