ମହାନଦୀ ଜଳକୁ ନେଇ ଆଶଙ୍କାରେ ଜିଲାବାସୀ

କେନ୍ଦ୍ରାପଡ଼ା ଅଫିସ,୬ା୬: ମହାନଦୀ ଜଳ ବିବାଦର ସମାଧାନ ପାଇଁ ନିକଟରେ ଏକ ଟ୍ରିବ୍ୟୁନାଲ ସଦସ୍ୟ ଟିମ୍‌ ଓଡ଼ିଶା ଗସ୍ତ ସାରିଛନ୍ତି। ଏହି ଟିମ୍‌ର ରିପୋର୍ଟ ଉପରେ ବିବାଦର ସମାଧାନ ହେବ ବୋଲି ଆଶା ରହିଛି। ତେବେ ଏହି ଗସ୍ତ କାର୍ଯ୍ୟକ୍ରମରେ ଟିମ୍‌ ସଦସ୍ୟମାନେ କେନ୍ଦ୍ରାପଡ଼ା ଜିଲାକୁ ଆସିନାହାନ୍ତି। ମହାନଦୀର ତଳମୁଣ୍ଡରେ ଥିବା କେନ୍ଦ୍ରାପଡ଼ା ଜିଲା ଏହାର ଜଳକୁ ବହୁଳ ଭାବେ ବ୍ୟବହାର କରୁଥିଲେ ମଧ୍ୟ ତନଖିରେ ଜିଲା ନ ରହିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପରପକ୍ଷରେ ଛତିଶଗଡ଼ଠାରେ ନଦୀରେ ବନ୍ଧ ନିର୍ମାଣ ହେବା ଦ୍ୱାରା ଜିଲାର କୃଷି ଓ ପାନୀୟ ଜଳ ପ୍ରଭାବିତ ହେବ ବୋଲି ସ୍ଥାନୀୟ ଜିଲାବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ମହାନଦୀର ଜଳଧାରା କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ବ୍ଲକ ମହାକାଳପଡ଼ାର ମହାନଙ୍ଗଳଠାରୁ ମାତ୍ର ୧୦ କିଲୋମିଟର ପ୍ରବାହିତ ହୋଇ ଗଡ଼ରୋମିତ ପର୍ଯ୍ୟନ୍ତ ଲମ୍ବିଛି। ଏଥିସହ କଟକ ଜିଲା ଗୁଆଳନାଶୀଠାରୁ ଜିଲାରେ ପ୍ରବାହିତ ଚିତ୍ରୋପତ୍ଳା ନଦୀ ମହାନଦୀଠାରୁ ଜଳ ଗ୍ରହଣ କରୁଛି। ଚିତ୍ରୋପତ୍ଳା ନଦୀରୁ ଲୁଣାନଦୀ ବରପଦାଠାରେ ସୃଷ୍ଟି ହୋଇଛି। ସେହିପରି ଜଗତପୁରର ତେଣ୍ଡାକୁଡାଠାରେ ପାଇକା ନଦୀ ଓ ଚୌଦ୍ୱାର ନିକଟରେ ବିରୂପା ନଦୀ ମହାନଦୀର ଜଳ ଗ୍ରହଣ କରି ପୂର୍ଣ୍ଣଗର୍ଭା ହୋଇଛନ୍ତି। ଜଗତପୁର ବ୍ୟାରେଜ୍‌ ନିକଟରେ କେନ୍ଦ୍ରାପଡ଼ା କେନାଲ ସୃଷ୍ଟି କରାଯାଇ ମହାନଦୀର ଜଳକୁ ଜିଲାରେ ପ୍ରବାହିତ ଗୋବରୀ କେନାଲ, ପଟ୍ଟାମୁଣ୍ଡାଇ କେନାଲ ଓ ଗୋବରୀ ସମ୍ପ୍ରସାରିତ କେନାଲକୁ ଛଡ଼ାଯାଇଥାଏ। ଫଳରେ ମହାନଦୀର ଜଳକୁ ଭିତ୍ତିକରି ଜିଲାର ୪୧,୬୮୧ ହେକ୍ଟର କ୍ଷେତରେ ଚାଷ ହେଉଛି। ଏଥିସହ ଲୁଣାଞ୍ଚଳ ଭାବେ ପରିଚିତ ରାଜନଗର, ମହାକାଳପଡ଼ା ବ୍ଲକ ସମେତ କେନ୍ଦ୍ରାପଡ଼ା ସହରବାସୀ ଏହାର ମଧୁର ଜଳକୁ ପାନୀୟ ଭାବେ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ ୨ଟି ମେଗା ପାନୀୟଜଳ ପ୍ରକଳ୍ପ ସହିତ ଆଖଡ଼ାଶାଳି ନିକଟରେ ଦେଶର ପ୍ରଥମ ନଦୀଭିତ୍ତିକ ବନ୍ଧର ନିର୍ମାଣ ଯୋଜନା ରହିଛି। ଉପରମୁଣ୍ଡରେ ମହାନଦୀର ଜଳ ପ୍ରବାହ କମିଲେ ତଳମୁଣ୍ଡରେ ଥିବା କେନ୍ଦ୍ରାପଡ଼ା ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ। ଏ ସମ୍ପର୍କରେ ପୂର୍ବତନ କାଉନ୍‌ସିଲର ହିରଣ୍ୟ କୁମାର ପଣ୍ଡା କହିଛନ୍ତି, ମହାନଦୀର ଜଳକୁ ଛତିଶଗଡ଼ ସରକାର ଏକଚାଟିଆ ଭାବେ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି। ସେଠାରେ ନଦୀରେ ବନ୍ଧ ନିର୍ମାଣ ହେଲେ ରାଜ୍ୟର ବିଦ୍ୟୁତ୍‌ ଉପତ୍ାଦନ, କୃଷି ଓ ପାନୀୟଜଳ ପ୍ରଭାବିତ ହେବ। ଏପରି କି ଏହାର ପ୍ରଭାବ ଯୋଜନାରେ ଥିବା ଆଖଡ଼ାଶାଳି ବନ୍ଦର ଉପରେ ପଡ଼ିବ। ସଂଘୀୟ ବ୍ୟବସ୍ଥାରେ ଦେଶ ଚାଲୁଥିବା ବେଳେ ରାଜ୍ୟଗୁଡ଼ିକ ମଧ୍ୟରେ ବିବାଦ ଆଦୌ ସମୀଚୀନ ନୁହେଁ। ବିବାଦର ଅନ୍ତ ପାଇଁ ସମସ୍ତ ରାଜନୈତିକ ଦଳ ଏକାଠି ହୋଇ ରାଜ୍ୟ ସ୍ବାର୍ଥ ପାଇଁ ସ୍ବର ଉଠାଇବା ଆବଶ୍ୟକ। ପାଟକୁରା ଆଞ୍ଚଳିକ ବିକାଶ କମିଟି ସଭାପତି ସେକ୍‌ ଫଜରୁଲ ହକ୍‌ କହିଛନ୍ତି, କଟକ ଜିଲାର ଗୁଆଳିନାଶୀଠାରେ ମହାନଦୀରୁ ଚିତ୍ରୋପତ୍ଳା ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ା ଜିଲାର ମହମ୍ମଦପୁରରୁ କୁଅଁାରପୁର ପର୍ଯ୍ୟନ୍ତ ୩୬ କିଲୋମିଟର ବ୍ୟାପିଛି। ଏହାର ଅବବାହିକାରେ ହେଉଥିବା ପନିପରିବାଠାରୁ ଆରମ୍ଭକରି ଧାନ ଫସଲରେ ଏହି ଜଳକୁ ଚାଷୀ ବ୍ୟବହାର କରିଥାନ୍ତି। ସ୍ଥାନୀୟ ଅଧିବାସୀଙ୍କ ଦୈନନ୍ଦିନ ଜୀବନରେ ଚିତ୍ରୋପତ୍ଳା ନଦୀ ବହୁ କାର୍ଯ୍ୟରେ ଆସୁଛି। ମହାନଦୀର ଜଳଧାରା କମିଲେ ଚିତ୍ରୋପତ୍ଳା ମରିଯିବ। ଫଳରେ ଜନଜୀବନ ବିପର୍ଯ୍ୟସ୍ତ ହେବ। କୃଷକନେତା ବିଜୟ କୁମାର ପରିଡ଼ା କହିଛନ୍ତି, ମହାନଦୀ ଜଳ ବିବାଦ ଶୀଘ୍ର ସମାଧାନ ହେବା ଆବଶ୍ୟକ। ସମାଧାନ ବିଳମ୍ବ ହେଲେ କେନ୍ଦ୍ରାପଡ଼ା ଜିଲାର ଜନଜୀବନ ପ୍ରଭାବିତ ହେବ। କୃଷି, ପାନୀୟ ଜଳ ସହିତ ପରିବେଶ ନଷ୍ଟ ହେବ। ଜିଲାର ବିଭିନ୍ନ ନଦୀ ଓ କେନାଲକୁ ମହାନଦୀ ପାଣି ଯୋଗାଉଛି। ଏହାର ଜଳଧାରା ବନ୍ଦ ହେଲେ ବହୁ ଅଞ୍ଚଳ ଖୁବ୍‌ଶୀଘ୍ର ଲୁଣା ପାଲଟିବ। ଏହି ବିବାଦକୁ ରାଜନୀତୀକରଣ କରା ନ ଯାଇ ଓଡ଼ିଶାର ସ୍ବାର୍ଥ ପାଇଁ ରାଜନୈତିକ ଦଳ ସମେତ ସ୍ଥାନୀୟ ଶିକ୍ଷାବିତ୍‌, ବୁଦ୍ଧିଜୀବୀମାନେ ସ୍ବର ଉଠାନ୍ତୁ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri