ଦୂର ହେଲା ପଥୁରୀ ଦେହୁରୀଙ୍କ କଷ୍ଟ: ଘର ପାଖରେ ଭତ୍ତା ଦେବା ସହ ତିନି ଚକିଆ ସାଇକେଲ ପ୍ରଦାନ କଲା ପ୍ରଶାସନ

କେନ୍ଦୁଝର,୨୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ବ୍ଲକ ରାଇସୁଆଁ ଗ୍ରାମର ପଥୁରୀ ଦେହୁରୀଙ୍କୁ ଘର୍ ପାଖରେ ଭତ୍ତା ଦେବା ସହ ଏକ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି। ଏହା ପରଠାରୁ ତାଙ୍କୁ ଘରେ ଭତ୍ତା ଦିଆଯିବ ବୋଲି ତେଲକୋଇ ବ୍ଲକ ପକ୍ଷରୁ ପ୍ରତିଶ୍ରୁତି ମିଳିଛି। ଭତ୍ତା ଟଙ୍କା ପାଇବା ପାଇଁ ପଥୁରୀ ଦେହୁରୀ ଗୁରୁଣ୍ଡି ଗୁରୁଣ୍ଡି ଦୁଇ କିଲୋମିଟର ଯିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ସହିତ ଜାତୀୟ ସ୍ତରରେ ଚହଳ ସୃଷ୍ଟି କରିଥିଲା। ଏହି ଘଣ୍ଟାରେ ସାମ୍ନାକୁ ଆସିବା ପରେ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁଯାୟୀ ରାଇସୁଆଁ ଗାଁ ଫରେଷ୍ଟ ଚେକ ଗେଟ ପାଖ ସାହିର ପଥୁରୀ ଦେହୁରୀ (୭୦) ସରକାରଙ୍କ ସାମାଜିକ ସୁରକ୍ଷା ଭତ୍ତାର ଜଣେ ହିତାଧିକାରୀ। ତାଙ୍କୁ ପଞ୍ଚାୟତରୁ ଭତ୍ତା ମିଳେ, ତେବେ ଭତ୍ତା ଟଙ୍କା ପାଇଁ ତାଙ୍କୁ ଦୁଇ କିଲୋମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡିଥାଏ। ବାର୍ଦ୍ଧକ୍ୟ ଯୋଗୁ ପଥୁରୀ ଚାଲି ପାରନ୍ତି ନାହିଁ । ତେଣୁ ତାଙ୍କୁ ହାତ, ପାଦରେ ଗୁରୁଣ୍ଡୁ ଗୁରୁଣ୍ଡି ଖାଲ ଖମା, କାଦୁଆ ରାସ୍ତାରେ ପଞ୍ଚାୟତକୁ ଯିବାକୁ ପଡୁଥିଲା। ସରକାରଙ୍କ ନିର୍ଦେଶ ରହିଛି ଯେ, ଭିନ୍ନକ୍ଷମ, ଅକ୍ଷମ ବୃଦ୍ଧାବୃଦ୍ଧଙ୍କୁ ଘରେ ଭତ୍ତା ଟଙ୍କା ପ୍ରଦାନ କରିବା ପାଇଁ। କିନ୍ତୁ ପଞ୍ଚାୟତର ନିର୍ବାହୀ ଅଧିକାରୀମାନେ ବାବୁ ପରି ପଞ୍ଚାୟତରେ ବସୁଥିଲେ ମଧ୍ୟ ପଥୁରୀ ଙ୍କ ପ୍ରତି କୌଣସି ପଦକ୍ଷେପ ନେଉ ନଥିଲେ।

କେନ୍ଦୁଝର ଜିଲାରେ ପଞ୍ଚାୟତ ଗୁଡିକର ଭୌଗୋଳିକ ସ୍ଥିତି ଏମିତି ଯେ, ପଞ୍ଚାୟତ ଅଧୀନରେ ଥିବା ଗାଁ ଗୁଡିକର ଦୂରତା ଅଧିକ ରହିଛି । ଅନେକ ଏପରିସ୍ଥଳେ ୮ ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଭତ୍ତା ହିତାଧିକାରୀ ଚାଲି ଚାଲି ଯାଇ ଭତ୍ତା ଅର୍ଥ ପଞ୍ଚାୟତରୁ ପାଉଛନ୍ତି। ଅନ୍ୟପଟେ ଯେଉଁ ହିତାଧିକାରୀ ଜାତୀୟ ଭତ୍ତାରେ ସାମିଲ ହୋଇଛନ୍ତି। ସେମାନଙ୍କୁ ଡିବିଟି ମାଧ୍ୟମରେ ବ୍ୟାଙ୍କ ଖାତା ଜରିଆରେ ଭତ୍ତା ଦିଆଯିବାର ବ୍ୟବସ୍ଥା ହୋଇଛି। ବ୍ୟାଙ୍କକୁ ଯାଇ ଭତ୍ତା ଅର୍ଥ ଉଠାଇବା ବୃଦ୍ଧାବୃଦ୍ଧାଙ୍କ ପକ୍ଷରେ ଯନ୍ତ୍ରଣାଦାୟକ ହେଉଛି। ବ୍ୟାଙ୍କ ମିତ୍ରମାନେ ହିତାଧିକାରୀଙ୍କ ଘରକୁ ଯାଇ ଟଙ୍କା ଉଠାଇବାର ବ୍ୟବସ୍ଥା ଥିଲେ ମଧ୍ୟ ବ୍ୟାଙ୍କ ମିତ୍ରମାନେ ମିନି ବ୍ୟାଙ୍କ ଖୋଲି ତାଙ୍କ ବେପାର ଚଳାଉଛନ୍ତି। ଏସବୁ ସମସ୍ୟାର ସମାଧାନ ସରକାର ନ କଲେ ଭତ୍ତା ହିତାଧିକାରୀ ଏମିତି ଯନ୍ତ୍ରଣା ଭୋଗୁଥିବେ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲାରେ ବିଭିନ୍ନ ଆଦିବାସୀ ବହୁଳ ଅଞ୍ଚଳରେ ବହୁ ଭିନ୍ନକ୍ଷମ ବା ବୃଦ୍ଧାବୃଦ୍ଧ ଭତ୍ତା ପାଇଁ ବହୁ କଷ୍ଟରେ ଯିବା ଆସିବା କରିଥାନ୍ତି। ଅନେକ ମଧ୍ୟ ଯିବା ଆସିବା କରି ପାରୁ ନ ଥିବାରୁ ଆଣି ପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି। ଏଣୁ ଏନେଇ ପଦକ୍ଷେପ ନେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେବେ କମିବ ପିଆଜଦର: ମନ୍ତ୍ରୀଙ୍କୁ ବ୍ୟବସାୟୀ ମହାସଂଘର…

ଭୁବନେଶ୍ୱର,୧୩।୧୦: ପରିବା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ଏହା ସହ ପିଆଜ ଓ ଟମାଟୋ ଚିନ୍ତା ବଢ଼ାଉଛି। ଏହା ଏବେ ଚିନ୍ତାର ବିଷୟ ହୋଇଥିବା...

ପର୍ଯ୍ୟଟକଙ୍କୁ ଟାଣି ଆଣେ କଣ୍ଟିଲୋ ନୀଳମାଧବ

ପର୍ଯ୍ୟଟକଙ୍କୁ ଟାଣି ଆଣିବା ପାଇଁ ନୟାଗଡ଼ ଜିଲାର କଣ୍ଟିଲୋରେ ରହିଛି ମନଲୋଭା ପର୍ଯ୍ୟଟନ ସ୍ଥଳ। ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଜଗନ୍ନାଥ ସଂସ୍କୃତିର ଆଦି ପୀଠ କଣ୍ଟିଲୋ...

କେବେ ଜନଶୂନ୍ୟ ହୁଏନାହିଁ ଶ୍ରୀକ୍ଷେତ୍ର

ଭାରତର ଚାରିଧାମ ମଧ୍ୟରେ ପୁରୀ ଜଗନ୍ନାଥ ଧାମ ଅନ୍ୟତମ। ପୁରୀ ସହର ମଧ୍ୟଭାଗରେ ରହିଛି ବଡ଼ଦେଉଳ ବା ଶ୍ରୀମନ୍ଦିର। ଏହାର ରତ୍ନସିଂହାସନରେ ପୂଜାପାଆନ୍ତି ଦାରୁଦିଅଁ ଶ୍ରୀଜଗନ୍ନାଥ...

ରାବଣ ପୋଡିବେଳେ ବଡ଼ ଅଘଟଣ, ଯୁବକଙ୍କ ଛାତିରେ ପଡିଲା ନିଆଁ

ରାଉରକେଲା,୧୨।୧୦: ଇସ୍ପାତନଗରୀ ରାଉରକେଲାରେ ଶନିବାର ଦଶହରା ପାଳନବେଳେ ଘଟିଛି ବଡ଼ ଅଘଟଣ। ସେକ୍ଟର-୧୩ ମେଲଣ ପଡିଆ ଆୟୋଜିତ ରାବଣପୋଡି ସମୟରେ ଏକ ଅଘଟଣ ଘଟିଛି। ଜଣେ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା, ଆଉ ଏତିକି ଦିନ ରହିଲା ଇ-କେୱାଇସି ଯାଞ୍ଚ, ଶୀଘ୍ର କରନ୍ତୁ ନହେଲେ କଟିଯିବ ରାସନ କାର୍ଡ…

ଭୁବନେଶ୍ୱର,୧୨।୧୦: ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର। ଇ-କଓ୍ବୋଇସ ଯାଞ୍ଚ ପ୍ରକ୍ରିୟାକୁ ନେଇ ବଡ଼ ଖବର ଦେଇଛନ୍ତି ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବୁଲିଲେ ପୂଜା ମଣ୍ଡପ

କେନ୍ଦୁଝର,୧୨।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ୩ ଦିନିଆ କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ଏକ...

ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ

ଯାଜପୁର,୧୨।୧୦: ଯାଜପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନ ତରଫରୁ ‘ଓ୍ବଲ୍ଡ ମେଣ୍ଟାଲ ହେଲଥ ଡେ’ ବା ‘ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri