କୁଣ୍ଡଳାରେ ଉଦ୍‌ଯାପିତ ହେଲା ୯ମ ବାର୍ଷିକ ଧିଙ୍ଗୁଆନ ମହୋତ୍ସବ, ପାହାଡ଼ପୁର ଦଳ ହାତେଇଲା ପ୍ରଥମ ପୁରସ୍କାର

ପାଟଣା,୧୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ୍ କୁଣ୍ଡଳା ଗ୍ରାମ ମଞ୍ଚରେ ୯ବମ ବାର୍ଷକ ଧିଙ୍ଗୁଆନ ମହୋତ୍ସବ ବୁଧବାର ବିଳମ୍ୱିତ ରାତ୍ରିରେ ଶେଷ ହୋଇଛି । କୁଡୁମି ସମ୍ପ୍ରଦାୟର ବାନ୍ଦନା ପର୍ବର ଅନ୍ୟତମ ଆକର୍ଷଣ ଧିଙ୍ଗୁଆନ ନୃତ୍ୟଗୀତକୁ ପ୍ରତ୍ସାହୋନ ପାଇଁ କମିଟି ତରଫରୁ ଏଭଳି ଆୟୋଜନ କରାଯାଉଛି । ପ୍ରତିଯୋଗିତାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ୯ଟି ଧିଙ୍ଗୁଆନ ଓ ୫ଟି ପାନ୍ତା ଦଳଯୋଗ ଦେଇଥିଲେ।
ଆୟୋଜିତ ସଭାକୁ ଶିକ୍ଷକ ରାଇଚରଣ ମହାନ୍ତ ସଂଯୋଜନା କରିଥିବା ବେଳେ ବିରଞ୍ଚି ମହନ୍ତ ଅଧ୍ୟକ୍ଷତା କରିଥଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସାହାରପଡ଼ା ବିଡ଼ିଓ ରଣଜିତ କୁମାର ମହାନ୍ତ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କରଞ୍ଜିଆ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡଃ ମିଲନ କୁମାର ମହାନ୍ତ,
ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟା ଅହଲ୍ୟା ମହାନ୍ତ, ସାହାର ପଡ଼ା ବ୍ଲକ୍ ସହକାର ଯନ୍ତ୍ରୀ ମୋତିଲାଲ ତୁଁ , ଅବସର ପ୍ରାପ୍ତ ଶିକ୍ଷକ କରୁଣାକର ମହାନ୍ତ ,ଗୌରାଙ୍ଗ ଚରଣ ମହାନ୍ତ,ମଧୁସୂଦନ ମହାନ୍ତ ,ବିନୋଦ ବିହାରି ମହାନ୍ତ ସାଧୁଚରଣ ମହାନ୍ତ ,ଅବସର ପ୍ରାପ୍ତ ଭୂତ୍ଵତ୍ଵବିତ ରମାକାନ୍ତ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକ ରାଇଚରଣ ମହାନ୍ତ ଧନ୍ୟବାଦ୍ ଦେଇଥିଲେ।
ବିଚାରକ ପରେଶ ଚନ୍ଦ୍ର ମହାନ୍ତ , ସନ୍ତୋଷ କୁମାର ମହାନ୍ତ ଓ ପ୍ରଭାକର ମହାନ୍ତ ଚୟନ କରିଥିଲେ। ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲାର ବହଳଦା ବ୍ଲକର ପାହାଡପୁର ଧିଙ୍ଗୁଆଁନ ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କୁ ୧୦ ହଜାର ଟଙ୍କା, ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ସାହାରପଡା ବ୍ଲକର ତାଳପଦା ଗ୍ରାମକୁ ୮,୦୦୦, ତୃତୀୟ ସ୍ଥାନଅଧିକାର କରିଥିବା ଠାକୁରମୁଣ୍ଡା ବ୍ଲକର ଦିରବ ଗାଁ ଦଳକୁ ୫,୦୦୦ଗ୍ରାମ, ଚତୁର୍ଥ ସ୍ଥାନ ରେଥିବା ପାଟଣା ବ୍ଲକର ବାଘମରାଦଳକୁ ୩,୦୦୦, ଟଙ୍କା ପ୍ରଦାନ କରାଯାଇଛି ।

ପାରଂପରିକ ନୃତ୍ୟ ଗୀତ (ପାନ୍ତା ) ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମୟୂରଭଞ୍ଜ ଜିଲାର ବହଳଦା ବ୍ଲକ୍ର ପାହାଡ଼ପୁର ଗାଁ ୫୦୦୦ ଟଙ୍କା, ଦ୍ୱିତୀୟ ସ୍ଥାନରେ ଥିବା କୁସୁମି ବ୍ଲକର ସାତ ପଉଟିଆ ଗାଁକୁ ୩୦୦୦, ତୃତୀୟ ସ୍ଥାନରେ ସାହାର ପଡ଼ା ବ୍ଲକ୍ ତାଳପଦା ଗାଁକୁ ୨୦୦୦, ଚତୁର୍ଥ ଦଳ ପାଟଣା ବ୍ଲକ୍ ବାଘମରାକୁ ୧୦୦୦ ଓ ପଞ୍ଚମ ସ୍ଥାନରେ ଥିବା ସାହାରପଡା ବ୍ଲକର କୁଣ୍ଡଳା ଦଳକୁ ୧୦୦୦ ଟଙ୍କା ପୁରସ୍କୃତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଧିଙ୍ଗୁଆନ କମିଟିର ସମସ୍ତେ ସଦସ୍ୟ ସହଯୋଗ କରିଥଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଜାରକୁ ଯାଉଥିବା ନାବାଳିକାକୁ ଅପହରଣ କରି ଅମାନୁଷିକ ନିର୍ଯାତନା: ଆନନ୍ଦପୁର SDPOଙ୍କ ହସ୍ତକ୍ଷେପ ପରେ କୋର୍ଟ ଗଲା ଅଭିଯୁକ୍ତ

ଆନନ୍ଦପୁର/ହାଟଡିହୀ,୧୧।୧୧(ଶ୍ରୀଧର ମହାରଣା / ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡାଙ୍କ ଦୃଢ଼ ହସ୍ତକ୍ଷେପ ପରେ ରାମଚନ୍ଦ୍ରପୁର ପୋଲିସ…

ମାନବିକତାର ଅନନ୍ୟ ଦୃଷ୍ଟାନ୍ତ: ଥାନା ଗାଡ଼ିରେ ମୃତଦେହ ବୋହିଲେ IIC, ପ୍ରଶଂସା କଲେ…

ଆନନ୍ଦପୁର,୧୧।୧୧(ଶୁଭକାନ୍ତ ନାୟକ): ପୋଲିସ କେବଳ ଲାଠି ଓ ଆଇନର ଭୟ ଦେଖାଏ ନାହିଁ, ବରଂ ପୋଲିସ ଭିତରେ ବି ମଣିଷପଣିଆ ଓ ମାନବିକତା ଅଛି— ଏହାର ଏକ…

ବାଲି ମାଫିଆଙ୍କ ନିଦ ହଜାଇଲା ‘ଅପରେସନ୍ ବୈତରଣୀ’: ହାଟଡିହୀରେ ରାତିଅଧିଆ ଚଢ଼ାଉ, ୧୦ ବାଲି ବୋଝେଇ ହାଇୱା…

ହାଟଡିହୀ,୧୧।୧୧(ଶୁଭକାନ୍ତ ନାୟକ): ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲା କେନ୍ଦୁଝରରେ ବେଆଇନ ବାଲି ମାଫିଆଙ୍କ ବିରୋଧରେ ଶକ୍ତ ଆକ୍ସନ୍‌। କେନ୍ଦୁଝର ଏସପି ନୀତିନ କୁଶଲକର ଦାଗୁଡ଼ୁଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିବା…

ସାଇକେଲ ଆରୋହୀଙ୍କ ଉପରେ ଟ୍ରାକ୍ଟର ମାଡ଼ି ଯାଇ ବିଲ ଭିତରକୁ ଓଲଟିଲା, ଚାଲିଗଲା ଜଣଙ୍କ ଜୀବନ, ଆଉ ଜଣେ …

ପାଟଣା,୧୧ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ-ସୋରାସକେଳା ରାସ୍ତାର ମୂଷାଖୋରୀ ପାଣି ଟାଙ୍କି ନିକଟରେ ବୁଧବାର ପୂର୍ବାହ୍ନରେ ଟ୍ରାକ୍ଟର ୨ଜଣ ସାଇକେଲ ଆରୋହୀଙ୍କ ଉପରେ…

ସ୍କୁଟିକୁ ଧକ୍କା ଦେଲା ଆମ ବସ୍‌: ୩ ମହିଳା ଗୁରୁତର

କେନ୍ଦୁଝର,୯ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ସୋମବାର ଏକ ଆମ ବସ୍‌ ଧକ୍କାରେ ୩ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳାମାନେ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?