Posted inରାଜ୍ୟ

ଡାହାଣୀ ସନ୍ଦେହରେ ଗାଁରୁ ତଡ଼ା ଖାଇଥିବା ଦମ୍ପତ୍ତିଙ୍କୁ ଉଦ୍ଧାର କଲା ପ୍ରଶାସନ

ବାଲିଆପାଳ,୪।୧: ଡାହାଣୀ ସନ୍ଦେହରେ ଗାଁରୁ ତଡା ଖାଇଥିବା ଏକ ଦମ୍ପତିଙ୍କୁ ଅସହାୟ ଅବସ୍ଥାରେ ସୋମବାର ଉଦ୍ଧାର କରାଯାଇଛି। ଉକ୍ତ ଦମ୍ପତି ହେଲେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଶ୍ରୀରାମପୁର ପଞ୍ଚାୟତ ମହିଷାମୁଣ୍ଡା ଗ୍ରାମର ଲୁସ୍କୁ ଟୁଡୁ ଓ ତାଙ୍କ ସ୍ତ୍ରୀ ରୁକ୍ମିଣୀ। ବାଲିଆପାଳ ତହସିଲଦାରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ରାଜସ୍ବ ନୀରିକ୍ଷକ ନିରଞ୍ଜନ ସିଂ ସେମାନଙ୍କୁ ଉଦ୍ଧାର କରି ନିଖିରା ପଞ୍ଚାୟତ ପାଳପଡ଼ା ୱାର୍ଡ଼ମେମ୍ବର ତଥା ତାଙ୍କ ସମ୍ପର୍କୀୟ ସରସ୍ବତୀ ହେମ୍ବ୍ରମଙ୍କ ଘରେ ଆଶ୍ରୟ ଦେଇଛନ୍ତି।
କିଛିମାସ ପୂର୍ବରୁ ଲୁସ୍କୁଙ୍କ ବଡ଼ଭାଇଙ୍କ ଦୁଇ ପୁଅ ରୋଗରେ ପଡ଼ି ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ପାଇଁ ଲୁସ୍କୁଙ୍କ ସ୍ତ୍ରୀ ରୁକ୍ମିଣୀଙ୍କୁ ସନ୍ଦେହ କରି ତାଙ୍କ ବଡଭାଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଗ୍ରାମବାସୀ ଲୁସ୍କୁଙ୍କ ଘରକୁ ଯାଇ ଉଭୟ ସ୍ତ୍ରୀସ୍ବାମୀଙ୍କୁ ମୟୂରଭଞ୍ଜର ଏକ ତାନ୍ତ୍ରିକ ପାଖକୁ ନେଇଯାଇଥିଲେ। ଉକ୍ତ ତାନ୍ତ୍ରିକ ଜଣକ ଉଭୟ ଦମ୍ପତି ଡାହାଣୀ ବୋଲି ଗ୍ରାମବାସୀଙ୍କୁ ଜଣାଇଥିଲେ। ପରେ ଗ୍ରାମବାସୀ ସେମାନଙ୍କୁ ମାର୍‌ପିଟ କରିବା ସହିତ ଜବରଦସ୍ତ ସାଧା କାଗଜରେ ଲେଖି ଟିପ ଚିହ୍ନ ନେଇ ଗ୍ରାମରୁ ତଡ଼ି ଦେଇଥିଲେ। ସେମାନେ ଭୟରେ ଗାଁରୁ ପଳାଇ ଆସି ଅନ୍ୟ ଏକ ଗ୍ରାମ ରାସ୍ତାର ପାଣି ନିଷ୍କାସନ ପାଇଁ ପଡ଼ିଥିବା ହ୍ୟୁମ୍‌ପାଇପ୍‌ ତଳେ ହାଡ଼ଭଙ୍ଗା ଶୀତ କାକରରେ ଦୟନୀୟ ଅବସ୍ଥାରେ ଜୀବନ ବିତାଉ ଥିଲେ। ଏହି ସମ୍ପର୍କରେ ବାଲିଆପାଳ ତହସିଲଦାର ଦୀପକ ଦାସ ଖବର ପାଇଥିଲେ। ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଦମ୍ପତିଙ୍କୁ ଉଦ୍ଧାର କରାଯାଇଥିଲା। ଦମ୍ପତିଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଲିଆପାଳ ତହସିଲଦାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମରୁଡି ଘୋଷଣା ଦାବି, ବୋଡେନ ବ୍ଲକ ଭାଜପାର ତହସିଲ ଅଫିସ ଘେରାଉ

ନୂଆପଡା ଅଫିସ/ବୋଡେନ,୩୦ା୭: ନୂଆପଡା ଜିଲା ପ୍ରତିବର୍ଷ ମରୁଡି କବଳିତ ହେଉଥିବାବେଳେ ଏଠାରେ ଚାଷୀଙ୍କ ଗୁହାରି ଶୁଣିବାକୁ କର୍ତ୍ତୃପକ୍ଷ ହେଳା କରୁଥିବା ଅଭିଯୋଗ କରି ବୋଡେନ ବ୍ଲକ...

ପ୍ଲାଜମା ଦାନ କଲେ ଛତ୍ରପୁର ଏସ୍‌ଡିପିଓ: ପ୍ରଶଂସା କଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର, ୨୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ ଗତ କିଛି ଦିନ ତଲେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ...

ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,୧୫।୬(ବ୍ୟୁରୋ): ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ । ଏହି ୨୪ ଦିନିଆ ଅଧିବେଶନରେ...

ଲ୍ୟାଣ୍ଡଫଲ କରିବ ନାହିଁ ବାତ୍ୟା

ଭୁବନେଶ୍ୱର,୭।୫(ବ୍ୟୁରୋ): ସ୍ଥଳଭାଗ ଛୁଇଁବ ନାହିଁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା। ଏନେଇ ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।...

ବଢ଼ିଲା ଶ୍ରମିକଙ୍କ ଦୈନିକ ମଜୁରି

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ):ରାଜ୍ୟର ଶ୍ରମିକଗୋଷ୍ଠୀଙ୍କ ଦୈନିକ ମଜୁରି ବୃଦ୍ଧି ପାଇଛି। ରାଜ୍ୟ ସର୍ବନିମ୍ନ ମଜୁରି ଉପଦେଷ୍ଟା ବୋର୍ଡର ୫୨ତମ ବୈଠକରେ କରାଯାଇଥିବା ସୁପାରିସକ୍ରମେ ସରକାର ସମସ୍ତ ୮୯ଟି...

ପିପିଲି ଉପନିର୍ବାଚନ: ଆସନ୍ତାକାଲି ରୁଦ୍ରଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ...

ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: ଭାଜପା

ଭୁବନେଶ୍ବର,୨୭ା୯(ବ୍ୟୁରୋ):ପୁରୀ ଜିଲା ଗୋପ ବ୍ଲକ ୧୧ନମ୍ବର ଜିଲା ପରିଷଦ ଜୋନ୍‌ ସଭ୍ୟ ତଥା ବିଜେଡି ନେତା ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଏବେ ରାଜ୍ୟ...

୩ ମାସରେ ୮୫୮୩ ମଦ୍ୟପ ଡ୍ରାଇଭର ଗିରଫ

ଭୁବନେଶ୍ୱର, ୩।୧୨:(ବ୍ୟୁରୋ): ନୂଆ ମୋଟରଯାନ ଆଇନ ଲାଗୁହେବା ପରଠୁ ରାଜ୍ୟ ପୋଲିସ ପକ୍ଷରୁ ଧରପଗଡ ଜୋରଦାର କରାଯାଉଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ପୋଲିସ ବିଭାଗ...

Advertisement
Archives

Model This Week