ନୂଆ ସଫେଇ ସଂସ୍ଥାକୁ ନେଇ ବଢୁଛି ଅସନ୍ତୋଷ

ଭୁବନେଶ୍ୱର, ୩।୯ (ବ୍ୟୁରୋ): ପରିମଳ ବ୍ୟବସ୍ଥାକୁ ନେଇ ବାରମ୍ବାର ସମାଲୋଚନାର ଶିକାର ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ତଥାପି ଏହାକୁ ଗୁରୁତର ସହ ନ ନେଇ ନୂଆ ସଫେଇ ସଂସ୍ଥାଗୁଡ଼ିକୁ ଅନୁକମ୍ପା ଦେଖାଇ ଚାଲିଛି। ଫଳରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ମନମୁଖି କାର୍ଯ୍ୟ କରୁଥିବାରୁ ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଗଦା ହୋଇ ରହୁଛି। ଫଳରେ ସହରର ପରିବେଶ ସୁଧୁରୁ ନ ଥିବାବେଳେ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଗତ କିଛିଦିନ ଧରି ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ଦାରୁଠେଙ୍ଗବାସୀ ବାରଣ କରିଥିଲେ। ଫଳରେ ରାଜଧାନୀ ଏକ ପ୍ରକାର ଆବର୍ଜନାମୟ ହୋଇ ପଡିଥିଲା। ତେବେ ୩୧ ତାରିଖରେ ବିଏମ୍‌ସି ଓ ଦାରୁଠେଙ୍ଗ ଗ୍ରାମବାସୀଙ୍କ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ହୋଇଛି। ଏବେ ପ୍ରତିଦିନ ସହରର ଅଳିଆ ଡମ୍ପିଂୟାର୍ଡକୁ ଯାଉଛି। ଏହାସତ୍ତ୍ୱେ ସହରର ବିଭିନ୍ନ ଓ୍ବାର୍ଡରେ ଅଳିଆ ଗଦା ହୋଇ ରହିଥିବା ଦେଖାଯାଉଛି। ବିବାଦ ତୁଟିଥିଲେ ବି ସଫେଇ ଦାୟିତ୍ୱରେ ଥିବା ନୂଆ ସଂସ୍ଥା ଆଓ୍ବାରଲ୍ୟାଣ୍ଡ୍‌ ଏବଂ ଗ୍ରୀନ୍‌ ସର୍କଲ ସେମାନଙ୍କ କାର୍ଯ୍ୟ ଠିକ୍‌ ଭାବେ ତୁଲାଇ ପାରୁ ନ ଥିବାରୁ ଏପରି ସ୍ଥିତି ଲାଗି ରହିଥିବା ଅଭିଯୋଗ ହେଉଛି। ସଂସ୍ଥାର କାର୍ଯ୍ୟ ପ୍ରଣାଳୀରେ ସଫେଇ କର୍ମଚାରୀମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏ ସମ୍ପର୍କରେ ଶନିବାର ବିଏମ୍‌ସି ମଜଦୁର ସଂଘ ସହିତ ଆଓ୍ବାରଲ୍ୟାଣ୍ଡ ସଂସ୍ଥାର ଆଲୋଚନା କରାଯିବ ବୋଲି ସୂଚନା ଦିଆଯାଇଛି। ଅପରପକ୍ଷେ ଆବଶ୍ୟକ ମେଶିନ ଓ ଅନ୍ୟାନ୍ୟ ଜିନିଷପତ୍ର ଅଭାବରୁ ଅଧିକାଂଶ ସ୍ଥାନରୁ ଅଳିଆ ଉଠିପାରୁ ନାହିଁ। ଏପରିକି ସମସ୍ତ ସଫେଇ କର୍ମଚାରୀଙ୍କୁ ସଂସ୍ଥା ପକ୍ଷରୁ ଝାଡୁ ମଧ୍ୟ ପ୍ରଦାନ କରାଯାଇ ନ ଥିବା ସଂଘ ଅଭିଯୋଗ କରିଛି। କେବଳ କାମଚଳା ଭାବେ ଅଳିଆ ଓଳାଇ ଗୋଟିଏ ଗୋଟିଏ ସ୍ଥାନରେ ଜମା କରାଯାଉଛି। କହିବାକୁ ଗଲେ ନୂଆ ସଂସ୍ଥାଗୁଡ଼ିକ ଏ ପର୍ଯ୍ୟନ୍ତ ପୂରା ପ୍ରସ୍ତୁତ ହୋଇ ନାହାନ୍ତି।
ଅଗଷ୍ଟ ୧୬ରୁ ନୂଆ ସଂସ୍ଥା ଆଓ୍ବାରଲ୍ୟାଣ୍ଡ୍‌ ଏବଂ ଗ୍ରୀନ୍‌ ସର୍କଲ ୨ଟି ଜୋନ୍‌ର ୧୩ଟି ଓ୍ବାର୍ଡରେ ସଫେଇ ଦାୟିତ୍ୱ ନେଇଛନ୍ତି। ଆଓ୍ବାରଲ୍ୟାଣ୍ଡ ଅଧୀନରେ ଓ୍ବାର୍ଡ ନଂ. ୪୬, ୫୨, ୬୩, ୬୨, ୬୪, ୬୫ ଏବଂ ୬୬ ଥିବାବେଳେ ପ୍ରାୟ ୪ଶହ ସଫେଇ କର୍ମଚାରୀ ରହିଛନ୍ତି। ସେହିପରି ଗ୍ରୀନ୍‌ ସର୍କଲକୁ ଓ୍ବାର୍ଡ ନଂ. ୫୪, ୫୮, ୫୯, ୬୦, ୬୧ ଏବଂ ୬୭ର ସଫେଇ ଦାୟିତ୍ୱ ଦିଆଯାଇଛି। ସଂସ୍ଥା ଅଧୀନରେ ପ୍ରାୟ ୨୮୦ କର୍ମଚାରୀ କାମ କରୁଛନ୍ତି। ନୂଆ ସଂସ୍ଥାର କାମକୁ ଅନେକ କର୍ପୋରେଟର ନାପସନ୍ଦ କରିଛନ୍ତି। ସରଞ୍ଜାମ ଅଭାବ ସହ ୫ଟି ଲୋକ ସ୍ଥାନରେ ଏହି ସଂସ୍ଥାଗୁଡ଼ିକ ଗୋଟିଏ ଲୋକ ଲଗାଉଛନ୍ତି। ଫଳରେ ଶତପ୍ରତିଶତ ସଫେଇ ହୋଇ ପାରୁନାହିଁ। ଏନେଇ ବିଏମ୍‌ସିର କର୍ପୋରେଶନ ବୈଠକରେ ମଧ୍ୟ କର୍ପୋରେଟଣମାନେ ପ୍ରଶ୍ନ ଉଠାଇଥିଲେ। କର୍ପୋରେଶନ ଗଠନ ହେବା ପରେ ବି କର୍ପୋରେଟଙ୍କ ସହ କୌଣସି ଆଲୋଚନା ନ କରି ନୂଆ ସଫେଇ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର କରାଯାଇଥିବା ଅଭିଯୋଗ ହୋଇଥିଲା। ଏପରିକି ଟେଣ୍ଡର ପ୍ରକ୍ରିୟାରେ ପ୍ରିୟାପ୍ରୀତି ତୋଷଣ କରାଯାଇ ଯୋଗ୍ୟତା ନ ଥିବା ବିଭିନ୍ନ ସଂସ୍ଥାକୁ କାମ ଦିଆଯାଇଥିବାରୁ କର୍ପୋରେଟରମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏତେ ଅଭିଯୋଗ, ଅସନ୍ତୋଷ ପରେ ବି ବିଏମ୍‌ସି ନୂତନ ସଂସ୍ଥାର କାର୍ଯ୍ୟକୁ ତଦାରଖ କରୁ ନାହିଁ କି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓବିସି ବର୍ଗକୁ ସାବତ ପୁଅ ଭାବୁଛନ୍ତି ରାଜ୍ୟ ସରକାର:ଭାଜପା

ଭୁବନେଶ୍ୱର୧୮।୯(ବ୍ୟୁରୋ): ଶିକ୍ଷା କ୍ଷେତ୍ରରେ ନାମଲେଖା ପାଇଁ ସଂରକ୍ଷଣ ଦେବାରେ ରାଜ୍ୟ ସରକାର ପକ୍ଷପାତିତା କରୁଛନ୍ତି। ରାଜ୍ୟର ସଂଖ୍ୟାଧିକ ଓବିସି ଏବଂ ଏସ୍‌ଇବିସିଙ୍କୁ କ୍ରମାଗତ ଭାବେ ରାଜ୍ୟ...

ରାଜ୍ୟରେ ୯୨ କରୋନା ଆକ୍ରାନ୍ତ ଚିହ୍ନଟ: ବରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ରାଜ୍ୟରେ ବୁଧବାର ୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୩୮ ଜଣ ଲୋକାଲ...

କଇଁଫୁଲ ତୋଳିବାକୁ ଯାଇ…

ଝୁମ୍ପୁରୀ,୧୮ା୧୦(ଡି.ଏନ.ଏ.): ସୋମବାର ବୈତରଣୀ ନଦୀରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ ଘଟିଛିା ଗୁରୁତର ଅବସ୍ଥାରେ ଅନ୍ୟ ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇଛି । ମୃତକ ହେଲେ...

୩୦ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୮।୭: ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଘନୀଭୂତ ହୋଇଛି। ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର...

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ମୁନିଗୁଡ଼ା,୨୮ା୧: ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଷ୍ଟେଶନ ନିକଟବର୍ତ୍ତୀ ମୁନିଖୋଲ ସନ୍ନିକଟ ମଶାଣି ନାଳ ନିକଟରେ ଗୁରୁବାର ଏକ ମାଲବାହୀ ଟ୍ରେନ୍‌(ତୈଳ ଟ୍ୟାଙ୍କର) ଲାଇନଚ୍ୟୁତ ହୋଇଛି।...

ଅଣସର ଦର୍ଶନ ୧୧ ଦିନରେ: ନଟବର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ବ୍ରହ୍ମଗିରି, ୩୦ା୬(ଡି.ଏନ୍‌.ଏ.): ଦେବ ସ୍ନାନ ପୂର୍ଣ୍ଣମୀରେ ଶ୍ରୀଜୀଉମାନେ ମହାସ୍ନାନ ପରେ ଅଣସର ପିଣ୍ଡିରେ ଗୁପ୍ତ ସେବା ପାଉଛନ୍ତି। ଏପଟେ ମହାପ୍ରଭୁ ଅଲାରନାଥଙ୍କ ନିକଟରେ ଚାଲିଛି ଅଣସର...

ମନ୍ଦିର ଭଙ୍ଗାକୁ ବିରୋଧ, ପୋଲିସ-ଜନତା ମୁହାଁମୁହିଁ

କଟକ ସଦର, ୭।୮(ଡି.ଏନ.ଏ.): କିଶନନଗର ତହସିଲ ଅଧୀନ ରଟିଲୋ ଗ୍ରାମର ପଞ୍ଚମୁଖୀ ହନୁମାନ ମନ୍ଦିର ଭଙ୍ଗାଯିବାକୁ ନେଇ ଶୁକ୍ରବାର ପୋଲିସ ଓ ସ୍ଥାନୀୟ ଜନତା ମୁହଁାମୁହିଁ...

ଫର୍ଜନା ଏବେ ସ୍ବପ୍ନାରାଣୀ

ତିହିଡ଼ି, ୧୬।୭ (ଡି.ଏନ.ଏ.) – ଭଲପାଇବା ମାନେନି ଜାତିଭେଦ କି ସାମାଜିକ ବନ୍ଧନ। ପ୍ରଶାନ୍ତ ଓ ଫର୍ଜନା ଏହା ବିରୋଧରେ ସାହସର ସହ ଲଢ଼ି ଏବେ...

Advertisement
Archives

Model This Week