ନୂଆ ସଫେଇ ସଂସ୍ଥାକୁ ନେଇ ବଢୁଛି ଅସନ୍ତୋଷ

ଭୁବନେଶ୍ୱର, ୩।୯ (ବ୍ୟୁରୋ): ପରିମଳ ବ୍ୟବସ୍ଥାକୁ ନେଇ ବାରମ୍ବାର ସମାଲୋଚନାର ଶିକାର ହେଉଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ତଥାପି ଏହାକୁ ଗୁରୁତର ସହ ନ ନେଇ ନୂଆ ସଫେଇ ସଂସ୍ଥାଗୁଡ଼ିକୁ ଅନୁକମ୍ପା ଦେଖାଇ ଚାଲିଛି। ଫଳରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ମନମୁଖି କାର୍ଯ୍ୟ କରୁଥିବାରୁ ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଗଦା ହୋଇ ରହୁଛି। ଫଳରେ ସହରର ପରିବେଶ ସୁଧୁରୁ ନ ଥିବାବେଳେ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଗତ କିଛିଦିନ ଧରି ଭୁଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ଦାରୁଠେଙ୍ଗବାସୀ ବାରଣ କରିଥିଲେ। ଫଳରେ ରାଜଧାନୀ ଏକ ପ୍ରକାର ଆବର୍ଜନାମୟ ହୋଇ ପଡିଥିଲା। ତେବେ ୩୧ ତାରିଖରେ ବିଏମ୍‌ସି ଓ ଦାରୁଠେଙ୍ଗ ଗ୍ରାମବାସୀଙ୍କ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ହୋଇଛି। ଏବେ ପ୍ରତିଦିନ ସହରର ଅଳିଆ ଡମ୍ପିଂୟାର୍ଡକୁ ଯାଉଛି। ଏହାସତ୍ତ୍ୱେ ସହରର ବିଭିନ୍ନ ଓ୍ବାର୍ଡରେ ଅଳିଆ ଗଦା ହୋଇ ରହିଥିବା ଦେଖାଯାଉଛି। ବିବାଦ ତୁଟିଥିଲେ ବି ସଫେଇ ଦାୟିତ୍ୱରେ ଥିବା ନୂଆ ସଂସ୍ଥା ଆଓ୍ବାରଲ୍ୟାଣ୍ଡ୍‌ ଏବଂ ଗ୍ରୀନ୍‌ ସର୍କଲ ସେମାନଙ୍କ କାର୍ଯ୍ୟ ଠିକ୍‌ ଭାବେ ତୁଲାଇ ପାରୁ ନ ଥିବାରୁ ଏପରି ସ୍ଥିତି ଲାଗି ରହିଥିବା ଅଭିଯୋଗ ହେଉଛି। ସଂସ୍ଥାର କାର୍ଯ୍ୟ ପ୍ରଣାଳୀରେ ସଫେଇ କର୍ମଚାରୀମାନେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏ ସମ୍ପର୍କରେ ଶନିବାର ବିଏମ୍‌ସି ମଜଦୁର ସଂଘ ସହିତ ଆଓ୍ବାରଲ୍ୟାଣ୍ଡ ସଂସ୍ଥାର ଆଲୋଚନା କରାଯିବ ବୋଲି ସୂଚନା ଦିଆଯାଇଛି। ଅପରପକ୍ଷେ ଆବଶ୍ୟକ ମେଶିନ ଓ ଅନ୍ୟାନ୍ୟ ଜିନିଷପତ୍ର ଅଭାବରୁ ଅଧିକାଂଶ ସ୍ଥାନରୁ ଅଳିଆ ଉଠିପାରୁ ନାହିଁ। ଏପରିକି ସମସ୍ତ ସଫେଇ କର୍ମଚାରୀଙ୍କୁ ସଂସ୍ଥା ପକ୍ଷରୁ ଝାଡୁ ମଧ୍ୟ ପ୍ରଦାନ କରାଯାଇ ନ ଥିବା ସଂଘ ଅଭିଯୋଗ କରିଛି। କେବଳ କାମଚଳା ଭାବେ ଅଳିଆ ଓଳାଇ ଗୋଟିଏ ଗୋଟିଏ ସ୍ଥାନରେ ଜମା କରାଯାଉଛି। କହିବାକୁ ଗଲେ ନୂଆ ସଂସ୍ଥାଗୁଡ଼ିକ ଏ ପର୍ଯ୍ୟନ୍ତ ପୂରା ପ୍ରସ୍ତୁତ ହୋଇ ନାହାନ୍ତି।
ଅଗଷ୍ଟ ୧୬ରୁ ନୂଆ ସଂସ୍ଥା ଆଓ୍ବାରଲ୍ୟାଣ୍ଡ୍‌ ଏବଂ ଗ୍ରୀନ୍‌ ସର୍କଲ ୨ଟି ଜୋନ୍‌ର ୧୩ଟି ଓ୍ବାର୍ଡରେ ସଫେଇ ଦାୟିତ୍ୱ ନେଇଛନ୍ତି। ଆଓ୍ବାରଲ୍ୟାଣ୍ଡ ଅଧୀନରେ ଓ୍ବାର୍ଡ ନଂ. ୪୬, ୫୨, ୬୩, ୬୨, ୬୪, ୬୫ ଏବଂ ୬୬ ଥିବାବେଳେ ପ୍ରାୟ ୪ଶହ ସଫେଇ କର୍ମଚାରୀ ରହିଛନ୍ତି। ସେହିପରି ଗ୍ରୀନ୍‌ ସର୍କଲକୁ ଓ୍ବାର୍ଡ ନଂ. ୫୪, ୫୮, ୫୯, ୬୦, ୬୧ ଏବଂ ୬୭ର ସଫେଇ ଦାୟିତ୍ୱ ଦିଆଯାଇଛି। ସଂସ୍ଥା ଅଧୀନରେ ପ୍ରାୟ ୨୮୦ କର୍ମଚାରୀ କାମ କରୁଛନ୍ତି। ନୂଆ ସଂସ୍ଥାର କାମକୁ ଅନେକ କର୍ପୋରେଟର ନାପସନ୍ଦ କରିଛନ୍ତି। ସରଞ୍ଜାମ ଅଭାବ ସହ ୫ଟି ଲୋକ ସ୍ଥାନରେ ଏହି ସଂସ୍ଥାଗୁଡ଼ିକ ଗୋଟିଏ ଲୋକ ଲଗାଉଛନ୍ତି। ଫଳରେ ଶତପ୍ରତିଶତ ସଫେଇ ହୋଇ ପାରୁନାହିଁ। ଏନେଇ ବିଏମ୍‌ସିର କର୍ପୋରେଶନ ବୈଠକରେ ମଧ୍ୟ କର୍ପୋରେଟଣମାନେ ପ୍ରଶ୍ନ ଉଠାଇଥିଲେ। କର୍ପୋରେଶନ ଗଠନ ହେବା ପରେ ବି କର୍ପୋରେଟଙ୍କ ସହ କୌଣସି ଆଲୋଚନା ନ କରି ନୂଆ ସଫେଇ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷର କରାଯାଇଥିବା ଅଭିଯୋଗ ହୋଇଥିଲା। ଏପରିକି ଟେଣ୍ଡର ପ୍ରକ୍ରିୟାରେ ପ୍ରିୟାପ୍ରୀତି ତୋଷଣ କରାଯାଇ ଯୋଗ୍ୟତା ନ ଥିବା ବିଭିନ୍ନ ସଂସ୍ଥାକୁ କାମ ଦିଆଯାଇଥିବାରୁ କର୍ପୋରେଟରମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏତେ ଅଭିଯୋଗ, ଅସନ୍ତୋଷ ପରେ ବି ବିଏମ୍‌ସି ନୂତନ ସଂସ୍ଥାର କାର୍ଯ୍ୟକୁ ତଦାରଖ କରୁ ନାହିଁ କି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?