ବିଦ୍ୟାଳୟ ମରାମତି ସରି ନ ଥିବାରୁ ଅସନ୍ତୋଷ

ରସୁଲପୁର,୧୮ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ୫-ଟି ରୂପାନ୍ତରଣ ବିଦ୍ୟାଳୟ ଓ ପଞ୍ଚାୟତସ୍ଥିତ ଶନି ମନ୍ଦିର ପରିସରରେ ନିର୍ମିତ ଗ୍ରାମାଞ୍ଚଳ ପାର୍କ ନିର୍ମାଣ କାର୍ଯ୍ୟ ସ୍ଥିତି ପରଖିଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସ। ବିଧାୟିକା ଦାସଙ୍କ ସମେତ ସ୍ଥାନୀୟ ସରପଞ୍ଚ ଜୟନ୍ତୀ ସାହୁ, ବିଡିଓ ଅବନିକାନ୍ତ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୋନାଲି ଧଳ, କନିଷ୍ଠଯନ୍ତ୍ରୀ ସୁଚିସ୍ମିତା ବିଶ୍ୱାଳ, ଯୁବନେତା ଅଶୋକ କୁମାର ସାହୁ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ବିଦ୍ୟାଳୟ ରୂପାନ୍ତରଣର ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ ହୋଇଥିବା ଜବାହରଲାଲ ନେହେରୁ ଉଚ୍ଚ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଏବେ ବି ସରିନାହିଁ। ଏହି ପର୍ଯ୍ୟାୟରେ ରୂପାନ୍ତରଣ ହୋଇଥିବା ବିଦ୍ୟାଳୟଗୁଡିକ ଲୋକାର୍ପଣ ହୋଇସାରିଛି। ସମ୍ପୃକ୍ତ ବିଦ୍ୟାଳୟକୁ ବ୍ୟବହାର କରାଯାଇ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି। ତେବେ ଏଠାରେ ବିଦ୍ୟାଳୟ ନିର୍ମାଣ ପୂର୍ଣ୍ଣାଙ୍ଗକରଣରେ ବିଳମ୍ବ ହେଉଥିବାରୁ ପିଲାଙ୍କର ପାଠପଢ଼ାରେ ବାଧା ଉପୁଜୁଛି। ଏହାକୁ ନେଇ ବିଧାୟିକା ଅସନ୍ତୋଷବ୍ୟକ୍ତ କରିଥିଲେ। ଏଥିସହିତ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାଛଡ଼ା ବିଧାୟିକା ତୃତୀୟ ପର୍ଯ୍ୟାୟ ରୂପାନ୍ତରଣରେ ସାମିଲ ଶ୍ରୀଜଗନ୍ନାଥ ହାଇସ୍କୁଲ୍‌, ବିରଭାନପୁର ବିଦ୍ୟାଳୟସ୍ଥିତି ପରଖିବା ସହ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାର୍ଚ୍ଚ,୨୦୨୩ ସୁଦ୍ଧା ନିର୍ମାଣ ଶେଷ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉକ୍ତ ନିର୍ମାଣ ଶେଷ ହେବା ସହ ଉକ୍ତ ବିଦ୍ୟାଳୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲୋକାର୍ପଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପରେ ବିଧାୟିକା ମଙ୍ଗରାଜପୁର ଗାଁର ପ୍ରସିଦ୍ଧ ଶନି ମନ୍ଦିର ସ୍ଥିତି ବୁଲି ଦେଖିଥିଲେ। ବର୍ଷା ଦିନରେ ମନ୍ଦିରରେ ପାଣି ପଶି ଯାଉଥିବା ସମ୍ପର୍କରେ ସ୍ଥାନୀୟ ଲୋକେ ବିଧାୟିକାଙ୍କୁ ଜଣାଇଥିଲେ। ବିଧାୟିକା ଦାସ ମନ୍ଦିର ପରିସରରେ ଏକ ଗ୍ରାମାଞ୍ଚଳ ପାର୍କ ନିର୍ମାଣ କରିବା ସହ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବିଡିଓ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ଅର୍ଥ ବିଧାୟିକାଙ୍କ ପାଣ୍ଠିରୁ ଭରଣା କରାଯିବ ବୋଲି ସେ ସୂଚନା ଦେଇଥିଲେ। ବିଧାୟକା ପଞ୍ଚାୟତ ମିଶନ ଶକ୍ତି ଗୃହ ନିର୍ମାଣ ସ୍ଥଳ ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri