Advertisement
Posted inଜାତୀୟ

ଶ୍ରଦ୍ଧା ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ: ଶିକ୍ଷିତ ଝିଅମାନେ ହୋଇଥାନ୍ତି ଲିଭ୍‌-ଇନ୍‌ର ଶିକାର

ନୂଆଦିଲ୍ଲୀ,୧୮।୧୧: ଶ୍ରଦ୍ଧାଙ୍କୁ ତାଙ୍କ ଲିଭ୍‌-ଇନ୍‌ ପାର୍ଟନର ଅତି ନିର୍ମମ ଭାବେ ହତ୍ୟା କରିଥିବା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର ଏହି ଘଟଣା ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ସେ ଚର୍ଚ୍ଚ ପରିସରକୁ ଆସିଛନ୍ତି। ଏହି ହତ୍ୟାକାଣ୍ଡରେ କେନ୍ଦ୍ରମନ୍ତ୍ରୀ ଶିକ୍ଷିତ ଝିଅ ଏବଂ ଲିଭ୍‌-ଇନ୍‌ ରିଲେସନସିପ୍‌କୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଏଭଳି ଘଟଣା ସେହି ଝିଅଙ୍କ ସହ ଘଟୁଛି ଯେଉଁମାନେ ଭଲ ଶିକ୍ଷିତ, ସେମାନେ ଭାବନ୍ତି ଯେ ସେମାନେ ଅତ୍ୟନ୍ତ ସ୍ପଷ୍ଟ ଏବଂ ସେମାନଙ୍କ ଭବିଷ୍ୟତ ବିଷୟରେ ନିଷ୍ପତ୍ତି ନେବାର କ୍ଷମତା ରହିଛି। ଏହାସହ ଆହୁରି ମଧ୍ୟ କହିଛନ୍ତି ଯେ, ଲିଭ୍‌-ଇନ୍‌ ରିଲେସନସିପ୍‌ରେ ରହିବା କ’ଣ ଦରକାର? ଯଦି ତାହା କରିବାକୁ ପଡିବ ତା’ହେଲେ ଲିଭ୍‌-ଇନ୍‌ ରିଲେସନସିପ୍‌ ପାଇଁ ଉପଯୁକ୍ତ ପଞ୍ଜୀକରଣ କରିବା ଉଚିତ୍‌। ଏଭଳି ରିଲେସନସିପ୍‌କୁ ମା’ବାପା ଯଦି ପ୍ରସ୍ତୁତ ନୁହନ୍ତି,ତେବେ କୋର୍ଟ ମ୍ୟାରେଜ୍‌ କରି ଏକାଠି ରହିବା ଉଚିତ୍‌। ତାଙ୍କର ଏଭଳି ବିବୃତ୍ତିକୁ ମଧ୍ୟ ଅନେକ ସମାଲୋଚନା ମଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୬ ମାସ ଭାଜପା ମଙ୍ଗ ସମ୍ଭାଳିବେ ଶାହ

ନୂଆଦିଲ୍ଲୀ,୧୩ା୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଭାଜପା ଅଧ୍ୟକ୍ଷ ପଦରେ ଆଉ ଅନ୍ତତଃ ୬ ମାସ ରହିବା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଦଳର...

ବିଦେଶ ଯାତ୍ରାରେ ନ ଯାଇ ବି ସ୍ପାଇସ୍‌ ଜେଟ୍‌ ପାଇଲଟ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୯।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ବିଦେଶରୁ ସ୍ବଦେଶ ଫେରିଥିବା ବହୁ ଭାରତୀୟଙ୍କଠାରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି। ତେବେ ସ୍ପାଇସ୍‌ ଜେଟ୍‌ର...

୩୦ ହଜାର ଯାତ୍ରୀଙ୍କୁ ଜାତୀୟ ପତାକା ବାଣ୍ଟିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଏୟାର ଇଣ୍ଡିଆ ପକ୍ଷରୁ ଦେଶର ସମସ୍ତ ମେଟ୍ରୋ ସହର ସମେତ ଶ୍ରୀନଗର ବିମାନ ବନ୍ଦରରେ ଯାତ୍ରୀଙ୍କୁ ରବିବାର ଜାତୀୟ ପତାକା...

ଅମିତ ଶାହାଙ୍କ ଆରୋଗ୍ୟ କାମନା କରି ଉପବାସ ରଖିବେ ଏହି ମୁସଲମାନ ବ୍ୟକ୍ତି

ଶ୍ରୀନଗର,୩।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ଆକ୍ରାନ୍ତ ହୋଇ ଏବେ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି । ତାଙ୍କ ଆରୋଗ୍ୟ କାମନା କରି...

ଆସାମବାସୀ ଚିନ୍ତା କରନ୍ତୁନି: ମୋଦି

ନୂଆଦିଲ୍ଲୀ,୧୩।୧୨(ପି.ଟି.):ନାଗରିକତ୍ୱ (ସଂଶୋଧନ) ବିଲ୍‌ (ସିଏବି)କୁ ବିରୋଧକରି ଆସାମରେ ଚାଲିଥିବା ବିକ୍ଷୋଭ ହିଂସାର ରୂପ ନେଇଥିବାବେଳେ ନୂଆ ଆଇନକୁ ନେଇ ଚିନ୍ତା କରିବାର କିଛି ନାହିଁ ବୋଲି...

ନୂଆ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟଶାଳୀ ନମ୍ବର

ଅମୃତସର,୧୬।୩: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଭାଗୱନ୍ତ ମାନ ଶପଥ ନେଇଛନ୍ତି। ଶହୀଦ ଭଗତ ସିଂଙ୍କ ଜନ୍ମସ୍ଥାନ ଖଟକର କଲାନରେ ଏକ ଭବ୍ୟ ସମାରୋହରେ...

‘ମତ ଦେବାର ଅଧିକାରରୁ ମୋତେ ବଞ୍ଚିତ କରିଛି ଟୁଇଟର’

ନୂଆଦିଲ୍ଲୀ,୧୩ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ରାହୁଲ କହିଛନ୍ତି, ଟୁଇଟର ତାଙ୍କ ଆକାଉଣ୍ଟକୁ ବ୍ଳକ୍‌...

ସୀମାରେ ସ୍ଥିତି ଗମ୍ଭୀର: ସେନାମୁଖ୍ୟ

ଲଦାଖ,୪।୯: ପୂର୍ବ ଲଦାଖର ଲାଇନ୍‌ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍‌ଏସି)ରେ ସ୍ଥିତି ଗମ୍ଭୀର ରହିଛି ବୋଲି ସ୍ଥଳସେନା ମୁଖ୍ୟ ଏମ.ଏମ ନରଓ୍ବଣେ କହିଛନ୍ତି। ଦୁଇ ଦିନିଆ ଲଦାଖ...

Advertisement
Archives

Model This Week