ରସୁଲପୁର,୧୧ା୧୦ (ଡି.ଏନ.ଏ.): ରସୁଲପୁର ବ୍ଲକ ସମନ୍ବିତ ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧୀନ ମାନପୁର ଅଙ୍ଗନୱାଡ଼ି କେନ୍ଦ୍ରରେ ଅଣ୍ଡା ଛତୁଆ ବଣ୍ଟନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ା ଏ ନେଇ ରସୁଲପୁର ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରଣୀଙ୍କ ସମେତ ଜିଲା ପ୍ରଶାସନକୁ ଅବଗତ କରାଯିବ ବୋଲି ଅଭିଭାବକ ଜୟନ୍ତ ଦଳାଇ, ବାଉରୀ ବନ୍ଧୁ ନାୟକ, ଶ୍ରୀଧର ନାୟକ, କୁନା ଦଳାଇ, ପୂର୍ଣ୍ଣଚନ୍ଦ୍ର ସାମଲ ପ୍ରମୁଖ କହିଛନ୍ତି ା
ସରକାରୀ ନିୟମ ମୁତାବକ ପ୍ରତିମାସ ୧ତାରିଖରେ ଅଙ୍ଗନୱାଡି କେନ୍ଦ୍ରରେ ଗର୍ଭବତୀ ଓ ପ୍ରସୂତୀ, ୩ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଭାବେ ଅଣ୍ଡା, ଛତୁଆ, ବାଦାମ ଲଡୁ, ସୁଜି ଆଦି ବଣ୍ଟନ କରାଯାଉଛି ା ହେଲେ ମାନପୁର କେନ୍ଦ୍ରରେ ଉପରୋକ୍ତ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ଚଳିତ ମାସ ୧ ତାରିଖ ବଦଳରେ ୧୦ ତାରିଖରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ା ବିଳମ୍ବରେ ଖାଦ୍ୟ ସାମଗ୍ରୀ ବଣ୍ଟନକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ା ଏଭଳି ବେଆଇନ କାର୍ଯ୍ୟକୁ ନେଇ ହିତାଧିକାରୀ ଓ କେନ୍ଦ୍ର କର୍ମଚାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ା କେତେଜଣ ହିତାଧିକାରୀ ଖାଦ୍ୟ ସାମଗ୍ରୀ ଗ୍ରହଣ କରିବାକୁ ମନା କରିଦେଇଥିଲେ ା ଏହି ଘଟଣାରେ ଗାଁର କେତେଜଣ ମୁରବୀ ହସ୍ତକ୍ଷେପ କରିବାରୁ ବିବାଦର ଆପୋସ ସମାଧାନ ହୋଇଥିଲା ା ଏ ନେଇ କର୍ମୀ ରଶ୍ମିତା ବୋଇତାଇଙ୍କୁ ପଚାରିବାରୁ ଅକ୍ଟୋବର ୧ତାରିଖ ଶନିବାର ଥିଲା। ସେଦିନ ସେ ନିଜ କେନ୍ଦ୍ରରେ ଅଣ୍ଡା ଛତୁଆ ବାଣ୍ଟିଥିଲେ ା ପରେ ଦୁର୍ଗାପୂଜା ଛୁଟି ପଡିବାରୁ ଏଥରକ ବିଳମ୍ବରେ ସାମଗ୍ରୀ ବଣ୍ଟା ଯାଇଥିବା ସେ ସ୍ବୀକାର କରିଛନ୍ତି ା ସୂଚନାଯୋଗ୍ୟ, ଉକ୍ତ କେନ୍ଦ୍ରକୁ ନେଇ ୨୦୧୧ରୁ ବିବାଦ ଲାଗି ରହିଛି ା ସେହି ମାମଲା କୋର୍ଟରେ ବିଚାରଧୀନ ରହିଛି ା ଫଳରେ କେନ୍ଦ୍ରରେ କର୍ମଚାରୀ ଓ ସହାୟିକା କାମରେ ଯୋଗ ଦେଉନାହାଁନ୍ତି ା ଉକ୍ତ କେନ୍ଦ୍ର ଦାୟିତ୍ୱ ବାହାବଳପୁର ଅଙ୍ଗନୱାଡି କେନ୍ଦ୍ରର କର୍ମଚାରୀ ରଶ୍ମୀତା ବୋଇତାଇଙ୍କ ଉପରେ ନ୍ୟସ୍ତ କରାଯାଇଛି।