ପ୍ରାଚୀନ ପଥର ଭାଙ୍ଗୁଥିବାରୁ ଅସନ୍ତୋଷ

ଢେଙ୍କାନାଳ,୩।୧(ରତନ ନାୟାର): ରାଜ୍ୟର ପ୍ରସିଦ୍ଧ ଶୈବପୀଠ ତଥା ଢେଙ୍କାନାଳ ଜିଲାର କପିଳାସସ୍ଥିତ ମହାପ୍ରଭୁ ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ମୁଖ୍ୟ ମନ୍ଦିର ଗର୍ଭଗୃହ ଓ ମା’ ପାର୍ବତୀଙ୍କ ମନ୍ଦିର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ମରାମତି ନିଷ୍ପତ୍ତିର ୫ ମାସ ପରେ କରାଯାଉଥିବା ଏହି କାର୍ଯ୍ୟକୁ ନେଇ ଆରମ୍ଭରୁ ସେବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କାରଣ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ମନ୍ଦିରର ଚୂନ ଛଡ଼ାଯାଉଥିବା ବେଳେ ପ୍ରାଚୀନ ପଥରଗୁଡିକ ଭାଙ୍ଗି ଯାଉଛି। ଏ ସମ୍ପର୍କରେ ସେବାୟତ ଓ ସେବକମାନେ ପ୍ରତ୍ନତତ୍ତ୍ୱ ବିଭାଗ, ଜିଲା ପ୍ରଶାସନ ଓ ଜିଲା ଦେବୋତ୍ତର ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି। ମରାମତି କାମ ସମୟରେ ଅଭିଜ୍ଞ ଯନ୍ତ୍ରୀ, ଅଧିକାରୀମାନେ ଉପସ୍ଥିତ ରହିବା ପାଇଁ ସେବାୟତମାନେ ଦାବି କରିଛନ୍ତି ବୋଲି ବରିଷ୍ଠ ସେବାୟତ ନିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ୨୦୦୫ ମସିହାରୁ ପ୍ରତ୍ନତତ୍ତ୍ୱ ବିଭାଗ କପିଳାସ ପୀଠର ଉନ୍ନତୀକରଣ ଦାୟିତ୍ୱ ହାତକୁ ନେଇଛି। କିନ୍ତୁ ଦାୟିତ୍ୱ ନେବାର ଦୀର୍ଘଦିନ ପରେ ମଧ୍ୟ କପିଳାସ ପୀଠର କୌଣସି ଉନ୍ନତିମୂଳକ କାମ ପାଇଁ ମାଟି ଗାଣ୍ଡୁଆଟିଏ ପଡିପାରି ନ ଥିଲା। ସେହିପରି ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ଥିବାରୁ ନିୟମ ଅନୁଯାୟୀ ରାଜ୍ୟ ସରକାର, ଜିଲା ପ୍ରଶାସନ, ଦେବୋତ୍ତର ବିଭାଗ ଏଠାରେ କୌଣସି ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରିପାରୁନାହାନ୍ତି। ବାରମ୍ବାର ଦାବି ପରେ ଗତ ଜୁନ ୨୭ରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କପିଳାସ ପୀଠରେ ପହଞ୍ଚି କେନ୍ଦ୍ର ଓ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ପୀଠର ଉନ୍ନତୀକରଣ ନେଇ ସମୀକ୍ଷା କରିଥିଲେ। ଏହି ସମୟରେ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। କପିଳାସର ବିକାଶ ପାଇଁ ଭାରତ ସରକାର ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେହି ସମୟରେ କେନ୍ଦ୍ରମନ୍ତ୍ରୀ କହିଥିଲେ। ଏପରି କି ଡିସେମ୍ବର ସୁଦ୍ଧା କିଛି ଉନ୍ନତିମୂଳକ କାର୍ଯ୍ୟ ସରିବ ବୋଲି ସେତେବେଳେ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନେ ସୂଚନା ଦେଇଥିଲେ। କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷାର ୫ମାସ ପରେ ଅର୍ଥାତ ଗତ ଡିସେମ୍ବରରେ ମନ୍ଦିରର ଗର୍ଭଗୃହ ଓ ମା’ ପାର୍ବତୀଙ୍କ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ଢେଙ୍କାନାଳ ଦାୟିତ୍ୱରେ ଥିବା ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ଡି.ବି. ଗଡ଼ନାୟକ କହିଛନ୍ତି, ଟେଣ୍ଡର ପ୍ରକ୍ରିୟା ଓ ବ୍ୟୟ ଅଟକଳ କାର୍ଯ୍ୟକୁ ନେଇ ବିଳମ୍ବ ହେବାରୁ ମରାମତିରେ ବିଳମ୍ବ ହୋଇଥିଲା। ମରାମତି ସମୟରେ ପ୍ରାଚୀନ ପଥର ଭାଙ୍ଗୁଥିବା ସମ୍ପର୍କରେ ଅବଗତ ରହିଛି। ପୁରୀ ମନ୍ଦିର କାର୍ଯ୍ୟ କରୁଥିବା ଅଭିଜ୍ଞ ଶିଳ୍ପୀମାନେ ଏଥିରେ ନିୟୋଜିତ ହୋଇଛନ୍ତି। ପାରମ୍ପରିକ ଉପାୟରେ ପୀଠର ଉନ୍ନତୀକରଣ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି। ବେଲ ଓ କେନ୍ଦୁ ଅଠା ବ୍ୟବହାର କରାଯିବ। ଆସନ୍ତା ୧୦ ତାରିଖରେ ଯନ୍ତ୍ରୀମାନଙ୍କ ସହ ଉନ୍ନତୀକରଣ କାର୍ଯ୍ୟ ତଦାରଖ କରାଯିବ। ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କହିଛନ୍ତି, ପ୍ରାଚୀନ ପଥର ଭାଙ୍ଗୁଥିବା ସମ୍ପର୍କରେ କୌଣସି ଅଭିଯୋଗ ନାହିଁ। ଯେହେତୁ ଶୁଣିବାକୁ ପାଇଛୁ, ପୀଠକୁ ଯାଇ ମରାମତି କାର୍ଯ୍ୟ ଉପରେ ଅନୁଧ୍ୟାନ କରିବା ପରେ ଯାହା କହିହେବ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ କଲେ କୋରେଇ ବିଜେଡି ବିଧାୟିକା ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ

ଯାଜପୁର, ୯।୫: କୋରେଇ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ପାଣିକୋଇଲି ତାରିଣୀ...

କନ୍ଧମାଳବାସୀଙ୍କୁ ଭୋଟ୍‌ ମାଗିଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ,୯ା୫(ରାକେଶ କୁମାର ରାଉତ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର କନ୍ଧମାଳ ଗସ୍ତରେ ଆସି ଭୋଟ୍‌ ମାଗିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ୭...

ସାପ କାମୁଡ଼ାରେ ତିନି ବର୍ଷର ପୁଅ ମୃତ, ବିଷ କାଢ଼ିବାକୁ ଚେଷ୍ଟା କରି ବାପା ଆହତ

ସୁବର୍ଣ୍ଣପୁର, ୯।୫:: ବିରାମହାରାଜପୁର ଅଞ୍ଚଳର ହିଲୁଙ୍ଗା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡ଼ିରେ ତିନି ବର୍ଷର ବାଳକ ପ୍ରାଣ ହରାଇଛି। ସାଗର...

ବଦଳିଲେ କଂଗ୍ରେସ ଜିଲା ସାଧାରଣ ସମ୍ପାଦକ, ବ୍ଲକ ସଭାପତି

ପାଟଣା,୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ନୂତନ କଂଗ୍ରେସ ସଭାପତି ଭାବେ ଭାବେ କୈଳାଶ ଚନ୍ଦ୍ର ବାରିକଙ୍କୁ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା...

ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ପୁରୀ,୯।୫: ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ବାହାରି ପୁରୀରେ ପହଞ୍ଚିଛନ୍ତି। ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ।...

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯ା୫: ସାଲେପୁରର ଭାଜପା ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର...

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର...

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୯ା୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri