ଧଉଳି ଶାନ୍ତିସ୍ତୂପରେ ଗଛକଟାକୁ ନେଇ ଅସନ୍ତୋଷ

ଭୁବନେଶ୍ୱର(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର,(ଡି.ଏନ୍‌.ଏ)୨୬ା୧୦: ରାଜଧାନୀରେ ଗଛକଟାକୁ ନେଇ ପୁଣି ବିବାଦ ଛିଡ଼ାହୋଇଛି। ପର୍ଯ୍ୟଟନସ୍ଥଳୀ ଶାନ୍ତିସ୍ତୂପ ଧଉଳି ଆସନ୍ତା ୨୮ତାରିଖରେ ଏହାର ସୁବର୍ଣ୍ଣ ଜୟନ୍ତ୍ରୀ ପାଳନ କରିବାକୁ ଯାଉଛି। ଦେଶ ବିଦେଶରୁ ବହୁ ବୌଦ୍ଧ ସାଧୁସନ୍ଥ ଏଥିରେ ଯୋଗଦେବାକୁ ଥିବାରୁ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବୁଦ୍ଧଦେବଙ୍କ ବିଭିନ୍ନ ମୁଦ୍ରାରେ ଥିବା ପ୍ରତିମୂର୍ତ୍ତିରେ ପ୍ରଲେପ ଦିଆଯାଉଛି। ଏପରି କି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକୁ ଦୂରରୁ ଉପଭୋଗ କିପରି କରିହେବ ସେଥିପାଇଁ ଏହାର ଚତୁଃପାର୍ଶ୍ୱରେ ଥିବା ଗଛଗୁଡ଼ିକୁ କଟାଯାଇଛି। ନିମ୍ବ, ବର, କରଞ୍ଜ, ଅଶ୍ୱସ୍ଥ, କୃଷ୍ଣଚୂଡ଼ା, ଶିମିଳି ଭଳି ପ୍ରାୟ ୨୦୦ ଔଷଧୀୟ ଏବଂ ଜଙ୍ଗଲି ଗଛକୁ ବନବିଭାଗ କାଟି ଥୁଣ୍ଟା କରିଚାଲିଛି। ଏପରି କି ସ୍ତୂପ ନିକଟ ଏବଂ ଶ୍ରୀ ଧବଳେଶ୍ୱର ପୀଠ ନିକଟ ଚଟାଣକୁ ନଷ୍ଟ କରୁଥିବା କେତେକ ଗଛକୁ ମୂଳରୁ କାଟି ଦିଆଯାଇଥିଲା ତେବେ ଏଭଳି ଗଛକଟାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ରାଜନୈତିକ ଦଳଠାରୁ ଆରମ୍ଭ କରି ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। କାରଣ ଧଉଳିକୁ ବର୍ଷସାରା ବିଭିନ୍ନ ସ୍ଥାନରୁ ବହୁ ପର୍ଯ୍ୟଟକ ଆସୁଥିବାବେଳେ ଏଠାରେ ଥିବା ବଡ଼ ବଡ଼ ଝଙ୍କାଳିଆ ବୃକ୍ଷର ଛାଇ ସେମାନଙ୍କୁ ତାତିରୁ ରକ୍ଷା କରିଥାଏ। ପାହାଡ଼ ଉପରେ ବୁଲିବା ପରେ ଲୋକମାନେ ଗଛତଳର ଛାଇରେ ଥକ୍କା ମେଣ୍ଟାଇଥାନ୍ତି। ହେଲେ ସୌନ୍ଦର୍ଯ୍ୟକରଣ ନାମରେ ପ୍ରଶାସନ ପକ୍ଷରୁ ଝଙ୍କାଳିଆ ଗଛକୁ କାଟି ଥୁଣ୍ଟା କରିଦିଆଯାଇଛି। ଅପରପକ୍ଷରେ ଧଉଳି ସୌନ୍ଦର୍ଯ୍ୟକରଣ ନିମନ୍ତେ ଗଛ କଟାଯାଉନାହିଁ ବରଂ ୫୦ରୁ ୬୦ଟି ଗଛର ଶାଖା ପ୍ରଶାଖାକୁ କାଟି ଚତୁଃପାର୍ଶ୍ୱକୁ ସଫା କରାଯାଇଛି। ଗଛ କାଟିବା ଉପରେ କଟକଣା ଏବଂ ଆଇନ ରହିଥିବାରୁ କୌଣସି ଗଛକୁ ମୂଳରୁ କଟାଯାଇନାହିଁ ବୋଲି ଭୁବନେଶ୍ୱର ସିଟି ଡିଏଫ୍‌ଓ ଅଜିତ୍‌ କୁମାର ଶତପଥୀ କହିଛନ୍ତି।
କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏକ ଖବରଦାତା ସମ୍ମିଳନୀ କରି କହିଛନ୍ତି, ଓଡିଆ ଜାତିର କୀର୍ତ୍ତି, ଗୌରବ ଓ ସ୍ବର୍ଣ୍ଣିମ ଇତିହାସ ତଥା କଳିଙ୍ଗ ଯୁଦ୍ଧର ମୂକସାକ୍ଷୀ ଧଉଳି ଶାନ୍ତିସ୍ତୂପରେ ସରକାରଙ୍କ ବ୍ୟାପକ ଗଛକଟା ନିନ୍ଦନୀୟ। ଶାନ୍ତିସ୍ତୁପ ନିର୍ମାଣର ୫୦ବର୍ଷ ପୂର୍ତ୍ତି ପାଳନ ଅବସରରେ ସେଠାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ଓ ଦେଶ ବାହାରୁ ଅତିଥି ଆସିବାର କାର୍ଯ୍ୟକ୍ରମ ରହିଛି। ମାତ୍ର ଏହି କାର୍ଯ୍ୟକ୍ରମ ପାଇଁ ଧଉଳିର ପ୍ରାୟ ୩୦ ହଜାର ପୁରୁଣା ବୃକ୍ଷରାଜିକୁ କାଟିବାର କି ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏବଂ ରାଧାନାଥ ରଥ ବିଜେବି କଲେଜ ଛାତ୍ରୀଛାତ୍ରଙ୍କୁ ନେଇ ସେଠାରେ ବୃକ୍ଷରୋପଣ କରିଥିଲେ। ସେବେଠାରୁ ବିଭିନ୍ନ ସମୟରେ ଧଉଳିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଆସୁଛୁ। ଏବେ ୫୦ ବର୍ଷ ପୂର୍ତ୍ତି ପାଳନ ଅବସରରେ ସରକାର ଏହାର ଉନ୍ନତୀକରଣ ପାଇଁ ପଦକ୍ଷେପ ନେଇଛନ୍ତି। ହେଲେ ଏହା ଦିଅଁ ଗଢୁ ଗଢୁ ମାଙ୍କଡ଼ ସଦୃଶ ହୋଇଛି ବୋଲି ସୁରେଶ କହିଛନ୍ତି। ୫୦ ବର୍ଷରୁ ଊର୍ଦ୍ଧ୍ୱ ଦିନର ଗଛକୁ କାଟିବା ସବୁଠାରୁ ଦୁଃଖଦାୟକ ଘଟଣା ବୋଲି ସୁରେଶ କହିଛନ୍ତି।
ଅନ୍ୟପଟେ ଭାଜପା ନେତା ଗୋଲକ ମହାପାତ୍ର କହିଛନ୍ତି, ଗଛକୁ ବଞ୍ଚାଇ ରଖିବା ଲାଗି ଉଦ୍ୟମ ହେବା ଦରକାର। ହେଲେ ଓଡିଶା ସରକାର ସବୁବେଳେ ଗଛ କାଟିବାର ପରମ୍ପରାକୁ ଅଧିକ ଆପଣାଉଥିବା ଦେଖିବାକୁ ମିଳୁଛି। ନିକଟରେ ବିଧାୟକଙ୍କ ଲାଗି କ୍ୱାର୍ଟର୍ସ ନିର୍ମାଣ କରିବା ପାଇଁ ଏକ ଆପାର୍ଟମେଣ୍ଟ କାମ ସକାଶେ ଶହ ଶହ ଗଛକୁ କାଟିଦେଲେ। ଏବେ ପୁଣି ବର୍ଷ ବର୍ଷ ତଳର ପୁରୁଣା ଗଛକୁ କାଟିବାର ପ୍ରୟାସ ଆରମ୍ଭ କରିଛନ୍ତି। ଗଛ ସବୁବେଳେ ପରିବେଶକୁ ସୁନ୍ଦର ଏବଂ ସବୁଜିମା ରଖିଥାଏ। ଧଉଳିରେ ଗଛ ରଖି ମଧ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇପାରିବ। ଯେଉଁ ପର୍ଯ୍ୟଟକମାନେ ଆସୁଛନ୍ତି ସେମାନଙ୍କୁ ଖରାରୁ ତ୍ରାହି ମିଳୁଥିଲା, ହେଲେ ସେମାନେ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଗୋଲକ କହିଛନ୍ତି। ଅପରପକ୍ଷରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଶାନ୍ତିସ୍ତୂପର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ କେବଳ ୩୦ରୁ ୪୦ ଗଛକୁ ଟ୍ରିମିଂ ଅର୍ଥାତ୍‌ ଗଛର ଶାଖାପ୍ରଶାଖାକୁ କାଣ୍ଟଛାଣ୍ଟ କରାଯାଇଛି। କୌଣସି ଗଛ କଟାଯାଉନାହିଁ। ଏବେ ଅନେକ ଗଛ କଅଁଳିଲାଣି। ୩ହଜାର ଗଛ କଟାଯିବା ନେଇ ହେଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଅସତ୍ୟ। ଏହାଦ୍ୱାରା ଲୋକମାନଙ୍କୁ ବିଭ୍ରାନ୍ତ କରାଯାଉଛି। ଏହି ଘଟଣାକୁ ନେଇ ରାଜନୀତି କରା ନ ଯାଉ ବୋଲି ମନ୍ତ୍ରୀ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ସୁଭଦ୍ରା ଯୋଜନାକୁ ନେଇ ଭାଜପା ଉପରେ ବର୍ଷିଲେ ଲେଖାଶ୍ରୀ, କହିଲେ…

ଭୁବନେଶ୍ୱର,୨୬।୭: ରାଜ୍ୟ ସରକାର ବିଧାନସଭାରେ ତାଙ୍କର ପ୍ରଥମ ବଜେଟ ଗୁରୁବାର ଉପସ୍ଥାପନ କରିଥିଲେ । ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ବଜେଟ୍‌ରେ ରାଜ୍ୟର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri