ରୁଷିଆ ସେନାରେ ବଢୁଛି ଅସନ୍ତୋଷ, ସୀମା ଚିନ୍ତା ନେଇ ବିବ୍ରତ ପୁଟିନ…

ମସ୍କୋ,୧୮।୭ : ରୁଷିଆ-ୟୁକ୍ରେନ ଯୁଦ୍ଧର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି ଏବଂ ଏହା ଶୀଘ୍ର ସମାପ୍ତ ହେବାର କୌଣସି ଲକ୍ଷଣ ଦେଖାଉ ନାହିଁ। ଏବେ ଏଭଳି ଏକ ଖବର ଆସିଛି, ରୁଷିଆ ସେନାରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବାସ୍ତବରେ, ୟୁକ୍ରେନର ମିଲିଟାରୀ ଇଣ୍ଟେଲିଜେନ୍ସ ରୁଷିଆର ସୈନିକମାନଙ୍କ ମଧ୍ୟରେ ବାର୍ତ୍ତାଳାପକୁ ଇଣ୍ଟରସେପ୍ଟ କରିଛି। ଏହି ବାର୍ତ୍ତାଳାପରେ ରୁଷିଆର ସୈନିକମାନେ ସେମାନଙ୍କ ବ୍ରିଗେଡରେ ଗୁଳି ବିନିମୟ ବିଷୟରେ କହୁଛନ୍ତି। ୟୁକ୍ରେନ ଗୁପ୍ତଚର କହିଛନ୍ତି ଏହା ଯୁଦ୍ଧ ଦ୍ୱାରା ପ୍ରଭାବିତ ରୁଷିଆ ସୈନିକମାନଙ୍କର ମାନସିକ ସ୍ଥିତିକୁ ଦର୍ଶାଉଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହସ୍ତଗତ ହୋଇଥିବା ବାର୍ତ୍ତାଳାପରେ ଜଣେ ରୁଷିଆର ସୈନିକ କହୁଛନ୍ତି ତାଙ୍କ ବ୍ରିଗେଡର ଜଣେ ସୈନିକ ନିଜ ସାଥୀମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପାଲଟା ଗୁଳି ଚାଳନାରେସେ ସୈନିକଙ୍କର ମୃତ୍ୟୁ ଘଟିଛି। ତେବେ ଗୁଳି ବିନିମୟରେ କେତେ ଜଣ ସୈନିକଙ୍କ ମୃତ୍ୟୁ ଘଟିଛି ତାହା ଜଣା ପଡିନାହିଁ। ରୁଷିଆର ସୈନିକମାନେ କଠିନ ପରିସ୍ଥିତିରେ ୟୁକ୍ରେନରେ ଯୁଦ୍ଧ କରୁଛନ୍ତି ଏବଂ କିଛି ସୈନିକ ମଧ୍ୟ ସାମ୍ନାକୁ ଯିବାକୁ ମନା କରି ଦେଇଛନ୍ତି।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା ଯେଉଁଥିରେ ରୁଷିଆର ସୈନିକମାନେ ଯୁଦ୍ଧର ସାମ୍ନାକୁ ଯିବାକୁ ମନା କରିବାରୁ ସେମାନଙ୍କ କମାଣ୍ଡିଂ ଅଫିସରଙ୍କ ଦ୍ୱାରା ଦଣ୍ଡିତ ହୋଇଥିବା ଦେଖାଯାଇଥିଲା। ରୁଷିଆର ଜେନେରାଲ ଇଭାନ ପପୋଭଙ୍କର ଏକ ଅଡିଓ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ବରିଷ୍ଠ ସୈନିକମାନଙ୍କୁ ସମାଲୋଚନା କରୁଥିବା ଶୁଣିବାକୁ ମିଳିଥିଲା। ବର୍ତ୍ତମାନ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି। ଏହି ଘଟଣାଗୁଡ଼ିକରୁ ଏହା ସ୍ପଷ୍ଟ ରୁଷିଆ ସେନା ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଫଳରେ ଦେଶର ସୀମା ଚିନ୍ତା ନେଇ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବିବ୍ରତ ହୋଇପଡ଼ିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ହୀରାକୁଦ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ଘନଫୁଟରୁ ଅଧିକ ବନ୍ୟାଜଳ, ୨ ଗେଟ୍‌ରେ ହେଉଛି ନିଷ୍କାସନ

ସମ୍ବଲପୁର,୧୩ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାର ପୁଣି ୪ଟି ସ୍ଲୁଇସ୍‌ ଗେଟ୍‌ ବନ୍ଦ କରାଯାଇଛି ଫଳରେ ବର୍ତ୍ତମାନ କେବଳ ୨ଟି ଗେଟ୍‌ରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ତେବେ…

କୂଳ ଲଙ୍ଘୁଛି ସମୁଦ୍ର: ପଥର ବନ୍ଧ ନିର୍ମାଣ ଦାବି ଦୋହରାଇଲେ ଅଞ୍ଚଳବାସୀ

ଛତ୍ରପୁର,୧୩।୮(ଦିଲୀପ ସାମଲ): ଦିନକୁ ଦିନ ସମୁଦ୍ର କୂଳ ଲଘୁଂଥିବାରୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ସମୁଦ୍ର ଉପକୂଳରେ ସ୍ଥାୟୀ ପଥର ବନ୍ଧ…

ଗୁଟଖା-ତମାଖୁ ଉପରେ ସରକାରଙ୍କ ବଡ଼ ଆକ୍ସନ୍! ୧ ବର୍ଷ ପାଇଁ ବ୍ୟାନ୍

ବେଙ୍ଗାଲୁରୁ,୧୩।୮: ଗୁଟଖା-ତମାଖୁକୁ ନେଇ ବଡ଼ ନିଷ୍ପତ୍ତି ନେଇନ୍ତି କର୍ନାଟକ ସରକାର । ରାଜ୍ୟ ସରକାର ଗୁଟ୍‌ଖା, ପାନ ମସଲା ଏବଂ ତମାଖୁ-ନିକୋଟିନ୍‌ଯୁକ୍ତ ଉତ୍ପାଦଗୁଡ଼ିକ ଉପରେ ଏକ ବର୍ଷ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri