ଖରିଫ ଧାନ ସଂଗ୍ରହ ଆରମ୍ଭରୁ ତେଜିଲା ଅସନ୍ତୋଷ

ଭବାନୀପାଟଣା/କୋକସରା,୨୫।୧୧(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଅନୁଷ୍ଠାନିକ ଭାବେ ଗୁରୁବାର ରଣମାଲ ମଣ୍ଡିରେ ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ କଳାହାଣ୍ଡି ଜିଲାରେ ପ୍ରଥମ ଥର ପାଇଁ ଜୟପାଟଣା ବ୍ଲକ ରଣମାଲ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୪ ଜଣ ଚାଷୀଙ୍କ ୨୦୦ ଶହ କୁଇଣ୍ଟାଲ ଧାନ କିଣା ହୋଇଛି। ଅନେକ ଚାଷୀଙ୍କ ତାରିଖରେ ଟୋକାନ ବିଳମ୍ବ ଥିବା ଅଭିଯୋଗ ହୋଇଛି। କିଛି ଚାଷୀଙ୍କ ଧାନ ଅମଳ ଶେଷ ହୋଇଥିବା ବେଳେ ସେମାନଙ୍କ ଟୋକାନ ଜାନୁୟାରୀରେ ରହିଛି। ଅନ୍ୟପକ୍ଷରେ ଏହି ପ୍ୟାକ୍ସ ଅଧୀନରେ ୪ଟି ରଣମାଲ ସହ ବାଣ୍ଡି ଗାଁ, ଭେଜିଗୁଡା ଓ ଅରେବେଡା ଉପ ମଣ୍ଡି ରହିଛି। କିନ୍ତୁ ଏଥର ଭେଜିଗୁଡା ଓ ଅରେବେଡା ଦୁଇଟି ଉପମଣ୍ଡିକୁ ଚଳିତ ଖରିଫ ଧାନ କିଣାରେ ବାଦ ଦେଇ ରଣମାଲ ଓ ବାଣ୍ଡିଗାଁ ମଣ୍ଡିରେ ଉକ୍ତ ଚାଷୀମାନଙ୍କୁ ଟେଗ କରିଥିବାରୁ ଅସନ୍ତୋଷ ଦେଖାଦେଇଛି। ରଣମାଲ ପ୍ୟାକ୍ସରେ ଚଳିତ ଖରିଫ ଧାନ ବିକ୍ରି କରିବା ପାଇଁ ୨୩୩୬ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଉପମଣ୍ଡି ଅରେବେଡାରେ ୩୨୨ଜଣ ଓ ଭେଜିଗୁଡାରେ ୪୧୧ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଧର୍ମଗଡ଼ ଉପ ଜିଲାପାଳ ପାୱାର ସଚିନ ପ୍ରକାଶ, ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଅଶୋକ ଦାଶ, ଅତିରିକ୍ତ ଯୋଗାଣ ଅଧିକାରୀ ଖଗେଶ୍ବର ପଣ୍ଡା, ଏଆରସିଏସ ପ୍ରବୀର କୁମାର ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଦୁଇ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୫ା୬(ବ୍ୟୁରୋ): ବାହାନଗାଠାରେ ଟ୍ରେନ୍‌ ଦୁର୍ଘଟଣା ପରେ ମରାମତି କାର୍ଯ୍ୟ ଚାଲିଥିବାରୁ ସୋମବାର ପୁଣି ଦୁଇଟି ଟ୍ରେନ୍‌ ବାତିଲ କରାଯାଇଛି। ପୁରୀ-ପାଟନା ବୈଦ୍ୟନାଥ ଏକ୍ସପ୍ରେସ ଓ ଖୋର୍ଦ୍ଧା-ଖଡ଼ଗପୁର...

ଆନ୍ଦୋଳନକାରୀ ପରିବା ବ୍ୟବସାୟୀଙ୍କ ପ୍ରତି ତହସିଲଦାରଙ୍କ ଦବଙ୍ଗଗିରି : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ପୁରୁଷୋତ୍ତମପୁର, ୨୩ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପରିବା ମାର୍କେଟ ଭାଙ୍ଗିବା ନେଇ ବ୍ୟବସାୟୀମାନେ ବୁଧବାରଠାରୁ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନେ ଆନ୍ଦୋଳନ ସମୟରେ ମାର୍କେଟ...

ଅନୁସୂଚିତ ଜାତିର ଛାତ୍ରଙ୍କ ପାଇଁ ନିର୍ମାଣ ହୋଇଛି ଛାତ୍ରାବାସ: ଅଧିକାରୀଙ୍କ ଅବହେଳାରୁ କାର୍ଯ୍ୟକ୍ଷମ ହୋଇପାରୁନି

ନୂଆଗାଁ,୧୦ା୭ (ଡି.ଏନ.ଏ.): ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ...

ଆଦାୟ ଅର୍ଥରେ କୁପାରୀ ମକରମେଳା

ଖଇରା,୧୪।୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀଠାରେ ପ୍ରସିଦ୍ଧ କପିଳମୁନି ମକର ମେଳା ଜାକଜମକରେ ଆରମ୍ଭ ହେବ। ମେଳା ଯଜ୍ଞ ଓ ମହୋତ୍ସବକୁ ଶାନ୍ତିଶୃଙ୍ଖଳାରେ...

କଳାପଟା ସାହିତ୍ୟ ବାସପତରିର ବଛରକିଆ ଉଛବ୍‌: ଯୋଗ୍‌ଦେଲେ ଶତାଧିକ କବି କଳାକାର

  ଭେଡ଼େନ, ୨୪।୧୨ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଳକ ସହରାଟିକ୍ରାନେ ଥିବାର କଳାପଟା ସାହିତ୍ୟ ବାସପତରିର ତିନ ନମର ବଛରକିଆ ଉଛବ୍‌ ସୋମବାର ଦିନ...

ମିଲର୍ସଙ୍କ ପାଇଁ ମଣ୍ଡି ଖୋଲିବାରେ ବିଳମ୍ବ

ସମ୍ବଲପୁର,୬।୧୧(ବ୍ୟୁରୋ): ସମ୍ବଲପୁର ଜିଲାରେ ନଭେମ୍ବର ୨୫ରୁ ଧାନ ସଂଗ୍ରହ ଆରମ୍ଭ ହେବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି। ହେଲେ ଚାଷୀଙ୍କ ସମସ୍ୟାକୁ ଚିନ୍ତା ନ କରି...

ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋଗ୍ରାଫର ତ୍ରିନାଥ ସମ୍ବର୍ଦ୍ଧିତ

ବ୍ରହ୍ମପୁର ଅଫିସ,୧୯।୮: ବ୍ରହ୍ମପୁର ଫଟୋଗ୍ରାଫର୍‌ସ ୱେଲଫେୟାର୍‌ ଆସୋସିଏଶନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଛି। ଖଲିକୋଟ...

ଏଏସ୍‌ଓ ପରୀକ୍ଷା ଖରାପ ହେବାରୁ ଜୀବନ ହାରିଲେ ଛାତ୍ର

ଅନୁଗୋଳ ଅଫିସ, ୨୯ା୮: ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପରୀକ୍ଷା ଖରାପ ହେବାରୁ ମାନସିକ ଭାରସାମ୍ୟ ହରାଇ ଜଣେ ଛାତ୍ର ଭଡ଼ାଘରେ ରଶି ଲଗାଇ ଜୀବନ...

Advertisement
Archives

Model This Week