ମୁଗ, ଚିନାବାଦାମ ମଣ୍ଡି ଖୋଲାଯାଇ ନ ଥିବାରୁ ଅସନ୍ତୋଷ

ମାଲକାନଗିରି,୧୫ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଚଳିତ ବର୍ଷ ବାଦାମ ଓ ମୁଗ ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଖରିଦ କରାଯିବ ବୋଲି ଗତ ମାସ ୨୯ରେ ତାରିଖ ଧାର୍ଯ୍ୟ କରାଯାଇଥିଲା। ସାଧାରଣ ନିର୍ବାଚନ ଭୋଟ ଗଣତି ଥିବାରୁ ଏବଂ ଆଚରଣ ବିଧି ଉଠି ନ ଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା ା ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ଚଳିତ ମାସ ୧୦ ତାରିଖରେ ଜିଲାପାଳ ସଚିନ ପାଓ୍ବାର ସଦର ନିୟନ୍ତ୍ରିତ ବଜାର କମିଟି ପରିସରରେ ମଣ୍ଡି ଉଦ୍‌ଘାଟନ କରିଥିଲେ। ଉକ୍ତ ଦିନ ମାଲକାନଗିରି ଅଞ୍ଚଳର ଅନେକ ଚାଷୀ ସେମାନଙ୍କ ମୁଗ ଏବଂ ବାଦାମ ବିକ୍ରି କରିଥିଲେ। କିନ୍ତୁ କାଲିମେଳା ବ୍ଲକ୍‌ ଅଞ୍ଚଳରେ ମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ସେମାନଙ୍କ ମୁଗ ଓ ବାଦାମ ମଣ୍ଡିରେ ବିକ୍ରିକରି ପାରୁନାହାନ୍ତି। ଫଳରେ ଶହ ଶହ କୁଇଣ୍ଟାଲ ବାଦାମ ଓ ମୁଗ ମଣ୍ଡିରେ ପଡ଼ି ରହିଛି।
ଚଳିତ ବର୍ଷ ନିୟନ୍ତ୍ରିତ ବଜାର କମିଟି ତରଫରୁ ପ୍ରତି ସୋମବାର ଏମ୍‌ପିଭି ୮୧, ମଙ୍ଗଳବାର କାଲିମେଳା, ବୁଧବାର ଏମ୍‌ଭି ୭୯ ଭେଜାଙ୍ଗିବାଡା, ଗୁରୁବାର କୋରୁକୋଣ୍ଡା, ଶୁକ୍ରବାର ପୁସୁଗୁଡା ଓ ଚିତ୍ରଙ୍ଗପାଲୀ ମଣ୍ଡିରେ ଚାଷୀମାନେ ସେମାନଙ୍କ ମୁଗ ଓ ଚିନାବାଦାମ ବିକ୍ରି କରିପାରିବେ ବୋଲି ଦିନ ଧାର୍ଯ୍ୟ କରା ଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଚାଷୀମାନେ ନିଜ ନିଜ ଉପତ୍ାଦିତ ଶସ୍ୟ ମଣ୍ଡିରେ ଗଚ୍ଛିତ ରଖିଛନ୍ତି। ପ୍ରାୟ ୧ ସପ୍ତାହ ହେଲା କାଲିମେଳା ବ୍ଲକ୍‌ ସଦର ମହକୁମା ମଣ୍ଡିରେ ୪୦୦ କୁଇଣ୍ଟାଲ ଚିନାବାଦାମ ପଡ଼ି ରହିଥିଲା ବେଳେ ଚାଷୀମାନେ ଜଗି ରହିଛନ୍ତି। ଏହି ମଣ୍ଡିରେ ଚାଷୀ ନିରଞ୍ଜନ ମିସ୍ତ୍ରି, କୃଷ୍ଣପଦ ବେପାରୀ, ଜଗା ପଡିଆମିଙ୍କ ଭଳିି ଅନେକ ଚାଷୀ ଅଭିଯୋଗ କରିଛନ୍ତି ।
ଏ ସମ୍ପର୍କରେ କାଲିମେଳା ଲ୍ୟାମ୍ପସ୍‌ ପରିଚାଳକ କହିଛନ୍ତି, ରାଜ୍ୟରେ ନୂତନ ସରକାର ଗଠନ ହୋଇଥିବା ବେଳେ ନିଦ୍ଦେର୍ର୍ଶ ଆସିବା କ୍ଷଣି ଖୁବ୍‌ ଶୀଘ୍ର ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ମୁଗ ଓ ଚିନାବାଦାମ କିଣାଯିବ ା ଏଠାରେ ଚାଷୀ ମାନେ ଅଭିଯୋଗ କରିଛନ୍ତି, ଏହା ଯଦି ସତ୍ୟ ତେବେ ଗତ ୧୦ ତାରିଖରେ ମାଲକାନଗିରିଠାରେ କିପରି ମଣ୍ଡିର ଶୁଭାରମ୍ଭ କରାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡିରିବାଡିରେ ହାତୀ ଆତଙ୍କ; ଗୋଦାମ ଭାଙ୍ଗି ଚାଉଳ ଖାଇଲା; ଭୟରେ ଗ୍ରାମବାସୀ

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ…

ବରୁଣ-ସଞ୍ଜୁ OUT, ବୈଭବ IN? ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ପାଇଁ ଭାରତର ପ୍ଲେଇଂ ଇଲେଭେନ…

ନୂଆଦିଲ୍ଲୀ,୧୫।୯: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ସେପ୍ଟେମ୍ବର ୧୫ (ମଙ୍ଗଳବାର) ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ…

ଦାରିଙ୍ଗବାଡ଼ିର ଦୁର୍ଗମ ପାହାଡ଼ରୁ ମେଡିକାଲ କଲେଜ: ୩ ବର୍ଷରେ NEET କ୍ଲିୟର କଲେ ୮ ଛାତ୍ରୀଛାତ୍ର

ଦାରିଙ୍ଗବାଡି,୧୫।୯(ଅରୁଣ ସାହୁ): ଓଡିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡି ଏକ ବୃହତ ବ୍ଲକ ଭାବେ ପରିଚିତ । ଏଠାରେ ବଣ, ଜଙ୍ଗଲ ଘେରା ଦୁର୍ଗମ ପାହାଡ଼ ଉପରେ…

ଖୁସି ଖବର: UPI ପେମେଣ୍ଟ ଉପରେ ଲାଗିବ ନାହିଁ କୌଣସି ଶୁଳ୍କ ! RuPay ଡେବିଟ କାର୍ଡ କାରବାର ମଧ୍ୟ ରହିବ ମାଗଣା

ନୂଆଦିଲ୍ଲୀ,୧୫।୯: ଯଦି ଆପଣ UPI କିମ୍ବା RuPay ଡେବିଟ କାର୍ଡ ବ୍ୟବହାର କରି ଦେୟ ପ୍ରଦାନ କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି।…

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?