ଧାନକିଣା ଆରମ୍ଭରୁ ବିଭ୍ରାଟ

ଖଇରା,୧୭।୧୨: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ୧୪ଟି ସେବା ସମବାୟ ସମିତିରେ ଏବେ ଧାନକିଣା ଆରମ୍ଭ ହୋଇସାରିଛି। ଅନଲାଇନରେ ବ୍ୟାପକ ତ୍ରୁଟି ରହିଥିବା ଅଭିଯୋଗ ପରେ ମଧ୍ୟ ଯୋଗାଣ ବିଭାଗ ଏହାର ସଂଶୋଧନ କରୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ସମସ୍ୟାର ସମାଧାନ କରା ନ ଗଲେ ଚାଷୀମାନେ ଆନ୍ଦୋଳନକୁ ଓହ୍ଳାଇବେ ବୋଲି ବିଭିନ୍ନ ସମିତି ଅଧୀନରେ ଧାନ ବିକ୍ରି କରିବାକୁ ପଞ୍ଜିକରଣ କରିଥିବା ଚାଷୀ ପରମାନନ୍ଦ ସାହୁ, ଜଗବନ୍ଧୁ ରାଉତ, ପୁରସ୍ତମ ସାହୁ, ଶଙ୍କର୍ଷଣ ମହାପାତ୍ର, ହେମନ୍ତ କୁମାର ପୃଷ୍ଟି, ଅନୀଲ ଦାସ, ଉଦୟ କୁମାର ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।
ସେବା ସମିତିଗୁଡିକରେ ଧାନ ବିକ୍ରି କରିବାକୁ ଉଭୟ ଜଳସେଚିତ ଓ ଅଣଜଳସେଚିତ ଜମିର ପଟ୍ଟା ପ୍ରଦାନ କରାଯାଇଥିଲା। ହେଲେ ବୋରଓ୍ବେଲ ଓ ଉଠାଜଳସେଚନ ମାଧ୍ୟମରେ ଚାଷ କରୁଥିବା ଚାଷୀମାନେ ଏଥିରେ ଅନ୍ତର୍ଭୁକ୍ତ ଥିଲେ। ହେଲେ ଯୋଗାଣ ବିଭାଗରୁ ତାଲିକା ଆସିବା ପରେ ଶତାଧିକ ଚାଷୀଙ୍କର ନାମ ବାଦ୍‌ ପଡିବା ଚାଷୀଙ୍କୁ ବିସ୍ମିତ କରିଥିଲା।
ବିଶେଷକରି ପଳସା, ବର୍ତ୍ତନା ଓ ମିର୍ଜାପୁରରେ ସର୍ବାଧିକ ଚାଷୀ ରହିଥିବା ଜଣାପଡିଥିଲା। କେବଳ ପଳସାରେ ୩୭ଜଣ ଏଭଳି ଚାଷୀ ରହିଥିବା ନେଇ ତଥ୍ୟରୁ ଜଣାପଡିଛି। ସେହିଭଳି ୧୦ଏକରରୁ ଊର୍ଦ୍ଧ୍ୱ ଜମିର ପଟ୍ଟା ଦାଖଲ କରି ଧାନ ବିକ୍ରି ପାଇଁ ଆବେଦନ କରିଥିବା ଚାଷୀଙ୍କର ନାମ ମଧ୍ୟ ତାଲିକାରୁ ବାଦ୍‌ ପଡିଛିି। ପୂର୍ବରୁ ଏଭଳି କିଛି କଟକଣା ନ ଥିବା ବେଳେ ଚଳିତବର୍ଷ କୃଷି ବିଭାଗ, ରାଜସ୍ବ ବିଭାଗ ତଥା ଯୋଗାଣ ବିଭାଗ ମିଳିତ ଯାଞ୍ଚ କରୁଥିବା ଆଳରେ ଅଟକାଇ ରଖାଯିବାକୁ ୧୪ଟି ସମିତିର ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଚାଷୀଙ୍କୁ ବିଭିନ୍ନ ଆଳରେ ଏଭଳି ନିର୍ଯ୍ୟାତନା ଦିଆଯାଉଥିବାରୁ ଆଗାମୀ ଦିନରେ କୃଷିକୁ ପ୍ରଭାବିତ କରିବ ବୋଲି ଶାସ୍ତ୍ରୀ ସଙ୍ଗଠନ ଭଳି ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି। ଘଟଣାକ୍ରମେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ଯୋଗାଣବିଭାଗ ଓ ସମବାୟ ବିଭାଗର ଅଧିକାରୀମାନେ ଧାନକେନ୍ଦ୍ରଗୁଡିକୁ ଉଦ୍‌ଘାଟନ କରିବାକୁ ଆସିଥିବା ବେଳେ ଚାଷୀମାନେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ହେଁ ଏ ପର୍ଯ୍ୟନ୍ତ ବିଶେଷ କିଛି ଫଳପ୍ରଦ ହୋଇନାହିଁ।
ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟଙ୍କ ସହ ଯୋଗାଯୋଗ କରିବାରେ ଅଧିକାଂଶ ତ୍ରୁଟି ସଂଶୋଧନ ସରିଗଲାଣି। ବାକି ଯାହା ଅଛି ଖୁବ୍‌ଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି।

(ଉତ୍କଳବନ୍ଧୁ ପଣ୍ଡା)


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?