ମହାପ୍ରଭୁଙ୍କୁ ଅବମାନନା: ପିକ୍‌ଅପ୍‌ରେ ବାନ୍ଧିନେଲେ ଜଗନ୍ନାଥଙ୍କୁ

ରୂପସା,୯।୯(ଡି.ଏନ୍‌.ଏ.): କୋଟିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା, ଜଗତରନାଥ ଶ୍ରୀ ଜଗନ୍ନାଥଙ୍କ ପ୍ରତି ଅସମ୍ମାନ। ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦାଠାରେ ଏକ ପିକ୍‌ଅପ୍‌ ଭ୍ୟାନରେ ଦୟନୀୟ ଅବସ୍ଥାରେ ଜଗନ୍ନାଥଙ୍କ ମୂର୍ତ୍ତିକୁ ବାନ୍ଧି ନିଆଯାଉଥିବା ଦୃଶ୍ୟକୁ ଜଣେ କାର ଡ୍ରାଇଭର ଗୁରୁବାର ମୋବାଇଲରେ କଏଦ କରି ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ। ଏହାକୁ ବିଭିନ୍ନ ମହଲରୂ ତୀବ୍ର ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏହାର ପ୍ରତିବାଦରେ ଶୁକ୍ରବାର ବସ୍ତା ଛାତ୍ର କଂଗ୍ରେସ ପକ୍ଷରୁ ବସ୍ତା ଥାନା ଆଇଆଇସି ବାରିଣୀ ଦାସଙ୍କୁ ଏ ସମ୍ପର୍କରେ ଏତଲା ଦିଆଯାଇଛି। ଅବମାନନା କରିଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି। ଜାତୀୟ ରାଜପଥ ଦେଇ ଏକ ଟେଣ୍ଟ ହାଉସ ସଂସ୍ଥା ଶିବଶକ୍ତି ଡେକୋରଟର ଲେଖା ଥିବା ଏକ ପିକ୍‌ଅପ୍‌ରେ ବାଉଁଶ ବୋଝେଇ ସହିତ ଜଗନ୍ନାଥ ମହାପ୍ରଭୁଙ୍କ ମୁର୍ତ୍ତିକୁ ପଛରେ ଓହଳାଇ ଦଉଡିରେ ବାନ୍ଧି ନିଆଯାଉଥିଲା।
ଏହି ଦୃଶ୍ୟ ଭାଇରାଲ ହେଲା ପରେ ବସ୍ତା ଛାତ୍ର କଂଗ୍ରେସ ପକ୍ଷରୁ ଜିଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଯେନାଙ୍କ ନେତୃତ୍ୱରେ ବସ୍ତା ନିର୍ବାଚନମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଅବିନାଶ ନାୟକ, ଜଳେଶ୍ବର ନିର୍ବାଚନମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ଜଗନ୍ନାଥ ମହାପାତ୍ର, ପୂର୍ବତନ ସମିତି ସଭ୍ୟ ଜୟନ୍ତ କୁମାର ମହାପାତ୍ର, କମଳ ଲୋଚନ ଜେନା,  ଯୁବ ନେତା ଜଗଦୀଶ ସାହୁ, ଛାତ୍ର ନେତା ରମେଶ ରାଉଳ, ବାହାର୍ଦା ପଞ୍ଚାୟତ କଂଗ୍ରେସ ସଭାପତି ମଦନ ଭକ୍ତା ପ୍ରମୁଖ ସଂସ୍ଥା ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ପୂର୍ବକ ଖୁବଶୀଘ୍ର କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri