ଜାତୀୟ ପତାକାକୁ ଅସମ୍ମାନ ପ୍ରସଙ୍ଗ: ଦୋଷୀଙ୍କୁ ଦୋଷମୁକ୍ତ କଲେ ବିଇଓ

କୋରୁକୋଣ୍ଡା,୨୨ା୫(ଡି.ଏନ୍‌.ଏ.): ଗତ ଫେବୃୟାରୀ ୧୮ରେ କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଶାରଦାଗୁଡ଼ା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିଲା। ସେହି ଗୃହର ଗୋଟିଏ ଝାରକାରେ ଆମ ଦେଶର ଗୌରବ ଜାତୀୟ ପତାକାକୁ ଅଲୋଡ଼ା ଭାବେ ମୋଡ଼ି ରଖାଯାଇଥିବା ଦେଖିବାକୁ ମିଳିଥିଲା। ଗୋଟିଏ ଶିକ୍ଷାନୁଷ୍ଠାନରେ ଏପରି ଦୃଶ୍ୟ ଦେଖିବା ପରେ ଏନେଇ ୧୯ରେ ଖବର ପ୍ରକାଶ ପାଇଥିଲା। ବ୍ଲକ ଶିକ୍ଷାଧିକାରୀ(ବିଇଓ) ପତିତପାବନ ଦାସଙ୍କୁ ଏନେଇ ଅବଗତ କରାଯାଇଥିଲା। ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଥିଲେ। ଏବେ ଘଟଣାର ୩ମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବିଇଓ ଦାସଙ୍କୁ ପଚାରିବାରୁ ସେ କହିଥିଲେ, ସେତେବେଳେ ପ୍ରଧାନ ଶିକ୍ଷକ ଉକ୍ତ ଶ୍ରେଣୀଗୃହ ଥାକ ଉପରେ ପତାକାଟିକୁ ରଖିଦେଇଥିଲେ। ଜାତୀୟ ପତାକାକୁ ଅସମ୍ମାନ କରାଯାଇ ନ ଥିବା ଗ୍ରାମବାସୀ ମଧ୍ୟ ମତ ଦେଇଛନ୍ତି। ଫଳରେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

୨୧ ବର୍ଷ ପରେ ଖୋଲିଲା ରାମ ମନ୍ଦିର

ମାଲକାନଗିରି, ୧୫ା୪(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀଙ୍କ ଭୟରେ ଦୀର୍ଘ ୨୧ ବର୍ଷ ଧରି ବନ୍ଦଥିବା ଶ୍ରୀରାମ ମନ୍ଦିର ପୁନଃ ଖୋଲିବା ସହ ପୂଜା କରିଛନ୍ତି ସିଆରପିଏଫ ଯବାନ।...

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

୬ ମାଓବାଦୀ ଗିରଫ

ମାଲକାନଗିରି,୮ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକ୍‌ମା ପୋଲିସକୁ ମିଳିଛି ବଡ଼ ସଫଳତା ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲାରୁ ୬ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୩ ମାଓବାଦୀ

ମାଲକାନଗିରି,୬।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସିମାନ୍ତ ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ୩ଜଣ ମାଓବାଦୀଙ୍କ ମୃତ୍ୟୁ...

ଟିକେଟ୍‌ ପାଇଁ ରାଜ୍ୟ ପ୍ରଭାରୀଙ୍କ ଅର୍ଥ ଦାବି: ଶରତଙ୍କ ଅଭିଯୋଗକୁ ଜିଲା କଂଗ୍ରେସ କମିଟିର ଖଣ୍ଡନ

ମାଲକାନଗିରି,୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଟିକେଟ୍‌ ପାଇଁ ଶରତ ବୁରୁଦା ଆଶାୟୀ ଥିଲା ବେଳେ ଭୁବନେଶ୍ୱରଠାରେ ଏକ...

ଯବାନଙ୍କୁ ଟାର୍ଗେଟ କରି ଟିଫିନ ବୋମା ଖଞ୍ଜିଥିଲେ ମାଓବାଦୀ, ବିଗାଡ଼ିଲେ ଯବାନ

ମାଲକାନଗିରି,୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଡିଭିଏଫ୍‌ ଯବାନମାନଙ୍କୁ ମିଳିଛି ଏକ ବଡ଼ ସଫଳତା। ଉକ୍ତ ଅଞ୍ଚଳରୁ ବିପୁଳ...

ପୋଲିସ ଗୁଳିରେ ଟଳିଲେ ୯ରୁ ଊର୍ଦ୍ଧ୍ୱ ମାଓବାଦୀ

ମାଲକାନଗିରି,୨ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡରେ ପୋଲିସ ଗୁଳିରେ ମଙ୍ଗଳବାର ୯ରୁ ଊର୍ଦ୍ଧ୍ୱ ମାଓବାଦୀ ନିହତ ହୋଇଥିବା ବେଳେ ବହୁ ସଂଖ୍ୟାରେ ମାଓବାଦୀ ଆହତ ହୋଇଥିବା ଜଣାପଡିଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri