ଜାତୀୟ ପତାକାକୁ ଅସମ୍ମାନ ପ୍ରସଙ୍ଗ: ଦୋଷୀଙ୍କୁ ଦୋଷମୁକ୍ତ କଲେ ବିଇଓ

କୋରୁକୋଣ୍ଡା,୨୨ା୫(ଡି.ଏନ୍‌.ଏ.): ଗତ ଫେବୃୟାରୀ ୧୮ରେ କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଶାରଦାଗୁଡ଼ା ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କେନ୍ଦ୍ର କରାଯାଇଥିଲା। ସେହି ଗୃହର ଗୋଟିଏ ଝାରକାରେ ଆମ ଦେଶର ଗୌରବ ଜାତୀୟ ପତାକାକୁ ଅଲୋଡ଼ା ଭାବେ ମୋଡ଼ି ରଖାଯାଇଥିବା ଦେଖିବାକୁ ମିଳିଥିଲା। ଗୋଟିଏ ଶିକ୍ଷାନୁଷ୍ଠାନରେ ଏପରି ଦୃଶ୍ୟ ଦେଖିବା ପରେ ଏନେଇ ୧୯ରେ ଖବର ପ୍ରକାଶ ପାଇଥିଲା। ବ୍ଲକ ଶିକ୍ଷାଧିକାରୀ(ବିଇଓ) ପତିତପାବନ ଦାସଙ୍କୁ ଏନେଇ ଅବଗତ କରାଯାଇଥିଲା। ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଥିଲେ। ଏବେ ଘଟଣାର ୩ମାସ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବିଇଓ ଦାସଙ୍କୁ ପଚାରିବାରୁ ସେ କହିଥିଲେ, ସେତେବେଳେ ପ୍ରଧାନ ଶିକ୍ଷକ ଉକ୍ତ ଶ୍ରେଣୀଗୃହ ଥାକ ଉପରେ ପତାକାଟିକୁ ରଖିଦେଇଥିଲେ। ଜାତୀୟ ପତାକାକୁ ଅସମ୍ମାନ କରାଯାଇ ନ ଥିବା ଗ୍ରାମବାସୀ ମଧ୍ୟ ମତ ଦେଇଛନ୍ତି। ଫଳରେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁକୁ ପିଟି ପିଟି ହତ୍ୟା, ବନ୍ଧା ହେଲେ ୫ ଅଭିଯୁକ୍ତ

ମାଲକାନଗିରି,୨୦ା୬(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନ ଢାଇଗୁଡା ଗ୍ରାମ ନିକଟରେ ଭାଲୁକୁ ଆକ୍ରମଣ କରିଥିବା ୫ ଅଭିଯୁକ୍ତଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri