ଭିଟାମାଟି ହରାଇ ବିସ୍ଥାପିତ ନିରାଶ୍ରୟ

ଯୋଡ଼ା,୫ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବାସୁଦେବପୁରଠାରେ ନିର୍ମାଣାଧୀନ କାନପୁର ବୃହତ ଜଳସେଚନ ପ୍ରକଳ୍ପର ବୁଡ଼ି ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିବା ବିଲେଇ ପଦା ଗ୍ରାମର ୨୨ଟି ଘରକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଉଚ୍ଛେଦ କରାଯାଇଛି। ତେବେ ଘର ନିର୍ମାଣ ପାଇଁ ସମୟ ଦିଆ ନ ଯାଇ କ୍ଷତିପୂରଣ ଅର୍ଥ ପ୍ରଦାନର ଖୁବ୍‌ ସମୟ ମଧ୍ୟରେ ଉଚ୍ଛେଦ କରାଯାଇଥିବାରୁ ବିସ୍ଥାପିତମାନେ ନିରାଶ୍ରୟ ହୋଇ ପଡ଼ିଛନ୍ତି। ଏନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଉଚ୍ଛେଦ ପ୍ରକ୍ରିୟାରେ ବଡ଼ବିଲ ତହସିଲଦାର ତଥା ମାଜିଷ୍ଟ୍ରେଟ ଆଲୋକ କୁମାର ପଟେଲ, କାନପୁର ପ୍ରକଳ୍ପର ଜୋନ୍‌ ଅଧିକାରୀ ଚରଣ କୁମାର ନାଏକ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ, କାନପୁର ପ୍ରକଳ୍ପରେ ୧୬ଟି ଗ୍ରାମକୁ ବୁଡ଼ି ଅଞ୍ଚଳ ଭାବେ ଚିହ୍ନଟ କରାଯାଇ ବିସ୍ଥାପିତଙ୍କ ଘରକୁ ପୂର୍ବରୁ ଉଚ୍ଛେଦ କରାଯାଇଛି। କ୍ଷତିଗ୍ରସ୍ତ ହେଉଥିବା ବିଲେଇ ପଦା ଗ୍ରାମ ଆଂଶିକ ବୁଡ଼ି ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିଲା। ମଙ୍ଗଳବାର ଏହି ଉଚ୍ଛେଦ ପ୍ରକ୍ରିୟାରେ ମେଶିିନ ଲଗାଇ ଭାଙ୍ଗି ଦିଆଯାଇଛି। ୨୨ଟି ପରିବାରର ୫୮ଜଣଙ୍କୁ ବିସ୍ଥାପିତ ତାଲିକାରେ ପ୍ରକଳ୍ପ ପକ୍ଷରୁ ଅନ୍ତର୍ଭୁକ୍ତ କରାଯାଇ ଘରଗୁଡ଼ିକର କ୍ଷତିପୂରଣ ଦିଆଯାଇଛି। ତେବେ ଏହି କ୍ଷତିଗ୍ରସ୍ତ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଗତ ମାର୍ଚ୍ଚ ମାସରେ ଜମି ଓ ଘରଗୁଡ଼ିକର କ୍ଷତିପୂରଣ ଟଙ୍କା ପ୍ରଦାନ କରାଯାଇଥିଲା। ମାତ୍ର କ୍ଷତିପୂରଣ ପ୍ରଦାନର ୧୫ଦିନ ମଧ୍ୟରେ ଘରଗୁଡ଼ିକୁ ଉଚ୍ଛେଦ କରାଯାଇଥିବାରୁ ସେମାନେ ନିରାଶ୍ରୟ ହୋଇ ଯାଇଛନ୍ତି। ଏଥି ମଧ୍ୟରୁ କେତେକ ପରିବାରକୁ ମାତ୍ର ଦୁଇ ଦିନ ମଧ୍ୟରେ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଇ ସେମାନଙ୍କର ଘର ଭାଙ୍ଗି ଦିଆଯାଇଛି। ସେମାନେ ଅଭିଯୋଗରେ କହିଛନ୍ତି ଯେ, ଗୋଟିଏ ଘର ନିର୍ମାଣ କରିବା ପାଇଁ ୬ମାସରୁ ଅଧିକ ସମୟ ଲାଗିଥାଏ। କ୍ଷତିପୂରଣ ଟଙ୍କା ପ୍ରଦାନ କରିବାର ଖୁବ୍‌ ସମୟ ମଧ୍ୟରେ ଘର ଉଚ୍ଛେଦ କରାଯାଇଥିବାରୁ ସେମାନେ ଏବେ ତାଙ୍କ ପିଲାଛୁଆଙ୍କୁ ଧରି କିପରି ଆଶ୍ରୟ ନେବେ ଏ ନେଇ ଚିନ୍ତାରେ ପଡ଼ିଥିବା କହିଛନ୍ତି। ଘର ନିର୍ମାଣ ପାଇଁ ସମୟ ମାଗିଥିଲେ ମଧ୍ୟ ପ୍ରକଳ୍ପ ପକ୍ଷରୁ ସେମାନଙ୍କୁ ସମୟ ଦିଆ ଯାଇ ନ ଥିବା ଏବଂ ଭିଟାମାଟି ହରାଇଥିବାରୁ ସେମାନେ ଅତି ଦୟନୀୟ ଅବସ୍ଥାରେ ରହୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri