ଅମ୍ବାନୀ ପୁଣି ଏସିଆର ଶ୍ରେଷ୍ଠ ଧନୀ

ଓ୍ବାଶିଂଟନ୍‌, ୫ା୪: ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣିଥରେ ଏସିଆର ସବୁଠୁ ଧନୀ ବ୍ୟକ୍ତି ପରିଚୟ ହାସଲ କରିଛନ୍ତି। ମଙ୍ଗଳବାର ଆମେରିକୀୟ ବ୍ୟବସାୟିକ ମାଗାଜିନ୍‌ ଫୋର୍ବସ୍‌ ପକ୍ଷରୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ନାମ ତାଲିକା ପ୍ରକାଶ ପାଇଛି। ଏହି ସୂଚୀରେ ଗୌତମ ଆଦାନୀ ୨୪ତମ ସ୍ଥାନକୁ ଖସିଥିବାବେଳେ ଅମ୍ବାନୀ ୯ମ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ଅମ୍ବାନୀ ୮୩.୪ ବିଲିୟନ୍‌ ଡଲାର ସମ୍ପତ୍ତିର ମାଲିକ।

ଜାନୁୟାରୀ ୨୪ରେ ଧନୀଙ୍କ ସୂଚୀରେ ଆଦାନୀ ୧୨୯ ବିଲିୟନ୍‌ ଡଲାର ସମ୍ପତ୍ତି ସହ ବିଶ୍ୱର ୩ୟ ସ୍ଥାନରେ ରହିଥିଲେ। କିନ୍ତୁ ଆଦାନୀଙ୍କୁ ନେଇ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ ସେ ଏହି ତାଲିକାରୁ କ୍ରମାଗତ ଭାବେ ତଳକୁ ଖସିଥିବା ଫୋର୍ବସ୍‌ ପକ୍ଷରୁ କୁହାଯାଇଛି। ଆଦାନୀ ବର୍ତ୍ତମାନ ୪୭.୨ ବିଲିୟନ ଡଲାର ସମ୍ପତ୍ତିର ମାଲିକ ଥିବାବେଳେ ଏହି ସୂଚୀରେ ସେ ଦ୍ୱିତୀୟ ଧନୀ ଭାରତୀୟ। ଗତବର୍ଷ ଅମ୍ବାନୀଙ୍କ ଅଏଲ୍‌-ଟୁ-ଟେଲିକମ୍‌ ବ୍ୟବସାୟରୁ ଆୟ ୧୦୦ ବିଲିୟନ୍‌ ଡଲାର ଟପିଥିବା ଫୋର୍ବସ୍‌ ଉଲ୍ଲେଖ କରିଛି। ୨୦୨୨ରେ ମୁକେଶ ତାଙ୍କ ବଡ଼ ପୁଅ ଆକାଶଙ୍କୁ ଟେଲିକମ୍‌ ଆର୍ମ ଜିଓ ଇନ୍‌ଫୋକୋମ୍‌ର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରିଥିବାବେଳେ ଝିଅ ଈଶାଙ୍କୁ ରିଟେଲ୍‌ ବିଜ୍‌ନେସ୍‌ ହେଡ୍‌ ଏବଂ ସାନପୁଅ ଅନନ୍ତଙ୍କୁ ରିଲାଏନ୍ସର ନୂଆ ଏନର୍ଜି ଭେଞ୍ଚର ଦାୟିତ୍ୱ ଦେଇଛନ୍ତି। ଚଳିତବର୍ଷ ଏହି ୨୫ ଜଣିଆ ଧନୀ ତାଲିକାରେ ଥିବା ବ୍ୟକ୍ତିମାନଙ୍କ ମୋଟ ସମ୍ପତ୍ତି ୨.୧ ଟ୍ରିଲିୟନ୍‌ ଡଲାର ଆକଳନ କରାଯାଇଛି। ଗତବର୍ଷ ଏହି ସମ୍ପତ୍ତି ୨.୩ ଟ୍ରିଲିୟନ୍‌ ଡଲାର ଥିଲା।

ତେବେ ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ମୋଟ ସମ୍ପତ୍ତିରେ ୨୦୦ ବିଲିୟନ୍‌ ଡଲାରର ହ୍ରାସ ଘଟିଛି। ଫୋର୍ବସ୍‌ ଧନୀ ତାଲିକାର ଶୀର୍ଷରେ ଫ୍ରାନ୍ସ ଲଗ୍‌ଜୁରି ଗୁଡ୍ସ୍‌ ଟାଇକୁନ୍‌ ବର୍ନାର୍ଡ ଅର୍ନଲ୍ଟ ରହିଛନ୍ତି। ଲୁଇସ୍‌ ଭୁଟୋନ୍‌, ଖ୍ରୀଷ୍ଟିଆନ ଡିଓର ଭଳି ଦାମୀ ବ୍ରାଣ୍ଡର ମାଲିକ ବର୍ନାର୍ଡ ୨୧୧ ବିଲିୟନ୍‌ ଡଲାର ସମ୍ପତ୍ତିର ମାଲିକ। ସେହିପରି ଫୋର୍ବସ୍‌ର ଧନୀ ତାଲିକାରେ ଟେସ୍‌ଲା ମାଲିକ ଏଲନ ମସ୍କ (୧୮୦ ବିଲିୟନ୍‌ ଡଲାର) ଦ୍ୱିତୀୟସ୍ଥାନ ଏବଂ ଆମାଜନ୍‌ ମାଲିକ ଜେଫ୍‌ ବେଜୋସ୍‌ (୧୧୪ ବିଲିୟନ୍‌ ଡଲାର) ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ! ଚଳନ୍ତା ବସ୍‌ ଆଗରେ ଛିଡା ହୋଇଗଲେ ACP ମୋନିକା, ଜାଣନ୍ତୁ କାରଣ

ଭୋପାଳ,୩୦।୭: ମଧ୍ୟପ୍ରଦେଶର ଭୋପାଳରେ କୃଷକ ଆନ୍ଦୋଳନ ସମୟରେ ACP ମୋନିକା ଶୁକ୍ଲାଙ୍କ ସାହସିକ ପଦକ୍ଷେପ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଆନ୍ଦୋଳନକାରୀମାନେ ବ୍ୟାରିକେଡ୍…

ଗୋରୁ ବୋଝେଇ ଗାଡ଼ି ସହ ୨ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ହାଟରେ ବିକ୍ରି ପାଇଁ ନେଉଥିଲେ

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳରେ କିଛି ଗୋରୁ ବେପାରୀ ଗତ କିଛିଦିନ ହେଲା ବେଧଡକ ଭାବେ ବେଆଇନ ଗୋରୁ ବ୍ୟବସାୟ…

ପେଲେଟ୍ ଗନ୍ କ’ଣ, ଏହା କେତେ ଘାତକ? କେଉଁ ପରିସ୍ଥିତିରେ ବ୍ୟବହାର ହୁଏ ଜାଣନ୍ତୁ

ନୂଆଦିଲ୍ଲୀ,୩୦।୭: ସଂସଦରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଆଲୋଚନା ସମୟରେ ପେଲେଟ୍ ଗନ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୀବ୍ର ବାକ୍‌ଯୁଦ୍ଧ ଦେଖିବାକୁ…

ବିଦ୍ୟୁତ୍‌ ଖୁଣ୍ଟ ଉପରେ ୫ ଦିନ ହେଲା ପଡ଼ିଛି ଗଛ, ହଟାଇବାର ନାଁ ଧରୁନି ବିଭାଗ, ଆନ୍ଦୋଳନ ପାଇଁ…

ଦାରିଙ୍ଗବାଡ଼ି,୩୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଦୁର୍ଗମ ଗ୍ରାମ ପାଙ୍ଗାଲିଠାରୁ ଗଣ୍ଡିଗୁଡ଼ାକୁ ସଂଯୋଗ କରୁଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ପାଙ୍ଗାଲି ନିକଟ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ AAPର ବିକ୍ଷୋଭ ପ୍ରଦର୍ଶନ, ଜିଲାପାଳଙ୍କୁ ଦେଲେ ଏହି ଦାବିପତ୍ର

ଛତ୍ରପୁର,୩୦।୭(ଦିଲ୍ଲୀପ ସାମଲ/ ଦ୍ଵାରିକା ପଟନାୟକ): ଗଞ୍ଜାମ ଜିଲାପାଳଙ୍କ ଅଫିସ ଆଗରେ ଆମ ଆଦମୀ ପାର୍ଟୀର ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri