Odisha Elections 2024

ଅମ୍ବାନୀ ପୁଣି ଏସିଆର ଶ୍ରେଷ୍ଠ ଧନୀ

ଓ୍ବାଶିଂଟନ୍‌, ୫ା୪: ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣିଥରେ ଏସିଆର ସବୁଠୁ ଧନୀ ବ୍ୟକ୍ତି ପରିଚୟ ହାସଲ କରିଛନ୍ତି। ମଙ୍ଗଳବାର ଆମେରିକୀୟ ବ୍ୟବସାୟିକ ମାଗାଜିନ୍‌ ଫୋର୍ବସ୍‌ ପକ୍ଷରୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ନାମ ତାଲିକା ପ୍ରକାଶ ପାଇଛି। ଏହି ସୂଚୀରେ ଗୌତମ ଆଦାନୀ ୨୪ତମ ସ୍ଥାନକୁ ଖସିଥିବାବେଳେ ଅମ୍ବାନୀ ୯ମ ସ୍ଥାନରେ ଅଛନ୍ତି। ବର୍ତ୍ତମାନ ଅମ୍ବାନୀ ୮୩.୪ ବିଲିୟନ୍‌ ଡଲାର ସମ୍ପତ୍ତିର ମାଲିକ।

ଜାନୁୟାରୀ ୨୪ରେ ଧନୀଙ୍କ ସୂଚୀରେ ଆଦାନୀ ୧୨୯ ବିଲିୟନ୍‌ ଡଲାର ସମ୍ପତ୍ତି ସହ ବିଶ୍ୱର ୩ୟ ସ୍ଥାନରେ ରହିଥିଲେ। କିନ୍ତୁ ଆଦାନୀଙ୍କୁ ନେଇ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବା ପରେ ସେ ଏହି ତାଲିକାରୁ କ୍ରମାଗତ ଭାବେ ତଳକୁ ଖସିଥିବା ଫୋର୍ବସ୍‌ ପକ୍ଷରୁ କୁହାଯାଇଛି। ଆଦାନୀ ବର୍ତ୍ତମାନ ୪୭.୨ ବିଲିୟନ ଡଲାର ସମ୍ପତ୍ତିର ମାଲିକ ଥିବାବେଳେ ଏହି ସୂଚୀରେ ସେ ଦ୍ୱିତୀୟ ଧନୀ ଭାରତୀୟ। ଗତବର୍ଷ ଅମ୍ବାନୀଙ୍କ ଅଏଲ୍‌-ଟୁ-ଟେଲିକମ୍‌ ବ୍ୟବସାୟରୁ ଆୟ ୧୦୦ ବିଲିୟନ୍‌ ଡଲାର ଟପିଥିବା ଫୋର୍ବସ୍‌ ଉଲ୍ଲେଖ କରିଛି। ୨୦୨୨ରେ ମୁକେଶ ତାଙ୍କ ବଡ଼ ପୁଅ ଆକାଶଙ୍କୁ ଟେଲିକମ୍‌ ଆର୍ମ ଜିଓ ଇନ୍‌ଫୋକୋମ୍‌ର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରିଥିବାବେଳେ ଝିଅ ଈଶାଙ୍କୁ ରିଟେଲ୍‌ ବିଜ୍‌ନେସ୍‌ ହେଡ୍‌ ଏବଂ ସାନପୁଅ ଅନନ୍ତଙ୍କୁ ରିଲାଏନ୍ସର ନୂଆ ଏନର୍ଜି ଭେଞ୍ଚର ଦାୟିତ୍ୱ ଦେଇଛନ୍ତି। ଚଳିତବର୍ଷ ଏହି ୨୫ ଜଣିଆ ଧନୀ ତାଲିକାରେ ଥିବା ବ୍ୟକ୍ତିମାନଙ୍କ ମୋଟ ସମ୍ପତ୍ତି ୨.୧ ଟ୍ରିଲିୟନ୍‌ ଡଲାର ଆକଳନ କରାଯାଇଛି। ଗତବର୍ଷ ଏହି ସମ୍ପତ୍ତି ୨.୩ ଟ୍ରିଲିୟନ୍‌ ଡଲାର ଥିଲା।

ତେବେ ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ମୋଟ ସମ୍ପତ୍ତିରେ ୨୦୦ ବିଲିୟନ୍‌ ଡଲାରର ହ୍ରାସ ଘଟିଛି। ଫୋର୍ବସ୍‌ ଧନୀ ତାଲିକାର ଶୀର୍ଷରେ ଫ୍ରାନ୍ସ ଲଗ୍‌ଜୁରି ଗୁଡ୍ସ୍‌ ଟାଇକୁନ୍‌ ବର୍ନାର୍ଡ ଅର୍ନଲ୍ଟ ରହିଛନ୍ତି। ଲୁଇସ୍‌ ଭୁଟୋନ୍‌, ଖ୍ରୀଷ୍ଟିଆନ ଡିଓର ଭଳି ଦାମୀ ବ୍ରାଣ୍ଡର ମାଲିକ ବର୍ନାର୍ଡ ୨୧୧ ବିଲିୟନ୍‌ ଡଲାର ସମ୍ପତ୍ତିର ମାଲିକ। ସେହିପରି ଫୋର୍ବସ୍‌ର ଧନୀ ତାଲିକାରେ ଟେସ୍‌ଲା ମାଲିକ ଏଲନ ମସ୍କ (୧୮୦ ବିଲିୟନ୍‌ ଡଲାର) ଦ୍ୱିତୀୟସ୍ଥାନ ଏବଂ ଆମାଜନ୍‌ ମାଲିକ ଜେଫ୍‌ ବେଜୋସ୍‌ (୧୧୪ ବିଲିୟନ୍‌ ଡଲାର) ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୨।୫: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ)ର ନୂତନ ଶାଖା ନିକଟରେ ଖୋର୍ଦ୍ଧା ଜିଲା ନିକଟସ୍ଥ ବେଗୁନିଆ ବ୍ଲକ୍‌ର ଦେଉଳିଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍‌ବିଆଇ ଭୁବନେଶ୍ବର...

ଟାଟା ମୋଟର୍ସ ଗ୍ରୁପ୍‌ ସହ ବଜାଜ୍‌ ଫାଇନାନ୍ସର ବୁଝାମଣା

ଭୁବନେଶ୍ୱର,୨୨।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ସବ୍‌ସିଡିଆରି କମ୍ପାନୀ ଟାଟା ମୋଟର୍ସ ପାସେଞ୍ଜର ଭେହିକଲ୍ସ (ଟିଏମ୍‌ପିଭି) ଏବଂ...

ରେକର୍ଡ ସ୍ତରରେ ରୁପା ଦର

ଭୁବନେଶ୍ୱର,୨୨।୫(ଅଭୟ ଦାଶ): କ୍ରମାଗତ ଭାବେ ଘରୋଇ ବଜାରରେ ରୁପା ଦର ବୃଦ୍ଧି ପାଇବା ସହ ଦର ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଏପରିକି ମଙ୍ଗଳବାର ଭୁବନେଶ୍ୱର ବଜାରରେ...

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri