ଲୋକଙ୍କ ଦୁଃଖ ପାଲଟିଛି ଅଶୃଙ୍ଖଳା ସ୍ଲୁଇସ୍‌ ଗେଟ୍‌

କେନ୍ଦ୍ରାପଡ଼ା, ୨୪ା୭ (ଜଗନ୍ନାଥ ଧଳ): ଜଳ ନିଷ୍କାସନ ପାଇଁ ସ୍ଲୁଇସ୍‌ ଗେଟ୍‌ ଉପରକୁ ଟେକିଲେ ପାଣିକୁ ଦଳ ରୋକୁଛି। ଜଳସେଚନ ପାଇଁ ଗେଟ୍‌ ତଳକୁ କଲେ କବାଟର ଉପର ଭାଗ ଅଞ୍ଚଳରେ ଜଳକୁ ରୋକି ହେଉନି। କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ ବିଭାଗ ଅନ୍ତର୍ଗତ ମାର୍ଶାଘାଇ ବ୍ଲକ ନଚ୍ଛିପଡ଼ାସ୍ଥିତ ଅଶୃଙ୍ଖଳା ପାଟନାଳୀ ଉପରେ ଥିବା ସ୍ଲୁଇସ୍‌ ଗେଟ୍‌ ଚାଷୀଙ୍କ ଦୁଃଖର କାରଣ ହୋଇଛି। ଏହି ପ୍ରକଳ୍ପ ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ନିକଟସ୍ଥ ୨ ହଜାରରୁ ଅଧିକ ହେକ୍ଟର ଜମିରେ ଫସଲ ଉତ୍ପାଦନ କରିବା କଷ୍ଟକର ହୋଇଛି। ଚାଷ ଓ ଚାଷୀଙ୍କ ଏହି ସମସ୍ୟାର ନିରାକରଣ ପାଇଁ ବିଭାଗୀୟ ପଦସ୍ଥ କର୍ମଚାରୀଙ୍କ ଦୃଷ୍ଟିଗୋଚରକୁ ବାରମ୍ବାର ଅଣାଯାଉଛି। ତେବେ ଏହାର ସୁଫଳ ମିଳୁ ନ ଥିବା ସ୍ଥାନୀୟ ଅଞ୍ଚଳର ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପ୍ରମୋଦ ସ୍ବାଇଁ, ଗଗନ ଗୋଚ୍ଛାୟତ, ପ୍ରଶାନ୍ତ ସ୍ବାଇଁ, ଯଦୁମଣି ପରିଡା, ସୁଶାନ୍ତ କୁମାର ପରିଡା ପ୍ରମୁଖ କହିଛନ୍ତି, ସ୍ଲୁଇସ୍‌ ଗେଟ ପାଇଁ ସ୍ଥାନୀୟ ଅଞ୍ଚଳର ୧ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଚାଷ କରି ଆର୍ଥିକ ପରିସ୍ଥିତି ସୁଧାରିବା ଏକ ସ୍ବପ୍ନ ପାଲଟିଛି। ଅଶୃଙ୍ଖଳା ପାଟନାଳୀର ଜଳ ପରିଚାଳନା ପାଇଁ ବହୁ ଚାଷୀ ଚାଷ ଜମିକୁ ପଡ଼ିଆ ପକାଉ ଥିଲେ। ସମସ୍ୟାର ନିରାକରଣ ପାଇଁ ୨୬ ନଂ. ଜୋନର ପୂର୍ବତନ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲଙ୍କ ଉଦ୍ୟମ ପରେ ଏହି ସ୍ଲୁଇସ୍‌ ଗେଟ ନିର୍ମାଣ ହେଲା। ଏଥିରେ ଥିବା ବନ୍ଧ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଯାତାୟାତ ସହ ଉତ୍ପାଦିତ ଫସଲର ପରିବହନ ସୁଯୋଗ ମିଳିଲା। ତେବେ ସ୍ଲୁଇସ ଗେଟ୍‌ର ନିର୍ମାଣଗତ ତ୍ରୁଟି ଯୋଗୁ ପାଟନାଳୀର ଜଳ ପରିଚାଳନା ହୋଇପାରୁନାହଁ। ପାଣି ରୋକିବାକୁ ଗେଟ୍‌ ପାଇଁ ଲାଗିଥିବା କବାଟକୁ ତଳକୁ କଲେ ପାଟନାଳୀ ଶଯ୍ୟାର ପ୍ରାୟ ୨ ଫୁଟ ଉପରକୁ ରହୁଛି। ସେହିପରି ଜଳ ନିଷ୍କାସନ ପାଇଁ କବାଟକୁ ଉପରକୁ ଟେକିଲେ ନାଳରେ ଥିବା ଦଳ ଜଳକୁ ରୋକୁଛି। ଫଳରେ ଚାଷ ପାଇଁ ଆବଶ୍ୟକ ଜଳ ମିଳୁନାହିଁ ଓ ଉଦ୍‌ବୃତ୍ତ ଜଳକୁ ନିଷ୍କାସନ କରି ହେଉନାହିଁ। ଫସଲ ପାଇଁ ଆବଶ୍ୟକ ମୁତାବକ ପାଣି ଯୋଗାଇ ହେଉ ନ ଥିବାରୁ ଆଶାନୁରୂପକ ଆମଦାନୀ ହେଉନାହିଁ। ଏ ସମ୍ପର୍କରେ ଡ୍ରେନେଜ ବିଭାଗର ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ନିରାକରଣ ହେଉ ନ ଥିବାରୁ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ନିର୍ବାହୀଯନ୍ତ୍ରୀ ବାଙ୍କବିହାରୀ ସାମଲଙ୍କୁ ପଚାରିବାରେ ମେକାନିକାଲ ସେକ୍ସନରେ ତ୍ରୁଟି ଅଛି। ଏ ନେଇ ସେକ୍ସନକୁ ଅବଗତ କରାଯିବ। ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?