ହୋମିଓପାଥିକ ଚିକିତ୍ସାରେ ଅବ୍ୟବସ୍ଥା

କୋଦଳା,୨୬ା୯(ଅମିତ କୁମାର ପଟ୍ଟନାୟକ): ବେଗୁନିଆପଡା ବ୍ଲକରେ ଥିବା ହୋମିଓପାଥିକ ଚିକିତ୍ସା କେନ୍ଦ୍ର ଦୁଇଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ବ୍ଲକର ବେରୁଆଁବାଡ଼ି ଏବଂ ବଡ଼ଗୁଡ଼ିଆଳି ଗ୍ରାମରେ ହୋମିଓପାଥିକ ଚିକିତ୍ସାକେନ୍ଦ୍ର ଅଛି। ବଡ଼ଗୁଡ଼ିଆଳି ସ୍ବାସ୍ଥ୍ୟକେନ୍ଦ୍ର ବିପର୍ଯ୍ୟସ୍ତ ଅବସ୍ଥାରେ ପଡିଛି। ସ୍ବାସ୍ଥ୍ୟକେନ୍ଦ୍ର କୋଠା ନିମନ୍ତେ କୋଦଳା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪ ବର୍ଷ ହେଲା କାମ ଚାଲୁଥିବା ବେଳେ ତାହା ଶେଷ ହେଉନାହିଁ। ଅଧାପନ୍ତରିଆ ଉକ୍ତ ଗୃହ ଏବେ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି। ସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକାରୀ ହୋଇ ନ ଥିବାରୁ ମର୍ଦ୍ଦ୍‌ମେଖ ପଞ୍ଚାୟତ କାର୍ଯ୍ୟାଳୟର ଏକ ଘର ବାରଣ୍ଡାରେ ଟେବୁଲ ପକାଇ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ଏଠାରେ ଥିବା ଡାକ୍ତର ଅନାମ ମହାପାତ୍ର ବେରୁଆଁବାଡ଼ି ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ମଧ୍ୟ ଅଛନ୍ତି। ସହକାରୀ ଡାକ୍ତର ପଦବୀ ଥିବାବେଳେ ଦୀର୍ଘଦିନ ହେଲା ଖାଲି ପଡିଛି। ତେଣୁ ଡାକ୍ତର ଜଣଙ୍କ ବଡ଼ଗୁଡ଼ିଆଳିରେ ୩ ଦିନ ଏବଂ ବେରୁଆଁବାଡ଼ିରେ ୩ ଦିନ ଦାୟିତ୍ୱ ସମ୍ଭାଳୁଛନ୍ତି। ସପ୍ତାହର ଅନ୍ୟ ୩ଦିନ ଚତୁର୍ଥ ଶ୍ରେଣୀ କର୍ମଚାରୀ ସମ୍ଭାଳୁଛନ୍ତି। ବଡ଼ଗୁଡ଼ିଆଳି ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷପାଇଁ କୋଦଳା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଶୁଣୁ ନ ଥିବା କହିଛନ୍ତି ଡାକ୍ତର। ରୋଗୀଙ୍କ ପାଇଁ ଆସୁଥିବା ଔଷଧ ପଞ୍ଚାୟତର ଏକ ଗୃହରେ ରହୁଛି। ସେହିପରି ୧୯୭୧ରେ ସ୍ଥାପିତ ବେରୁଆଁବାଡ଼ି ଗ୍ରାମରେ ଥିବା ହୋମିଓପାଥିକ ସ୍ବାସ୍ଥ୍ୟକେନ୍ଦ୍ର ବିନା କର୍ମଚାରୀରେ ଚାଲିଛି। ୫ବର୍ଷ ହେଲା ବଡ଼ଗୁଡ଼ିଆଳି ଡାକ୍ତର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ସେହିପରି ସହକାରୀ ଡାକ୍ତର ଏବଂ କୌଣସି ପିଅନ ମଧ୍ୟ ଦୀର୍ଘ ଦିନ ହେଲା ଖାଲି ପଡିଛି। ଯାହାଫଳରେ ପୂର୍ବରୁ ଥିବା ପିଅନ ଚାକିରିରୁ ଅବସର ପରେ ବି ନିଜସ୍ବ ଇଚ୍ଛାରେ ଆସି ସ୍ଥାନୀୟ ଲୋକଙ୍କୁ ସେବା ଯୋଗାଉଛନ୍ତି। ଜଣେ ଡାକ୍ତର ବିନା କର୍ମଚାରୀରେ ୨ଟି ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱ ଥିବାରୁ ରୋଗୀଙ୍କ ଚିକିତ୍ସା କିପରି ହେଉଛି ତାହା ପ୍ରଶ୍ନବାଚୀ। ଗ୍ରାମାଞ୍ଚଳରେ ହୋମିଓପାଥିକ ଔଷଧ ଉପରେ ରୋଗୀ ନିର୍ଭର କରୁଥିବା ବେଳେ ରାଜ୍ୟ ସରକାରଙ୍କ ଦୁରଦୃଷ୍ଟି ଯୋଗୁଁ ସ୍ଥାନୀୟ ଜନସାଧାରଣ ବିଭିନ୍ନ ବେସରକାରୀ ହୋମିଓପାଥିକ ଦୋକାନ ଉପରେ ନିର୍ଭର କରୁଛନ୍ତି। ତୁରନ୍ତ ଆବଶ୍ୟକୟ କର୍ମଚାରୀ ଯୋଗାଇ ଉଭୟ ସ୍ବାସ୍ଥ୍ୟକେନ୍ଦ୍ରକୁ କାର୍ଯ୍ୟକାରୀ କରିବାକୁ ସ୍ଥାନୀୟ ବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ସବୁ ପ୍ରଶ୍ନର ଉତ୍ତର ଦେବି…କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୧୨।୮: ସଂସଦର ମୌସୁମୀ ଅଧିବେଶନରେ ଚାଲିଥିବା ଅଚଳାବସ୍ଥା ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ।…

ପୁଣି ମନ୍ଦିରକୁ ଟାର୍ଗେଟ କଲେ ଲୁଟେରା: ଦକ୍ଷିଣକାଳୀ ମନ୍ଦିରରେ ହୁଣ୍ଡି ଭାଙ୍ଗି ନେଇଗଲେ…

ପୁରୁଷୋତ୍ତମପୁର,୧୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପୁଣି ଲୁଟେରାମାନେ ସକ୍ରିୟ ହୋଇ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି। ଗତ ୨୦୨୪ନଭେମ୍ବର ୬ ତାରିଖରେ ପ୍ରଶିଦ୍ଧ ଶକ୍ତିପୀଠ ମା’…

ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲା: ଅଦାଲତଙ୍କ ବିନାନୁମତିରେ ପ୍ରକାଶ ହେବନି ଫଳ

କଟକ/ମହାକାଳପଡ଼ା,୧୨ା୮(କାର୍ତ୍ତିକ ସାହୁ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ହାଇକୋର୍ଟ ବିଚାରପତି…

ମଣିଷଙ୍କ ମୁହଁ ଦେଖି ଆବେଗ ବୁଝିପାରନ୍ତି କୁକୁର

ବର୍ଲିନ,୧୨।୮(ରଏଟର୍ସ): କୁକୁର ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଇଥାଏ। ତେବେ ନିକଟରେ ୟୁନିଭର୍ସିଟି ଅଫ୍‌ ଭିଏନାର ଗବେଷକମାନେ କରିଥିବା ଏକ ଗବେଷଣାରୁ ଜଣାପଡ଼ିଛି, କୁକୁରମାନେ ଲୋକଙ୍କ ମୁହଁ…

ଇଲେକ୍ଟ୍ରିକ୍‌ ଗାଡ଼ି ଗ୍ରାହକଙ୍କୁ ବଡ଼ ଝଟ୍‌କା, ଅଧା ହୋଇଗଲା ସବସିଡି, ଏବେ ମିଳିବ ମାତ୍ର…

ନୂଆଦିଲ୍ଲୀ, ୧୨।୮: ଆପଣ ଏକ ଇଲେକ୍ଟ୍ରିକ୍ ସ୍କୁଟର୍ କିମ୍ବା ବାଇକ୍ କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ସରକାରଙ୍କ ପିଏମ୍ ଇ-ଡ୍ରାଇଭ୍ (PM E-DRIVE) ଯୋଜନା ସହ ଜଡ଼ିତ…

ଶେଷରେ ନିଖୋଜ ଦାଦନ ଶ୍ରମିକଙ୍କ ମିଳିଲା ପତ୍ତା: କେରଳରେ…

ଥୁଆମୂଳ ରାମପୁର, ୧୨ା୮ (ଦୁର୍ଗା କୀର୍ତ୍ତି):ଶେଷରେ ନିଖୋଜ ଦାଦନ ଶ୍ରମିକ ଘାସିରାମ ମାଝୀ (୩୦)ଙ୍କୁ ନେଇ ସୃଷ୍ଟିହୋଇଥିବା ଆଶଙ୍କା ଦୂରହୋଇଛି। କେରଳରେ ଦିଗହରା ହୋଇ ବୁଲୁଥିବା କଳାହାଣ୍ଡି…

ଭିତରେ ବସିଥିଲେ ୨୨୪ ଯାତ୍ରୀ: ହଠାତ୍‌ ମଝି ଆକାଶରେ ଫେଲ ହେଲା ଇଣ୍ଡିଗୋ ଇଞ୍ଜିନ, ତା’ପରେ…

ନୂଆଦିଲ୍ଲୀ,୧୨।୮: ଏୟାର ଇଣ୍ଡିଆର ଫ୍ଲାଇଟରେ ଟରବୁଲେନ୍ସ ପରେ ଇଣ୍ଡିଗୋର ଫ୍ଲାଇଟ ଇଞ୍ଜିନ ଫେଲ ହେବାର ମାମଲା ସାମ୍ନାକୁ ଆସିଛି। ଉଭୟ ମାମଲାରେ ଫ୍ଲାଇଟ ଦୁର୍ଘଟଣାର ଶିକାର ହେବାରୁ…

ରାସ୍ତାରୋକୋ କଲେ ଚାଷୀ, ଘଟଣାସ୍ଥଳରେ ପୋଲିସ: ଏହି କାରଣକୁ ନେଇ ତାତିଲେ….

ହାଟଡିହୀ/ଛେନାପଦୀ,୧୨l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଡରମ୍ପାସ କେନାଲରେ ଅବ୍ୟବସ୍ଥା ଯୋଗୁ ବର୍ଷାଜଳ ନିଷ୍କାସନ ହୋଇପାରୁ ନଥିବା କାରଣରୁ ଚାଷୀମାନେ ବୁଧବାର ପ୍ରତିବାଦ ଏବଂ ରାସ୍ତାରୋକୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri