ଅରୁଚିକର ରାଣେ

କେନ୍ଦ୍ର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରୀ ନାରାୟଣ ରାଣେଙ୍କୁ ମହାରାଷ୍ଟ୍ର ପୋଲିସ ୨୪ ଅଗଷ୍ଟରେ ଗିରଫ କରିଛି। ୨୩ ଅଗଷ୍ଟରେ ଜନଆଶୀର୍ବାଦ ଯାତ୍ରାରେ ଯୋଗଦେବା ଅବସରରେ ରାଣେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସମାଲୋଚନା କରିଥିଲେ। ସ୍ବାଧୀନତା ଦିବସରେ ଭାଷଣ ଦେବା ବେଳେ ଠାକ୍‌ରେ ଦେଶ କେବେ ସ୍ବାଧୀନତା ପାଇଥିଲା ମନେ ପକାଇପାରି ନ ଥିଲେ। ତାହାକୁ ଲକ୍ଷ୍ୟକରି ରାଣେ କହିଥିଲେ ଯେ, ଏଭଳି ସ୍ଥଳେ ଦେଶର ସ୍ବାଧୀନତା ଦିବସକୁ ଭୁଲି ଯାଇଥିବା ଠାକ୍‌ରେଙ୍କୁ ସେ ଚାପୁଡ଼ା ମାରିଥାଆନ୍ତେ। ତେବେ ରାଣେଙ୍କୁ ଗିରଫ କରାଯିବା ପରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।
ଏକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଏଭଳି ଅଶାଳୀନ ମନ୍ତବ୍ୟ ଦେବା ନିଶ୍ଚିତ ଭାବେ ସାମ୍ବିଧାନିକ ମର୍ଯ୍ୟାଦା ଉଲ୍ଲଂଘନ କରୁଛି। ଉଲ୍ଲେଖଯୋଗ୍ୟ ଯେ, ରାଣେ ଶିବସେନାର ସଦସ୍ୟ ଥିଲେ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। ସେତେବେଳେ ଠାକ୍‌ରେ ପରିବାରକୁ ମୁଣ୍ଡିଆମାରି ମନ୍ତ୍ରୀ ହୋଇଥିଲେ। ଦଳ ଭିତରେ ନିଜର ବାହୁବଳ ଦେଖାଇବାରୁ ୩ ଜୁଲାଇ ୨୦୦୫ରେ ସେ ଶିବସେନାରୁ ବିତାଡ଼ିତ ହୋଇଥିଲେ। ସ୍ବାଭାବିକ ଭାବେ ଶିବସେନାର ପ୍ରତିଷ୍ଠାତା ବାଲ୍‌ ଠାକ୍‌ରେଙ୍କ ଦ୍ୱାରା ସହ୍ୟ ହେଲେ ନାହିଁ। ବିଭିନ୍ନ ସମୟରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ୱେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ପରବର୍ତ୍ତୀ ସମୟରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କ ପୁତ୍ର ନିଲେଶ ରାଣେ ରତ୍ନଗିରି-ସିନ୍ଧୁଦୁର୍ଗରୁ ସାଂସଦ ମଧ୍ୟ ହୋଇଥିଲେ। ବାପ ପୁଅ କଂଗ୍ରେସ ଛାଡ଼ିବା ପରେ ‘ମହାରାଷ୍ଟ୍ର ସ୍ବାଭିମାନ ପକ୍ଷ’ ନାମକ ଏକ ସାମ୍ମୁଖ୍ୟ ଗଠନ କରିଥିଲେ। ପରେ ୨୦୧୯ରେ ଉଭୟ ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଥିଲେ। ଏଭଳି ଦଳବଦ୍‌ଲୁ ଓ ଆଦର୍ଶବିହୀନ ବ୍ୟକ୍ତିଙ୍କ ମୌଳିକ ଚିନ୍ତାଧାରା ସବୁବେଳେ ସନ୍ଦେହରେ ରହିଥାଏ।
ଭାଜପାରେ ଯୋଗଦେବା ପରଠାରୁ ବିଭିନ୍ନ ପ୍ରସଙ୍ଗରେ ଉଦ୍ଧବ ଠାକ୍‌ରେଙ୍କୁ ରାଣେ ସମାଲୋଚନା କରିଆସୁଛନ୍ତି। ଏହା ଏକ ସ୍ବାଭାବିକ ଚରିତ୍ର, ଯାହାକି ରାଜନୈତିକ ବ୍ୟକ୍ତିମାନେ ସର୍ବଦା ପ୍ରଦର୍ଶନ କରିଥାଆନ୍ତି। ଜଣେ ଯେଉଁ ଦଳ ବା ନେତାଙ୍କଠାରୁ ସର୍ବାଧିକ ଅନୁଗ୍ରହ ହାସଲ କରି ପରିଚୟ ସୃଷ୍ଟି କରିଥାଅନ୍ତି, ସେହି ଦଳ ଓ ନେତାଙ୍କୁ ଅତ୍ୟଧିକ ମାତ୍ରାରେ ଏବଂ ସୁଯୋଗ ମିଳିଲେ ଅଭଦ୍ର ଭାଷାରେ ସମାଲୋଚନା କରିଥାଆନ୍ତି। ଏହା ପଛରେ ଏକ ରୋଗାକ୍ରାନ୍ତ ମାନସିକତାର ପରିଚୟ ମିଳିଥାଏ। ଏଭଳି ବ୍ୟକ୍ତି ପୂର୍ବର ଦଳ ଓ ନେତାଙ୍କୁ ସାଧାରଣରେ ଅଧିକ ଆକ୍ରୋଶମୂଳକ ମନ୍ତବ୍ୟ ଦିଅନ୍ତି। ଏହାଦ୍ୱାରା ପୂର୍ବରୁ ହାସଲ କରିଥିବା ସୁବିଧା ଓ ସୁଯୋଗ ପ୍ରତି କୃତଜ୍ଞ ହେବାକୁ ଅଟକାଇଥାନ୍ତି। ରାଜନୀତିରେ ବିଭିନ୍ନ ଦଳ ମଧ୍ୟରେ ନେତାମାନେ ପରସ୍ପରକୁ ସମାଲୋଚନା କରିଥାଆନ୍ତି। ସେଥିରେ କୌଣସି ଭୁଲ ନ ଥାଏ। କିନ୍ତୁ ଜଣେ ଯେତେବେଳେ ପଦମର୍ଯ୍ୟାଦା ଭୁଲି ଅନ୍ୟ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥାଆନ୍ତି, ତାହା ଦ୍ୱାରା ମତ ରଖୁଥିବା ବ୍ୟକ୍ତିଙ୍କ ଚରିତ୍ର ସାଧାରଣରେ ନୂ୍ୟନ ଦୃଷ୍ଟିରେ ଦେଖାଯାଇଥାଏ। ଅନ୍ୟପକ୍ଷରେ ଠାକ୍‌ରେ ଯଦି ସ୍ବାଧୀନତା ଦିବସ କେବେ ତାହା ମନେପକାଇପାରି ନ ଥିବେ ତେବେ ବିରୋଧୀଙ୍କ ସମାଲୋଚନାକୁ ଖୁଣି ହେବ ନାହିଁ। ମାତ୍ର ସମାଲୋଚନା ଅଣସଂସଦୀୟ ଶବ୍ଦ ପ୍ରୟୋଗ ଦ୍ୱାରା କରାଯାଇଥିବାରୁ ରାଣେଙ୍କୁ ଗିରଫ କରାଯିବାରେ ଅସ୍ବାଭାବିକତା ନାହିଁ ବୋଲି କୁହାଯାଇପାରେ। ଏ ଦେଶରେ ଠାକ୍‌ରେ ଯେ କେବଳ ଦେଶର ଇତିହାସକୁ ମନେପକାଇପାରି ନାହାନ୍ତି ତାହା ନୁହେଁ, ଏହା ପୂର୍ବରୁ କେନ୍ଦ୍ର ଶାସନରେ ଥିବା ଶୀର୍ଷ ରାଜନେତାଙ୍କଠାରୁ ଆରମ୍ଭକରି ବହୁ ନେତା ଭାଷଣ ଦେବା ବେଳେ ଭୁଲ ତଥ୍ୟ ଦେଇଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପୂର୍ବରୁ ୨୦୧୩ ନଭେମ୍ବରରେ ଏକ ରାଲିରେ ମହାତ୍ମା ଗାନ୍ଧୀଙ୍କୁ ମୋହନଲାଲ କରମଚାନ୍ଦ ଗାନ୍ଧୀ ବୋଲି କହିଥିଲେ। ନିଜ ରାଜ୍ୟ ଗୁଜରାଟ ତଥା ଭାରତର ଏହି ମହାନ୍‌ ବ୍ୟକ୍ତିଙ୍କ ନାମକୁ ଭୁଲ ଉଚ୍ଚାରଣ କରିବା ଦ୍ୱାରା ସେ ସମାଲୋଚିତ ହୋଇଥିଲେ। ତେବେ ରାଣେ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ଯେଉଁଭଳି ଠାକ୍‌ରେଙ୍କୁ ଚାପୁଡ଼ା ମାରିବା କଥା କହିଲେ ତାହାଦ୍ୱାରା ଏକ ଖରାପ ପରମ୍ପରା ସୃଷ୍ଟି ହୋଇଯାଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍‌ ପ୍ରକାଶ ନଡ୍ଡା କେନ୍ଦ୍ରମନ୍ତ୍ରୀ ରାଣେଙ୍କୁ ଗିରଫ କରାଯିବା ଅସାମ୍ବିଧାନିକ ବୋଲି କହିଛନ୍ତି। ତେବେ ଭାଜପା ରାଣେଙ୍କ ମନ୍ତବ୍ୟଠାରୁ ଦୂରେଇ ରହିଛି।
ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ଜଣେ ବ୍ୟକ୍ତି ଯେଉଁ ପଦପଦବୀରେ ଥାଆନ୍ତୁ ନା କାହିଁକି ସେ ଯଦି କୌଣସି ଅରୁଚିକର ମନ୍ତବ୍ୟ ବା ଅପ୍ରୀତିକର ସ୍ଥିତି ସୃଷ୍ଟି କରିବା ଭଳି ମନ୍ତବ୍ୟ ଦେଉଛନ୍ତି, ତାଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବା ଦରକାର। ତାହା ହେଲେ ଅନ୍ୟମାନେ ଏହାକୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଭାବେ ଲକ୍ଷ୍ୟକରି ସଂଯମ ଆଚରଣ ଅବଲମ୍ବନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri