ଧାନଫସଲରେ ରୋଗପୋକ, ଚିନ୍ତାରେ ଚାଷୀ

କୋକସରା,୨୪ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକର ୮୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ। ଚଳିତ ବର୍ଷ ବ୍ଲକର ୨୨ ପଞ୍ଚାୟତରେ ଖରିଫ ଧାନ ଚାଷ ପାଖାପାଖି ୧୮ହଜାର ୪୫ ହେକ୍ଟରରେ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଛୋଟ କିସମର ଧାନ ଏବେ ଅମଳକ୍ଷମ ଅବସ୍ଥାରେ ରହିଥିବା ବେଳେ ବଡ଼ କିସମର ଧାନ କ୍ଷୀର ଭରିବା ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଏହି ସମୟରେ ଧାନଫସଲରେ ବିପିଏଚ୍‌ ରୋଗପୋକର ପ୍ରାଦୁର୍ଭାବ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। କୃଷି ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ପରାମର୍ଶ ପରେ କୀଟନାଶକ ପ୍ରୟୋଗ କଲେ ମଧ୍ୟ ବିପିଏଚ୍‌ ରୋଗ କାବୁ ହେଉ ନ ଥିବା ନେଇ ସିର୍ଲିଗୁଡାର ଲୋକନାଥ ଭଇଁଶାଳ, ଯାଦବ ପୋଢ଼, କୋକସରାର ଚିତ୍ତରଞ୍ଜନ ପଟ୍ଟନାୟକ, ହୃଷୀକେଶ ରାଉତ, ପ୍ରକାଶ ଚନ୍ଦ୍ର ଶବର, ଅଜିତ ପଟ୍ଟନାୟକ, ଗହନାମୁଣ୍ଡା ଗ୍ରାମର ଉଚ୍ଛବ ରାଉତ, ପୀତାମ୍ବର ବିଶି, ଗମ୍ଭାରୀଗୁଡା ଗ୍ରାମର ଚିନ୍ତାମଣି ପଟେଲ, ତପନ ପଟେଲ, ମହୁଳମୁଣ୍ଡାର ଭୀମସେନ ଚିଲାଗୁନ, ଝରିଆଗୁଡାର କେଶରୀ ବଚ୍ଛା, ଗଗନ ପଟ୍ଟନାୟକ ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି। ବିପିଏଚ ରୋଗପୋକ କିଛି ସମୟ ମଧ୍ୟରେ ଧାନ ବିଲକୁ ଚରି ଯାଉଥିବା ବେଳେ ଧାନକୁ ଅଗାଡି କରିଦେଉଛି। କଷ୍ଟ ଉପାର୍ଜିତ ସୁନାର ଫସଲ ନିମିଷକ ମଧ୍ୟରେ ନଷ୍ଟ ହୋଇଯାଉଛି। ଚାଷୀମାନେ ବିଭିନ୍ନ ବ୍ୟାଙ୍କ, କୃଷି ସମବାୟ, ଫାଇନାନ୍ସ କମ୍ପାନୀ, ମହାଜନୀ ଋଣ ନେଇ ଚାଷ କାର୍ଯ୍ୟରେ ବିନିଯୋଗ କରିଥିବା ବେଳେ ବିପିଏଚ ରୋଗପୋକ ସେମାନଙ୍କ ପାଇଁ କାଳ ସାଜିଛି। ଏ ନେଇ କୋକସରା ବ୍ଲକ କୃଷି ଅଧିକାରୀ ରାକେଶ ରଞ୍ଜନ ମାଝିଙ୍କୁ ପଚାରିବାରୁ ବର୍ତ୍ତମାନ ସୁଦ୍ଧା ବ୍ଲକର ୭୯ ହେକ୍ଟରରେ ବିପିଏଚ୍‌ ରୋଗର ପ୍ରାଦୁର୍ଭାବ ଦେଖାଦେଇଛି। ସେମଧ୍ୟରୁ ୫୪ ହେକ୍ଟର ନିୟନ୍ତ୍ରଣ ହୋଇ ସାରିଛି ଓ ୨୫ ହେକ୍ଟରରେ କିଛି ମାତ୍ରାରେ ବିପିଏଚ୍‌ର ପ୍ରଭାବ ରହିଛି ଓ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୂଲ୍ୟା ନଦୀରୁ ଆର୍ମି ଡ୍ରେସ ପିନ୍ଧା ମହିଳାଙ୍କ ମୃତଦେହ ଉଦ୍ଧାର: ବଢୁଛି ସନ୍ଦେହ

ଗଞ୍ଜାମ,୧୯।୮(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ତଥା ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚଯାତ ପୁରୁଣାବନ୍ଧ ଗ୍ରାମ ଗଙ୍ଗାଦେବୀ ମନ୍ଦିର ନିକଟସ୍ଥ ଋଷୁକୂଲ୍ୟା ନଦୀରେ ବୁଧବାର ସକାଳେ ଜଣେ…

ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ପରଲୋକ: ସମଗ୍ର ଜିଲାରେ ଶୋକର ଛାୟା

ଭବାନୀପାଟଣା, ୧୯।୮ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଶିବାଜୀ ମାଝୀଙ୍କ ବିଳମ୍ବିତ ରାତିରେ ନିଜ ବାସଭବନରେ ହୃଦ୍‌ଘାତରେ ପରଲୋକ ଘଟିଛି।…

ହୋଟେଲ ଉଦଘାଟନର କିଛି ସମୟ ପୂର୍ବରୁ ଚାଲିଗଲା ବ୍ୟବସାୟୀଙ୍କ ଜୀବନ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଭଞ୍ଜନଗର ବାଗଦେବୀ ରୋଡରେ ରହୁଥିବା ବିଶ୍ୱଜିତ୍‌ ପାତ୍ର (୨୫) ବୁଧବାର ସକାଳେ ବିଦ୍ୟୁତ ବୋର୍ଡରେ ପ୍ଲଗ ଲଗାଉଥିବା ସମୟରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି।…

କିରାଣୀଙ୍କ ପରଲୋକ: ବ୍ଲକଗ୍ରାଣ୍ଡ ସୁବିଧା ପାଇଁ ୨୦ ବର୍ଷ ଦୌଡ଼ି ଦୌଡ଼ି ଶେଷରେ…

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟର କିରାଣୀ ସ୍ବରାଜ୍ୟ କୁମାର ରାଉଳ (୫୫) ବୁଧବାର ପ୍ରତ୍ୟୁଷରେ ପରଲୋକ ଗମନ କରିଛନ୍ତି। ସେ ବିଗତ…

ମହାପ୍ରଭୁଙ୍କ ବିଚିତ୍ର ଲୀଳା, ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଦେଲେ ନୂଆ ଜୀବନ: ରିଷ୍ଟ ଖଣ୍ଡନ ହୋଇଗଲା କହି….

ନୟାଗଡ,୧୯।୮(ଲୋକନାଥ ମିଶ୍ର):ନୟାଗଡ ପୁରୁଣା ସହର ଜଗନ୍ନାଥ ମନ୍ଦିର ଦକ୍ଷିଣ ଦ୍ୱାରରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥରେ ଏକ ବ୍ୟାଟେରୀ ସ୍କୁଟି ଜଳିଗଲା। ସ୍କୁଟି ଚାଳକ…

ପ୍ରଶାସନିକ ଉଦାସୀନତା: ୨ ଶିକ୍ଷକଙ୍କ କାନ୍ଧରେ ହାଇସ୍କୁଲ, ୧୦୦ ପିଲାଙ୍କ ହଷ୍ଟେଲ ଭାର

ଜମନକିରା,୧୯।୮(ରବିନ୍ଦ୍ର ପ୍ରସାଦ ଦାନୀ):ଗୋଟିଏ ପଟେ ସରକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଓ ରୂପାନ୍ତରଣର ଦିଗଦର୍ଶନ ଦେଉଛନ୍ତି। ଅନ୍ୟପଟେ ଗ୍ରାଉଣ୍ଡ ଜିରୋରେ ସରକାରୀ ହାଇସ୍କୁଲଗୁଡ଼ିକ କର୍ମଚାରୀ ଓ…

ଲଗାଣ ବର୍ଷା: ଏହି ଜିଲାରେ ବନ୍ଦ ରହିବ ସମସ୍ତ ସ୍କୁଲ

ସୁନ୍ଦରଗଡ଼, ୧୮ା୮(ଜୟ ନାରାୟଣ ମେଣ୍ଡୁଳି)- ଲଗାଣ ବର୍ଷା ସହ ପ୍ରତିକୂଳ ପାଗ ଜାରି ରହିଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର…

ପାଳିବନ୍ଧ ପଞ୍ଚାୟତ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଲେ ପୂର୍ବତନ ସମିତି ସଭ୍ୟ, କେଉଁ ନିୟମରେ ସର୍ଭେ…

ଗଞ୍ଜାମ,୧୮।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଆସୁଥିବା ବେଳେ ଏବେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri