ପିପିଲି ଉପନିର୍ବାଚନ ସମୀକରଣ ବଦଳିବା ଚର୍ଚ୍ଚା

ଭୁବନେଶ୍ୱର, ୧୯ା୪(ବ୍ୟୁରୋ):କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା। ନିର୍ବାଚନ କମିଶନ ଆସନ୍ତା ମେ ୧୩ରେ ପିପିଲିରେ ଭୋଟ ହେବା ନେଇ ସାନି ତାରିଖ ଘୋଷଣା କରିଛନ୍ତି। ଉପନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ତାହା ଉପରେ ସଭିଙ୍କ ନଜର ରହିଛି। ବିଜେଡି ଏବଂ ଭାଜପା କିନ୍ତୁ ସେମାନଙ୍କ ପ୍ରଚାର ପୁଣିଥରେ ଆରମ୍ଭ କରିଦେଇଛନ୍ତି। ଅଜିତଙ୍କ ବିୟୋଗ ପରେ କିନ୍ତୁ ପିପିଲି ଉପନିର୍ବାଚନ ସମୀକରଣ ବଦଳିବା ଯଥେଷ୍ଟ ସମ୍ଭାବନା ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଘୋଷଣା ମୁତାବକ ଆସନ୍ତା ୨୬ରେ ନାମାଙ୍କନ ଦାଖଲ କରାଯିବ। ୨୭ରେ ପ୍ରାର୍ଥତ୍ପତ୍ର ଯାଞ୍ଚ ହେବ। ୨୯ରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଲାଗି ସମୟ ଧାର୍ଯ୍ୟ ହୋଇଛି। ଏନେଇ ସୋମବାର ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ୭ ଦିନ ମଧ୍ୟରେ କଂଗ୍ରେସ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଦଳ ଅଜିତଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିବ କି ନାହିଁ, ତାହା ଗୁରୁତ୍ୱପୂର୍ଣ୍ଣ ବିଷୟ। ଅଜିତଙ୍କ ପରିବାରରୁ ଯଦି କିଏ ପ୍ରାର୍ଥୀ ହୁଅନ୍ତି, ତେବେ ଅନୁକମ୍ପାମୂଳକ ଭୋଟ ରହିବ, ଯାହାକୁ କଂଗ୍ରେସ ହାତଛଡା କରିବ ନାହିଁ ବୋଲି କୁହାଯାଉଛି। ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଅଜିତଙ୍କ ସ୍ତ୍ରୀଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ ମତ ରଖିଛନ୍ତି। ସୁରେଶ କହିଛନ୍ତି ଯେ, ଅଜିତଙ୍କ ସ୍ତ୍ରୀ ଜଣେ ଉଚ୍ଚଶିକ୍ଷିତା ଏବଂ ଭଦ୍ର ମହିଳା। ତାଙ୍କ କଥାବାର୍ତ୍ତା ବହୁତ ଭଲ। ଆହୁରି ସେ ବେଶ୍‌ ଲୋକପ୍ରିୟ। ଅଜିତଙ୍କୁ ବ୍ୟବସାୟରେ ତାଙ୍କ ସ୍ତ୍ରୀ ସାହାଯ୍ୟ କରୁଥିଲେ। ତେଣୁ ତାଙ୍କୁ ପ୍ରାର୍ଥୀ କଲେ ଭଲ ହେବ ବୋଲି ସୁରେଶ ମତ ରଖିଛନ୍ତି। ଅଜିତଙ୍କ ପରିବାର ବ୍ୟତୀତ ଆଉ ୩ଜଣ ପ୍ରାର୍ଥୀ ହେବା ଲାଗି ଆଗ୍ରହୀ ଥିବା କଂଗ୍ରେସର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।
ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏପ୍ରିଲ ୧୭ରେ ନିର୍ବାଚନ ହୋଇଥିଲେ ଯାହା ହୋଇଥାନ୍ତା, ମେ ୧୩ରେ ମଧ୍ୟ ତାହା ହିଁ ହେବ। ଏହି ଉପନିର୍ବାଚନରେ ଭାଜପା ସପକ୍ଷରେ ଫଳାଫଳ ଯିବ। କୌଣସି ପ୍ରକାର ଅନୁକମ୍ପା ଭୋଟ ପଡ଼ିବ ନାହିଁ। ଦୀର୍ଘଦିନ
ଧରି ପିପିଲିବାସୀ ଅବହେଳିତ ହୋଇ ରହିଛନ୍ତି। ସେଠାରେ ଅରାଜକତା ଚାଲିଛି। ଅରାଜକତା ବିରୋଧରେ ଜନମତ ସୃଷ୍ଟି ହୋଇଛି। ପୂର୍ବ ଯୋଜନା ମୁତାବକ ଭାଜପା ସେଠାରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ସେହିପରି ବିଜେଡି ନେତା ସମୀର
ଦାଶ କହିଛନ୍ତି ଯେ, ପିପିଲି ଲୋକଙ୍କ ସହ ବିଜେଡି ନେତାମାନେ ଯୋଡ଼ିହୋଇ ରହିଛନ୍ତି। ସେମାନଙ୍କ ସମସ୍ୟା ଏବଂ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଦଳ କାର୍ଯ୍ୟକ୍ରମ ଜାରି ରଖିଛି। ପିପିଲିରେ ବିଜେଡି ନିଶ୍ଚିତ ବିଜୟୀ ହେବ ବୋଲି ସେ କହିଛନ୍ତି।
ମେ ୧୩କୁ ଉପନିର୍ବାଚନ ଘୁଞ୍ଚିଯିବା
ପରେ ରାଜନୈତିକ ଦଳଗୁଡିକ କିପରି ନିଜର ରାଜନୈତିକ କାର୍ଯ୍ୟକ୍ରମ କରୁଛନ୍ତି ତାହା ଉପରେ ଲୋକଙ୍କ ନଜର ରହିବ। ଗୋଟିଏ ପଟେ
ରାଜ୍ୟ ସରକାର କୋଭିଡ୍‌ ସ୍ଥିତିକୁ ନେଇ ନିୟମ କଡ଼ାକଡ଼ି କରୁଥିବାବେଳେ ରାତ୍ରି କର୍ଫ୍ୟୁ ଲଗାଇ ସାରିଛନ୍ତି। ତେଣୁ ଯଦି ପିପିଲି ଉପନିର୍ବାଚନରେ ରାଜନୈତିକ ଦଳଗୁଡିକ ନିୟମ ନ ମାନି ପ୍ରଚାର ପ୍ରସାର କରନ୍ତି, ତେବେ ଲୋକଙ୍କ ପାଖକୁ ଏକ ଖରାପ ବାର୍ତ୍ତା ଯିବ। ତେଣୁ ପିପିଲି ଉପନିର୍ବାଚନରେ କିଛି କଡ଼ାକଡ଼ି ନିୟମ ରହିବ ନା ସବୁକିଛି ଅଣଦେଖା କରି ରାଜନୈତିକ କାର୍ଯ୍ୟକ୍ରମ ଚାଲିବ ସେନେଇ ସଭିଁଙ୍କ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?