ପିପିଲି ଉପନିର୍ବାଚନ ସମୀକରଣ ବଦଳିବା ଚର୍ଚ୍ଚା

ଭୁବନେଶ୍ୱର, ୧୯ା୪(ବ୍ୟୁରୋ):କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନ ସ୍ଥଗିତ ରହିଥିଲା। ନିର୍ବାଚନ କମିଶନ ଆସନ୍ତା ମେ ୧୩ରେ ପିପିଲିରେ ଭୋଟ ହେବା ନେଇ ସାନି ତାରିଖ ଘୋଷଣା କରିଛନ୍ତି। ଉପନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ତାହା ଉପରେ ସଭିଙ୍କ ନଜର ରହିଛି। ବିଜେଡି ଏବଂ ଭାଜପା କିନ୍ତୁ ସେମାନଙ୍କ ପ୍ରଚାର ପୁଣିଥରେ ଆରମ୍ଭ କରିଦେଇଛନ୍ତି। ଅଜିତଙ୍କ ବିୟୋଗ ପରେ କିନ୍ତୁ ପିପିଲି ଉପନିର୍ବାଚନ ସମୀକରଣ ବଦଳିବା ଯଥେଷ୍ଟ ସମ୍ଭାବନା ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଘୋଷଣା ମୁତାବକ ଆସନ୍ତା ୨୬ରେ ନାମାଙ୍କନ ଦାଖଲ କରାଯିବ। ୨୭ରେ ପ୍ରାର୍ଥତ୍ପତ୍ର ଯାଞ୍ଚ ହେବ। ୨୯ରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଲାଗି ସମୟ ଧାର୍ଯ୍ୟ ହୋଇଛି। ଏନେଇ ସୋମବାର ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ୭ ଦିନ ମଧ୍ୟରେ କଂଗ୍ରେସ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ଦଳ ଅଜିତଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିବ କି ନାହିଁ, ତାହା ଗୁରୁତ୍ୱପୂର୍ଣ୍ଣ ବିଷୟ। ଅଜିତଙ୍କ ପରିବାରରୁ ଯଦି କିଏ ପ୍ରାର୍ଥୀ ହୁଅନ୍ତି, ତେବେ ଅନୁକମ୍ପାମୂଳକ ଭୋଟ ରହିବ, ଯାହାକୁ କଂଗ୍ରେସ ହାତଛଡା କରିବ ନାହିଁ ବୋଲି କୁହାଯାଉଛି। ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ଅଜିତଙ୍କ ସ୍ତ୍ରୀଙ୍କୁ ପ୍ରାର୍ଥୀ କରିବା ସପକ୍ଷରେ ମତ ରଖିଛନ୍ତି। ସୁରେଶ କହିଛନ୍ତି ଯେ, ଅଜିତଙ୍କ ସ୍ତ୍ରୀ ଜଣେ ଉଚ୍ଚଶିକ୍ଷିତା ଏବଂ ଭଦ୍ର ମହିଳା। ତାଙ୍କ କଥାବାର୍ତ୍ତା ବହୁତ ଭଲ। ଆହୁରି ସେ ବେଶ୍‌ ଲୋକପ୍ରିୟ। ଅଜିତଙ୍କୁ ବ୍ୟବସାୟରେ ତାଙ୍କ ସ୍ତ୍ରୀ ସାହାଯ୍ୟ କରୁଥିଲେ। ତେଣୁ ତାଙ୍କୁ ପ୍ରାର୍ଥୀ କଲେ ଭଲ ହେବ ବୋଲି ସୁରେଶ ମତ ରଖିଛନ୍ତି। ଅଜିତଙ୍କ ପରିବାର ବ୍ୟତୀତ ଆଉ ୩ଜଣ ପ୍ରାର୍ଥୀ ହେବା ଲାଗି ଆଗ୍ରହୀ ଥିବା କଂଗ୍ରେସର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।
ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏପ୍ରିଲ ୧୭ରେ ନିର୍ବାଚନ ହୋଇଥିଲେ ଯାହା ହୋଇଥାନ୍ତା, ମେ ୧୩ରେ ମଧ୍ୟ ତାହା ହିଁ ହେବ। ଏହି ଉପନିର୍ବାଚନରେ ଭାଜପା ସପକ୍ଷରେ ଫଳାଫଳ ଯିବ। କୌଣସି ପ୍ରକାର ଅନୁକମ୍ପା ଭୋଟ ପଡ଼ିବ ନାହିଁ। ଦୀର୍ଘଦିନ
ଧରି ପିପିଲିବାସୀ ଅବହେଳିତ ହୋଇ ରହିଛନ୍ତି। ସେଠାରେ ଅରାଜକତା ଚାଲିଛି। ଅରାଜକତା ବିରୋଧରେ ଜନମତ ସୃଷ୍ଟି ହୋଇଛି। ପୂର୍ବ ଯୋଜନା ମୁତାବକ ଭାଜପା ସେଠାରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ସେହିପରି ବିଜେଡି ନେତା ସମୀର
ଦାଶ କହିଛନ୍ତି ଯେ, ପିପିଲି ଲୋକଙ୍କ ସହ ବିଜେଡି ନେତାମାନେ ଯୋଡ଼ିହୋଇ ରହିଛନ୍ତି। ସେମାନଙ୍କ ସମସ୍ୟା ଏବଂ ବିଭିନ୍ନ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ଦଳ କାର୍ଯ୍ୟକ୍ରମ ଜାରି ରଖିଛି। ପିପିଲିରେ ବିଜେଡି ନିଶ୍ଚିତ ବିଜୟୀ ହେବ ବୋଲି ସେ କହିଛନ୍ତି।
ମେ ୧୩କୁ ଉପନିର୍ବାଚନ ଘୁଞ୍ଚିଯିବା
ପରେ ରାଜନୈତିକ ଦଳଗୁଡିକ କିପରି ନିଜର ରାଜନୈତିକ କାର୍ଯ୍ୟକ୍ରମ କରୁଛନ୍ତି ତାହା ଉପରେ ଲୋକଙ୍କ ନଜର ରହିବ। ଗୋଟିଏ ପଟେ
ରାଜ୍ୟ ସରକାର କୋଭିଡ୍‌ ସ୍ଥିତିକୁ ନେଇ ନିୟମ କଡ଼ାକଡ଼ି କରୁଥିବାବେଳେ ରାତ୍ରି କର୍ଫ୍ୟୁ ଲଗାଇ ସାରିଛନ୍ତି। ତେଣୁ ଯଦି ପିପିଲି ଉପନିର୍ବାଚନରେ ରାଜନୈତିକ ଦଳଗୁଡିକ ନିୟମ ନ ମାନି ପ୍ରଚାର ପ୍ରସାର କରନ୍ତି, ତେବେ ଲୋକଙ୍କ ପାଖକୁ ଏକ ଖରାପ ବାର୍ତ୍ତା ଯିବ। ତେଣୁ ପିପିଲି ଉପନିର୍ବାଚନରେ କିଛି କଡ଼ାକଡ଼ି ନିୟମ ରହିବ ନା ସବୁକିଛି ଅଣଦେଖା କରି ରାଜନୈତିକ କାର୍ଯ୍ୟକ୍ରମ ଚାଲିବ ସେନେଇ ସଭିଁଙ୍କ ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri