ଟେଣ୍ଡର ଫିକ୍ସିଂ ନେଇ ଚର୍ଚ୍ଚା

ଯାଜପୁର ଅଫିସ,୭।୫: ଯାଜପୁର ଜିଲାର ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ପାଇଁ ବିଭିନ୍ନ ପ୍ରଭାବଶାଳୀ କମ୍ପାନୀ ପକ୍ଷରୁ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି। ଏହି ପ୍ରଭାବଶାଳୀ କମ୍ପାନୀ ଓ କେତେଜଣ ରାଜନୈତିକ ବ୍ୟକ୍ତିଙ୍କ ଚାପରେ ସରକାରଙ୍କ ସବୁ ନୀତିନିୟମ ଉଲ୍ଲଂଘନ କରାଯାଉଛି। ଏପରିକି ଟେଣ୍ଡର ଫିକ୍ସିଂ କରାଯାଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି।
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବିଛାଖଣ୍ଡି, ଅଞ୍ଜିରା, ରାହାଡ଼ପୁର, ବରଡ଼ା, ଆରୁହା, ବାଜବାଟି ଓ ବାରମାଣ ପାହାଡ଼ରେ ଥିବା କଳାପଥର ଖାଦାନଗୁଡ଼ିକର ଦୀର୍ଘ ମିଆଦୀ ଲିଜ୍‌ ନିମନ୍ତେ ବିଜ୍ଞାପନ ପ୍ରକାଶ ପାଇଥିଲା। ହେଲେ ଟେଣ୍ଡର ଆହ୍ବାନର ୪୫ ଦିନରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଟେଣ୍ଡର ବାକ୍ସ ଖୋଲାଯାଇ ନାହିଁ। ଗତ ସୋମବାରଠାରୁ ଟେଣ୍ଡର ଫିକ୍ସିଂ କରି କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ପର୍ଯ୍ୟାୟକ୍ରମେ ଭିତିରିଆ ଲିଜ୍‌ ପ୍ରଦାନ କରାଯାଉଥିବା ଚର୍ଚ୍ଚା ଜୋର ଧରିଛି। ପୁଣି ଟେଣ୍ଡରରେ ସରକାରଙ୍କ ଧାର୍ଯ୍ୟ ଗ୍ୟାରେଣ୍ଟିଠାରୁ ଅଧିକ ଅର୍ଥ ଦେବାକୁ ଇଚ୍ଛା କରିଥିବା ବ୍ୟକ୍ତିଙ୍କୁ ଲିଜ୍‌ ନ ଦେଇ ଅତି କମ୍‌ ଗ୍ୟାରେଣ୍ଟି ଅର୍ଥ ଦର୍ଶାଇଥିବା ବ୍ୟକ୍ତିମାନଙ୍କୁ ଲିଜ୍‌ ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହେଉଛି।
ଓଡ଼ିଶା ଲଘୁ ଖଣିଜ ଦ୍ରବ୍ୟ ରିହାତି ଆଇନ ୨୦୧୬ ଓ ସଂଶୋଧନ ୨୦୧୭ ଓ ୨୦୧୮ ଅନୁସାରେ ଫର୍ମ-ଏମ୍‌ ପୂରଣ କରି ୧୯ା୩ା୨୦୨୧ ସୁଦ୍ଧା ଆବେଦନ କରିବାକୁ ଧର୍ମଶାଳା ତହସିଲ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାପ୍ତ ଦରଖାସ୍ତଗୁଡ଼ିକୁ ୨୨ା୩ା୨୦୨୧ ତାରିଖ ପୂର୍ବାହ୍ନ ୧୧ଟାରେ ସମସ୍ତ ଆବେଦନକାରୀ କିମ୍ବା ତାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ତନଖି କରାଯାଇ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଉକ୍ତ ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ଯଦି ଏହି ବିଜ୍ଞପ୍ତି ଅନୁସାରେ କୌଣସି ଦରଖାସ୍ତ ଗ୍ରହଣ କରାଯାଇ ନ ଥିବ, ତେବେ ଦ୍ୱିତୀୟ ପର୍ଯ୍ୟାୟରେ ୩୦ା୩ା୨୦୨୧ ତାରିଖ ଏବଂ ତୃତୀୟ ପର୍ଯ୍ୟାୟରେ ୯ା୪ା୨୦୨୧ ତାରିଖ ପୂର୍ବାହ୍ନ ୧୧ଟାରେ ନିଲାମ ପ୍ରକ୍ରିୟା ସମ୍ପାଦନ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା। ନିଲାମ ପ୍ରକ୍ରିୟାରେ ସର୍ବନିମ୍ନ ୩୦ ହଜାର ଟଙ୍କାରୁ ପ୍ରାୟ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟି ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ହୋଇଥିଲା। ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର ଲୁଟ ଗତ ୨ ଦଶନ୍ଧି ହେଲା ଚାଲି ଆସୁଛି। ତେବେ ଗତ ପ୍ରାୟ ୨ ବର୍ଷ ହେବ ସରକାର କଳାପଥର ଖାଦାନର ଦୀର୍ଘମିଆଦୀ ଲିଜ୍‌ ଦେବାକୁ ତପତ୍ରତା ପ୍ରକାଶ କରିଥିଲେ। ଏହି କ୍ରମରେ ଟେଣ୍ଡର ଆହ୍ବାନ ହୋଇଥିଲେ ହେଁ ସେଥିରେ ବି ଫିକ୍ସିଂ ହୋଇଛି। ଏହାଦ୍ୱାରା ସରକାରଙ୍କ ରାଜସ୍ବ ଲୁଟ କରିବାକୁ ପୁଣି ଏକ ଚକ୍ରାନ୍ତ କରାଯାଉଛି ବୋଲି ଅଭିଯୋଗ ହୋଇଛି।  ଅତୀତରେ ଆରୁହା ପାହାଡ଼ରେ ୩ ଏକର ଲିଜ୍‌ ଅଞ୍ଚଳ ବ୍ୟତୀତ ଏହାର ଆଖପାଖ ୧୦୦ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳରୁ କଳାପଥର ଲୁଟ୍‌ ହୋଇଥିବା ନେଇ ଓଡ଼ିଶା ଲୋକାୟୁକ୍ତରେ ମାମଲା ବିଚାରାଧୀନ ରହିଛି। ଏହାବାଦ୍‌ କଳାପଥର ଚୋରା କାରବାରକୁ ରୋକିବାକୁ ଖାଦାନ ଚିହ୍ନଟ କରି ପିଲର ପୋତିବାକୁ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ନେଇ ଲୋକାୟୁକ୍ତରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ତେବେ ଆରୁହା ଚୋରା କାରବାର ଉପରେ ଖଣି ବିଭାଗ ଦ୍ୱାରା ମାପଚୁପ କରାଇଲେ ପ୍ରାୟ ୧୦୦ କୋଟି ଟଙ୍କାର କଳାପଥର ଲୁଟ ହୋଇଥିବା ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ପୂର୍ବରୁ ଡଙ୍କାରୀ, ବିଛାଖଣ୍ଡି, ରାହାଡପୁର, କୁସୁନପୁର ଆଦି ପାହାଡ଼ରୁ ବିପୁଳ ପରିମାଣର କଳାପଥର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ଏହି ଟେଣ୍ଡର ପ୍ରକ୍ରିୟାକୁ ଆଇନ ଅନୁଯାୟୀ ସମ୍ପାଦନ କଲେ ସରକାରଙ୍କ ରାଜସ୍ବହାନି ହେବ ନାହିଁ ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଧର୍ମଶାଳା ଭାରପ୍ରାପ୍ତ ତହସିଲଦାର ଦେବୀପ୍ରସନ୍ନ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ଧାର୍ଯ୍ୟ ନୀତିନିୟମ ଅନୁସାରେ ଟେଣ୍ଡର ପ୍ରକ୍ରିୟା ସମ୍ପାଦନ କରିବାକୁ ପ୍ରସ୍ତୁତି ଚାଲିଛି। ଯେପରି ଅଧିକରୁ ଅଧିକ ରାଜସ୍ବ ଆସିବ, ସେଥିପାଇଁ ଆଇନ ଅନୁସାରେ ଲିଜ୍‌ ଦିଆଯିବ। ଏଥିରେ କୌଣସି ପ୍ରକାର ଫିକ୍ସିଂ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?