ଶ୍ରୀମନ୍ଦିରରେ ଡ୍ରେସ୍‌ କୋଡ୍‌କୁ ନେଇ ଚର୍ଚ୍ଚା

ପୁରୀ ଅଫିସ, ୧୪ା୧୦: ଶ୍ରୀମନ୍ଦିର ଭିତରକାଠ ଆଗକୁ ଯିବା ପାଇଁ ପ୍ର୍ରତ୍ୟେକ ବ୍ୟକ୍ତିଙ୍କୁ ପାରମ୍ପରିକ ବେଶପୋଷାକ ପରିଧାନ କରିବାକୁ ପଡ଼ିବ। ସେବାୟତ, ଶ୍ରୀମନ୍ଦିର କର୍ମଚାରୀ କିମ୍ବା ଶ୍ରଦ୍ଧାଳୁ ସମସ୍ତଙ୍କୁ ପାରମ୍ପରିକ ଡ୍ରେସ୍‌କୋର୍ଡ ଅର୍ଥାତ୍‌ ମଠା ଓ ପାଟ ପିନ୍ଧି ଭିତରକାଠ ଆଗକୁ ଯିବାକୁ ହେବ। ଗତ ୧୧ ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ପରେ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଥିଲେ। ଏବେ ଏହି ଡ୍ରେସ୍‌ କୋର୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି। କେତେଜଣ ଏହାକୁ ସ୍ବାଗତ କରୁଥିବାବେଳେ ଅନ୍ୟ କେତେଜଣ ଏଭଳି ନିୟମ ଶ୍ରଦ୍ଧାଳୁଙ୍କ ଉପରେ ଲଦି ଦେବା ଠିକ୍‌ ନୁହେଁ ବୋଲି ମତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସେବାୟତଙ୍କ କ୍ଷେତ୍ରରେ ଡ୍ରେସ୍‌ କୋର୍ଡ ବା ପାରମ୍ପରିକ ବେଶ ପୋଷାକ ପରିଧାନ ବ୍ୟବସ୍ଥା ପୂର୍ବରୁ ଥିଲା ଏବଂ ଏବେ ବି ତାହା ବଳବତ୍ତର ରହିଛି ବୋଲି ଜଣାପଡ଼ିଛି। ବାସ୍ତବରେ ଦେଖିବାକୁ ଗଲେ, ଶ୍ରୀମନ୍ଦିର ଭିତରକାଠ ଆଗକୁ ସମସ୍ତ ବ୍ୟକ୍ତି ପାରମ୍ପରିକ ବେଶ ପୋଷାକରେ ଯାଉଥିଲେ। ସେବାୟତମାନେ ପାରମ୍ପରିକ ପୋଷାକ ପରିଧାନ କରୁଥିବାବେଳେ ଅନ୍ୟ ବ୍ୟକ୍ତିମାନେ ଏବେ ମଧ୍ୟ ପାରମ୍ପରିକ ପୋଷାକ ପିନ୍ଧୁଛନ୍ତି। ଏଣୁ ପ୍ରଶାସନ ଡ୍ରେସ୍‌ କୋର୍ଡ ଲାଗୁ ଆଳରେ ବ୍ୟବସ୍ଥାରେ ସେଭଳି କୌଣସି ଉଲ୍ଲେଖନୀୟ ପଦକ୍ଷେପ ନେଇ ନ ଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ପ୍ରଶାସନ ଭକ୍ତଙ୍କ କ୍ଷେତ୍ରରେ ଡ୍ରେସ କୋର୍ଡ ନେଇ ଆଗାମୀ ଦିନରେ ପୁଣି କିଛି ନିଷ୍ପତ୍ତି ନେବ ବୋଲି ସୂଚନା ଦେଇସାରିଥିବା ବେଳେ ଏହା ବାଧ୍ୟତାମୂଳକ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଅନ୍ୟପକ୍ଷରେ ଏ ନେଇ ଭକ୍ତଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ହାତୀପଲକୁ ଘଉଡ଼ାଇବା ପାଇଁ ଯାଇ ଆଉ ଫେରିଲେନି , ଚାଲିଗଲା ଜୀବନ

ପାଟଣା, ୩।୮ (ବୀର କିଶୋର ଦାଶ): ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ…

ଶକ୍ତିଶାଳୀ ମଣିଷକୁ ଭିତରୁ ଭାଙ୍ଗିଦିଏ ଏହି ୫ଟି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସାବଧାନ

ମଣିଷ ଜୀବନରେ ଏମିତି ଅନେକ ପରିସ୍ଥିତି ଆସିଥାଏ, ଯାହା ଯୋଗୁଁ ତାକୁ ନିରାଶ ଏବଂ ହତାଶ ହେବାକୁ ପଡ଼ିଥାଏ। ଜୀବନର ଏହି କଠିନ ସମୟ ଏବଂ ସମସ୍ୟା…

ନଅଙ୍କ ଦୁର୍ଭିକ୍ଷର ମୂକସାକ୍ଷୀ ଫରାସୀ ଭେଲଦା ପଣ୍ୟବାହୀ ଜାହାଜ

ମହାକାଳପଡ଼ା, ୩୦୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ଓଡ଼ିଶାର ପୂର୍ବ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସାମୁଦ୍ରିକ ତଟଦେଶରେ ବତିଘର, ହୁକିଟୋଲା, ଜମ୍ବୁଲାଲ କୋଠା, କଟକ-ଜମ୍ବୁ ପର୍ଯ୍ୟନ୍ତ ବିଶାଳ…

ଆଜି ମହାସଂଯୋଗ: ୫ ରାଶିର ଭାଗ୍ୟ ବଦଳାଇବେ ୩ଗ୍ରହ; ଅଚାନକ ହେବେ ଧନୀ…

୩୦ ଅଗଷ୍ଟର ଦିନ ପଞ୍ଚାଙ୍ଗ ଏବଂ ଜ୍ୟୋତିଷୀୟ ଯୋଗ ଦୃଷ୍ଟିରୁ ଅତ୍ୟନ୍ତ ଖାସ ପ୍ରମାଣିତ ହୋଇପାରେ। ଏହି ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି…

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri