ଶ୍ରୀମନ୍ଦିରରେ ଡ୍ରେସ୍‌ କୋଡ୍‌କୁ ନେଇ ଚର୍ଚ୍ଚା

ପୁରୀ ଅଫିସ, ୧୪ା୧୦: ଶ୍ରୀମନ୍ଦିର ଭିତରକାଠ ଆଗକୁ ଯିବା ପାଇଁ ପ୍ର୍ରତ୍ୟେକ ବ୍ୟକ୍ତିଙ୍କୁ ପାରମ୍ପରିକ ବେଶପୋଷାକ ପରିଧାନ କରିବାକୁ ପଡ଼ିବ। ସେବାୟତ, ଶ୍ରୀମନ୍ଦିର କର୍ମଚାରୀ କିମ୍ବା ଶ୍ରଦ୍ଧାଳୁ ସମସ୍ତଙ୍କୁ ପାରମ୍ପରିକ ଡ୍ରେସ୍‌କୋର୍ଡ ଅର୍ଥାତ୍‌ ମଠା ଓ ପାଟ ପିନ୍ଧି ଭିତରକାଠ ଆଗକୁ ଯିବାକୁ ହେବ। ଗତ ୧୧ ତାରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ପରେ ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଥିଲେ। ଏବେ ଏହି ଡ୍ରେସ୍‌ କୋର୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି। କେତେଜଣ ଏହାକୁ ସ୍ବାଗତ କରୁଥିବାବେଳେ ଅନ୍ୟ କେତେଜଣ ଏଭଳି ନିୟମ ଶ୍ରଦ୍ଧାଳୁଙ୍କ ଉପରେ ଲଦି ଦେବା ଠିକ୍‌ ନୁହେଁ ବୋଲି ମତ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସେବାୟତଙ୍କ କ୍ଷେତ୍ରରେ ଡ୍ରେସ୍‌ କୋର୍ଡ ବା ପାରମ୍ପରିକ ବେଶ ପୋଷାକ ପରିଧାନ ବ୍ୟବସ୍ଥା ପୂର୍ବରୁ ଥିଲା ଏବଂ ଏବେ ବି ତାହା ବଳବତ୍ତର ରହିଛି ବୋଲି ଜଣାପଡ଼ିଛି। ବାସ୍ତବରେ ଦେଖିବାକୁ ଗଲେ, ଶ୍ରୀମନ୍ଦିର ଭିତରକାଠ ଆଗକୁ ସମସ୍ତ ବ୍ୟକ୍ତି ପାରମ୍ପରିକ ବେଶ ପୋଷାକରେ ଯାଉଥିଲେ। ସେବାୟତମାନେ ପାରମ୍ପରିକ ପୋଷାକ ପରିଧାନ କରୁଥିବାବେଳେ ଅନ୍ୟ ବ୍ୟକ୍ତିମାନେ ଏବେ ମଧ୍ୟ ପାରମ୍ପରିକ ପୋଷାକ ପିନ୍ଧୁଛନ୍ତି। ଏଣୁ ପ୍ରଶାସନ ଡ୍ରେସ୍‌ କୋର୍ଡ ଲାଗୁ ଆଳରେ ବ୍ୟବସ୍ଥାରେ ସେଭଳି କୌଣସି ଉଲ୍ଲେଖନୀୟ ପଦକ୍ଷେପ ନେଇ ନ ଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ପ୍ରଶାସନ ଭକ୍ତଙ୍କ କ୍ଷେତ୍ରରେ ଡ୍ରେସ କୋର୍ଡ ନେଇ ଆଗାମୀ ଦିନରେ ପୁଣି କିଛି ନିଷ୍ପତ୍ତି ନେବ ବୋଲି ସୂଚନା ଦେଇସାରିଥିବା ବେଳେ ଏହା ବାଧ୍ୟତାମୂଳକ ହେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଅନ୍ୟପକ୍ଷରେ ଏ ନେଇ ଭକ୍ତଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଘର ଭାଙ୍ଗିଲା, ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି

କିର୍ମିରା, ୧୩।୯ (ଡି.ଏନ୍‌.ଏ.)- ଝାରସୁଗୁଡା ଅନ୍ତର୍ଗତ କିର୍ମିରା ଗ୍ରାମରେ ବୁଧବାର ରାତିରୁ ବର୍ଷା ଲାଗି ରହିଥିବାରୁ ଗ୍ରାମର ଜଞ୍ଜ ନେଟୀ, ରୁକ୍ମଣୀ ଧୁରୁଆ, ଗଙ୍ଗା କଛରିଆଙ୍କ...

ବିଦେଶୀ ବୋତଲରେ ବିକ୍ରି ହେଉଥିଲା ହାତ ତିଆରି ମଦ

ରାୟଗଡ଼ା ଅଫିସ,୧୨।୫: ରାୟଗଡ଼ା ସହରରେ ଚାଲିଥିଲା ବେଆଇନ ବିଦେଶୀ ମଦ ତିଆରି କାରବାର। ପୁରୁଣା ବିଦେଶୀ ମଦ ବୋତଲରେ ହାତ ତିଆରି ମଦ ଭର୍ତ୍ତି କରି ବିକ୍ରି...

ନିର୍ବାଚନ ପାଇଁ ପିସିସି ସଂଯୋଜକ ନିଯୁକ୍ତ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ନିର୍ବାଚନ ପରିଚାଳନା ପାଇଁ କଂଗ୍ରେସ ତା’ର ସାଙ୍ଗଠନିକ ଜିଲା ପାଇଁ ସଂଯୋଜକ ନିଯୁକ୍ତ କରିଛି। ପିସିସିର ପଞ୍ଚାୟତ ଓ ପୌର ନିର୍ବାଚନ ପରିଚାଳନା କମିଟି...

ଜେଜେମା’ଙ୍କ କାନ୍ଧରେ ୨ ନାତିଙ୍କ ଭବିଷ୍ୟତ

କୋରାପୁଟ,୯।୧୦(ସ୍ବ.ପ୍ର.): ଦୁଇ ନାତିଙ୍କ ଭବିଷ୍ୟତ ପାଇଁ ଦିନ ରାତି ଏକକରି ରାସ୍ତାକଡରେ ମକା ବିକ୍ରିକରି ପରିବାର ଚଳାଉଛନ୍ତି ଜେଜେମା’। ସେଥିରୁ ଯାହା ରୋଜଗାର ହେଉଛି ଦୁଇ...

ସରପଞ୍ଚ ପ୍ରାର୍ଥୀଙ୍କୁ ପରୀକ୍ଷା କରାଇଲେ ଭୋଟର

କୁତ୍ରା,୧୨ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ଜମୁଥିବାବେଳେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ମାଲୁପଡ଼ାଠାରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ଗ୍ରାମର...

ନବୀନଙ୍କ ବିଦେଶ ଗସ୍ତକୁ ନେଇ ଭାଜପାର ସମାଲୋଚନା

ଭୁବନେଶ୍ୱର,୨୭।୬(ବ୍ୟୁରୋ):ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋମ ଗସ୍ତକୁ ନେଇ ଭାଜପା ସମାଲୋଚନା କରିଛି। କେଉଁ ପଇସାରେ ସେ ବିଦେଶ ଗସ୍ତ କରଛନ୍ତି ? ଯଦି ସରକାରୀ ପଇସାରେ...

୮ ବ୍ଲକକୁ ପାନୀୟ ଜଳ ଯୋଗାଣ ନେଇ କ୍ୟାବିନେଟ୍‌ ମୋହର

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଗଞ୍ଜାମ ଜିଲାର ପାତ୍ରପୁର, ଚିକିଟି, ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ୬୩ଟି ପଞ୍ଚାୟତ ଓ ୪୭୯ଟି ଗ୍ରାମରେ ଜେ.ଜେ.ଏମ୍‌ ଯୋଜନାରେ ନିରାପଦ ପାନୀୟ ଜଳ...

ଜିପିଏଫ୍‌ ପାଇଁ ଆଉ ଦୌଡ଼ିବାକୁ ପଡ଼ିବ ନାହିଁ

ଭୁବନେଶ୍ୱର, ୨୯।୮ (ବ୍ୟୁରୋ): ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଅବସର ପରେ ନିଜର ଜିପିଏଫ୍‌ (ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ) ପ୍ରାପ୍ୟ ପାଇବାରେ ଆଉ...

Advertisement
Archives

Model This Week