ଗୋଲେଇ ନିର୍ମାଣରେ ବିଳମ୍ବ ଯୋଗୁ ବଢୁଚି ଦୁର୍ଘଟଣା

କଳିଙ୍ଗନଗର,୧୮ା୨(ଡି.ଏନ୍‌.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳର ଖୁରୁଣ୍ଟି ଛକ ଗୋଲେଇ ନିର୍ମାଣରେ ଆହେତୁକ ବିଳମ୍ବ ହେଉଛି l ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ପାଇଁ ବର୍ଷାଧିକ କାଳ ଯାତ୍ରୀ ବହୁ ହିନସ୍ତା ଭୋଗୁଛନ୍ତି l ଏପରିକି ଠିକା ସଂସ୍ଥା ମୂଖ୍ୟ ରାସ୍ତାରେ ଅଧାପନ୍ତରିଆ କାମ କରି ଅନେକ ଦିନ ହେବ କାମ ବନ୍ଦ ରଖୁଥିବାରୁ ମୁଖ୍ୟ ରାସ୍ତାରେ ଯେ କୌଣସି ଗାଡି ଯାତାୟତ କରିବା ମାତ୍ରେ ଧୂଳିଝଡ଼ ସୃଷ୍ଟି ହେଉଛି l ବାଇକ୍‌ ଓ ସାଇକଲରେ ଯାତାୟତ କରୁଥିବା ଲୋକେ ଧୂଳିରେ ଅଣନିଃଶ୍ବାସୀ ହେଉଛନ୍ତି l ଏଥିଯୋଗୁଁ ପ୍ରତ୍ୟହ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଛି l
ସୂଚନା ଅନୁଯାୟୀ, ଖୁରୁଣ୍ଟି ଛକଠାରୁ ରାବଣା ପର୍ଯ୍ୟନ୍ତ ରହିଥିବା ଗୋପବନ୍ଧୁ ମାର୍ଗ କମନ କରିଡର ରାସ୍ତାରେ ପ୍ରତ୍ୟହ ବହୁ ସଂଖ୍ୟକ ଭାରିଯାନ ଯାତାୟତ କରୁଛନ୍ତି l ଏହି ରାସ୍ତାର ଖୁରୁଣ୍ଟି ଛକ ନିକଟରେ ପୂର୍ତ୍ତ ବିଭାଗ ରାସ୍ତା ସଂଯୋଗରେ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକ ଗୋଲେଇ ନିର୍ମାଣ କରିବା ପାଇଁ ଯୋଜନା ହୋଇଥିଲା l ଦୁଇ ବର୍ଷ ତଳୁ ଏନେଇ ଅର୍ଥ ବରାଦ ହୋଇଥିବା ବେଳେ ଗତବର୍ଷ ଠାରୁ ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା l କୌଣସି ଅସୁବିଧା ନ ଥିଲେ ମଧ୍ୟ କାମ ନେଇଥିବା ଥିବା ଠିକା ସଂସ୍ଥା ଏବିଏସ ନିର୍ମଣ କାର୍ଯ୍ୟ ବିଳମ୍ବ କରୁଥିବା ଅଭିଯୋଗ ହେଉଛି l ପୁରୁଣା ରାସ୍ତାକୁ ସାମାନ୍ୟ ଉନ୍ନତିକରଣ କରି ନୂତନ ନିର୍ମାଣ ଚାଲୁଥିବା ବେଳେ କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି l ମୁଖ୍ୟ ରାସ୍ତାରେ କ୍ରସର ଗୁଣ୍ଡ ଓ ଚିପସ୍‌ ବିଛାଇବା ପରେ ତୁରନ୍ତ କାମ ଶେଷ ନ କରି ଠିକା ସଂସ୍ଥା ଛାଡ଼ି ଦେଉଥିବାରୁ ଲୋକେ ଯିବା ଆସିବା ବେଳେ ସମସ୍ୟା ଭୋଗୁଛନ୍ତି l ଅନ୍ୟପକ୍ଷରେ ଧୂଳି ଉଡ଼ିବା ସମ୍ଭାବନା ଥିବା ସ୍ଥାନରେ ପାଣି ସିଞ୍ଚନ କରିବା ନିୟମ ରହିଥିଲେ ମଧ୍ୟ ଏହାକୁ ଠିକା ସଂସ୍ଥା ଆଦୌ ପାଳନ କରୁ ନ ଥିବା ଅଭିଯୋଗ ହେଉଛି l ସମ୍ପୃକ୍ତ ଠିକା ସଂସ୍ଥା କାର୍ଯ୍ୟ କରିବା ସମୟରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ଲୋକଙ୍କୁ ନିଯୁକ୍ତ କରୁ ନ ଥିବାରୁ ଏଠାରେ ଅଧିକାଂଶ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି l ଅଧିକାଂଶ ସମୟରେ ଏକ ସ୍ଥାନୀୟ କାରଖାନାର ସୁରକ୍ଷା କର୍ମୀ ଗାଡ଼ି ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳୁଛି l ଶିଳ୍ପାଞ୍ଚଳର ଏହା ବ୍ୟସ୍ତ ବହୁଳ ରାସ୍ତା ହୋଇଥିବା ସ୍ଥଳେ ଠିକାଦାରଙ୍କ ଏପରି ବେପରୁୱା ମନୋଭାବକୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ା
ଅନ୍ୟପଟେ ଏହି ଠିକା ସଂସ୍ଥା ମିଲିଟାରୀ ଛକଠାରୁ ଡୁବୁରୀ ପର୍ଯ୍ୟନ୍ତ ରହିଥିବା ପୂର୍ତ୍ତ ରାସ୍ତା ନିର୍ମାଣ ଦାୟିତ୍ୱ ମଧ୍ୟ ରହିଛି l ଗତ ଦୁଇ ବର୍ଷ ତଳେ ଏହାର ନିର୍ମାଣ ଅବଧି ଶେଷ ହୋଇଥିଲେ ମଧ୍ୟ ରାସ୍ତା କାମ ଏଯାବତ ଶେଷ ହୋଇ ପାରିନାହିଁ l ଗୋଲେଇ ଛକ ନିର୍ମାଣ ବିଳମ୍ବର କାରଣ ସମ୍ପର୍କରେ ବିଭାଗୀୟ ଉପଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ଦାସଙ୍କୁ ପଚାରିବାରେ ସେ କାମ ଚାଲିଛି, ଶୀଘ୍ର ସରିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?