ଗୋଲେଇ ନିର୍ମାଣରେ ବିଳମ୍ବ ଯୋଗୁ ବଢୁଚି ଦୁର୍ଘଟଣା

କଳିଙ୍ଗନଗର,୧୮ା୨(ଡି.ଏନ୍‌.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳର ଖୁରୁଣ୍ଟି ଛକ ଗୋଲେଇ ନିର୍ମାଣରେ ଆହେତୁକ ବିଳମ୍ବ ହେଉଛି l ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ପାଇଁ ବର୍ଷାଧିକ କାଳ ଯାତ୍ରୀ ବହୁ ହିନସ୍ତା ଭୋଗୁଛନ୍ତି l ଏପରିକି ଠିକା ସଂସ୍ଥା ମୂଖ୍ୟ ରାସ୍ତାରେ ଅଧାପନ୍ତରିଆ କାମ କରି ଅନେକ ଦିନ ହେବ କାମ ବନ୍ଦ ରଖୁଥିବାରୁ ମୁଖ୍ୟ ରାସ୍ତାରେ ଯେ କୌଣସି ଗାଡି ଯାତାୟତ କରିବା ମାତ୍ରେ ଧୂଳିଝଡ଼ ସୃଷ୍ଟି ହେଉଛି l ବାଇକ୍‌ ଓ ସାଇକଲରେ ଯାତାୟତ କରୁଥିବା ଲୋକେ ଧୂଳିରେ ଅଣନିଃଶ୍ବାସୀ ହେଉଛନ୍ତି l ଏଥିଯୋଗୁଁ ପ୍ରତ୍ୟହ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଛି l
ସୂଚନା ଅନୁଯାୟୀ, ଖୁରୁଣ୍ଟି ଛକଠାରୁ ରାବଣା ପର୍ଯ୍ୟନ୍ତ ରହିଥିବା ଗୋପବନ୍ଧୁ ମାର୍ଗ କମନ କରିଡର ରାସ୍ତାରେ ପ୍ରତ୍ୟହ ବହୁ ସଂଖ୍ୟକ ଭାରିଯାନ ଯାତାୟତ କରୁଛନ୍ତି l ଏହି ରାସ୍ତାର ଖୁରୁଣ୍ଟି ଛକ ନିକଟରେ ପୂର୍ତ୍ତ ବିଭାଗ ରାସ୍ତା ସଂଯୋଗରେ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକ ଗୋଲେଇ ନିର୍ମାଣ କରିବା ପାଇଁ ଯୋଜନା ହୋଇଥିଲା l ଦୁଇ ବର୍ଷ ତଳୁ ଏନେଇ ଅର୍ଥ ବରାଦ ହୋଇଥିବା ବେଳେ ଗତବର୍ଷ ଠାରୁ ଏଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା l କୌଣସି ଅସୁବିଧା ନ ଥିଲେ ମଧ୍ୟ କାମ ନେଇଥିବା ଥିବା ଠିକା ସଂସ୍ଥା ଏବିଏସ ନିର୍ମଣ କାର୍ଯ୍ୟ ବିଳମ୍ବ କରୁଥିବା ଅଭିଯୋଗ ହେଉଛି l ପୁରୁଣା ରାସ୍ତାକୁ ସାମାନ୍ୟ ଉନ୍ନତିକରଣ କରି ନୂତନ ନିର୍ମାଣ ଚାଲୁଥିବା ବେଳେ କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି l ମୁଖ୍ୟ ରାସ୍ତାରେ କ୍ରସର ଗୁଣ୍ଡ ଓ ଚିପସ୍‌ ବିଛାଇବା ପରେ ତୁରନ୍ତ କାମ ଶେଷ ନ କରି ଠିକା ସଂସ୍ଥା ଛାଡ଼ି ଦେଉଥିବାରୁ ଲୋକେ ଯିବା ଆସିବା ବେଳେ ସମସ୍ୟା ଭୋଗୁଛନ୍ତି l ଅନ୍ୟପକ୍ଷରେ ଧୂଳି ଉଡ଼ିବା ସମ୍ଭାବନା ଥିବା ସ୍ଥାନରେ ପାଣି ସିଞ୍ଚନ କରିବା ନିୟମ ରହିଥିଲେ ମଧ୍ୟ ଏହାକୁ ଠିକା ସଂସ୍ଥା ଆଦୌ ପାଳନ କରୁ ନ ଥିବା ଅଭିଯୋଗ ହେଉଛି l ସମ୍ପୃକ୍ତ ଠିକା ସଂସ୍ଥା କାର୍ଯ୍ୟ କରିବା ସମୟରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କୌଣସି ଲୋକଙ୍କୁ ନିଯୁକ୍ତ କରୁ ନ ଥିବାରୁ ଏଠାରେ ଅଧିକାଂଶ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି l ଅଧିକାଂଶ ସମୟରେ ଏକ ସ୍ଥାନୀୟ କାରଖାନାର ସୁରକ୍ଷା କର୍ମୀ ଗାଡ଼ି ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳୁଛି l ଶିଳ୍ପାଞ୍ଚଳର ଏହା ବ୍ୟସ୍ତ ବହୁଳ ରାସ୍ତା ହୋଇଥିବା ସ୍ଥଳେ ଠିକାଦାରଙ୍କ ଏପରି ବେପରୁୱା ମନୋଭାବକୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ା
ଅନ୍ୟପଟେ ଏହି ଠିକା ସଂସ୍ଥା ମିଲିଟାରୀ ଛକଠାରୁ ଡୁବୁରୀ ପର୍ଯ୍ୟନ୍ତ ରହିଥିବା ପୂର୍ତ୍ତ ରାସ୍ତା ନିର୍ମାଣ ଦାୟିତ୍ୱ ମଧ୍ୟ ରହିଛି l ଗତ ଦୁଇ ବର୍ଷ ତଳେ ଏହାର ନିର୍ମାଣ ଅବଧି ଶେଷ ହୋଇଥିଲେ ମଧ୍ୟ ରାସ୍ତା କାମ ଏଯାବତ ଶେଷ ହୋଇ ପାରିନାହିଁ l ଗୋଲେଇ ଛକ ନିର୍ମାଣ ବିଳମ୍ବର କାରଣ ସମ୍ପର୍କରେ ବିଭାଗୀୟ ଉପଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ଦାସଙ୍କୁ ପଚାରିବାରେ ସେ କାମ ଚାଲିଛି, ଶୀଘ୍ର ସରିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri