ମହାଜାଗତିକ ରଶ୍ମିର ଆବିଷ୍କାର

କିନ୍ତୁ ତାଙ୍କର ଏହି ସନ୍ଦେହ ଅମୂଳକ ବୋଲି ପ୍ରମାଣ ହେଲା, କାରଣ ଲୁହା ଏଥିରୁ ମୁକ୍ତ ଥିଲା। ଏହି ପୃଷ୍ଠଭୂମିରେ ସେ ୧୯୧୦ରେ ଏକ ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ପୃଥିବୀର ତେଜଷ୍କ୍ରିୟ ବସ୍ତୁ (କୃତ୍ରିମ ହେଉ ଅବା ପ୍ରାକୃତିକ) ବାୟୁ ଆୟନନ ପାଇଁ ସମ୍ପୂର୍ଣ୍ଣ ଦାୟୀ ନୁହେଁ। ଏହା ପଛରେ ଅତିରିକ୍ତ ଭାବେ ଯେଉଁ ଅନ୍ୟ ଏକ କାରଣ ଥାଇପାରେ, ତାହା ହେଉଛି, ବହିରାଗତ ଗାମା ରେ’। ଉଲ୍‌ଫଙ୍କ ସିଦ୍ଧାନ୍ତକୁ ସେତେବେଳେ ବୈଜ୍ଞାନିକମାନେ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ। କିନ୍ତୁ ଏହାର ଦୁଇ ବର୍ଷ ପରେ ଯେଉଁ ଗବେଷକ ଗମ୍ଭୀର ଭାବେ ମନୋନିବେଶ କଲେ, ସେ ହେଉଛନ୍ତି ଅଷ୍ଟ୍ରିଆର ବୈଜ୍ଞାନିକ ଭିକ୍ଟର ହେସ୍‌।
୧୯୧୦ରେ ସଂଗୃହୀତ ଆୟନନ ପରିମାଣରୁ ସଙ୍କେତ ମିଳିଲା ଯେ, ବାୟୁମଣ୍ଡଳର ଆୟନନ କେବଳ ପୃଥିବୀ ସହ ସମ୍ପୃକ୍ତ (ଟେରିଷ୍ଟ୍ରିଆଲ) ନୁହେଁ। ତେଣୁ ଗବେଷକମାନେ ଆଇଫଲ ଟାଓ୍ବାରଠାରୁ ଅଧିକ ଉଚ୍ଚତାରେ ମାପିବାକୁ ପରିଚାୟକକୁ ବେଲୁନରେ ନେଲେ। କିନ୍ତୁ ସେମାନଙ୍କର ଯନ୍ତ୍ରପାତି ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ନିର୍ଭରଯୋଗ୍ୟ ଫଳ ମିଳିଲା ନାହିଁ। ଆୟନନର ଉତ୍ସ ପୂର୍ବ ପରି ସନ୍ଦେହ ଘେରରେ ରହିଲା। ଏମିତି ଅନିଶ୍ଚିତ ସ୍ଥିତିରେ ହେସ୍‌ ତାଙ୍କ ଉପକରଣକୁ ପ୍ରଥମେ ଉନ୍ନତ କଲେ। ବାୟୁମଣ୍ଡଳର ଉଚ୍ଚକୁ ଯିବା ବେଳେ ତାପ ଓ ଚାପର ପରିବର୍ତ୍ତନ ଘଟିଥାଏ। ବ୍ୟବହୃତ ଯନ୍ତ୍ରପାତି ଏହି ପରିବର୍ତ୍ତନ ଯୋଗୁ ଯେପରି ଖରାପ ନ ହୁଏ, ଏହା ତାଙ୍କର ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା। ଏଥିସହିତ ସେ ହିସାବ କଲେ ଯେ, ଭୂପୃଷ୍ଠରୁ ୫୦୦ ମିଟର ଉପରକୁ ଗଲେ, ସେଠାରେ ଭୂ-ଜନିତ ତେଜଷ୍କ୍ରିୟତା ଶୂନ୍ୟ ହୋଇ ଆୟନନ ଆଉ ଘଟିବ ନାହିଁ। ତେଣୁ ସେ ଯେଉଁ ପରୀକ୍ଷା ଏଣିକି କରିବେ, ତାହା ପାଞ୍ଚ ଶହ ଉଚ୍ଚତାକୁ ଅତିକ୍ରମ କରିବା ନିହାତି ଦରକାର।
ହଟ୍‌ ଏୟାର ବେଲୁନ ବ୍ୟବହାର କରି ହେସ୍‌ ୧୯୧୧ରୁ ୧୯୧୩ ମଧ୍ୟରେ ଦଶଥର ଭିନ୍ନ ଭିନ୍ନ ଜାଗା ବାଛି ବେଲୁନରେ ସୁଉଚ୍ଚ ସ୍ଥାନରେ ପହଞ୍ଚତ୍ଲେ। ସେ ଲକ୍ଷ୍ୟ କଲେ ଯେ, ପ୍ରାଥମିକ ସ୍ତରରେ ଅଳ୍ପ ଉଚ୍ଚତାରେ ଆୟନନ କମିଲେ ସୁଦ୍ଧା, ଉଚ୍ଚତା ବୃଦ୍ଧି ହେଲେ ଏହା ବଢ଼ିବାରେ ଲାଗିଲା। ୧୭ ଏପ୍ରିଲ ୧୯୧୨ରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଘଟିଥିଲା। ସେହି ଦିନଟିକୁ ସେ ପରୀକ୍ଷା ପାଇଁ ବାଛିଥିଲେ। ତେବେ ଏହି ଦିନର ଆୟନନ ରେକର୍ଡରୁ ଜଣାଗଲା ଯେ, ସେଥିରେ ପୂର୍ବ ଦିନମାନଙ୍କ ଅପେକ୍ଷା କୌଣସି ପ୍ରକାରେ ଭିନ୍ନତା ପରିଲକ୍ଷିତ ହେଲା ନାହିଁ। ଏଥିରୁ ସ୍ପଷ୍ଟ ହେଲା ଯେ, ବର୍ଦ୍ଧିତ ଆୟନନ ପାଇଁ ସୂର୍ଯ୍ୟଙ୍କ ଭୂମିକା ନଗଣ୍ୟ। ଅନ୍ତରୀକ୍ଷ ହିଁ ଏହାର ମୂଳ କାରକ ବୋଲି ପ୍ରତୀତ ହେଲା। ୧୯୨୫ ମସିହାରେ ରବର୍ଟ ମିଲିକାନ୍‌ ଏହି ରହସ୍ୟଜନକ ଘଟଣା ପଛରେ ଥିବା ବିକିରଣକୁ ମହାଜାଗତିକ ରଶ୍ମି ବା କସ୍ମିକ ରେ’ ବୋଲି ନାମିତ କଲେ। ଭିକ୍ଟର ହେସ୍‌ କସ୍ମିକ ରେ’ ଆବିଷ୍କାରକ ଭାବେ ସ୍ବୀକୃତ ହେଲେ।

(ଶେଷ ଭାଗ)
-ଡ. ନିଖିଳାନନ୍ଦ ପାଣିଗ୍ରାହୀ
ବଡ଼ଖେମୁଣ୍ଡି ବାଲୋଂ,
ଉତ୍କଳ ଆଶ୍ରମ ରୋଡ୍‌, ବ୍ରହ୍ମପୁର
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri