୩ ବର୍ଷିଆ ଯୁଦ୍ଧ

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୨୪ ଫେବୃଆରୀରେ ୩ ବର୍ଷ ପୂରିଲା। ୨୦୨୨ ଏହି ଦିନରେ ରୁଷିଆ ପ୍ରଥମେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିଲା। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସାଧାରଣରେ ଘୋଷଣା କରିଥିଲେ ଯେ, ୟୁକ୍ରେନ୍‌ ସହ ଯୁଦ୍ଧ ୭ ଦିନରେ ସରିଯିବ ଓ ସେହି ରାଷ୍ଟ୍ରକୁ ଅକ୍ତିଆର କରିବା ତାଙ୍କ ପାଇଁ ସହଜ ହେବ। ହେଲେ ସେହି ୭ ଦିନ ବଢ଼ି ୩ ବର୍ଷରେ ପହଞ୍ଚତ୍ଲା। କମେଡିଆନ୍‌ରୁ ରାଷ୍ଟ୍ରପତି ହୋଇଥିବା ୟୁକ୍ରେନ୍‌ର ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଅଦମ୍ୟ ସାହସ ରୁଷିଆର ଗତିରୋଧ କରିବାରେ ଅନେକାଂଶରେ ସଫଳ ହୋଇଛି। ଅବଶ୍ୟ ଏ ଦିଗରେ ଆମେରିକା ଓ ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ତାଙ୍କୁ ସାମରିକ ଓ ଆର୍ଥିକ ସହଯୋଗ ଯୋଗାଇ ଦେଇଥିଲେ। ବର୍ତ୍ତମାନର ଭୂରାଜନୈତିକ ସ୍ଥିତି ବଦଳିଯାଇଥିବା ବେଳେ ଜୋ ବାଇଡେନ୍‌ଙ୍କ ସ୍ଥାନରେ ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକା ରାଷ୍ଟ୍ରପତି। କ୍ଷମତାକୁ ଆସିବା ପୂର୍ବରୁ ଟ୍ରମ୍ପ୍‌ ଘୋଷଣା କରିଥିଲେ ଯେ ବାଇଡେନଙ୍କ ଯୋଗୁ ହୋଇଥିବା ଭୁଲ ଓ ଯୁଦ୍ଧ ପାଇଁ ଘଟିଥିବା ଆର୍ଥିକ କ୍ଷତିକୁ ଆଉ ବଢ଼ିବାକୁ ଦିଆଯିବ ନାହିଁ। ପଟ ପରିବର୍ତ୍ତନ ହେବା ପରେ ଅନେକାଂଶରେ ଟ୍ରମ୍ପ୍‌ ଇସ୍ରାଏଲ-ହମାସ ଯୁଦ୍ଧବିରତି ଆଣିବାରେ ସଫଳ ହୋଇଥିଲେ ମଧ୍ୟ ରୁଷିଆ-ୟୁକ୍ରେନ ସଂଘର୍ଷରେ ବିରାମ ଲଗାଇ ପାରିନାହାନ୍ତି। ଏହା ଏଇଥିପାଇଁ ହୋଇପାରି ନାହିଁ ଯେ, ପୁଟିନ୍‌ଙ୍କୁ ଟ୍ରମ୍ପ୍‌ଙ୍କ ସମର୍ଥନ ରହିଥିବାରୁ ଜେଲେନ୍‌ସ୍କି ତାଙ୍କୁ ବିଶ୍ୱାସକୁ ନେଇପାରୁ ନାହାନ୍ତି। ନିକଟରେ ଜେଲେନ୍‌ସ୍କିଙ୍କୁ ଉପଲକ୍ଷ୍ୟ କରି ଟ୍ରମ୍ପ୍‌ କହିଥିଲେ ଜଣେ ଚତୁର କମେଡିଆନ୍‌ ଆମେରିକାଠାରୁ ୩୫୦ ବିଲିଅନ୍‌ ଡଲାର ହାତେଇ ନେବାରେ ସଫଳ ହୋଇଥିଲେ। ଏଥିସହିତ ସେ କହିଥିଲେ, ଜେଲେନ୍‌ସ୍କି ଏକଚ୍ଛତ୍ରବାଦୀ ପାଲଟିଲେଣି ଓ ବିନା ନିର୍ବାଚନରେ ନିଜ ଦେଶ ଉପରେ ଶାସନ କରୁଛନ୍ତି। ଯଦି ଶାନ୍ତି ପ୍ରତିଷ୍ଠାରେ ସହଯୋଗ କରିବେ ନାହିଁ, ତେବେ ତାଙ୍କ ଦେଶ ରହିବ ନାହିଁ। ଏଥିରୁ ବୁଝିବାକୁ ହେବ ଯେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜଣେ ଶାନ୍ତିକାମୀ ଚରିତ୍ରର ଭାବମୂର୍ତ୍ତି ସୃଷ୍ଟି କରିଥିବା ଟ୍ରମ୍ପ୍‌ କ୍ଷମତାସୀନ ହେବା ପରେ ଏକଚ୍ଛତ୍ରବାଦ ଚିନ୍ତାଧାରା ରଖିଥିବା ପୁଟିନ୍‌ଙ୍କ ପ୍ରତି ଢଳି ରହିଛନ୍ତି। ଶାନ୍ତି ଚାହୁଁଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ନିରପେକ୍ଷ ହେବା ଦରକାର। ବର୍ତ୍ତମାନ ସ୍ଥିତିରେ ୟୁକ୍ରେନ୍‌ ବହୁଳମାତ୍ରାରେ କ୍ଷତିଗ୍ରସ୍ତ ହୋଇ ଯନ୍ତ୍ରଣା ଭୋଗୁଛି। ରୁଷିଆର ସାମରିକ ଓ ଆର୍ଥିକ ଆକାର ୟୁକ୍ରେନ୍‌ ତୁଳନାରେ ବଡ଼ ଥିଲେ ମଧ୍ୟ ଦୀର୍ଘକାଳୀନ ଯୁଦ୍ଧ ତା’ର ନାଗରିକଙ୍କୁ ଗ୍ରହଣୀୟ ହେଉ ନ ଥିବା ବେଳେ ଅର୍ଥନୀତି ମଧ୍ୟ ଦୁର୍ବଳ ହେବାରେ ଲାଗିଛି। ଏଭଳି ସନ୍ଦିକ୍ଷଣରେ ଉଭୟ ରାଷ୍ଟ୍ରର ନାଗରିକ ଯୁଦ୍ଧ ବନ୍ଦ ଚାହୁଁଛନ୍ତି। କିନ୍ତୁ ଆମେରିକା ଭଳି ମଧ୍ୟସ୍ଥ ନିଜ ସ୍ବାର୍ଥକୁ ଅଗ୍ରପ୍ରାଧାନ୍ୟ ଦେଉଥିବାରୁ ସମାଧାନ ବାଟ ବାହାରିପାରୁ ନାହିଁ। ଅନ୍ତର୍ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ରୁଷିଆ ଚାହୁଁଛି ୟୁକ୍ରେନ୍‌ର ଯେଉଁ ଅଞ୍ଚଳ ମାଡ଼ିବସିଛି, ତା’ ତାହାର ହୋଇ ରହୁ। କିନ୍ତୁ ୟୁକ୍ରେନ୍‌ ସେଥିରେ ରାଜି ହେଉ ନାହିଁ। ନିକଟରେ ସାଉଦି ଆରବର ରିଆଦରେ ଆମେରିକା ପରରାଷ୍ଟ୍ର ସଚିବ ମାର୍କୋ ରୁବିଓ ଏବଂ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ମଧ୍ୟରେ ରୁଷିଆ-ୟୁକ୍ରେନ୍‌ ଶାନ୍ତି ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା। କିନ୍ତୁ ସେଥିରେ ୟୁକ୍ରେନ୍‌କୁ ସାମିଲ କରାଯାଇ ନ ଥିଲା। ତେଣୁ ଶାନ୍ତି ପ୍ରତିଷ୍ଠା ଏକତରଫା କରାଇବାର ଉଦ୍ୟମ ଚଳାଇଛନ୍ତି ଟ୍ରମ୍ପ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ଲାଗି ରହିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ସର୍ବାଧିକ ସମୟ ପାଇଁ ଚାଲିଥିବାରୁ ତାହାର ପ୍ରଭାବ ପୃଥିବୀବ୍ୟାପୀ ପଡ଼ିଚାଲିଛି। ଏହି ଯୁଦ୍ଧରେ ବାହ୍ୟଶକ୍ତିଙ୍କ ହସ୍ତକ୍ଷେପ ସ୍ଥିତିକୁ ଗମ୍ଭୀର କରିଚାଲିଛି। ଯୁଦ୍ଧର ଆରମ୍ଭରେ ଜେଲେନ୍‌ସ୍କିଙ୍କୁ ବାଇଡେନ୍‌ ସାହସ ଯୋଗାଇ ଦେଇ ଆସୁଥିବା ବେଳେ ଏବେ ପୁଟିନ୍‌ଙ୍କୁ ଟ୍ରମ୍ପ୍‌ ସମର୍ଥନ କରୁଛନ୍ତି। ଅର୍ଥାତ୍‌ ଆମେରିକାର ବହିର୍ବ୍ୟାପାର ନୀତିରେ ପରିବର୍ତ୍ତନ ଏଭଳି ସ୍ଥଳେ ଯୁଦ୍ଧକୁ ବନ୍ଦ କରିବା ପରିବର୍ତ୍ତେ ୟୁକ୍ରେନ୍‌ ପ୍ରତି ଆମେରିକା ଘୋର ଅନ୍ୟାୟ କରୁଛି। ଯଦି ଆମେରିକା ତା’ର କରଦାତାଙ୍କ ଅର୍ଥ ରୁଷିଆ ବିରୋଧରେ ଖର୍ଚ୍ଚ କରିବାକୁ ଚାହୁଁନାହିଁ, ତେବେ ସେହି ନିଷ୍ପତ୍ତି ଟ୍ରମ୍ପ୍‌ ନେବା ପାଇଁ ସକ୍ଷମ। କିନ୍ତୁ ୟୁକ୍ରେନ୍‌କୁ ଅଲୋଚନାରେ ସାମିଲ ନ କରିବା କୌଣସି ଦୀର୍ଘସ୍ଥାୟୀ ଶାନ୍ତିର ପଥ ଦେଖାଉନାହିଁ। ବାଇଡେନ୍‌ଙ୍କ ସାହସ ପାଇ ବଳୀୟାନ ହୋଇଥିବା ଜେଲେନ୍‌ସ୍କିଙ୍କ ରଣକୌଶଳକୁ ଏକଚ୍ଛତ୍ରବାଦ ଆଚରଣ ବହନ କରୁଥିବା ପୁଟିନ୍‌ ସେତେବେଳେ ନିରେଖୁଥିଲେ। ଫଳରେ ଜେଲେନ୍‌ସ୍କି ନିଜ ସାମରିକ ବାହିନୀର ମନୋବଳ ବୃଦ୍ଧି କରି ରୁଷିଆକୁ କଡ଼ା ଜବାବ ଦେଇଥିଲେ। ଏହାଦ୍ୱାରା ରୁଷିଆ ଶାନ୍ତି ଟେବୁଲକୁ ଆସିବାକୁ ମଙ୍ଗୁଥିଲା। ଏବେ ଟ୍ରମ୍ପ ଯେଭଳି ଭାବେ ଜେଲେନ୍‌ସ୍କିଙ୍କ ପ୍ରତି ପକ୍ଷପାତିତା ଅବଲମ୍ବନ କରିଛନ୍ତି, ସେଥିରେ ୟୁକ୍ରେନ୍‌ ରାଜି ହେବାର ଆଭାସ ମିଳୁନାହିଁ। ପୁଣି ଶୁଣିବାକୁ ମିଳୁଛି ଯେ, ୟୁକ୍ରେନ୍‌ରେ ଥିବା ୫୦୦ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ବଳ ଉପରେ ଟ୍ରମ୍ପ୍‌ ଆଖି ପକାଇଛନ୍ତି। ସମ୍ଭବତଃ ସେଥିପାଇଁ ରୁଷିଆକୁ ମାଧ୍ୟମ କରି ଟ୍ରମ୍ପ୍‌ ୟୁକ୍ରେନ୍‌ ସହ ବଡ଼ ଚୁକ୍ତି କରିବାକୁ ଚାହୁଁଛନ୍ତି। ଯେହେତୁ ଟ୍ରମ୍ପ୍‌ଙ୍କ କୁଟିଳ ବୁଦ୍ଧିକୁ ଜେଲେନ୍‌ସ୍କି ଭଲ ଭାବେ ଜାଣିଛନ୍ତି ସେଥିରେ ସେ ରାଜି ହେବା ଦେଖାଯାଉ ନାହିଁ। ଏହିଭଳି ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଲାଗି ରହିଲେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଆହୁରି ସମୟ ଲାଗିପାରେ। କାରଣ ବଲ୍‌ ରୁଷିଆ କିମ୍ବା ୟୁକ୍ରେନ୍‌ କୋର୍ଟରେ ନ ରହି ବାହ୍ୟଶକ୍ତିଙ୍କ ପାଖକୁ ଚାଲିଯାଉଛି। ୟୁକ୍ରେନ୍‌ ଯଦି ଆଜି ବିପଦପୂର୍ଣ୍ଣ ପରିସ୍ଥିତିରେ ପଡ଼େ, ତେବେ ସମଗ୍ର ୟୁରୋପର ସ୍ଥିତି ସଙ୍କଟାପନ୍ନ ରହିବ। ସେଥିପାଇଁ ଆମେରିକା ଓହରିଯିବା ପରେ ୟୁରୋପର ଅନ୍ୟ ଦେଶଗୁଡ଼ିକ ରୁଷିଆ ପ୍ରତି କେଉଁ ପ୍ରକାରର ଆଭିମୁଖ୍ୟ ପୋଷଣ କରୁଛନ୍ତି, ତାହା ଭବିଷ୍ୟତରେ ଅତ୍ୟନ୍ତ ଗୁରୁତ୍ୱ ବହନ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?