Posted inଜାତୀୟ

ହିସାରରେ ୫ ହଜାର ବର୍ଷ ପୁରାତନ ସହରର ସନ୍ଧାନ…

ହିସାର, ୮।୫ : ହରିୟାଣାର ହିସାରରେ ୫ ହଜାର ବର୍ଷ ପୁରାତନ ସହରର ସନ୍ଧାନ ମିଳିଛି। ମାଟିତଳେ ପୋତି ହୋଇଥିବା ହରପ୍ପା ସଭ୍ୟତା ସମୟର ଏହି ସହର ବୋଲି ପ୍ରତ୍ନତାତ୍ତ୍ୱିକ ଖନନ ବେଳେ ପ୍ରମାଣ ମିଳିଛି। ପାଞ୍ଚ ହଜାର ବର୍ଷ ପୂର୍ବେ ଏହି ସହରରେ ଘର, ପରିଷ୍କାର ପରିଚ୍ଛନ୍ନତା, ରାସ୍ତା, ଅଳଙ୍କାର ଏବଂ ମୃତଦେହକୁ ସଂରକ୍ଷଣ ଏବଂ ସଂସ୍କାର କରାଯାଉଥିବା ବିଷୟରେ ପ୍ରମାଣ ମଧ୍ୟ ମିଳିଛି। ଏହି ସହରଟି ହରିୟାଣାର ହିସାରର ରାଖୀଗଢ଼ୀ ଗାଁରେ ରହିଥିବାର ପ୍ରମାଣ ମିଳିଛି। ଏହା ୧୧ ମାଉଣ୍ଡ ତଳେ ରହିଛି।

ବର୍ତ୍ତମାନ ଏହାର ୩ଟି ମାଉଣ୍ଡର ପ୍ରତ୍ନତାତ୍ତ୍ୱିକ ଖନନ କରାଯାଇଛି। ଏହି ହରପ୍ପା ସମୟର ସହର ବିଲୁପ୍ତ ସରସ୍ବତୀ ନଦୀର ଏକ ଉପନଦୀ ଦୃଶ୍ୱଦ୍ୱତୀ କୂଳରେ ଅବସ୍ଥିତ ଥିଲା। ୫ ହଜାର ବର୍ଷ ପୂର୍ବେ ଏଠାରେ ପୋଡ଼ା ଇଟା, ମାଟିର ହାଣ୍ଡି, ଡ୍ରେନ ଉପରେ ରଖାଯାଇଥିବା କେତେକ ହାଣ୍ଡି ଆଦି ମିଳିଛି। ଏହା ପ୍ରାଚୀନ ଇତିହାସର ବହୁ ଅସମାହିତ ରହସ୍ୟର ଦ୍ୱାର ଖୋଲିବ ବୋଲି କୁହାଯାଉଛି। ପ୍ରତ୍ନତତ୍ତ୍ୱ ବିଭାଗର ଗବେଷକ କୁମାର ସୌରଭ କହିଛନ୍ତି ଯେ ସେତେବେଳେ ହରପ୍ପା ସହରରେ ଜଳ ନିଷ୍କାସନ ପାଇଁ ଏକ ବିକଶିତ ବ୍ୟବସ୍ଥା ଥିଲା। ଡ୍ରେନ ଉପରେ ଥିବା ଗର୍ତ୍ତ ଉପରେ ଏକ ମାଟି ପାତ୍ର ରଖାଯାଉଥିଲା, ଯାହା ଡ୍ରେନ ଭିତରକୁ ବର୍ଜ୍ୟବସ୍ତୁର ପ୍ରବେଶକୁ ରୋକୁଥିଲା। ଖନନ ସ୍ଥଳରେ ପକ୍କା ଇଟା ତିଆରି ରାସ୍ତା ଏବଂ ଘର ଗଠନ ମଧ୍ୟ ଦେଖିବାକୁ ମିଳିଛି। ସେଠାରେ ଏକ ଚୁଲି ମଧ୍ୟ ମିଳିଛି, ଯାହା ପାଞ୍ଚ ହଜାର ବର୍ଷ ପୁରୁଣା।

ଚୁଲି ବିଷୟରେ କୁମାର ସୌରଭ କହିଛନ୍ତି ଯେ ଚୁଲିକୁ କାଦୁଅରେ ନିର୍ମାଣ କରାଯାଇଛି। ତେବେ ଏହି ଚୁଲିରେ ଖାଦ୍ୟ ରନ୍ଧା ଯାଇଥିଲା କିମ୍ବା ଏହା ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥିଲା, ଏହା ଏକ ଅନୁସନ୍ଧାନର ବିଷୟ ବୋଲି ସେ କହିଛନ୍ତି। ଏଠାରେ ମୃତଦେହ ସଂସ୍କାର କରିବାର ପ୍ରମାଣ ମିଳିଛି। ସମ୍ପ୍ରତି ଖନନ ସମୟରେ ଦୁଇଜଣ ମହିଳାଙ୍କ କଙ୍କାଳ ମିଳିଛି। କଙ୍କାଳ ଚାରିପାଖରେ ରଖାଯାଇଥିବା ଜିନିଷଗୁଡ଼ିକ ହରପ୍ପା ସମୟର ବିକାଶର ଅନେକ ପ୍ରମାଣ ଦେଉଛି। ଅନ୍ୟ ଜଣେ ଗବେଷକ ପ୍ରବୀଣ ଭାସ୍କର କହିଛନ୍ତି ଯେ ହାଣ୍ଡି ଓ ୱାଟ ବ୍ୟତୀତ ସେହି ଜିନିଷଗୁଡ଼ିକରେ ସେଲ କଙ୍କଣ ମିଳିଛି। ଭାସ୍କର କହିଛନ୍ତି ଯେ ଖନନ ସମୟରେ ସେଠାରେ ତମ୍ବାର ଏକ ଦର୍ପଣ ମଧ୍ୟ ମିଳିଛି।

ବର୍ତ୍ତମାନ ସାତୋଟି ମାଉଣ୍ଡ ଅଛି, ଯେଉଁଠାରେ ଖନନ କାର୍ଯ୍ୟ ଏପର୍ଯ୍ୟନ୍ତ ହୋଇନାହିଁ। ଯେତେବେଳେ ଖନନ ହେବ, ସେତେବେଳେ ନୂତନ ତଥ୍ୟ ଜଣା ପଡିବ। କଙ୍କାଳ ନିକଟରୁ ତମ୍ବା ମୁଦି ଏବଂ ସୁନା ପାତ ମଧ୍ୟ ମିଳିଛି। ଏଗୁଡ଼ିକୁ ଅଳଙ୍କାର ଭାବରେ ବ୍ୟବହୃତ ହେଉଥିବା ଅନୁମାନ କରାଯାଉଛି। ଭାରତ ସରକାର ରାଖୀଗଢ଼ୀକଚ ହରପ୍ପା ସମୟର ଏକ ଆଇକନିକ ସାଇଟର ମାନ୍ୟତା ଦେଇଛନ୍ତି। ଏଠାରେ ଏକ ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଇଛି, ଯାହା କିଛି ଦିନ ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ।

ପ୍ରତ୍ନତତ୍ତ୍ୱ ବିଭାଗର ଯୁଗ୍ମ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ମଞ୍ଜୁଲ କହିଛନ୍ତି ଯେ ବର୍ତ୍ତମାନ ହରପ୍ପା ସଂସ୍କୃତି ଉପରେ ଅଧିକ ଗବେଷଣା କରିବା ଆମର ପ୍ରାଥମିକତା। ତା’ପରେ ସଂଗ୍ରହାଳୟ ବିଷୟରେ ସଭ୍ୟତା ବିଷୟରେ ଲୋକଙ୍କୁ କହିବା ଏବଂ ଏହାର ସୁରକ୍ଷା କରିବା ଆମର ଲକ୍ଷ୍ୟ। ହରପ୍ପା ସଭ୍ୟତା ସିନ୍ଧୁ ଏବଂ ସରସ୍ବତୀ ନଦୀ କୂଳରେ ବିକଶିତ ହୋଇଥିଲା। ବର୍ତ୍ତମାନ, ହରପ୍ପା ସମୟର ସମସ୍ତ ସୂଚନା ଏହି ପାହାଡ ତଳେ ପୋତି ହୋଇ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri