ଡିସ୍‌କାଉଣ୍ଟ୍‌ ସେଲ୍‌: ୯ ଟଙ୍କାରେ ଟି-ଶର୍ଟ ନେବାକୁ ଦୋକାନ ଆଗରେ ଲମ୍ବା ଲାଇନ୍‌

ଚେନ୍ନାଇ, ୬।୯: କରୋନା ମହାମାରୀ ସମୟରେ ଲୋକେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ପାଳନ ନ କରି ଡିସ୍‌କାଉଣ୍ଟ୍‌ ସେଲ୍‌ରେ କମ୍‌ ଦାମରେ ଜିନିଷ କିଣିବା ଲାଗି ଲମ୍ବା ଲାଇନ ଲଗାଇଥିବାର ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ଆରେ ଭାଇରାଲ ହେବାରେ ଲାଗିଛି। ତାମିଲନାଡୁର ଗ୍ରେଟର ଚେନ୍ନାଇର ରୋୟାପେଟ୍ଟା ଅଞ୍ଚଳର ଡ.ବେସେଣ୍ଟ ରୋଡ୍‌ଠାରେ ଥିବା ଏକ ପୋଷାକ ଦୋକାନରେ ଡିସ୍‌କାଉଣ୍ଟ୍‌ ସେଲ୍‌ ଆରମ୍ଭ ହୋଇଥିଲା। ୯୯୯ ଟଙ୍କାରେ ୯ଟି ଶର୍ଟ, ୯ ଟଙ୍କାରେ ଟି-ଶର୍ଟ ଆଦ ବିକ୍ରି ହେଉଥିଲା। ଖବର ପାଇ ଲୋକେ ବିନା ମାସ୍କରେ ସାମାଜିକ ଦୂରତାକୁ ଭୁଲି ଦୋକାନ ସମ୍ମୁଖରେ ଭିଡ଼ ଜମାଇଥିଲେ। ଏହାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରାଯାଇଥିଲା। ଭିଡ଼ିଓ ଘଣ୍ଟାକ ମଧ୍ୟରେ ଭାଇରାଲ ହେବାରେ ଲାଗିଥିଲା। ଘଟଣା ସମ୍ପର୍କରେ ପୋଲିସ ପାଖରେ ଖବର ପହଞ୍ଚିଥିଲା। ପୋଲିସ ଟିମ୍‌ ଦୋକାନକୁ ସିଲ୍‌ କରିବା ସହିତ ଭିଡ଼ ଜମାଇଥିବା ଲୋକଙ୍କୁ ସେଠାରୁ ଘଉଡ଼ାଇ ଦେଇଥିଲେ। ଦୋକାନ ମାଲିକଙ୍କୁ ନୋଟିସ୍‌ ଜାରି କରାଯାଇଥିବା ଗ୍ରେଟର ଚେନ୍ନାଇ କର୍ପୋରେଶନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଫୋନ୍‌ରେ ଗେମ୍‌ ଖେଳି ୧.୩୩ ଲକ୍ଷ ଖର୍ଚ୍ଚ କରିଦେଲା ୭ ବର୍ଷର ପୁଅ: ବିଲ୍‌ ପୈଠ କରିବାକୁ କାର୍‌ ବିକ୍ରି କଲେ…

ଜଣେ ଡାକ୍ତରଙ୍କ ପୁଅ ତାଙ୍କ ଆଇଫୋନ୍‌ରୁ ଅନେକ ଗେମ୍‌ କିଣିଦେଇଥିଲେ। ଏହାର ବିଲ୍‌ ପୈଠ କରିବା ଲାଗି ଡାକ୍ତର ନିଜର କାର୍‌ ବିକ୍ରି କରିବାକୁ ବାଧ୍ୟ...

ଜନ୍ମଦିନରେ ବଜରଙ୍ଗବାଲୀଙ୍କୁ କ’ଣ ମାଗିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ, ୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ରବିବାର (୧୬ ଅଗଷ୍ଟ) ୫୨ତମ ଜନ୍ମଦିବସ ଥିଲା। ଏହି ବିଶେଷ ଦିବସ ଅବସରରେ କେଜ୍ରିଓ୍ବାଲ ସ୍ତ୍ରୀ ସୁନୀତାଙ୍କ...

ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟାଇ ଦିଆଯିବା ପରେ ସଂସଦରେ ନିଜର ପୋଷାକ ଚିରିଲେ ପିଡିପି ନେତା

ନୂଆଦିଲ୍ଲୀ,୫।୮: ରାଜ୍ୟସଭାରେ ସୋମବାର ହଟ୍ଟଗୋଳ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ନେଇ ଘୋଷଣା କରିଥିଲେ। ଏହାପରେ ସଂସଦରେ ବହୁ...

ହନିମୁନ୍‌ କରିବାକୁ ଯାଇ ୫୦ ଫୁଟ ତଳକୁ ଖସିପଡ଼ିଲେ ସ୍ବାମୀ, ଉଦ୍ଧାର କଲେ ସ୍ତ୍ରୀ

ହନିମୁନ୍‌ କରିବାକୁ ଯାଇ ଆମେରିକାର ନବବିବାହିତ ଦମ୍ପତି ଏକ ବଡ଼ଧରଣର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଫ୍ଲୋରିଡ଼ାର କ୍ଲେ ଚେଷ୍ଟନ୍‌ ଏବଂ ତାଙ୍କ ସ୍ତ୍ରୀ ଏକ୍‌ମୀ ହନିମୁନ୍‌...

ଚୁଟି ଧରି ମୁଥା ମରାମରି ହେଲେ ଦୁଇ ମହିଳା ସ୍ବାସ୍ଥ୍ୟକର୍ମୀ

ପାଟଣା,୨୪।୧: ବିହାରର ଜାମୁଇ ଜିଲାର ଏକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୁଇ ମହିଳା ସ୍ବାସ୍ଥ୍ୟ କର୍ମୀ ପରସ୍ପରର ଚୁଟି ଧରି ମୁଥା ମରାମରି ଘଟଣାର ଭିଡିଓ ଭାଇରାଲ ହୋଇଛି।...

ପ୍ରତିଶୋଧ ରାଜନୀତି କରୁଛି ଏସ୍‌ପିି

ନୂଆଦିଲ୍ଲୀ,୧।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସେଠାରେ ପ୍ରଥମ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିବା ଅବସରରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ...

ପିପିଇ କିଟ୍‌ ତଳେ ପୋଷାକ ନ ପିନ୍ଧିବା ଯୋଗୁ ଏହି ନର୍ସଙ୍କୁ ନେଇ ହୋଇଥିଲା ହଙ୍ଗାମା: ଏବେ ହେଲେ ନ୍ୟୁଜ ଆଙ୍କର

ରୁଷର ଏକ ଡାକ୍ତରଖାନାରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ନର୍ସ ନାଦିଆ ଜୁକୋଭା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଏଥର ନାଦିଆଙ୍କୁ ଏକ ଚ୍ୟାନେଲରେ...

କଂଗ୍ରେସକୁ ପୁଣି ଝଟ୍‌କା, ଗୁଲାମ ନବୀଙ୍କ ସମର୍ଥନରେ ୩୬ ଛାତ୍ରନେତାଙ୍କ ଇସ୍ତଫା…

ନୂଆଦିଲ୍ଲୀ, ୧।୯ : କଂଗ୍ରେସରୁ ଗୁଲାମ ନବୀ ଆଜାଦଙ୍କ ଇସ୍ତଫା ପରେ ଦଳରେ ସଙ୍କଟ ବଢ଼ିବାରେ ଲାଗିଛି। ଦଳ ଛାଡିବା ପରେ ଗୁଲାମ ନବୀ ଆଜାଦ...

Advertisement
Archives

Model This Week