ଶିଶୁପାଳଗଡ଼ ପୁନରୁଦ୍ଧାର ପାଇଁ ଏଏସ୍‌ଆଇର ତତ୍ପରତା

ପୁରୁଣା ଭୁବନେଶ୍ୱର,୨୦।୧୦(ଡି.ଏନ୍‌.ଏ.): ଐତିହ୍ୟସ୍ଥଳ ଶିଶୁପାଳଗଡ଼ର ପୁନରୁଦ୍ଧାର ପାଇଁ ଏକ ଜନସ୍ବାର୍ଥ ମାମଲା ହୋଇଛି। ହେଲେ ଏହି ମାମଲାର ଶୁଣାଣି ହୋଇ ନ ଥିବାବେଳେ ଏହି ଐତିହ୍ୟ ସ୍ଥଳୀ ଶିଶୁପାଳଗଡ଼ରେ ଅବୈଧ ନିର୍ମାଣ ହେଉଥିବା ଦେଖାଯାଉଛି। ଏଏସ୍‌ଆଇ ପକ୍ଷରୁ ୨୫ ନଭେମ୍ବର ୧୯୫୦ ମସିହାରେ କେନ୍ଦ୍ରୀୟ ରାଜପତ୍ର ଅନୁଯାୟୀ ଶିଶୁପାଳ, ବଡ଼ଧାନପୁର, ଲିଙ୍ଗିପୁର, ମହାଭୋଇ ଶାସନ ଓ ରଘୁନାଥପୁର ଆଦି ୫ଟି ମୌଜାର ୫୬୨.୬୮ ଏକରକୁ ନେଇ ଐତିହ୍ୟ ଶିଶୁପାଳଗଡ଼ ଅଞ୍ଚଳ। ବିଭିନ୍ନ ସମୟରେ ଏହି ଐତିହ୍ୟ ସ୍ଥଳରେ ଅବୈଧ ସଡ଼କ ଓ ବିଜୁଳି ଭଳି ସୁବିଧା ଯୋଗୁ ଏଠାରେ ଏକାଧିକ ଅବୈଧ ନିର୍ମାଣ ଗୃହ ଗଢିଉଠିଛି। ଏହାକୁ ଐତିହ୍ୟ ଗବେଷଣା ସଂସ୍ଥା ଇନ୍‌ଟାକ ପକ୍ଷରୁ ଶିଶୁପାଳଗଡ଼ର ଐତିହ୍ୟ ପୁନରୁଦ୍ଧାର ପାଇଁ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲ। ଏହାପରେ ଉଭୟ ଏଏସ୍‌ଆଇ ଓ ରାଜ୍ୟ ସରକାର ପକ୍ଷରୁ ମିଳିତ ଭାବେ ପୁରୀ ଏବଂ ଏକାମ୍ର ଭଳି ଶିଶୁପାଳଗଡ଼ ପୁନରୁଦ୍ଧାର ପାଇଁ ତତ୍ପରତା ଦେଖାଇ କାର୍ଯ୍ୟ ଆରମ୍ଭ କରିଛି। କିନ୍ତୁ ରାଜସ୍ବ ବିଭାଗ ଜାଣିଶୁଣି ଐତିହ୍ୟ ସ୍ଥଳରେ ଚାଷଜମି କିସମ ପରିବର୍ତ୍ତନ କରିବା ସହ ବେଆଇନ କିଣାବିକା ଉପରେ ଅଙ୍କୁଶ ନ ଲଗାଇବାରୁ ଅବୈଧ ନିର୍ମାଣ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବୁଧବାର ଜଣେ ବ୍ୟକ୍ତି ଗଡ଼ ମହାବୀର ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟ ଶିଶୁପାଳଗଡ଼ ପଶ୍ଚିମଦିଗ କାନ୍ଥକୁ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ସୂଚନାଥାଉକି, ମେ ୩ରେ ଜଣେ ବ୍ୟକ୍ତି ଗଙ୍ଗୋତ୍ରୀ ନଗର ଲେନ-୩ରେ ଥିବା ଗଡ଼ର ୭୦୦ମିଟର ତାଡ଼ି ମାଟି ବୋହୁଥିଲେ। ଏହାଦେଖି ଜଣେ ଯବାନ ଫାଙ୍କା ଗୁଳିଚାଳନା କରିଥିଲେ। ଏହି ଘଟଣାକୁ ନେଇ ଧଉଳି ଥାନାରେ ଅଭିଯୋଗ ହୋଇଥିଲା। ବ୍ୟକ୍ତି ଜଣଙ୍କ ଗଡ଼ କାଟିବା ଘଟଣାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ବୁଧବାର ପୁଣି ଶିଶୁପାଳଗଡ଼ର ପାଚେରି କେହି ଭାଙ୍ଗୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ହୋଇଛନ୍ତି। ଏ ନେଇ ଜିଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ କହିଛନ୍ତି, ବେଆଇନ କାର୍ଯ୍ୟକୁ ପ୍ରଶୟ ଦେବୁନାହିଁ। ବରଂ ଗଡ଼ କାଟୁଥିବା ବ୍ୟକ୍ତି ବିରୋଧରେ ଏଏସ୍‌ଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ସେହିଭଳି ଏକାମ୍ର ଜନଜାଗରଣ ମଞ୍ଚ ଅଧ୍ୟକ୍ଷ ଭୀଷ୍ମ ନାରାୟଣ ନାୟକ କୁହନ୍ତି, ଐତିହ୍ୟ ସ୍ଥଳରେ ଅମସାର୍‌ ଆକ୍ଟ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯାଇ ଜବରଦଖଲ ଉଚ୍ଛେଦ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଫଳରେ ଅନ୍ୟମାନେ ବେଆଇନ କାର୍ଯ୍ୟ କରିବା ପୂର୍ବରୁ ଅନ୍ତତଃ ସତର୍କ ରହିବେ ଏବଂ ଅନ୍ୟପଟେ ଐତିହ୍ୟ ସୁରକ୍ଷା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri