ଶିଶୁପାଳଗଡ଼ ପୁନରୁଦ୍ଧାର ପାଇଁ ଏଏସ୍‌ଆଇର ତତ୍ପରତା

ପୁରୁଣା ଭୁବନେଶ୍ୱର,୨୦।୧୦(ଡି.ଏନ୍‌.ଏ.): ଐତିହ୍ୟସ୍ଥଳ ଶିଶୁପାଳଗଡ଼ର ପୁନରୁଦ୍ଧାର ପାଇଁ ଏକ ଜନସ୍ବାର୍ଥ ମାମଲା ହୋଇଛି। ହେଲେ ଏହି ମାମଲାର ଶୁଣାଣି ହୋଇ ନ ଥିବାବେଳେ ଏହି ଐତିହ୍ୟ ସ୍ଥଳୀ ଶିଶୁପାଳଗଡ଼ରେ ଅବୈଧ ନିର୍ମାଣ ହେଉଥିବା ଦେଖାଯାଉଛି। ଏଏସ୍‌ଆଇ ପକ୍ଷରୁ ୨୫ ନଭେମ୍ବର ୧୯୫୦ ମସିହାରେ କେନ୍ଦ୍ରୀୟ ରାଜପତ୍ର ଅନୁଯାୟୀ ଶିଶୁପାଳ, ବଡ଼ଧାନପୁର, ଲିଙ୍ଗିପୁର, ମହାଭୋଇ ଶାସନ ଓ ରଘୁନାଥପୁର ଆଦି ୫ଟି ମୌଜାର ୫୬୨.୬୮ ଏକରକୁ ନେଇ ଐତିହ୍ୟ ଶିଶୁପାଳଗଡ଼ ଅଞ୍ଚଳ। ବିଭିନ୍ନ ସମୟରେ ଏହି ଐତିହ୍ୟ ସ୍ଥଳରେ ଅବୈଧ ସଡ଼କ ଓ ବିଜୁଳି ଭଳି ସୁବିଧା ଯୋଗୁ ଏଠାରେ ଏକାଧିକ ଅବୈଧ ନିର୍ମାଣ ଗୃହ ଗଢିଉଠିଛି। ଏହାକୁ ଐତିହ୍ୟ ଗବେଷଣା ସଂସ୍ଥା ଇନ୍‌ଟାକ ପକ୍ଷରୁ ଶିଶୁପାଳଗଡ଼ର ଐତିହ୍ୟ ପୁନରୁଦ୍ଧାର ପାଇଁ କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲ। ଏହାପରେ ଉଭୟ ଏଏସ୍‌ଆଇ ଓ ରାଜ୍ୟ ସରକାର ପକ୍ଷରୁ ମିଳିତ ଭାବେ ପୁରୀ ଏବଂ ଏକାମ୍ର ଭଳି ଶିଶୁପାଳଗଡ଼ ପୁନରୁଦ୍ଧାର ପାଇଁ ତତ୍ପରତା ଦେଖାଇ କାର୍ଯ୍ୟ ଆରମ୍ଭ କରିଛି। କିନ୍ତୁ ରାଜସ୍ବ ବିଭାଗ ଜାଣିଶୁଣି ଐତିହ୍ୟ ସ୍ଥଳରେ ଚାଷଜମି କିସମ ପରିବର୍ତ୍ତନ କରିବା ସହ ବେଆଇନ କିଣାବିକା ଉପରେ ଅଙ୍କୁଶ ନ ଲଗାଇବାରୁ ଅବୈଧ ନିର୍ମାଣ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବୁଧବାର ଜଣେ ବ୍ୟକ୍ତି ଗଡ଼ ମହାବୀର ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟ ଶିଶୁପାଳଗଡ଼ ପଶ୍ଚିମଦିଗ କାନ୍ଥକୁ ଭାଙ୍ଗୁଥିବା ଦେଖିବାକୁ ମିଳିଛି। ସୂଚନାଥାଉକି, ମେ ୩ରେ ଜଣେ ବ୍ୟକ୍ତି ଗଙ୍ଗୋତ୍ରୀ ନଗର ଲେନ-୩ରେ ଥିବା ଗଡ଼ର ୭୦୦ମିଟର ତାଡ଼ି ମାଟି ବୋହୁଥିଲେ। ଏହାଦେଖି ଜଣେ ଯବାନ ଫାଙ୍କା ଗୁଳିଚାଳନା କରିଥିଲେ। ଏହି ଘଟଣାକୁ ନେଇ ଧଉଳି ଥାନାରେ ଅଭିଯୋଗ ହୋଇଥିଲା। ବ୍ୟକ୍ତି ଜଣଙ୍କ ଗଡ଼ କାଟିବା ଘଟଣାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ବୁଧବାର ପୁଣି ଶିଶୁପାଳଗଡ଼ର ପାଚେରି କେହି ଭାଙ୍ଗୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ ହୋଇଛନ୍ତି। ଏ ନେଇ ଜିଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ କହିଛନ୍ତି, ବେଆଇନ କାର୍ଯ୍ୟକୁ ପ୍ରଶୟ ଦେବୁନାହିଁ। ବରଂ ଗଡ଼ କାଟୁଥିବା ବ୍ୟକ୍ତି ବିରୋଧରେ ଏଏସ୍‌ଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ସେହିଭଳି ଏକାମ୍ର ଜନଜାଗରଣ ମଞ୍ଚ ଅଧ୍ୟକ୍ଷ ଭୀଷ୍ମ ନାରାୟଣ ନାୟକ କୁହନ୍ତି, ଐତିହ୍ୟ ସ୍ଥଳରେ ଅମସାର୍‌ ଆକ୍ଟ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯାଇ ଜବରଦଖଲ ଉଚ୍ଛେଦ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଫଳରେ ଅନ୍ୟମାନେ ବେଆଇନ କାର୍ଯ୍ୟ କରିବା ପୂର୍ବରୁ ଅନ୍ତତଃ ସତର୍କ ରହିବେ ଏବଂ ଅନ୍ୟପଟେ ଐତିହ୍ୟ ସୁରକ୍ଷା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ ପଢ଼ିବା ପାଇଁ ଜିଦ୍: ପରିବାରଲୋକେ ବିବାହ ପାଇଁ ବାଧ୍ୟ କରିବାରୁ ଘର ଛାଡ଼ିଥିଲେ ଯୁକ୍ତ ଦୁଇ ଛାତ୍ରୀ, ୨ ବର୍ଷ ପରେ…

 ଦିଗପହଣ୍ଡି,୮।୭( ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳରୁ ଦୀର୍ଘ ୨ ବର୍ଷ ହେଲା ନିଖୋଜ ଥିବା ଜଣେ ୨୨ ବର୍ଷୀୟା ଛାତ୍ରୀଙ୍କୁ ପାଟପୁର…

ହାବସପୁରରେ ଭାଜପାର ମିଶ୍ରଣ ପର୍ବ, ଏମପିଙ୍କ ନିର୍ଦ୍ଦେଶରେ ସାମିଲ ହେଲେ….

ଜୁନାଗଡ଼,୮।୭(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଳକ ହାବସପୁର ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବ ଓ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇ ଯାଇଛି । ସ୍ଥାନୀୟ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଆସନ୍ତା ୧୦ରେ କଳାହାଣ୍ଡି ଗସ୍ତ କରିବେ ମନମୋହନ ସାମଲ, ଆଗାମୀ ନିର୍ବାଚନକୁ ନେଇ ଦେବେ ଗୁରୁମନ୍ତ୍ର

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୧୦ ତାରିଖ ଶୁକ୍ରବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ରହିଛି । ଉକ୍ତ ଦିନ ସେ…

କାହିଁକି ଆମିଷ ତରକାରୀ କରିନୁ…ଠେଙ୍ଗାରେ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ୨ବର୍ଷ ପରେ ଜେଲ୍ ଗଲେ ସ୍ବାମୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଆମିଷ ତରକାରୀକୁ ନେଇ ସ୍ତ୍ରୀକୁ ହତ୍ୟା ଉଦ୍ୟମ କରିଥିଲେ ସ୍ବାମୀ । ଏହି ଘଟଣାରେ ଦୁଇବର୍ଷ ପରେ ସ୍ବାମୀଙ୍କୁ ଗିରଫ କରାଯାଇଛି ।…

ଅଜବ ନୀତି : ଆନ୍ଧ୍ର ମତ୍ସ୍ୟଜୀବୀଙ୍କୁ ଜ୍ୱାଇଁ ପୁଅ ଚର୍ଚ୍ଚା, ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ଅଣଦେଖା ଅଭିଯୋଗ

ଛତ୍ରପୁର,୮ା୭(ଦିଲ୍ଲୀପ ସାମଲ): ସମୁଦ୍ର ଅଶାନ୍ତ ବେଳେ ସୀମା ପାର ହେଉଛନ୍ତି ଆନ୍ଧ୍ର ମତ୍ସ୍ୟଜୀବୀ । ସମୁଦ୍ର ଅଶାନ୍ତ ପାଇଁ ଓଡିଶାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ…

ଖରିଫ ଫସଲ; ୨୪ ତାରିଖରେ ଘୋଡାହାଡ଼ ଡ୍ୟାମରୁ ଛଡାଯିବ ପାଣି, ପାଳନ ହେବ ସୁବର୍ଣ୍ଣ ଜୟନ୍ତୀ  

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ପକ୍ଷରୁ ବୁଧବାର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପାଣି ପଞ୍ଚାୟତ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri