Posted inଖେଳ

ବିପର୍ଯ୍ୟୟ: ପର୍ତ୍ତୁଗାଲକୁ ହରାଇ ନକ୍‌ ଆଉଟରେ ଦକ୍ଷିଣ କୋରିଆ

ଦୋହା, ୩।୧୨: କାତାରରେ ଚାଲିଥିବା ଫିଫା ବିଶ୍ୱକପରେ ଶୁକ୍ରବାର ଘଟିଛି ଆଉ ଏକ ବିପର୍ଯ୍ୟୟ। ବିଶ୍ୱର ୯ ନମ୍ବର ଦଳ ପର୍ତ୍ତୁଗାଲକୁ ୨-୧ ଗୋଲରେ ହରାଇ ଦେଇଛି ୨୮ ନମ୍ବର ଦକ୍ଷିଣ କୋରିଆ। ଏଥିସହ ଜାପାନ ପରେ ଦ୍ୱିତୀୟ ଏସୀୟ ଦଳଭାବେ ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଛି କୋରିଆ। ଅନ୍ୟଏକ ମ୍ୟାଚରେ ଘାନାକୁ ୨-୦ ଗୋଲରେ ହରାଇଥିଲେ ହେଁ ଉରୁଗୁଏର ଅଭିଯାନ ଶେଷ ହୋଇଛି। ଗୋଲ ବ୍ୟବଧାନରେ ଆଗକୁ ବଢ଼ିଛି ଦକ୍ଷିଣ କୋରିଆ। ପୂର୍ବରୁ ନକ୍‌ଆଉଟରେ ପ୍ରବେଶ କରି ସାରିଥିବା ପର୍ତ୍ତୁଗାଲ କୋରିଆଠାରୁ ପରାଜିତ ହୋଇଥିଲେ ହେଁ ଗ୍ରୁପ୍‌ ‘ଏଚ୍‌’ରେ ଶୀର୍ଷସ୍ଥାନ ଅଧିକାର କରିଛି।
ବିପର୍ଯ୍ୟୟ ନଂ- ୭
ପର୍ତ୍ତୁଗାଲକୁ ଦକ୍ଷିଣ କୋରିଆ ହରାଇବା ଥିଲା ଚଳିତ ବିଶ୍ୱକପରେ ବିପର୍ଯ୍ୟୟ ନମ୍ବର ୭। ନଭେମ୍ବର ୨୨ରେ ଆର୍ଜେଣ୍ଟିନାକୁ ହରାଇ ପ୍ରଥମ ବିପର୍ଯ୍ୟୟ ଘଟାଇଥିଲା ସାଉଦି ଆରବ। ଏହାର ପରଦିନ ଅର୍ଥାତ୍‌ ୨୩ ତାରିଖରେ ଜର୍ମାନୀକୁ ହରାଇ ଦେଇଥିଲା ଜାପାନ। ୨୭ରେ ବେଲଜିୟମକୁ ହରାଇ ମରକ୍କୋ ବିସ୍ମୟ ସୃଷ୍ଟି କରିଥିବାବେଳେ ୩୦ରେ ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସକୁ ହରାଇଥିଲା ଦୁର୍ବଳ ଟ୍ୟୁନିସିଆ ଏବଂ ବିଶ୍ୱର ୧୦ ନମ୍ବର ଦଳ ଡେନମାର୍କକୁ ହରାଇଥିଲା ୩୮ ର଼୍ୟାଙ୍କ୍‌ପ୍ରାପ୍ତ ଅଷ୍ଟ୍ରେଲିଆ। ଜାପାନ ବିପର୍ଯ୍ୟୟ ଧାରା ଅବ୍ୟାହତ ରଖି ଡିସେମ୍ବର ୧ରେ ପୂର୍ବତନ ଚାମ୍ପିୟନ ସ୍ପେନ୍‌କୁ ପରାସ୍ତ କରିଥିବାବେଳେ ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ଦକ୍ଷିଣ କୋରିଆ।
ଏଜୁକେଶନ ସିଟି ଷ୍ଟାଡିୟମରେ ପର୍ତ୍ତୁଗାଲ-ଦକ୍ଷିଣ କୋରିଆ ମ୍ୟାଚ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଆରମ୍ଭରୁ ଆକ୍ରମଣାତ୍ମକ ପନ୍ଥା ଅବଲମ୍ବନ କରି ପର୍ତ୍ତୁଗାଲ ୫ମ ମିନିଟରେ ରିକାର୍ଡୋ ହୋର୍ଟାଙ୍କ ଗୋଲ ବଳରେ ଅଗ୍ରଣୀ ନେଇଥିଲା। ମାତ୍ର ୨୭ତମ ମିନିଟରେ କୋରିଆର କିମ୍‌ ୟଙ୍ଗ-ଗୋନ ଗୋଲଟିକୁ ପରିଶୋଧ କରି ମ୍ୟାଚରେ ଉଷ୍ମତା ଭରିଥିଲେ। ମ୍ୟାଚଟି ଡ୍ର ଆଡ଼କୁ ଗତି କରୁଥିବାବେଳେ ଷ୍ଟପେଜ ଟାଇମ୍‌ ଅର୍ଥାତ୍‌ ୯୦+୧ ମିନିଟରେ ହ୍ବାଙ୍ଗ ହି-ଚାନ୍‌ ଏକ ଗୋଲ ଦେଇ କୋରିଆକୁ ବିଜୟ ପଥକୁ ନେଇ ଆସିଥିଲେ।
ସେହିପରି ଅଲ୍‌ ଜନୌବ ଷ୍ଟାଡିୟମରେ ଘାନା ବିପକ୍ଷରେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା ଉରୁଗୁଏ। ଦଳ ପକ୍ଷରୁ ଜର୍ଜୁଆନ ଡି ଆରାସ୍କେଟା ୨୬ ଓ ୩୨ତମ ମିନିଟରେ ୨ଟି ଗୋଲ ଦେଇଥିଲେ। ବିଜୟୀ ହୋଇଥିଲେ ହେଁ ବିଶ୍ୱକପରୁ ବିଦାୟ ଯୋଗୁ ଉରୁଗୁଏ ଖେଳାଳି ଖୁସି ମନାଇ ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri