ବିପର୍ଯ୍ୟୟ ମୁକାବିଲା ଶିକ୍ଷା ଘୋଷଣାରେ ସୀମିତ

ଭୁବନେଶ୍ୱର,୬।୩(ବ୍ୟୁରୋ): ପ୍ରତ୍ୟେକ ବର୍ଷ ଓଡ଼ିଶା ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଗତ ୨ ବର୍ଷ ହେବ ସମଗ୍ର ବିଶ୍ୱ ସହିତ ଓଡ଼ିଶା କୋଭିଡ୍‌-୧୯ ମହାମାରୀ ସଂକ୍ରମଣରେ ଅଣନିଃଶ୍ୱାସୀ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟଠାରୁ ଏହି ମହାମାରୀର ପ୍ରକୋପ ଅତି ଭୟଙ୍କର। ତେଣୁ ପ୍ରାକୃତିକ ବିପର୍ଯ୍ୟୟ ସହ ମହାମାରୀ ମୁକାବିଲା ନେଇ ଛାତ୍ରୀଛାତ୍ରଙ୍କୁ ଶିକ୍ଷା ଦିଆଯିବ। ସ୍କୁଲ, କଲେଜ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏପରି କି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ୱାର୍ଡମେମ୍ବର ପର୍ଯ୍ୟନ୍ତ ସମସ୍ତ ନିର୍ବାଚିତ ପ୍ରତିନିଧି, ମିଶନ ଶକ୍ତି ଗୋଷ୍ଠୀ, ବନ ସୁରକ୍ଷା ସମିତି ଓ ଅନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନଗୁଡ଼ିକୁ ଏ ସମ୍ପର୍କିତ ତାଲିମ ଦିଆଯିବାକୁ ଯୋଜନା ରଖାଯାଇଛି। ତଦନୁଯାୟୀ ମହାବାତ୍ୟା ପୂର୍ତ୍ତି ଅବସରରେ ୨୦୨୧ ମେ’ ୨୯ରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲା ନେଇ ଏକ ସଙ୍କଳ୍ପ ପାରିତ କରାଯାଇଥିଲା। ଏହି ନିଷ୍ପତ୍ତିକୁ ୯ ମାସ ବିତିବାକୁ ବସିଲାଣି । ମାତ୍ର ଏ ନେଇ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରିନାହିଁ। ଫଳରେ ଏହା କାର୍ଯ୍ୟକାରୀ ହେବା ନେଇ ଆଶଙ୍କା ଦେଖାଦେଇଛି।
ପ୍ରାଥମିକ ସ୍କୁଲଠାରୁ ଆରମ୍ଭ କରି କଲେଜ ଛାତ୍ରୀଛାତ୍ରମାନେ ମହାମାରୀ ପରିଚାଳନା ଓ ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଜ୍ଞାନ ଆହରଣ କରିବେ। ଏହାଛଡ଼ା ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ମୌଳିକ ଦିଗ ଉପରେ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କୁ ତାଲିମ ଦିଆଯିବ। ଜରୁରୀ ପରିସ୍ଥିତିର କିପରି ମୁକାବିଲା କରିବାକୁ ହେବ ସେ ବିଷୟରେ ଲୋକମାନଙ୍କୁ ପ୍ରସ୍ତୁତ କରାଯିବ। ଏହି ଲକ୍ଷ୍ୟ ପୂରଣ କରିବା ସହ ଓଡ଼ିଶାକୁ ବିପର୍ଯ୍ୟୟ ପରିଚାଳନାରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ବିପର୍ଯ୍ୟୟର ସମ୍ମୁଖୀନ ହେବା ପାଇଁ ଓଡ଼ିଶାର ଘରେ ଘରେ ଯୋଦ୍ଧା ସୃଷ୍ଟି କରାଯିବ। ଏହି ମିଶନକୁ ଆଗେଇ ନେଇ ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ନିରୋଧୀ ରାଜ୍ୟ ଭାବେ ଗଢ଼ିତୋଳିବା ସକାଶେ ଏକ ଟାସ୍କଫୋର୍ସ ଗଠନ କରାଯିବ। ଭବିଷ୍ୟତରେ ଯେକୌଣସି ଜରୁରୀ ପରିସ୍ଥିତି ପାଇଁ ଏହା ସର୍ବବୃହତ୍‌ ପ୍ରସ୍ତୁତି ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ମହାମାରୀ ଭଳି ସଙ୍କଟ କେତେବେଳେ ଆସିବ, କେତେବେଳେ ଯିବ, ତାହା କେହି କହିପାରିବେ ନାହିଁ । ଏହି ସଙ୍କଟ କେତେବେଳେ କି ପ୍ରକାର ରୂପ ନେବ, ତାହା ମଧ୍ୟ ଆକଳନ କରିବା ଅସମ୍ଭବ। ତେବେ ବିଭାଗୀୟ ଉଦାସୀନତା ଯୋଗୁ ରାଜ୍ୟ ସରକାରଙ୍କ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କେବଳ ଘୋଷଣାରେ ସୀମିତ ରହିଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଏ ନେଇ ପ୍ରସ୍ତୁତି ଚାଲିଛି। ୨୦୨୩-୨୪ରୁ ପିଲାଙ୍କ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯିବ। ଅନ୍ୟପକ୍ଷରେ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ବିଷୟ ପ୍ରସ୍ତୁତ କରିବାକୁ ଟିଚର୍ସ ଏଜୁକେଶନ ଓ ଏସ୍‌ସିଇଆର୍‌ଟିକୁ ନିର୍ଦ୍ଦେଶ ଦିଆଯାଇଛି। ପାଠ୍ୟକ୍ରମ ପ୍ରସ୍ତୁତ ଚାଲିଛି। ପ୍ରାଥମିକ ଶିକ୍ଷା ପାଇଁ ୨୦୨୨-୨୩ ବର୍ଷରେ ଏହାକୁ ସାମିଲ କରାଯିବ। ୨୦୨୩-୨୪ରୁ ଉଚ୍ଚ ମାଧ୍ୟମିକ, ହାଇସ୍କୁଲ ଓ ଅନ୍ୟାନ୍ୟ ପାଠ୍ୟକ୍ରମରେ ସାମିଲ କରାଯିବ।
ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓଏସ୍‌ଡିଏମ୍‌ଏ)ର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା ଓଡ଼ିଶା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ(ଏସ୍‌ଆଇଆର୍‌ଡି ଆଣ୍ଡ ପିଆର) ଜରିଆରେ ଜନପ୍ରତିନିଧିମାନଙ୍କୁ ତାଲିମ ଦିଆଯିବ। ଓଏସ୍‌ଡିଏମ୍‌ଏ ପକ୍ଷରୁ ମାଷ୍ଟର ଟ୍ରେନରଙ୍କୁ ତାଲିମ ଦିଆଯିବ। ସେମାନେ ଏସ୍‌ଆଇଆର୍‌ଡି ଜରିଆରେ ଜନପ୍ରତିନିଧିଙ୍କୁ ତାଲିମ ଦେବେ। ପଞ୍ଚାୟତ ନିର୍ବାଚନ ଯୋଗୁ ତାଲିମ ବିଳମ୍ବ ହୋଇଛି। କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଏସ୍‌ଆଇଆର୍‌ଡିକୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ମାହାଙ୍ଗା ଡବଲ ମର୍ଡର ମାମଲା: ଲିଖିତ ଯୁକ୍ତି ଉପସ୍ଥାପନ ପାଇଁ ସମୟ ନେଲେ ପ୍ରତିପକ୍ଷ, ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୨ରେ

କଟକ,୧୬ା୪ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ପୁଣି ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ସମ୍ବଲପୁରରୁ ଲଢିବେନି ପ୍ରସନ୍ନ ଆଚାର୍ଯ୍ୟ !

ଭୁବନେଶ୍ୱର,୧୬।୪: ସମ୍ବଲପୁରରେ ଟିକେଟକୁ ନେଇ ଅମଙ୍ଗ ଅଛନ୍ତି କି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ! କିଛି ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଭାଜପା ପ୍ରାର୍ଥୀ ତାଲିକା: ପଲିଟିବ ରାଉରକେଲା ବାଜି! ତାଲିକାରେ ୧୬ ନୂଆ ଚେହେରା

ଭୁବନେଶ୍ୱର,୧୬।୪: ପ୍ରାୟ ଦୁଇ ସପ୍ତାହ ପରେ ଆସିଲା ଭାଜପାର ଦ୍ୱିତୀୟ ବିଧାନସଭା ପ୍ରାର୍ଥୀ ତାଲିକା। କାହାର ଟିକେଟ ବଦଳିବ, କାହାର ଟିକେଟ କଟିବ, ସେ ନେଇ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri