ଅଚଳ କରିଦେଲେ ଅନ୍‌ଲାଇନ୍‌ ଅଟୋ ଚାଳକ

ଭୁବନେଶ୍ୱର, ୨୭।୧୨(ବ୍ୟୁରୋ):ଘରୋଇ ଓଲା, ଉବର, ରାପିଡ଼ୋ ବାଇକ୍‌ ବିନା କମର୍ସିଆଲ ନମ୍ବର ପ୍ଲେଟ୍‌ରେ ଲୋକଙ୍କୁ ପରିବହନ କରୁଛି। ଅଧିକାଂଶ ବାଇକ୍‌ର ପରମିଟ୍‌, ଫିଟନେସ୍‌, ଇନ୍ସୁରାନ୍ସ, ଲାଇସେନ୍ସ ନାହିଁ। ଲୋକଙ୍କ ଜୀବନ ସହ ଖେଳଖେଳାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଏହାର ପ୍ରତିବାଦ ସହ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ମାର୍ଟସିଟି ଅନ୍‌ଲାଇନ୍‌ ଅଟୋ ସଂଘ ପକ୍ଷରୁ ଅଟୋ ଚାଳକମାନେ ରାସ୍ତାକୁ ଓହ୍ଲାଇଥିଲେ। ହଜାର ହଜାର ଅଟୋ ସହ ଚାଳକମାନେ ଲୋୟର ପିଏମ୍‌ଜିରୁ ଶୋଭାଯାତ୍ରାରେ ବାହାରି ଆଚାର୍ଯ୍ୟ ବିହାରସ୍ଥିତ ଆର୍‌ଟିଓ ଘେରାଉ କରିଥିଲେ। ଏଥିସହ ଆର୍‌ଟିଓ ସମ୍ମୁଖ ଜାତୀୟ ରାଜପଥରେ ଶୋଇ ଅଭିନବ ପ୍ରତିବାଦ କରିଥିଲେ। ଫଳରେ ଅଧା ସହର ୨ ଘଣ୍ଟା ଧରି ଅଚଳ ହୋଇଯାଇଥିବାବେଳେ ପୋଲିସକୁ ନାକେଦମ୍‌ ହେବାକୁ ପଡିଥିଲା।
ସହର ବେଶ୍‌ ସ୍ବାଭାବିକ ଥିଲା। ହେଲେ ଦିନ ୧୨ଟାରୁ ଚିତ୍ର ପୂରା ବଦଳିଗଲା। ହଠାତ ସହରର ଚାରି ପଟୁ ହଜାର ହଜାର ଅଟୋ ରାସ୍ତା ଉପରକୁ ମାଡି ଆସିଥିଲା। ଲୋୟର ପିଏମ୍‌ଜି, ଆଇଜି ପାର୍କ ପଛପାର୍ଶ୍ୱ ରାସ୍ତାରେ ଏକାଠି ହେବା ପରେ ଗର୍ଜନ କରି ଶୋଭାଯାତ୍ରାରେ ବାହାରିଥିଲେ। ଏଜି ଛକ, ରାଜମହଲ ଛକ, ମାଷ୍ଟରକ୍ୟାଣ୍ଟିନ, ବାଣୀବିହାର ଦେଇ ଆଚାର୍ଯ୍ୟ ବିହାରରେ ପହଞ୍ଚତ୍ଥିଲେ। ଏହାପରେ ରାସ୍ତାରେ ଅଟୋ ଛିଡା କରି ନିଜର ଦାବି ଉପସ୍ଥାପନ ପୂର୍ବକ ଆରଟିଓ-୧ କାର୍ଯ୍ୟାଳୟ ଘେରାଉ କରିଥିଲେ। କିଏ ରାସ୍ତାରେ ଶୋଇଲା ତ ପୁଣି କିଏ ଅଟୋରେ ଚଢି ଅଭିନବ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା। ଜନପଥ ଓ ରାଜପଥରେ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଯାଇଥିଲା। ସ୍ଥିତି ଏପରି ହୋଇଥିଲା ଟ୍ରାଫିକ କର୍ମଚାରୀ ଓ ପୋଲିସ ଅସହାୟ ହୋଇପଡିଥିଲେ। ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅଟୋ ଚାଳକମାନେ ମୋ ବସ ଓ ଅନ୍ୟ ଯାତ୍ରୀବାହୀ ଗାଡି ନ ଛାଡିବାରୁ ବହୁ ଲୋକ ଗାଡିରୁ ଓହ୍ଲାଇ ଚାଲିଚାଲି ଯାଇଥିଲେ। ଏସିପି ସଞ୍ଜୀବ ଶତପଥୀ ଘଟଣାସ୍ଥଳରେ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିବା ସହ ପରିବହନ ବିଭାଗର କମିଶନରଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ଏହାପରେ ବେଆଇନ ଭାବେ ଯାତ୍ରୀ ପରିବହନ କରୁଥିବା ଉକ୍ତ ଘରୋଇ ଗାଡିଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ହଟିଥିଲା।
ଅଟୋ ସଂଘ ସଭାପତି ଦୀନବନ୍ଧୁ ନାୟକ କହିଛନ୍ତି, ସହରରେ ବିନା ବାଣିଜ୍ୟକ ନମ୍ବର ପ୍ଲେଟ୍‌ରେ ଶହ ଗାଡି ଚଳାଉଛନ୍ତି। ଏନେଇ ସଂଘ ପକ୍ଷରୁ ପରିବହନ ବିଭାଗକୁ ଅବଗତ କରାଇବା ସହ ବାରମ୍ବାର ଅଭିଯୋଗ କରିଥିଲୁ। ନଭେମ୍ବର ୯ରେ ଡିସିପି ଓ ପରିବହନ ଅଧିକାରୀଙ୍କୁ ଜଣାଇଥିଲୁ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏଯାବତ କୌଣସି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେମାନଙ୍କ ପାଇଁ ସାଧାରଣ ଲୋକଙ୍କ ଜୀବନ ବାଜିରେ ଲାଗୁଛି। ତେଣୁ ଉକ୍ତ ଗାଡିଗୁଡିକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସେ ଦାବି କରିଛନ୍ତି।
ବିଭାଗର ଅଧିକାରୀ ବିକାଶ ଚନ୍ଦ୍ର ଚୌଧୁରୀ କହିଛନ୍ତି, ବେଆଇନ ଭାବେ ଯାତ୍ରୀସେବା ଯୋଗାଉଥିବା ଗାଡି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ୧୪ ଗାଡିଠାରୁ ଜରିମାନା କରାଯାଇଛି। ଏଥର ଗାଡି ଜବତ କରାଯିବ। ଅନ୍ୟପଟେ ଡିସିପି ପ୍ରତୀକ ସିଂ କହିଛନ୍ତି, ଅଟୋ ଚାଳକଙ୍କ ପକ୍ଷରୁ ଶୋଭାଯାତ୍ରା କରିବାର ଖବର ପାଇଥିଲୁ। କିନ୍ତୁ ସେମାନେ କୌଣସି ଅନୁମତି ନେଇ ନ ଥିଲେ। ତେଣୁ ସେମାନଙ୍କ ବିରୋଧରେ ଶହୀଦନଗର ଥାନାରେ ଏକ ମାମଲା (ନଂ.୬୦୯/୨୨) ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?