Posted inଫୁରସତ

ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ଦୀପ୍ତି

ଦୃଢ଼ ଇଚ୍ଛାଶକ୍ତି ସଫଳତା ଆଣେ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ସମ୍ବଲପୁର ଜିଲା ଧନକଉଡ଼ା ଗ୍ରାମର ମାତା ଜ୍ୟୋତ୍ସାମୟୀ ଏବଂ ପିତା ବିପିନ ବିହାରୀ ଦାଶଙ୍କ କନିଷ୍ଠ କନ୍ୟା ଦୀପ୍ତି ଦାଶ। ତୁଳସୀ ଦୁଇପତ୍ରରୁ ବାସିଲା ପରି ଛୋଟ ବେଳୁ ନାଚଗୀତ, ଖେଳକୁଦ ସବୁଠି ସେ ଥିଲେ ଆଗରେ। ହେଲେ ଖେଳକୁଦ ବୟସରେ ଅର୍ଥାତ୍‌ ମାତ୍ର ୧୦ ବର୍ଷ ବୟସରେ ହଠାତ୍‌ ତାଙ୍କ ଜୀବନରେ କଳାବାଦାଲ ମାଡ଼ି ଆସିଲା। ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଲେ। ଘର ଅଗଣା, ଦାଣ୍ଡ ଦୁଆରେ ପିଲାଙ୍କ ମେଳରେ ଖେଳବୁଲ କରୁଥିବା ଝିଅଟି ହଠାତ୍‌ ଶଯ୍ୟାଶାୟୀ ହୋଇଗଲେ। ପାଠପଢ଼ା ବନ୍ଦ ହୋଇଗଲା। ଏହା ଦେଖି ପରିବାର ଲୋକେ ଭାଙ୍ଗି ପଡ଼ିଥିଲେ। ହେଲେ ଦୀପ୍ତିଙ୍କ ମନୋବଳ ଦୃଢ଼ ଥିଲା। ଯଦିଓ ସେ ସ୍କୁଲ ଯିବାକୁ ଅସମର୍ଥ ହୋଇପଡ଼ିଥିଲେ ହେଲେ ପାଠପଢ଼ା ପ୍ରତି ଆଗ୍ରହ ଯୋଗୁ ସ୍ବାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ଉନ୍ନତି ଆସିଥିଲା। ପରିବାର ଲୋକଙ୍କ ସହଯୋଗରେ ସେ ଘରେ ପାଠପଢ଼ି ମାଟ୍ରିକ ପାସ୍‌ କଲେ। ପରେ ସେ ସୋସିଆଲ ୱାର୍କ ଏବଂ ଆପ୍ଲାଏଡ୍‌ ସାଇକୋଲୋଜି ଉଭୟରେ ମାଷ୍ଟର ଡିଗ୍ରୀ ହାସଲ କଲେ।
ପିଲାବେଳୁ ଅନ୍ୟ ପିଲାଙ୍କ ଭଳି ତାଙ୍କର ମଧ୍ୟ ଜଣେ ଭଲ ନୃତ୍ୟଶିଳ୍ପୀ ଏବଂ ଖେଳାଳି ହେବା ଇଚ୍ଛା ଥିଲା। ତେବେ ଭାଗ୍ୟର ବିଡ଼ମ୍ବନା କାରଣରୁ ସେ ସେଥିରୁ ବଞ୍ଚତ୍ତ ହେଲେ ସତ, କିନ୍ତୁ ଜଣେ ସଚଳ ବ୍ୟକ୍ତିଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି। ତାଙ୍କ ଭଳି କୌଣସି ଦିବ୍ୟାଙ୍ଗ ଯେପରି ଅସୁବିଧାର ସମ୍ମୁଖୀନ ନ ହେଉ, ସେଥିଲାଗି ସେ ଅନେକ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ସେ ରାଜ୍ୟ ତଥା ଜାତୀୟ ସ୍ତରରେ ବହୁ ସୁନାମ ଅର୍ଜନ କରିବା ସହ ପ୍ରତିଭା ସମ୍ମାନର ଅଧିକାରିଣୀ ମଧ୍ୟ ହୋଇପାରିଛନ୍ତି। ଜଣେ ରିହାବିଲିଟେଶନ କନ୍‌ସଲଟାଣ୍ଟ ଭାବେ ଭିନ୍ନକ୍ଷମ, ମହିଳା ଓ ଶିଶୁ ମାନଙ୍କ ନିମନ୍ତେ କାମକରି ଦିବ୍ୟାଙ୍ଗଙ୍କ ପାଇଁ ସେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ବର୍ତ୍ତମାନ ସେ ପୁରୀରେ ରହି ଜିଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି।
– ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri