ଚାଇନାକୁ କୂଟନୈତିକ ଝଟକା

ସୁବା/ବେଜିଂ,୩୧ା୫: ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନିଜ ଆଧିପତ୍ୟ ଜାହିର କରିବା ନିମନ୍ତେ ପ୍ରୟାସ କରୁଥିବା ଚାଇନାକୁ ବଡ଼ ଝଟକା ଲାଗିଛି। ପାସିଫିକ୍‌ ଦ୍ୱୀପଦେଶ ବେଜିଂ ଜାଲରେ ଫସିବାକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ଏହି କ୍ଷେତ୍ରରେ କିନ୍ତୁ ଚାଇନାର କୂଟନୈତିକ ପରାଜୟ ହୋଇଛି। ୧୦ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପଦେଶ ବେଜିଂ ସହ ଆଞ୍ଚଳିକ ସୁରକ୍ଷା ଚୁକ୍ତି କରିବାକୁ ସୋମବାର ମନା କରିଦେଇଛନ୍ତି। ଫିଜିରେ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ଇ ଏବଂ ଛୋଟ ଦ୍ୱୀପଦେଶଗୁଡ଼ିକ ମଧ୍ୟରେ ଆଲୋଚନା ହୋଇଥିଲା। ଏଥିରେ ୧୦ ଦ୍ୱୀପଦେଶର ବହିର୍ବ୍ୟାପାର ମନ୍ତ୍ରୀ ଉପସ୍ଥିତ ଥିଲେ। ହେଲେ ବୈଠକରେ ଚାଇନା ସହ କୌଣସି ପ୍ରକାର ସୁରକ୍ଷା ଚୁକ୍ତିନାମା ସ୍ବାକ୍ଷର ହୋଇପାରି ନ ଥିବା ଜଣାଯାଇଛି। ବୈଠକ ପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଫିଜି ପ୍ରଧାନମନ୍ତ୍ରୀ ଫ୍ରାଙ୍କ୍‌ ବାଇନିମାରାମା ଏବଂ ଓ୍ବାଙ୍ଗ୍‌ ୩୦ ମିନିଟ୍‌ ଧରି ଉଦ୍‌ବୋଧନ ଦେଇଥିଲେ ହେଁ ଖବରଦାତାଙ୍କ କୌଣସି ପ୍ରଶ୍ନର ଉତ୍ତର ନ ଦେଇ ସେଠାରୁ ଉଠିଯାଇଥିଲେ।
ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଚାଇନା ନିଜ ଗତିବିଧି ବଢ଼ାଇବା ପାଇଁ ପ୍ରସ୍ତୁତି ଚଳାଇଛି। ଏହାଦ୍ୱାରା ବେଜିଂ ସିଧାସଳଖ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରକୁ ଚ୍ୟାଲେଞ୍ଜ କରୁଛି। ପ୍ରସ୍ତାବିତ ଚୁକ୍ତି ଅନୁସାରେ, ବେଜିଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପଦେଶର ପୋଲିସକୁ ତାଲିମ ଦେବା, ସାଇବର ସୁରକ୍ଷା, ଚାଇନା ସହ ରାଜନୈତିକ ସମ୍ପର୍କ ବଢ଼ାଇବା ଆଦି ରହିଥିଲା। ଏହା ବଦଳରେ ଚାଇନା ସମ୍ବେଦନଶୀଳ ସାମୁଦ୍ରିକ ମ୍ୟାପିଂ, ଦ୍ୱୀପରେ ଥିବା ପ୍ରାକୃତିକ ସମ୍ପଦ ହାସଲ ସହ ଜଳପଥରେ ଅବାଧ ପ୍ରବେଶ କରିପାରିବାର ଲକ୍ଷ୍ୟ ରଖିଥିଲା। ଏଥିପାଇଁ ଚାଇନା ନିୟୁତ ନିୟୁତ ଡଲାରର ଦେବାକୁ ପ୍ରସ୍ତାବ ଦେଇଥିଲା। ଏହାସହ ଚାଇନାର ପ୍ରାୟ ୧୪୦ କୋଟି ଲୋକସଂଖ୍ୟା ବିଶିଷ୍ଟ ବିଶାଳ ବଜାରରେ ଦ୍ୱୀପଦେଶଗୁଡ଼ିକ ମୁକ୍ତ ବାଣିଜ୍ୟ କରିବା ନିମନ୍ତେ ଚୁକ୍ତି କରିବା ପାଇଁ ଆଗଭର ହୋଇଥିଲା। ଚାଇନାର ଏଭଳି ଅଫର୍‌କୁ ନେଇ ପାସିଫିକ୍‌ ନେତାମାନେ ଚିନ୍ତାବ୍ୟକ୍ତ କରିଥିଲେ। ଫେଡେରାଲ ଷ୍ଟେଟ୍‌ ଅଫ୍‌ ମିକ୍ରେନେସିଆର ରାଷ୍ଟ୍ରପତି ଡେଭିଡ୍‌ ପାନୁଲୋ ନିଜ ସହଯୋଗୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଥିଲେ। ଚାଇନା ଭଲ ଉଦ୍ଦେଶ୍ୟରେ ଏପରି କରୁ ନ ଥିବା ଏବଂ ସରକାର ଓ ଦେଶର ଅର୍ଥ ବ୍ୟବସ୍ଥାକୁ ବେଜିଂ ନିଜ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରୁଥିବା ସେ ଚେତାଇ ଦେଇଥିଲେ। ଏହା ଆଉ ଏକ ଶୀତଳ ଯୁଦ୍ଧର କାରଣ ହୋଇପାରେ ଏବଂ ଆଉ ଗୋଟିଏ ବିଶ୍ୱଯୁଦ୍ଧକୁ ଡାକି ଆଣିପାରେ ବୋଲି ଡେଭିଡ୍‌ କହିଥିଲେ। ମିକ୍ରୋନେସିଆ ସମେତ ପପୁଆ ନ୍ୟୁ ଗୁଏନା, ସମୋଆ ମଧ୍ୟ ଚାଇନାର ଏହି ପ୍ରସ୍ତାବକୁ ନେଇ ଚିନ୍ତିତ ଥିଲେ।
ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ ଇଙ୍କ ୧୦ ଦିନିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗସ୍ତ ସଫଳ ହୋଇଥିବା ନେଇ ବେଜିଂ ଅଧିକାରୀ ଦେଖାଇବାକୁ ଚେଷ୍ଟା କରୁଛନ୍ତି। ଆଲୋଚନାବେଳେ ଚାଇନା ପକ୍ଷରୁ ଚୁକ୍ତି ପାଇଁ ସେତେ ଜୋର ଦିଆଯାଇ ନ ଥିଲା ବୋଲି ବେଜିଂ କହିଛି। ବିଫଳତା ଲୁଚାଇବା ପାଇଁ ଓ୍ବାଙ୍ଗ୍‌ ମଧ୍ୟ ଚେଷ୍ଟା କରିଛନ୍ତି। ୧୦ ଦ୍ୱୀପଦେଶ ଚାଇନାର ‘ବେଲ୍ଟ ଆଣ୍ଡ୍‌ ରୋଡ୍‌’ ପ୍ରୋଜେକ୍ଟ ସଂକ୍ରାନ୍ତୀୟ ଚୁକ୍ତି ସ୍ବାକ୍ଷର କରିଥିବା ଓ୍ବାଙ୍ଗ୍‌ କହିଛନ୍ତି। ତେବେ ଓ୍ବାଙ୍ଗ୍‌ଙ୍କ ଗସ୍ତ ବେଳେ ଏହି ଦ୍ୱୀପଦେଶଗୁଡ଼ିକ ସହ ଏକାଧିକ ଛୋଟ ଛୋଟ ଦ୍ୱିପାକ୍ଷିକ ଚୁକ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri