ଏହି ଅଭିନେତାଙ୍କୁ ବିବାହ କରିବାକୁ ନାମ ସହ ଧର୍ମ ପରିବର୍ତ୍ତନ କରିଥିଲେ ଦୀପିକା, ପୂର୍ବ ସ୍ବାମୀଙ୍କୁ ଦେଇଥିଲେ ଛାଡ଼ପତ୍ର

ବମ୍ବେ: ଲୋକପ୍ରିୟ ଅଭିନେତ୍ରୀ ତଥା ବିଗ୍‌ବସ୍‌ ଫେମ୍‌ ଦୀପିକା କକ୍କଡ଼-ଅଭିନେତା ଶୋଏବ ଇବ୍ରାହିମ୍‌ଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରାଯାଏ। ଇତି ମଧ୍ୟରେ ଉଭୟଙ୍କ ବିବାହର ତିନି ବର୍ଷ ପୂରଣ ହୋଇଛି। ଖାସ୍‌ ଦିନକୁ ଆହୁରି ସ୍ବତନ୍ତ୍ର କରିବାକୁ ଯାଇ ପରସ୍ପରକୁ ନିଆରା ବାର୍ତ୍ତା ଦେଇଛନ୍ତି ଏହି ଟେଲି କପଲ୍‌।

ଦୀପିକା ଇନ୍‌ଷ୍ଟ୍ରାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଲାଲ୍‌ ରଙ୍ଗର ଓଢ଼ଣୀ ପକାଇଥିବା ନଜର ଆସୁଛି। ଫଟୋ ଶେୟାର କରି ଦୀପିକା ଲେଖିଛନ୍ତି, ଶୋଏବଙ୍କ ବଧୂ ସାଜିବାର ତିନି ବର୍ଷ ବିତିଛି। ତାଙ୍କ ସହ ଜୀବନ ଦିନକୁ ଦିନ ଅଧିକ ସୁନ୍ଦର ହୋଇଯାଉଛି। ଏତେ ଭଲପାଇବା ସେ ଭରି ଦେଇଛନ୍ତି ଯେ ଏବେ ନିଜ ନଜର ଲାଗି ଯାଇପାରେ ବୋଲି ଲାଗୁଛି। ସ୍ବାମୀଙ୍କ ସହ ପରିବାରର ଭଲପାଇବା ମଧ୍ୟ ମିଳିଛି। ସେମାନଙ୍କ ବିନା ଏ ଯାତ୍ରା ସୁନ୍ଦର ହୋଇ ନ ଥାନ୍ତା। ଯେଭଳି ଆଜି। ସବା(ସୋଏବଙ୍କ ଭଉଣୀ) ଏହି ଓଢ଼ଣୀ ଉପହାରରେ ଦେଇ ଦିନକୁ ଅଧିକ ସ୍ପେଶାଲ କରିଛନ୍ତି। ତାଙ୍କ ଭାଉଜଙ୍କୁ କ’ଣ ପସନ୍ଦ ସେ ବେଶ୍‌ ଭଲ ଭାବେ ଜାଣନ୍ତି। ଆମକୁ ବିବାହ ବାର୍ଷିକର ଶୁଭେଚ୍ଛା। ତୁମେ ସମସ୍ତେ ମୋ ଜୀବନ। ସମସ୍ତଙ୍କ ଭିତରେ ମୋ ଆତ୍ମା ରହିଛି ବୋଲି ଦୀପିକା ଲେଖିଛନ୍ତି।

ଦୀପିକାଙ୍କ ଏଭଳି ପୋଷ୍ଟ ଆଗରେ ଫିକା ପଡ଼ି ନାହାନ୍ତି ଶୋଏବ। ସେ ନିଜର ସୋସିଆଲ ଆକାଉଣ୍ଟରେ ଦୀପିକାଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରି ଲେଖିଛନ୍ତି, ଭଲପାଇବା ତାହା ନୁହେଁ ଯେତିକି ଦିନ, ମାସ ଏବଂ ବର୍ଷ ତୁମେ ଏକାଠି ରୁହ। ପ୍ରତିଦିନ କିଏ କାହାକୁ କେତେ ଭଲପାଇଲ, ତାହା ହିଁ ପ୍ରକୃତ ପ୍ରେମ। ବିବାହ ବାର୍ଷିକୀର ଶୁଭେଚ୍ଛା ଦୀପିକା। ମୁଁ ତୁମକୁ ବହୁତ ଭଲପାଏ।

କଲର୍ସ ଚ୍ୟାନେଲରେ ପ୍ରସାରିତ ଧାରାବାହିକ ସସୁରାଲ ସିମର୍‌ କା ସେଟ୍‌ରେ ଶୋଏବଙ୍କୁ ଭେଟିଥିଲେ ଦୀପିକା। ଉଭୟ ସ୍ବାମୀସ୍ତ୍ରୀ ଭୂମିକାରେ ନଜର ଆସିଥିଲେ। ପରଦାରେ ପରସ୍ପରକୁ ପସନ୍ଦ କରିବା ପରେ ପ୍ରକୃତ ଜୀବନରେ ଉଭୟ ବନ୍ଧୁ ପାଲଟିଥିଲେ। ଧିରେ ଧିରେ ଏହା ପ୍ରେମରେ ପରିବର୍ତ୍ତନ ହୋଇଥିଲା। ହେଲେ ଶୋଏବଙ୍କ ବିବାହ ପୂର୍ବରୁ ବିବାହିତ ଥିଲେ ଦୀପିକା। ସେ ୨୦୧୧ରେ ରୌନକ ସାମସନଙ୍କୁ ବିବାହ କରିଥିଲେ। ୨୦୧୫ରେ ଉଭୟ ଅଲଗା ହୋଇଥିଲେ। ପରେ ଦୀପିକା ଶୋଏବଙ୍କୁ ବିବାହ କରିଛନ୍ତି। ବିବାହ ପାଇଁ ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି ଦୀପିକା। କେବଳ ଏତିକି ନୁହେଁ ନିଜର ନାମକୁ ବଦଳାଇ ଫୈଜା ରଖିଛନ୍ତି। ୨୦୧୮ ଫେବୃୟାରୀରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri