ଏହି ଅଭିନେତାଙ୍କୁ ବିବାହ କରିବାକୁ ନାମ ସହ ଧର୍ମ ପରିବର୍ତ୍ତନ କରିଥିଲେ ଦୀପିକା, ପୂର୍ବ ସ୍ବାମୀଙ୍କୁ ଦେଇଥିଲେ ଛାଡ଼ପତ୍ର

ବମ୍ବେ: ଲୋକପ୍ରିୟ ଅଭିନେତ୍ରୀ ତଥା ବିଗ୍‌ବସ୍‌ ଫେମ୍‌ ଦୀପିକା କକ୍କଡ଼-ଅଭିନେତା ଶୋଏବ ଇବ୍ରାହିମ୍‌ଙ୍କ ଯୋଡ଼ିକୁ ବେଶ୍‌ ପସନ୍ଦ କରାଯାଏ। ଇତି ମଧ୍ୟରେ ଉଭୟଙ୍କ ବିବାହର ତିନି ବର୍ଷ ପୂରଣ ହୋଇଛି। ଖାସ୍‌ ଦିନକୁ ଆହୁରି ସ୍ବତନ୍ତ୍ର କରିବାକୁ ଯାଇ ପରସ୍ପରକୁ ନିଆରା ବାର୍ତ୍ତା ଦେଇଛନ୍ତି ଏହି ଟେଲି କପଲ୍‌।

ଦୀପିକା ଇନ୍‌ଷ୍ଟ୍ରାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଲାଲ୍‌ ରଙ୍ଗର ଓଢ଼ଣୀ ପକାଇଥିବା ନଜର ଆସୁଛି। ଫଟୋ ଶେୟାର କରି ଦୀପିକା ଲେଖିଛନ୍ତି, ଶୋଏବଙ୍କ ବଧୂ ସାଜିବାର ତିନି ବର୍ଷ ବିତିଛି। ତାଙ୍କ ସହ ଜୀବନ ଦିନକୁ ଦିନ ଅଧିକ ସୁନ୍ଦର ହୋଇଯାଉଛି। ଏତେ ଭଲପାଇବା ସେ ଭରି ଦେଇଛନ୍ତି ଯେ ଏବେ ନିଜ ନଜର ଲାଗି ଯାଇପାରେ ବୋଲି ଲାଗୁଛି। ସ୍ବାମୀଙ୍କ ସହ ପରିବାରର ଭଲପାଇବା ମଧ୍ୟ ମିଳିଛି। ସେମାନଙ୍କ ବିନା ଏ ଯାତ୍ରା ସୁନ୍ଦର ହୋଇ ନ ଥାନ୍ତା। ଯେଭଳି ଆଜି। ସବା(ସୋଏବଙ୍କ ଭଉଣୀ) ଏହି ଓଢ଼ଣୀ ଉପହାରରେ ଦେଇ ଦିନକୁ ଅଧିକ ସ୍ପେଶାଲ କରିଛନ୍ତି। ତାଙ୍କ ଭାଉଜଙ୍କୁ କ’ଣ ପସନ୍ଦ ସେ ବେଶ୍‌ ଭଲ ଭାବେ ଜାଣନ୍ତି। ଆମକୁ ବିବାହ ବାର୍ଷିକର ଶୁଭେଚ୍ଛା। ତୁମେ ସମସ୍ତେ ମୋ ଜୀବନ। ସମସ୍ତଙ୍କ ଭିତରେ ମୋ ଆତ୍ମା ରହିଛି ବୋଲି ଦୀପିକା ଲେଖିଛନ୍ତି।

ଦୀପିକାଙ୍କ ଏଭଳି ପୋଷ୍ଟ ଆଗରେ ଫିକା ପଡ଼ି ନାହାନ୍ତି ଶୋଏବ। ସେ ନିଜର ସୋସିଆଲ ଆକାଉଣ୍ଟରେ ଦୀପିକାଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରି ଲେଖିଛନ୍ତି, ଭଲପାଇବା ତାହା ନୁହେଁ ଯେତିକି ଦିନ, ମାସ ଏବଂ ବର୍ଷ ତୁମେ ଏକାଠି ରୁହ। ପ୍ରତିଦିନ କିଏ କାହାକୁ କେତେ ଭଲପାଇଲ, ତାହା ହିଁ ପ୍ରକୃତ ପ୍ରେମ। ବିବାହ ବାର୍ଷିକୀର ଶୁଭେଚ୍ଛା ଦୀପିକା। ମୁଁ ତୁମକୁ ବହୁତ ଭଲପାଏ।

କଲର୍ସ ଚ୍ୟାନେଲରେ ପ୍ରସାରିତ ଧାରାବାହିକ ସସୁରାଲ ସିମର୍‌ କା ସେଟ୍‌ରେ ଶୋଏବଙ୍କୁ ଭେଟିଥିଲେ ଦୀପିକା। ଉଭୟ ସ୍ବାମୀସ୍ତ୍ରୀ ଭୂମିକାରେ ନଜର ଆସିଥିଲେ। ପରଦାରେ ପରସ୍ପରକୁ ପସନ୍ଦ କରିବା ପରେ ପ୍ରକୃତ ଜୀବନରେ ଉଭୟ ବନ୍ଧୁ ପାଲଟିଥିଲେ। ଧିରେ ଧିରେ ଏହା ପ୍ରେମରେ ପରିବର୍ତ୍ତନ ହୋଇଥିଲା। ହେଲେ ଶୋଏବଙ୍କ ବିବାହ ପୂର୍ବରୁ ବିବାହିତ ଥିଲେ ଦୀପିକା। ସେ ୨୦୧୧ରେ ରୌନକ ସାମସନଙ୍କୁ ବିବାହ କରିଥିଲେ। ୨୦୧୫ରେ ଉଭୟ ଅଲଗା ହୋଇଥିଲେ। ପରେ ଦୀପିକା ଶୋଏବଙ୍କୁ ବିବାହ କରିଛନ୍ତି। ବିବାହ ପାଇଁ ନିଜ ଧର୍ମ ପରିବର୍ତ୍ତନ କରିଛନ୍ତି ଦୀପିକା। କେବଳ ଏତିକି ନୁହେଁ ନିଜର ନାମକୁ ବଦଳାଇ ଫୈଜା ରଖିଛନ୍ତି। ୨୦୧୮ ଫେବୃୟାରୀରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହେମା ମାଳିନୀଙ୍କୁ ବିବାହ କରିବା ପାଇଁ ମନ୍ଦିର ନେଇ ଯାଇଥିଲେ ଜିତେନ୍ଦ୍ର

ବଲିଉଡ ଇଣ୍ଡଷ୍ଟ୍ରିର ପ୍ରଥମ ଚକୋଲେଟ ଅଭିନେତା ଜିତେନ୍ଦ୍ର ଆଜି ୮୦ ବର୍ଷରେ ପଦାର୍ପଣ କରୁଛନ୍ତି। ସେ ଏପ୍ରିଲ ୭, ୧୯୪୨ରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ଜିତେନ୍ଦ୍ରଙ୍କୁ...

ସଲମାନଙ୍କ ଓକିଲଙ୍କୁ ହତ୍ୟା ଧମକ

ବଲିଉଡ ଅଭିନେତା ସଲମାନ ଖାନଙ୍କ ପରେ ଏବେ ତାଙ୍କ ଓକିଲ ହସ୍ତିମାଲ ସାରସ୍ବତଙ୍କୁ ହତ୍ୟା ଧମକ ଦିଆଯାଇଛି। ଏକ ଚିଠି ମାଧ୍ୟମରେ ଏହି ଧମକ ମିଳିଛି।...

ମାଳଦ୍ୱୀପରେ ଛୁଟିକାଟୁଛନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ମାଳଦ୍ୱୀପରେ ତାଙ୍କ ସାଙ୍ଗମାନଙ୍କ ସହିତ ଛୁଟି କଟାଉଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ...

ବିଶ୍ୱସୁନ୍ଦରୀଙ୍କୁ ଧକ୍କା ମାରିଲା ବସ୍‌, ୬ ଦିନ କୋମାରେ ରହିବା ପରେ ଆଖିବୁଜିଲେ

ବୁଏନୋସ୍‌ ଆଇରେସ୍‌,୨୪।୧୨: ଆର୍ଜେଣ୍ଟିନାର ପୂର୍ବତନ ବିଶ୍ୱସୁନ୍ଦରୀ ନର୍ମା କାପାଗ୍ଲି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଗତ ଡିସେମ୍ବର...

ଆସିବ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସିକ୍ୱେଲ

ଏସ୍‌ ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ଚଳିତ ବର୍ଷ ରେକର୍ଡ ସୃଷ୍ଟି କରିଥିଲା। ଅଭିନେତା ରାମ ଚରଣ ଏବଂ ଜୁନିୟର ଏନ୍‌ଟିଆର ଫିଲ୍ମରେ ମୁଖ୍ୟ ଭୂମିକାରେ...

ଜ୍ୟାକଲିନଙ୍କୁ ଆଶ୍ୱସ୍ତି, ୧୨ ଡିସେମ୍ବରରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୨୪ ।୧୧: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଠକ ସୁକେଶ ଚନ୍ଦ୍ରଶେଖରଙ୍କ ମନି ଲଣ୍ଡରିଂ ମାମଲାରେ ଗୁରୁବାର ଦିଲ୍ଲୀ ପଟିଆଲା...

ପୁଲଓ୍ବାମା ଶହିଦଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବେ ଲତା ମଞ୍ଜେସକର

ମୁମ୍ବାଇ, ୧୬।୪: ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଞ୍ଜେସକର। ଶହିଦ ଯବାନଙ୍କ ପରିବାର ୧କୋଟି...

ବିବାଦ ପରେ ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରିନେଲେ ସବ୍ୟସାଚୀ

ମୁମ୍ବାଇ: ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ନିଜର ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରି ନେଇଛନ୍ତି। ବାସ୍ତବରେ ସବ୍ୟସାଚୀ ମଙ୍ଗଳସୂତ୍ରର...

Advertisement
Archives

Model This Week