ଦ୍ୱନ୍ଦ୍ୱବାଦ ବିପ୍ଳବର ବୀଜଗଣିତ

ଜୀବନକୁ ଉନ୍ନତ କରିବା ପାଇଁ, ଦାରିଦ୍ର୍ୟ ଓ ଦୁଃଖକଷ୍ଟ, ଅବିଚାର ଓ ଯଥେଚ୍ଛାଚାର ଶାସନକୁ ଜୀବନରୁ ଦୂର କରିବା ପାଇଁ ଲୋକମାନେ ଚିରକାଳ ସ୍ବପ୍ନ ଦେଖି ଆସିଛନ୍ତି। ସେମାନେ ସେମାନଙ୍କର ମର୍ଯ୍ୟାଦାକୁ ବଜାୟ ରଖିବା ପାଇଁ ସଦାସର୍ବଦା ଉଦ୍ୟମ ଜାରି ରଖିଛନ୍ତି। ଦିନ ଥିଲା କ୍ରୀତଦାସମାନେ ସେମାନଙ୍କ ମାଲିକଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ସ୍ପାଟାକସ୍‌ଙ୍କ ଅଭ୍ୟୁତ୍‌ଥାନ ସମେତ ବହୁ କ୍ରୀତଦାସଙ୍କ କଥା ଇତିହାସରେ କୁହାଯାଇଛି। ଭୂସ୍ବାମୀମାନଙ୍କ ବିରୋଧରେ କୃଷକମାନେ ଅଦ୍ୟାବଧି ସଂଗ୍ରାମ ଜାରି ରଖିଛନ୍ତି। କଳକାରଖାନାରେ ଶ୍ରମିକମାନେ ନିଜର ନ୍ୟାଯ୍ୟ ଦାବିରୁ ବଞ୍ଚିତ ହୋଇ ବିପ୍ଳବ କରିବା ସହ ଯନ୍ତ୍ରପାତି ଧ୍ୱଂସ କରିଛନ୍ତି। ଯୁଗ ଯୁଗ ଧରି ମଣିଷର ଇତିହାସ ହେଲା ଦରିଦ୍ର ଓ ଧନୀମାନଙ୍କ ମଧ୍ୟରେ ନିପୀଡ଼ିତ ଓ ନିପୀଡ଼ନକାରୀମାନଙ୍କ ମଧ୍ୟରେ ସଂଗ୍ରାମର ଇତିହାସ। ସମୟର ପ୍ରବହମାନରେ ବହୁଦିନ ବିତିଗଲାଣି, କିନ୍ତୁ ସବୁକିଛି ଅନେକ ଦିଗରୁ ସେଇଭଳି ରହିଯାଇଛି- ସଂଖ୍ୟାଲଘୁମାନେ ସଂଖ୍ୟାଗୁରୁମାନଙ୍କ ଉପରେ ଶାସନ କରିଆସିଛନ୍ତି। ସମାଜ ବ୍ୟବସ୍ଥା ସବୁ ଗୋଟିଏ ଅନ୍ୟଟିକୁ ସ୍ଥାନାନ୍ତରିତ କରିଥିଲେ, ଅଥଚ ଶ୍ରମଜୀବୀ ଜନସାଧାରଣଙ୍କ ଦାରିଦ୍ର୍ୟ ଓ ଅଧିକାରହୀନତା ଏବଂ ମଣିଷ ଦ୍ୱାରା ମଣିଷର ଶୋଷଣ ରହି ଯାଇଥିଲା। ସମାଜ ଗଢ଼ଣରେ ଏକ ମୌଳିକ ପରିବର୍ତ୍ତନ ଘଟାଇବାର ପ୍ରଥମ ସୁଯୋଗଟି ଆସିଥିଲା କେବଳ ଆମ ଯୁଗରେ, ଶୋଷିତ ଶ୍ରେଣୀଗୁଡ଼ିକ ମଧ୍ୟରେ ସବୁଠାରୁ ସଂଗଠିତ ଓ ରାଜନୈତିକ ଭାବେ ସଚେତନ ଶ୍ରେଣୀ, ଶ୍ରମିକ ଶ୍ରେଣୀର ଆତ୍ମପ୍ରକାଶ ସହିତ। ବ୍ରିଟେନ, ଫ୍ରାନ୍‌ସ ଓ ଜର୍ମାନୀର ଶ୍ରମିକ ଶ୍ରେଣୀ ସେଇ ଊଣେଇଶ ଶତାବ୍ଦୀରେ ତା’ର ଅଧିକାର ଦାବି କରିବାକୁ ଆରମ୍ଭ କରିଥିଲା କିନ୍ତୁ ତା’ର କର୍ମୋଦ୍ୟମ ଥିଲା ସ୍ବତଃସ୍ଫୂର୍ତ୍ତ ଧରଣର।
ଅତୀତର ଦାର୍ଶନିକମାନେ ସାମାଜିକ ବୈଷମ୍ୟର କାରଣ ସମୂହକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିଥିଲେ। ସେମାନେ ମନେକରୁଥିଲେ ଯେ ଜନସାଧାରଣଙ୍କ ଅଭିମତ ସମାଜ ଜୀବନରେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ସୁତରାଂ ସେମାନେ ମନେକରୁଥିଲେ ମଣିଷର ଚେତନା, ତା’ର ଚିନ୍ତା ଓ ମତକୁ ପରିବର୍ତ୍ତିତ କରି ହିଁ କେବଳ ଏକ ଅନ୍ୟାୟ ବ୍ୟବସ୍ଥାର ପରିବର୍ତ୍ତନ କରିବା ସମ୍ଭବ। ଡାକ୍ତର ଯେପରି ରୋଗୀର ଚିକିତ୍ସା କରନ୍ତି, ସେଭଳି ସମାଜକୁ ‘ରୋଗ ମୁକ୍ତ’ ଓ ଉନ୍ନତ କରିହେବ ଜ୍ଞାନାଲୋକ ମାଧ୍ୟମରେ। ସମାଜର ଜ୍ଞାନୀ ଗୁଣୀ ମାନେ ଧନୀମାନଙ୍କୁ ବୁଝେଇ ଶୁଝେଇ ନିଜର ବଳକା ସମ୍ପଦକୁ ଦରିଦ୍ରମାନଙ୍କୁ ବିତରଣ କରିବା ପାଇଁ ପ୍ରଚେଷ୍ଟା କରିଥିଲେ। ସେମାନେ ବିଶ୍ୱାସ କରୁଥିଲେ ଯେ ସାମାଜିକ ଅନ୍ୟାୟକୁ ଏହି ପ୍ରକାରେ ଲାଘବ କରିହେବ, ମାତ୍ର ସେମାନଙ୍କର ସମସ୍ତ ଉଦ୍ୟମ ସ୍ବଭାବତଃ ବ୍ୟର୍ଥତାରେ ପର୍ଯ୍ୟବସିତ ହୋଇଥିଲା। ମାର୍କସ୍‌ ଏବଂ ଏଙ୍ଗେଲସ୍‌ ଦାର୍ଶନିକ ଚିନ୍ତା ଓ ବିଜ୍ଞାନର କୃତିରାଜି ତଥା ଆନ୍ତର୍ଜାତିକ ବିପ୍ଳବୀ ଆନ୍ଦୋଳନର ଅଭିଜ୍ଞତା ଉପରେ ନିର୍ଭର କରି ଏଭଳି ଏକ ଦର୍ଶନ ସୃଷ୍ଟି କରିଥିଲେ; ଯାହା ମଧ୍ୟରେ ବ୍ୟାପକ ଶ୍ରମଜୀବୀ ଜନସାଧାରଣଙ୍କ ସ୍ବାର୍ଥ ପ୍ରତିଫଳିତ ହୋଇଥିଲା। ତେଣୁ ମାର୍କସ୍‌ବାଦୀ ଦର୍ଶନ ବିଶ୍ୱ ଦର୍ଶନର ଉପାନ୍ତନର ଆବିର୍ଭୂତ ହୋଇନାହିଁ; ଏହାଥିଲା ଅତୀତର ସବୁଠାରୁ ପ୍ରଗତିଶୀଳ ଦର୍ଶନ ସମୂହର ଅନୁବର୍ତ୍ତନ। ମାର୍କସ୍‌ ସଦାସର୍ବଦା ମନେକରୁଥିଲେ ଦର୍ଶନର ପ୍ରଧାନ କାର୍ଯ୍ୟ ହେଲା ଜଗତକୁ ପୁନର୍ନିର୍ମାଣ କରିବାର ସମ୍ଭାବ୍ୟ ଉପାୟ ସମୂହକୁ ପ୍ରତିପାଦନ କରିବା। ଜଗତକୁ କେବଳ ବାଖ୍ୟା କରିବା ପରିବର୍ତ୍ତେ ବରଂ ବ୍ୟବହାରିକ ବିପ୍ଳବୀ ସଂଗ୍ରାମରେ ପ୍ରବୃତ୍ତ ହେବା। ସେମାନଙ୍କ ମତରେ, ଦର୍ଶନର ଦାୟିତ୍ୱ ହେଲା ଜଗତକୁ ରୂପାନ୍ତରିତ କରିବା କାର୍ଯ୍ୟରେ ଏକ ଯନ୍ତ୍ର ହିସାବରେ କାର୍ଯ୍ୟ କରିବା। ମାର୍କସ୍‌ବାଦୀ ଦର୍ଶନର ଏହା ହିଁ ଥିଲା ଏକ ଚାରିତ୍ରିକ ବୈଶିଷ୍ଟ୍ୟ: ଏହା ହିଁ ତା’ର ବୈପ୍ଳବିକ ଚରିତ୍ରର ସାରମର୍ମ। ରୁଷ୍‌ ବିପ୍ଳବୀ-ଗଣତନ୍ତ୍ରବାଦୀ ଆଲେକ୍‌ଜାଣ୍ଡାର ଗେର୍ତ୍ସେନ ମାଖୁନାରେ କହିଥିଲେ ”ଦ୍ୱନ୍ଦ୍ୱବାଦ ହେଉଛି ବିପ୍ଳବର ବୀଜଗଣିତ“।
ଦର୍ଶନ ତା’ର ଜନ୍ମଲଗ୍ନଠାରୁ ବର୍ତ୍ତମାନ ଯୁଗ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ କେତେକ ସାମାଜିକ ଶକ୍ତିର ସାମର୍ଥ୍ୟକୁ ପ୍ରତିଫଳିତ କରିଛି ଏବଂ କରିଚାଲିଛି। ମାର୍କସ୍‌ବାଦୀ ଦର୍ଶନ ହେଲା ଏଭଳି ଏକ ତତ୍ତ୍ୱ, ଯାହା ଶ୍ରମିକ ଶ୍ରେଣୀର ଓ ତା’ର ନେତୃତ୍ୱାଧୀନ ଶ୍ରମଜୀବୀ ଜନସାଧାରଣଙ୍କର ବିଶ୍ୱ ଦୃଷ୍ଟିକୋଣ ଓ ଭାବାଦର୍ଶକୁ ପ୍ରତିପାଦନ କରିଥାଏ। ମାର୍କସ୍‌ ଲେଖିଥିଲେ, ”ଦର୍ଶନ ଯେପରି ତା’ର ବସ୍ତୁଗତ ଅସ୍ତ୍ର ଖୋଜିପାଏ ସର୍ବହରା ମଧ୍ୟରେ, ସେହିପରି ସର୍ବହରା ତା’ର ଆଡ୍‌ମିକ ଅସ୍ତ୍ର ଖୋଜି ପାଏ ଦର୍ଶନ ମଧ୍ୟରେ।“

  • ଉମା ଶଙ୍କର ପ୍ରସାଦ
    ମୋ-୬୩୭୦୬୭୫୫୬୨

Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri