ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳ, ତଟବନ୍ଧର ସୁରକ୍ଷା ଚିନ୍ତା

ପଟ୍ଟାମୁଣ୍ଡାଇ,୩୦।୧୦(ସ୍ବ.ପ୍ର.): ୧୯୯୯ ଅକ୍ଟୋବର ୨୯ ମହାବତ୍ୟାକୁ ୨୩ ବର୍ଷ ା ଆଜି ବି ଲୋକେ ଭୁଲି ପାରିନାହାନ୍ତି ସେଦିନ ା ସମୁଦ୍ରର ବିଶାଳ ଢ଼େଉ ,୩୦୦ କିମି ବେଗରେ ବହୁ ଥିବା ପବନରେ ଲୋଟି ଯାଉଥିଲା ବହୁ ମହାଦ୍ରୁମ ା ଏଥିରେ କେନ୍ଦ୍ରାପଡା ଜିଲାର ଅଧିକାଂଶ ବ୍ଲକ ଧ୍ୱଂସ ସ୍ତୁପରେ ପରିଣତ ହୋଇଥିଲା। ରାଜ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୩୮୭ ଜଣଙ୍କ ଜୀବନ ଯାଇଥିଲା। ୧୮୦୩ ଜଣ ଆହତ ହୋଇଥିଲେ । ୩ ହଜାରରୁ ଅଧିକ ମାଛଧରା ଡଙ୍ଗା, ୪୮,୯୦୬ ଗୃହପାଳିତ ପଶୁପକ୍ଷୀଙ୍କ ସହିତ ଜିଲାରେ୨,୯୭ ,୮୧୪ ଟି ଘର ଭାଙ୍ଗିଥିବା ଜିଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ସୂଚନା ମିଳୁଛି ।
ଏହାପରେ ରାଜ୍ୟ ସରକାର ଗଠନ କରିଥିଲେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସଡମା) । ବିପର୍ଯ୍ୟୟ ପରିଚାଳନା ପାଇଁ ସରକାର ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ନିର୍ମାଣ କଲେ ବାତ୍ୟା ଆଶ୍ରୟସ୍ଥଳୀ । ଏହି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇ ଏବେ ପ୍ରଶ୍ନବାଚୀ ସୃୃଷ୍ଟି ହୋଇଛି। ଏହି ବାତ୍ୟା ଆଶ୍ରୟସ୍ଥଳ ନିର୍ମିତ ହୋଇଛି ସତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ନ ଥିବା ଅଭିଯୋଗ ହୋଇଛି । ସେଠାରେ ଓସ୍‌ଡମା ପକ୍ଷରୁ ବାତ୍ୟା ତଥା ବନ୍ୟା ସମୟରେ ବିପନ୍ନମାନଙ୍କୁ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ଯୋଗାଇବା ପାଇଁ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ଓ ବିଭିନ୍ନ ସରଞ୍ଜାମ ରଖାଯାଇଥିଲା। ପଟ୍ଟାମୁଣ୍ଡାଇ, ବ୍ଳକର ୧୩ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ଉକ୍ତ କେନ୍ଦ୍ରରେ ୨ଟି ଲେଖାଏ ଆସ୍କା ଲାଇଟ, ୨ଟି ଚେନସ(କଟର), ଡ଼ିଜି ସେଟ, ସାଇରନ, କ୍ୟାଟରିଂ ସେଟ(୧୫୦୦-୨୦୦୦ ଲୋକଙ୍କ ପାଇଁ), ଲାଇଫ ଜାକେଟ ଆଦି ଲକ୍ଷାଧିକ ଟଙ୍କା ବ୍ୟୟରେ ସରଞ୍ଜାମ ଯୋଗାଇ ଦିଆଯାଇଥିଲା। ବାତ୍ୟା ଆଶ୍ରୟସ୍ଥଳୀ ଓ ଉପରୋକ୍ତ ସରଞ୍ଜାମ ରକ୍ଷଣାବେକ୍ଷଣ ପାଇଁ ବାତ୍ୟାଆଶ୍ରୟ ରକ୍ଷଣାବେକ୍ଷଣ କମିଟି ଗଠନ କରାଯାଇଥିଲା। ପ୍ରତି କେନ୍ଦ୍ର ଅଧୀନରେ ସ୍ବେଚ୍ଛାସେବୀମାନେ ତାଲିମପ୍ରାପ୍ତ ହୋଇ ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ଯୋଗାଇବାକୁ ପ୍ରସ୍ତୁତ ହୋଇ ରହିଥିଲେ। କିନ୍ତୁ ଏବେ ଏସବୁ ପ୍ରାୟତଃ କାର୍ଯ୍ୟକ୍ଷମ ଅବସ୍ଥାରେ ନାହିଁ। ଅନେକ କେନ୍ଦ୍ରରେ ଏହାକୁ ବିକ୍ରି କରିଦିଆଯାଇଛି ା ଅନ୍ୟଥା କେଉଁଠାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ବି ଆଉ ନାହାନ୍ତି ା କେବଳ ବାତ୍ୟାଶ୍ରୟ ରକ୍ଷଣାବେକ୍ଷଣ କମିଟି ନାମକୁ ମାତ୍ର ରହିଛି। ଏହାର ସମ୍ପାଦକମାନଙ୍କ ହେପାଜତରେ ଉପରୋକ୍ତ ସରଞ୍ଜାମ ରଖାଯାଇଛି। କେତେକ ବାତ୍ୟା ଆଶ୍ରୟସ୍ଥଳୀରେ ସମ୍ପାଦକମାନେ ୨୨ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଛନ୍ତି। ରାଜନୈତିକ ଚାପ ଫଳରେ ସେମାନଙ୍କୁ ବଦଳା ଯାଇ ପାରୁ ନ ଥିବା ମଧ୍ୟ ଅଭିଯୋଗ ହେଉଛି।
କେନ୍ଦ୍ରାପଡ଼ା ଜିଲାରେ ବିପର୍ଯ୍ୟୟର ସୁପରିଚାଳନା ପାଇଁ ଆବଶ୍ୟକ ସୁଦୃଢ ଭିତ୍ତିଭୂମି ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ ା ଜଳବାୟୁର ଦ୍ରୁତ ପରିବର୍ତ୍ତନ କାରଣରୁ ଜିଲାପ୍ରତି ଭୟାବହ ସାମୁଦ୍ରିକ ଝଡ଼ ଓ ସୁନାମୀ ଆଶଙ୍କା ବଢିବାରେ ଲାଗିଛି । ଏହାକୁ ମୁକାବିଲା କରିବାରେ ତଟାଞ୍ଚଳରେ ଥିବା ହେନ୍ତାଳ ଜଙ୍ଗଲର ବ୍ୟାପକତା ଜରୁରୀ ଥିଲେ ମଧ୍ୟ ଏ କ୍ଷେତ୍ରରେ କୌଣସି ଉପଲବ୍ଧି ମିଳିପାରିନାହିଁ । ବରଂ ହେନ୍ତାଳ ଜଙ୍ଗଲ ଅବକ୍ଷୟମୁଖି ହେଉଛି । ଜିଲାର ୭୪୪କିମି ତଟବନ୍ଧ ମଧ୍ୟରୁ ମାତ୍ର ୩୨ କିମିକୁ ୬ ମିଟର ଉଚ୍ଚା କରିବା ସହିତ ସୁଦୃଢ କରିବା ପାଇଁ ସରକାର ଚଳିତ ବର୍ଷ ୨୦୫କୋଟି ୬୨ଲକ୍ଷ ୪୯ହଜାର ଟଙ୍କା ମଞ୍ଜୁର କରିଛନ୍ତି ା ଅବଶିଷ୍ଟ ତଟବନ୍ଧ ଆଡ଼ୁ ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ମତ ପ୍ରକାଶ ପାଇଛି ା ବାତ୍ୟା ଓ ସୁନାମୀର ସତର୍କ ସୂଚନା ଦେବାକୁ ତଟାଞ୍ଚଳରେ ପ୍ରତିଷ୍ଠା କରାଯାଇଥିବା ୨୦ଟି ଡ଼ପଲର ଆଲାର୍ଟ ମଧ୍ୟରୁ ୯ଟି ବହୁ ବର୍ଷ ହେଲା ଅଚଳ ହୋଇପଡ଼ିଛି ା ବିଗତ ବାତ୍ୟା କାଳରେ ସେଥିରୁ ସାଇରନ୍‌ ନ ବାଜିବା ତଟାଞ୍ଚଳବାସୀଙ୍କୁ ଭ୍ରମିତ କରିଥିଲା । ଏଯାଏ ତା’ର ମଧ୍ୟ ସମାଧାନ ହୋଇପାରିନାହିଁ । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ବିଡ଼ିଓ ଭରତ ଚନ୍ଦ ପରିଡାଙ୍କୁ ପଚାରିବାରୁ ସେ ସମସ୍ତ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ସହିତ ସରଞ୍ଜାମ ଠିକ୍‌ ଅବସ୍ଥାରେ ଅଛି ବୋଲି କହିଛନ୍ତି ା ଯେଉଁଠାରେ ରକ୍ଷଣାବେକ୍ଷଣ ଆବଶ୍ୟକ ରହିଛି ତାହା ତୁରନ୍ତ କରାଯିବ। ତେବେ ଏନେଇ ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ ଆମେ ତାହା ପାଳନ କରିବୁ ବୋଲି ସେ ସ୍ପଷ୍ଟ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri