ଭୋପାଳ,୨୭।୩: ପ୍ରାୟ ଏକ ଦଶନ୍ଧି ପୁରୁଣା ମାମଲାରେ ଇନ୍ଦୋରର ଏକ ସ୍ବତନ୍ତ୍ର ଅଦାଲତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଦିଗ୍ବିଜୟ ତାଙ୍କ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଆବେଦନ କରିବେ। ସେ ଏକ ଟୁଇଟ ମାଧ୍ୟମରେ କହିଛନ୍ତି, ଇନ୍ଦୋର ଏଡିଜେ କୋର୍ଟର ନିର୍ଦ୍ଦେଶ ରହିଛି। ମୁଁ ହାଇକୋର୍ଟରେ ଆବେଦନ କରିବି। ମୁଁ କେବେ ବି ଭାଜପା ଏବଂ ସଂଘକୁ ଭୟ କରି ନାହିଁ। କେତେ ମିଥ୍ୟା ମାମଲା ରୁଜୁ ହେଉନା କାହିଁକି ମୁଁ କାହାକୁ ଡରି ନାହିଁ।
ଦିଗ୍ବିଜୟ ଏକ ଟୁଇଟ୍ କହିଛନ୍ତି, ୧୧ ବର୍ଷ ପୁରୁଣା ଏପିସୋଡରେ ତାଙ୍କ ନାମ ଏଫଆଇଆର୍ରେ ନ ଥିଲା। ରାଜନୈତିକ ଚାପ ଯୋଗୁ ତାଙ୍କୁ ଲିଙ୍କ କରାଯାଇ ଦଣ୍ଡ ଦିଆଯାଇଛି। ସେ ଜଣେ ଅହିଂସା ବ୍ୟକ୍ତି ଏବଂ ସର୍ବଦା ହିଂସାତ୍ମକ କାର୍ଯ୍ୟକଳାପକୁ ବିରୋଧ କରିବେ।
ସୂଚନା ମୁତାବକ, ୨୦୧୧ ଜୁଲାଇ ୧୭ ତାରିଖରେ ଉଜୈନର ଜିୱାଜିଗଞ୍ଜ ଦେଇ ଦିଗବିଜୟ ସିଂହଙ୍କ ରାଲି ଯାଉଥିବା ବେଳେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦିଗବିଜୟ ସିଂହଙ୍କୁ କଳା ପତାକା ଦେଖାଇବାକୁ ଚେଷ୍ଟା କରୁଥିବା ବେଳେ ଉଭୟ ଦଳ ମଧ୍ୟରେ ମାରପିଟ୍ ହୋଇଥିଲା।
11 वर्ष पुराने प्रकरण में जिसमें मेरा नाम FIR में भी नहीं था राजनीतिक दबाव में बाद में जोड़ा गया, मुझे सज़ा दी गई।
मैं अहिंसा वादी व्यक्ति हूँ हिंसक गतिविधियों का सदैव विरोध करता रहा हूँ।
१/२— Office Of Digvijaya Singh (@OfficeOfDVS) March 26, 2022
ADJ Court का आदेश है उच्च न्यायालय में अपील करेंगे। मैं ना भाजपा संघ से डरा हूँ ना कभी डरूँगा चाहे कितने ही झूठे प्रकरण बना दें और कितनी ही सज़ा दे दी जाए।
२/२— Office Of Digvijaya Singh (@OfficeOfDVS) March 26, 2022

