Posted inଜାତୀୟ

ଦିଗ୍‌ବିଜୟଙ୍କ ବିବାଦୀୟ ବୟାନ, ଟାର୍ଗେଟ କରିପାରେ ଭାଜପା

ଭୋପାଳ,୨୬ ।୧୨: ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂଙ୍କ ବିବାଦୀୟ ବୟାନକୁ ନେଇ ପୁଣି ଚର୍ଚ୍ଚା । ଏଥର ପୁଣିଥରେ ତାଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ଟାର୍ଗେଟ କରିପାରେ । ଶନିବାର ସେ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବୀର ସାୱରକରଙ୍କୁ ଟାର୍ଗେଟ କରି ଏକ ବିବାଦୀୟ ବୟାନ ଦେଇଛନ୍ତି । ଦିଗ୍‌ବିଜୟ କହିଛନ୍ତି ସାୱରକର କେବେ ଗାଈକୁ ‘ମାଆ’ବୋଲି ମାନୁ ନ ଥିଲେ । ଗୋମାଂସ ଖାଇବାରେ ତାଙ୍କର କୌଣସି ଅସୁବିଧା ନ ଥିଲା । ଦିଗବିଜୟ ଆହୁରି ମଧ୍ୟ କହିଛନ୍ତି ସାୱରକର ତାଙ୍କ ପୁସ୍ତକରେ କହିଛନ୍ତି ହିନ୍ଦୁଧର୍ମ ଓ ହିନ୍ଦୁତ୍ୱ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଏହାକୁ ନେଇ ଭାଜପା ବିଧାୟକ ରାମେଶ୍ୱର ଶର୍ମା କହିଛନ୍ତି କଂଗ୍ରେସ ସର୍ବଦା ହିନ୍ଦୁଙ୍କୁ ବଦନାମ କରିଥାଆନ୍ତି । ଏଥିପାଇଁ ଦିଗ୍‌ବିଜୟ ତ ଦିନରାତି କସରତ କରୁଛନ୍ତି । ସେ ଆହୁରି କହିଛନ୍ତି ଦିଗବିଜୟ ଯଦି ହିନ୍ଦୁ ଓ ହିନ୍ଦୁସ୍ତାନର ମଙ୍ଗଳପାଇଁ କାମ କରୁଥାଆନ୍ତେ ତେବେ ପାକିସ୍ତାନରେ ଜିନ୍ନା ଜନ୍ମ ହୋଇ ନ ଥାଆନ୍ତେ ନା ଆତଙ୍କବାଦୀଙ୍କ ସୃଷ୍ଟି ହୋଇଥାଆନ୍ତା । ଦିଗବିଜୟଙ୍କ ପାଇଁ ଆତଙ୍କବାଦୀ ହେଉଛନ୍ତି ଭଗବାନ । ଦେଶଦ୍ରୋହୀଙ୍କୁ ସେ ବିରିୟାନି ଖାଇବାକୁ ଦେଇ ଉପହାର ଦେଇଥାଆନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କା ନ ହେଲେ ଦଳିତ ଚେହେରା

ନୂଆଦିଲ୍ଲୀ,୨୦ା୮: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ପୁଣି ଥରେ ଦଳର ଅଧ୍ୟକ୍ଷ ହେବା...

ସୋପୋରେ ଆତଙ୍କବାଦୀ ଆକ୍ରମଣ: ୨ସୁରକ୍ଷାକର୍ମୀ ଶହୀଦ

ସୋପୋରେ,୧୨।୬: ଜମ୍ମୁ-କଶ୍ମୀର ସୋପୋରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ସୁରକ୍ଷାକର୍ମୀ ଶହୀଦ ହୋଇଥିବା ବେଳେ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଶନିବାର...

ବିଗିଡିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ,ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ବୁଧବାର ହୀରାବେନଙ୍କୁ ଅହମ୍ମଦାବାଦର ୟୁଏନ୍‌ ମେହେଟା ହସ୍ପିଟାଲରେ ଭର୍ତ୍ତି...

୭ମାସ ପରେ ଖୋଲିଲା ସ୍କୁଲ

ଲକ୍ଷ୍ନୌ/ଚଣ୍ଡିଗଡ଼, ୧୯।୧୦: ଦୀର୍ଘ ୭ ମାସ ପରେ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ସୋମବାର ସ୍କୁଲ ଖୋଲିଛି। ସରକାରୀ ମାର୍ଗଦର୍ଶିକାକୁ ପାଳନ କରାଯାଇ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ...

ମୋଦି ସରକାରଙ୍କ ଯୋଗୁ କୋଟି କୋଟି ଲୋକଙ୍କ ଚାକିରି ଯାଇଛି: ରାହୁଲ

ନୂଆଦିଲ୍ଲୀ,୧୦।୮: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଯୋଗୁ...

ନ୍ୟୁମୋକୋକଲ ଟିକାର ଅଭାବ ଖବର ସମ୍ପୂର୍ଣ୍ଣ ମିଥ୍ୟା: କେନ୍ଦ୍ର ସରକାରଙ୍କ ଜବାବ…

ନୂଆଦିଲ୍ଲୀ,୮।୧୦ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର କହିଛି ଯେ ନନ୍ୟୁମୋକୋକଲ ଟିକା ଅଭାବ ବିଷୟରେ ସମ୍ପ୍ରତି ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପୂର୍ଣ୍ଣ ମିଥ୍ୟା ଏବଂ...

କୃଷି ଆଇନ ନେଇ ଏନ୍‌ଡିଏରେ ଫାଟ: ଶାହାଙ୍କୁ ଚିଠି ଲେଖିଲେ ଆର୍‌ଏଲ୍‌ପି ଅଧ୍ୟକ୍ଷ

ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଏନ୍‌ଡ଼ିଏରେ ଫାଟ ସୃଷ୍ଟି ହୋଇଛି। ଏନ୍‌ଡ଼ିଏର ସହଯୋଗୀ ଦଳ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏହି...

ଜଙ୍ଗଲରୁ ମିଳିଲା ୪୦ରୁ ଊର୍ଦ୍ଧ୍ୱ ମାଙ୍କଡଙ୍କର ମୃତଦେହ

ଅମରାବତୀ,୨୬।୧୦: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର କବିତା ମଣ୍ଡଳର ଶିଲାଗାମ ଅଞ୍ଚଳରେ ୪୦ରୁ ଊର୍ଦ୍ଧ୍ୱ ମାଙ୍କଡଙ୍କର ମୃତଦେହ ଉଦ୍ଧାର କରାଯାଇଛି। ବିଷାକ୍ତ ଖାଦ୍ୟ ଖାଇ ଏଭଳି ଘଟିଥିବା...

Advertisement
Archives

Model This Week