ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ, ଛୁଟୁଛି ଅଭିନନ୍ଦନର ସୁଅ

ଦିଗପହଣ୍ଡି, ୨୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମୋକେଇ ଗ୍ରାମର ବିଶିଷ୍ଟ ଲୋକନାଟ୍ୟ କଳାକାର ଓ ପ୍ରହଲ୍ଲାଦ ନାଟକର ନୃତ୍ୟଗୁରୁ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସମ୍ମାନରେ ଭୂଷିତ କରିଛନ୍ତି।

୯୭ ବର୍ଷୀୟ ସୀମାଞ୍ଚଳ ପାତ୍ର ପ୍ରହଲ୍ଲାଦ ନାଟକରେ ହିରଣ୍ୟକଶ୍ୟପ ରାଜା ଭୂମିକାରେ ଉଚ୍ଚକୋଟୀର ଅଭିନୟ ସହ ଦୀର୍ଘ ଦିନ ଧରି ଲୋକନାଟ୍ୟର ପ୍ରଚାର ଓ ପ୍ରସାରରେ ନିଜକୁ ସମର୍ପିତ କରିଆସିଛନ୍ତି। ସମାରୋହରେ ତାଙ୍କ ସାନପୁଅ ସାହେବ ପାତ୍ର, ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ଅନୁଷ୍ଠାନର ସମ୍ପାଦକ ତଥା ନୃତ୍ୟଗୁରୁ ଆଲୋକ ବିଷୋୟୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଖବର ପ୍ରକାଶ ପାଇବା ପରେ ସମଗ୍ର ଦିଗପହଣ୍ଡି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ବମୋକେଇ ଗ୍ରାମର ସୁର ପାତ୍ର ଓ ବାଙ୍ଗାରି ଦେବୀଙ୍କ ପୁଅ ସୀମାଞ୍ଚଳ ମାତ୍ର ଛଅ ବର୍ଷ ବୟସରୁ ପାଲୁରଗଡ଼ର ନୃତ୍ୟଗୁରୁ ନରସିଂହ ପ୍ରଧାନଙ୍କ ନିକଟରୁ ସଖୀନାଚ ଓ ଓଡ଼ିଶୀ ନୃତ୍ୟର ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ। ପିତା ସୁର ପାତ୍ରଙ୍କ ପ୍ରେରଣାରେ ସେ ପିଲାଦିନରୁ ପ୍ରହଲ୍ଲାଦ ନାଟକ ପ୍ରତି ଆକୃଷ୍ଟ ହୋଇଥିଲେ।

ପରବର୍ତ୍ତୀ ସମୟରେ ଗୁରୁ ତ୍ରିନାଥ ପ୍ରଧାନ ଓ ଲକ୍ଷ୍ମଣ ଶତପଥୀଙ୍କ ନିକଟରେ ପ୍ରାୟ ୨୦ ବର୍ଷ ଧରି ନୃତ୍ୟାଭିନୟ, ରାଗ, ରସ, ଲୟ ଓ ସଂଳାପ ଆଦିର ଶିକ୍ଷା ଗ୍ରହଣ କରି ସେ ପ୍ରହଲ୍ଲାଦ ନାଟକର ହିରଣ୍ୟକଶ୍ୟପ ରାଜା ଭୂମିକାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଅଞ୍ଚଳବାସୀ ତାଙ୍କୁ ସ୍ନେହରେ ‘ରଜା ସୀମାଞ୍ଚଳ’ ବୋଲି ଡାକନ୍ତି।

ଲୋକନାଟ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ୧୯୯୦ ମସିହାରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୯୭ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଲୋକନାଟ୍ୟ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା।

ପ୍ରହଲ୍ଲାଦ ନାଟକ ଏବଂ ଲୋକକଳାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ଆଜୀବନ ଅବଦାନକୁ ସ୍ୱୀକୃତି ଦେଇ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିବାରୁ ସମଗ୍ର ଗଞ୍ଜାମ ଜିଲା ସହ ଓଡ଼ିଶାବାସୀ ଗର୍ବ ଅନୁଭବ କରୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଶୁଣାଣିରେ ବିଷପିଇ ଜୀବନ ହାରିବାକୁ ଉଦ୍ୟମ: କାବୁ କରି…

ରାଜନଗର,୧୦।୮(ଭାସ୍କର ରାଉତ ରାୟ): ବିଷ ପିଇବାକୁ ଉଦ୍ୟମ ବେଳେ କାବୁ କରିନେଲା ପୋଲିସ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଓ ଢୋଲମରା…

କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲରେ ଥ୍ରୋ ବଲ ପ୍ରତିଯୋଗିତା ଅନୁଷ୍ଠିତ

ଛତ୍ରପୁର, ୧୦।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ) : ଛତ୍ରପୁର ସ୍ଥିତ କାରମେଲ ସିନିୟର ସେକେଣ୍ଡାରୀ ସ୍କୁଲ ପକ୍ଷରୁ ସିଆଇସିଏସଇ ସ୍ପୋଟର୍‌ସ ଏଣ୍ଡ ଗେମ୍ସ ପକ୍ଷରୁ ଦିନିକିଆ ଆଞ୍ଚଳିକ…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

ଶଶ୍ମାନ, ଠାକୁରାଣୀ ଶାଳରୁ ଜବରଦଖଲ ଉଚ୍ଛେଦ ଦାବି

ପାଟଣା,୧୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ଗାଁ ତେନ୍ତେଳା ଗ୍ରାମର ଶ୍ମଶାନ ଓ ଠାକୁରାଣୀ ଶାଳରେ ଉକ୍ତ ଗ୍ରାମର ସୁଦାମ ମହାନ୍ତ ଓ…

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

ମାଛ ଜାଲରେ ଫସିଲା ବିରାଟକାୟ ଅଜଗର

ବୀରମହାରାଜପୁର, ୧୦/୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ସଦେଇପୁର ଗାଁ ନିକଟସ୍ଥ ଏକ ପୋଖରୀରେ ମାଛ ଧରିବା ପାଇଁ…

ବିଦେଶୀ ମଦ ଦୋକାନ ବନ୍ଦ ଦାବି: ଉପଜିଲାପାଳ କାର୍ଯ୍ୟାଳୟ ଘେରାଉ

ବୀରମହାରାଜପୁର, ୧୦/୯ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଥାନା ନୁଆଁପଡ଼ାଠାରେ ଥିବା ବିଦେଶୀ ମଦ ଦୋକାନ ବନ୍ଦ ଦାବିରେ ମହିଳାମାନେ…

ଚାଷୀମାରଣ ନୀତିକୁ ବିରୋଧ, ଜେଲ୍‌ଭରୋ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ବରଗଡ଼,୧୦ା୮(ପ୍ରେମାନନ୍ଦ ଖମାରୀ): କୃଷିକ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଣୀତ ବିଭିନ୍ନ ନୀତିକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି । ଏହି କ୍ରମରେ ସୋମବାର ବରଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri