ଡିଜିଟାଇଜେଶନ ହେଉଛି ଓଡ଼ିଶୀ ଅଭିଲେଖାଗାର

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ରାଜ୍ୟର ଦିବଂଗତ ଓଡ଼ିଶୀ ନୃତ୍ୟଗୁରୁଙ୍କ ନୃତ୍ୟ ଓ ସଙ୍ଗୀତକୁ ଉଜ୍ଜୀବିତ କରିବାକୁ ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ଆଗେଇ ଆସିଛି। ଗବେଷଣା ପ୍ରତିଷ୍ଠାନ ଅଭିଲେଖାଗାରର ସମ୍ପୂର୍ଣ୍ଣ ଡିଜିଟାଇଜେଶନ କାମ ଚାଲିଛି। ଏହାଦ୍ୱାରା ଗୋଟିଏ ସ୍ଥାନରେ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀର ସମସ୍ତ କଳା, କୌଶଳ ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ମିଳିପାରିବ। ଯାହାଫଳରେ ଏବେକାର ଶିଳ୍ପୀ ଓ ଆଗାମୀ ପିଢ଼ି ଓଡ଼ିଶୀ ସମ୍ପର୍କରେ ବହୁ ତଥ୍ୟ ପାଇପାରିବେ। ଡିଜିଟାଇଜ୍ଡ ହେବା ପରେ ଶିଳ୍ପୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଖାଣ୍ଟି ଓଡ଼ିଶୀ ନୃତ୍ୟର ସବୁ ଗ୍ରାମାର ପାଇପାରିବେ। ଅନ୍‌ଲାଇନ୍‌ରୁ ଓଡ଼ିଶୀ ଶିକ୍ଷା ସହିତ ଗବେଷଣା ପାଇଁ ଶାସ୍ତ୍ରୀୟ ନୃତ୍ୟର ଏବିସିଡି ମିଳିପାରିବ। କେବଳ ସେତିକି ନୁହେଁ, ଓଡ଼ିଶୀକୁ ଉତ୍ତୁଙ୍ଗ ଶିଖରରେ ପହଞ୍ଚାଇଥିବା ଗୁରୁ କେଳୁଚରଣ ମହାପାତ୍ର, ଦେବପ୍ରସାଦ ଦାସ, ପଙ୍କଜ ଚରଣ ଦାସ, ସଞ୍ଜୁକ୍ତା ପାଣିଗ୍ରାହୀଙ୍କ ଭଳି ପ୍ରତିଷ୍ଠିତ ଗୁରୁମାନଙ୍କ ପ୍ରତିଟି କଳା କୌଶଳକୁ ଗୋଟିଏ ସ୍ଥାନରେ ପାଇପାରିବେ। ୧୯୯୦ରୁ ଏପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ଗୁରୁଙ୍କ ନୃତ୍ୟ ଶୈଳୀର ଭିଡିଓ ଏଠାରେ ସଂରକ୍ଷିତ ହୋଇ ରହିଛି। ବହୁ ପୂର୍ବରୁ କାମ ଆରମ୍ଭ ହେବାର ଥିଲେ ବି କରୋନା ପାଇଁ ଏହା ବନ୍ଦ ଥିଲା। ଗତ ଜୁଲାଇ ମାସରେ ଡିଜିଟାଇଜେଶନ କାମ ଆରମ୍ଭ ହୋଇଛି। ଏହା ଭିତରେ ପ୍ରତିଷ୍ଠାନର ନିଜସ୍ବ ୪୮ଲକ୍ଷ ଟଙ୍କା ବ୍ୟୟରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ମାଧ୍ୟମରେ ଅଭିଲେଖାଗାର ଅଧା କାମ ସରିଯାଇଛି।
ଏ ସମ୍ପର୍କରେ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ କହିଛନ୍ତି, ଅଭିଲେଖାଗାରକୁ ଡିଜିଟାଇଜ୍‌ କରିବା ମୋର ସ୍ବପ୍ନ ଥିଲା। କାଳଜୟୀ ରଚନାଗୁଡ଼ିକ ଯେପରି ଚୋରି ହୋଇପାରିବ ନାହିଁ ସେଥିପାଇଁ ଆମେ ଯଥେଷ୍ଟ ଯତ୍ନବାନ ଅଛୁ। ଅଧା କାମ ସରିଲାଣି। ବାକି କାମ ପାଇଁ ୮୦ଲକ୍ଷ ଟଙ୍କା ହୋଇପାରିଲେ ସମସ୍ତ କାମ ହୋଇପାରିବ। ଆଶା ଅଛି ଯେ ଯଥାଶୀଘ୍ର ସଂସ୍କୃତି ବିଭାଗ ଏହି ଟଙ୍କା ପ୍ରଦାନ କରିବ। ଡିଜିଟାଇଜ୍‌ ହେବା ପରେ ଦିବଂଗତ ଗୁରୁମାନଙ୍କ ନୃତ୍ୟ ଶୈଳୀ ଦେଖି ପାରିବା ସହ ଓଡ଼ିଶୀ ନୃତ୍ୟର ଅଭିବୃଦ୍ଧି ସମ୍ପର୍କରେ ମଧ୍ୟ ଜାଣି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri