ଡିଜିଟାଇଜେଶନ ହେଉଛି ଓଡ଼ିଶୀ ଅଭିଲେଖାଗାର

ଭୁବନେଶ୍ୱର, ୨୦।୧୦(ବ୍ୟୁରୋ): ରାଜ୍ୟର ଦିବଂଗତ ଓଡ଼ିଶୀ ନୃତ୍ୟଗୁରୁଙ୍କ ନୃତ୍ୟ ଓ ସଙ୍ଗୀତକୁ ଉଜ୍ଜୀବିତ କରିବାକୁ ରାଜ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ଆଗେଇ ଆସିଛି। ଗବେଷଣା ପ୍ରତିଷ୍ଠାନ ଅଭିଲେଖାଗାରର ସମ୍ପୂର୍ଣ୍ଣ ଡିଜିଟାଇଜେଶନ କାମ ଚାଲିଛି। ଏହାଦ୍ୱାରା ଗୋଟିଏ ସ୍ଥାନରେ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀର ସମସ୍ତ କଳା, କୌଶଳ ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ମିଳିପାରିବ। ଯାହାଫଳରେ ଏବେକାର ଶିଳ୍ପୀ ଓ ଆଗାମୀ ପିଢ଼ି ଓଡ଼ିଶୀ ସମ୍ପର୍କରେ ବହୁ ତଥ୍ୟ ପାଇପାରିବେ। ଡିଜିଟାଇଜ୍ଡ ହେବା ପରେ ଶିଳ୍ପୀମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଖାଣ୍ଟି ଓଡ଼ିଶୀ ନୃତ୍ୟର ସବୁ ଗ୍ରାମାର ପାଇପାରିବେ। ଅନ୍‌ଲାଇନ୍‌ରୁ ଓଡ଼ିଶୀ ଶିକ୍ଷା ସହିତ ଗବେଷଣା ପାଇଁ ଶାସ୍ତ୍ରୀୟ ନୃତ୍ୟର ଏବିସିଡି ମିଳିପାରିବ। କେବଳ ସେତିକି ନୁହେଁ, ଓଡ଼ିଶୀକୁ ଉତ୍ତୁଙ୍ଗ ଶିଖରରେ ପହଞ୍ଚାଇଥିବା ଗୁରୁ କେଳୁଚରଣ ମହାପାତ୍ର, ଦେବପ୍ରସାଦ ଦାସ, ପଙ୍କଜ ଚରଣ ଦାସ, ସଞ୍ଜୁକ୍ତା ପାଣିଗ୍ରାହୀଙ୍କ ଭଳି ପ୍ରତିଷ୍ଠିତ ଗୁରୁମାନଙ୍କ ପ୍ରତିଟି କଳା କୌଶଳକୁ ଗୋଟିଏ ସ୍ଥାନରେ ପାଇପାରିବେ। ୧୯୯୦ରୁ ଏପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ଗୁରୁଙ୍କ ନୃତ୍ୟ ଶୈଳୀର ଭିଡିଓ ଏଠାରେ ସଂରକ୍ଷିତ ହୋଇ ରହିଛି। ବହୁ ପୂର୍ବରୁ କାମ ଆରମ୍ଭ ହେବାର ଥିଲେ ବି କରୋନା ପାଇଁ ଏହା ବନ୍ଦ ଥିଲା। ଗତ ଜୁଲାଇ ମାସରେ ଡିଜିଟାଇଜେଶନ କାମ ଆରମ୍ଭ ହୋଇଛି। ଏହା ଭିତରେ ପ୍ରତିଷ୍ଠାନର ନିଜସ୍ବ ୪୮ଲକ୍ଷ ଟଙ୍କା ବ୍ୟୟରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ମାଧ୍ୟମରେ ଅଭିଲେଖାଗାର ଅଧା କାମ ସରିଯାଇଛି।
ଏ ସମ୍ପର୍କରେ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ସଙ୍ଗୀତା ଗୋସାଇଁ କହିଛନ୍ତି, ଅଭିଲେଖାଗାରକୁ ଡିଜିଟାଇଜ୍‌ କରିବା ମୋର ସ୍ବପ୍ନ ଥିଲା। କାଳଜୟୀ ରଚନାଗୁଡ଼ିକ ଯେପରି ଚୋରି ହୋଇପାରିବ ନାହିଁ ସେଥିପାଇଁ ଆମେ ଯଥେଷ୍ଟ ଯତ୍ନବାନ ଅଛୁ। ଅଧା କାମ ସରିଲାଣି। ବାକି କାମ ପାଇଁ ୮୦ଲକ୍ଷ ଟଙ୍କା ହୋଇପାରିଲେ ସମସ୍ତ କାମ ହୋଇପାରିବ। ଆଶା ଅଛି ଯେ ଯଥାଶୀଘ୍ର ସଂସ୍କୃତି ବିଭାଗ ଏହି ଟଙ୍କା ପ୍ରଦାନ କରିବ। ଡିଜିଟାଇଜ୍‌ ହେବା ପରେ ଦିବଂଗତ ଗୁରୁମାନଙ୍କ ନୃତ୍ୟ ଶୈଳୀ ଦେଖି ପାରିବା ସହ ଓଡ଼ିଶୀ ନୃତ୍ୟର ଅଭିବୃଦ୍ଧି ସମ୍ପର୍କରେ ମଧ୍ୟ ଜାଣି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରେଞ୍ଚ ଓପନରେ ସମ୍ମାନିତ ହେବେ ନାଡାଲ

ପ୍ୟାରିସ,୧୭ା୪: ଆସନ୍ତା ମେ’ ୨୫ ତାରିଖରେ ଫ୍ରେଞ୍ଚ ଓପନ ତଥା ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ଆରମ୍ଭ ହେବ। ଟୁର୍ନାମେଣ୍ଟର ଉଦ୍‌ଘାଟନୀ ଦିନ ଅବସରପ୍ରାପ୍ତ...

ବିଜୁବାବୁଙ୍କର ଶ୍ରାଦ୍ଧବାର୍ଷିକୀରେ ତିଳତର୍ପଣ: ସାମିଲ ହେଲେ ଶତାଧିକ ବିଜୁପ୍ରେମୀ

ବରଗଡ଼, ୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ନିର୍ବାଚନ ମଣ୍ଡଳୀ ବିଜେଡି ତରଫରୁ ଭେଡେନ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବାବା ଜଳେଶର ମହାଦେବଙ୍କ ପବିତ୍ରସ୍ଥଳୀ କୁଦପାଲି...

ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌ଙ୍କୁ ଜରିମାନା

ନୂଆଦିଲ୍ଲୀ,୧୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆଚରଣସଂହିତା ଉଲ୍ଲଂଘନ କରିଥିବା ଅଭିଯୋଗରେ ଦିଲ୍ଲୀ କ୍ୟାପିଟାଲ୍ସ ବୋଲିଂ କୋଚ୍‌ ମୁନାଫ ପଟେଲଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫...

ହାତୀ ଗୋବରର ମିଠେଇ, ଦୁର୍ଗନ୍ଧ ଯୁକ୍ତ ଫୁଲର ବ୍ୟଞ୍ଜନ, China Restaurantରେ ମିଳୁଛି ଅଜବ ଆଇଟମ

ବେଜିଂ,୧୭।୪: ଚାଇନାର ଅଜବ ଖାଦ୍ୟ ଅଭ୍ୟାସ ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ। କିନ୍ତୁ ସଦ୍ୟତମ ମାମଲାଟି ଏପରି ଯେ ଏହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ...

ପରୀକ୍ଷା କେନ୍ଦ୍ରରୁ ନବବିବାହିତା ନିଖୋଜ: ଥାନାରେ ଗୁରୁତର ଅଭିଯୋଗ ଆଣିଲେ ସ୍ବାମୀ

ଦିଗପହଣ୍ଡି,୧୭୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ କଲେଜରେ ପରୀକ୍ଷା ଦେବା ପରେ ଜଣେ ନବବିବାହିତା ପରୀକ୍ଷା କେନ୍ଦ୍ରରୁ ନିଖୋଜ ଥିବା...

‘ୟୁପିରେ ମସଜିଦ ଭାଙ୍ଗି ଦିଆଯାଉଛି, ଭାଜପା କହୁଛି ମୁସଲମାନଙ୍କ ଉନ୍ନତିର କଥା’, Mehbooba Mufti

ଶ୍ରୀନଗର,୧୭।୪: ପିଡିପି ଅଧ୍ୟକ୍ଷା Mehbooba Mufti ଗୁରୁବାର ଭାଜପା ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ଗୋଟିଏ ପଟେ ଏହା ମସଜିଦ ଭାଙ୍ଗି ଦେଉଛି ଏବଂ...

IPL 2025: ପୁଣିଥରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଲେ M S Dhoni, ବିମାନ ବନ୍ଦରରେ କଲେ ଏମିତି କାମ, ଦେଖନ୍ତୁ Video

ନୂଆଦିଲ୍ଲୀ,୧୭।୪: IPL 2025ରେ, CSK ଏହାର ପରବର୍ତ୍ତୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ। ୱାଙ୍ଖେଡେ ଷ୍ଟାଡିୟମ ଏହି ମ୍ୟାଚ ଆୟୋଜନ କରିବାକୁ ଯାଉଛି। ଏ...

US Vice President J D Vanceଙ୍କ ଭାରତ ଗସ୍ତ ଦ୍ୱିପାକ୍ଷୀୟ ସମ୍ପର୍କକୁ ଆହୁରି ମଜଭୁତ କରିବ: ଭାରତ

ନୂଆଦିଲ୍ଲୀ,୧୭।୪: ଭାରତ ବୁଧବାର କହିଛି ଯେ, ଆମେରିକା ଉପ-ରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ଆସନ୍ତା ଭାରତ ଭ୍ରମଣ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷୀୟ ସମ୍ପର୍କକୁ ‘ଆଉ ଅଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri