Posted inଜାତୀୟ

ସିଙ୍ଗାପୁର-ଭାରତ ମଧ୍ୟରେ ସହଜ ହେବ ଡିଜିଟାଲ ପେମେଣ୍ଟ

ନୂଆଦିଲ୍ଲୀ,୨୦।୨: ସିଙ୍ଗାପୁର-ଭାରତ ମଧ୍ୟରେ ସହଜ ହେବ ଡିଜିଟାଲ ପେମେଣ୍ଟ। ସିଙ୍ଗାପୁରରେ ରହୁଥିବା ଭାରତୀୟ ୟୁପିଆଇ ମାଧ୍ୟମରେ ସମ୍ପର୍କୀୟଙ୍କୁ ବିନା କୌଣସି ଅସୁବିଧାରେ ଟଙ୍କା ଟ୍ରାନ୍ସଫର କରିପାରିବେ। ମଙ୍ଗଳବାର ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ରିଅଲ ଟାଇମ ପେମେଣ୍ଟ ସିଷ୍ଟମ ଲିଙ୍କେଜ ବ୍ୟବସ୍ଥା ଆରମ୍ଭ ହେବ। ଫଳରେ ଦୁଇ ଦେଶ ମଧ୍ୟରେ ଅତି ସହଜରେ ଟଙ୍କା ନେଣଦେଣ ହୋଇପାରିବ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ସିନ ଲୋଙ୍ଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପେମେଣ୍ଟ ସିଷ୍ଟମ ଲିଙ୍କେଜ ବ୍ୟବସ୍ଥା ଶୁଭାରମ୍ଭ କରିବେ। ଭାରତର ୟୁପିଆଇ ଏବଂ ସିଙ୍ଗାପୁରର ପେ ନାଓ ସଂଯୋଗ ହେବ। ଭାରତରୁ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ସିଙ୍ଗାପୁରର ମୁଦ୍ରା ପ୍ରାଧିକରଣର ପରିଚାଳନା ନିର୍ଦ୍ଦେଶକ ରବି ମେନନ ଏହି ସୁବିଧା ଆରମ୍ଭ କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭାଜପାକୁ ଓଡ଼ିଶାରେ ଦରକାର ଗୋଟିଏ ସୁଯୋଗ? କାରଣ ବାହାର କରି ବୁଝାଇଲେ ମୋଦି

ନୂଆଦିଲ୍ଲୀ,୨୯।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଘରୋଇ ଟେଲିଭିଜନକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି। ଦିଆଯାଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ...

ଭାଜପା ଏମପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପରଲୋକ, ଗୋଟିଏ ମାସ ପୂର୍ବରୁ ରାଜନୀତିରୁ ନେଇଥିଲେ ସନ୍ୟାସ

ବେଙ୍ଗାଲୁରୁ,୨୯।୪: କର୍ନାଟକର ଚାମରାଜନଗରରୁ ଭାଜପା ଏମପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭି ଶ୍ରୀନିବାସ ପ୍ରସାଦଙ୍କ ଦେହାନ୍ତ ହୋଇଛି। ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ...

ଦୁଇଭାଗ ହେବ କଂଗ୍ରେସ: ବ୍ୟାପିପାରେ ଲଭଲିଙ୍କ ଇସ୍ତଫାର ନିଆଁ

ନୂଆଦିଲ୍ଲୀ,୨୯।୪: ଆମ ଆଦମୀ ପାର୍ଟି (ଏଏପି) ସହିତ ମେଣ୍ଟ, ବାହ୍ୟ ପ୍ରାର୍ଥୀ ଚୟନ ଏବଂ ପ୍ରଦେଶ କଂଗ୍ରେସର ମନମାନିକୁ ନେଇ ପୂର୍ବତନ ମନ୍ତ୍ରୀ ରାଜକୁମାର ଚୌହାନଙ୍କ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

ରାମ ନାମ ଧରି…

ସିର୍‌ସି/ନୂଆଦିଲ୍ଲୀ,୨୯ା୪:କେନ୍ଦ୍ରରେ କ୍ଷମତାସୀନ ଭାଜପା ଏଥର ମଧ୍ୟ ‘ରାମ ନାମ’ ଧରି ଲୋକ ସଭା ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ...

ଭାରତ ମହାସାଗର ହେବ ସ୍ଥାୟୀ ଗ୍ରୀଷ୍ମ ଲହର ଅଞ୍ଚଳ

ନୂଆଦିଲ୍ଲୀ,୨୯ା୪ (ପି.ଟି.):ଭାରତରେ କିଛିଦିନ ହେଲା ଗ୍ରୀଷ୍ମ ଲହର ଜାରି ରହିଥିବାବେଳେ ଓଡ଼ିଶା ସମେତ କର୍ନାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳରେ ସର୍ବାଧିକ ତାପମାତ୍ରା ଅନୁଭୂତ ହେଉଛି।...

ଅଶ୍ଳୀଳ ଭିଡିଓ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଫେରାର

ବେଙ୍ଗାଲୁରୁ,୨୯ା୪:ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବେଗୌଡ଼ାଙ୍କ ନାତି ତଥା ହାସନ ଏମ୍‌ପି ପ୍ରଜ୍ୱଳ ରେଭନ୍ନାଙ୍କ କେତେକ ଅଶ୍ଳୀଳ ଭିଡିଓ...

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri