୪୫%କୁ ବୃଦ୍ଧି ପାଇବ ଡିଜିଟାଲ ବଜାର

ନୂଆଦିଲ୍ଲୀ,୧୯।୨: ଗ୍ରୁପ୍‌ଏମ୍‌ ଇଣ୍ଡିଆ ପକ୍ଷରୁ ନିକଟରେ ୨୦୨୨ ବର୍ଷ ଲାଗି ବିଜ୍ଞାପନ ବ୍ୟୟର ଏକ ଆକଳନ ରିପୋର୍ଟ ପ୍ରକାଶ କରାଯାଇଛି। କମ୍ପାନୀର କହିବା ଅନୁଯାୟୀ କୌଣସି ଏକ ଉତ୍ପାଦକୁ ଗ୍ରାହକଙ୍କ ନିକଟରେ ପରିଚିତ କରାଇବା ପାଇଁ ସରକାରୀ ସ୍ବୀକୃତିପ୍ରାପ୍ତ ଗଣମାଧ୍ୟମ ସଂସ୍ଥାର ସହାୟତା ନିଆଯାଇଥାଏ। ଏଭଳି କିଛି ଯୋଜନା ଓ ଏହାର ଆବଶ୍ୟକତାକୁ ନଜରରେ ରଖି କମ୍ପାନୀଗୁଡିକ ସେମାନଙ୍କ ପ୍ରଡକ୍ଟ ଓ ବ୍ରାଣ୍ଡ ଲାଗି କିଛି ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା ବିଜ୍ଞାପନ କ୍ଷେତ୍ରରେ ଖର୍ଚ୍ଚ ପାଇଁ ଯୋଜନା କରିଥାନ୍ତି। ଏଭଳି କିଛି ସୂଚନା କମ୍ପାନୀର ରିର୍ପୋଟ କାର୍ଡ ଶୀର୍ଷକ ‘ଦିସ୍‌ ଇୟର,ନେକ୍ସଟ୍‌ ଇୟର’ (ଟିୱାଇଏନ୍‌ୱାଇ)ରେ ରହିଛି। ଏହି ବିଜ୍ଞାପନ ଖର୍ଚ୍ଚ (ଆଡେକ୍ସ) ଆକଳନ ରିପୋର୍ଟ ଅନୁସାରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୨ରେ ବିଜ୍ଞାପନ ବାବଦକୁ ୨୨% ବ୍ୟୟ ବୃଦ୍ଧି ପାଇବ। ମୋଟ ବିଜ୍ଞାପନ ବ୍ୟୟ ଏହି ସମୟରେ ୧,୦୭,୯୮୭ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ବିଶ୍ବର ଶ୍ରେଷ୍ଠ ୧୦ଟି ବଜାର ମଧ୍ୟରେ ଭାରତ ନବମ ବୃହତ୍‌ ବଜାର ଭାବେ ଗଣାଯିବ ବୋଲି ଉକ୍ତ ରିପୋର୍ଟରେ ଆକଳନ କରାଯାଇଛି। ଏ ସମ୍ପର୍କରେ ଗ୍ରୁପ୍‌ଏମ୍‌ ସାଉଥ୍‌ ଏସିଆର ସିଇଓ ପ୍ରଶାନ୍ତ କୁମାର କହିଛନ୍ତି, କୋଭିଡ୍‌ ମହାମାରୀ ଯୋଗୁ ଡିଜିଟାଲ କ୍ଷେତ୍ର ପ୍ରତି ବିଜ୍ଞାପନଦାତାମାନଙ୍କ ଆଗ୍ରହ ବଢ଼ିଛି। ସେହିଭଳି ଇ-କମର୍ସ ଓ ଟେଲିକମ୍‌ କମ୍ପାନୀଗୁଡ଼ିକ ମଧ୍ୟ ଅର୍ଥନୀତିକୁ ଆଗକୁ ବଢ଼ାଇବା ପାଇଁ ଏହାର ସହଯୋଗ ମଧ୍ୟ ନେଇପାରନ୍ତି। ସେହିଭଳି ଏହି ଅଭିବୃଦ୍ଧିରେ ଏଫ୍‌ଏମ୍‌ସିଜି ଓ ଅଟୋମୋବାଇଲ କ୍ଷେତ୍ର ଗୁଡ଼ିକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିଭଳି କମ୍ପାନୀର ସଭାପତି (ଗ୍ରୋଥ୍‌ ଆଣ୍ଡ ଟ୍ରାନ୍ସଫର୍ମେଶନ) ତୁଷାର ବ୍ୟାସ କହିଛନ୍ତି, ୨୦୨୨ରେ ବିଜ୍ଞାପନ ପାଇଁ ଡିଜିଟାଲ କ୍ଷେତ୍ର ସବୁଠାରୁ ବଡ଼ ମାଧ୍ୟମ ଭାବେ ଉଭାହେବ। ବର୍ତ୍ତମାନ ସମୟରେ ଏହାର ଚାହିଦା ବୃଦ୍ଧି ପାଇଥିବାରୁ ୪୫% ଶେୟାର ଏହା ଭାଗରେ ପଡିବ ବୋଲି ଆକଳନ କରାଯାଉଛି। ସେହିପରି ୨୦୨୨ରେ ଡିଜିଟାଲ କ୍ଷେତ୍ର ପ୍ରାୟ ୩୩% ବୃଦ୍ଧି ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି। ଅପରପକ୍ଷରେ କମ୍ପାନୀର ସଭାପତି (ଇନ୍‌ଭେଷ୍ଟମେଣ୍ଟ୍‌ ଆଣ୍ଡ ପ୍ରାଇସିଂ) ସିଦ୍ଧାର୍ଥ ପରାଶର କହିଛନ୍ତି, ୨୦୨୨ରେ ଡିଜିଟାଲ କ୍ଷେତ୍ର ଆଶାତୀତ ଭାବେ ବୃଦ୍ଧି ପାଇବ। ବିଶେଷକରି ବର୍ତ୍ତମାନର ଚାହିଦାକୁ ଲକ୍ଷ୍ୟକଲେ ଏହାର ଭାଗ ପ୍ରାୟ ଅଧିକ ରହିବ। ଯଦିଓ ବିଜ୍ଞାପନର ବଡ଼ ଭାଗ ଡିଜିଟାଲ କ୍ଷେତ୍ର ହାସଲ କରିବ, ତଥାପି ଓଓଏଚ୍‌ ଓ ସିନେମା କ୍ଷେତ୍ରରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିବ। ଏପରିକି ଓଟିଟି ମାଧ୍ୟମରେ ଏହାର ଚାହିଦା ବୃଦ୍ଧି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri