୪୫%କୁ ବୃଦ୍ଧି ପାଇବ ଡିଜିଟାଲ ବଜାର

ନୂଆଦିଲ୍ଲୀ,୧୯।୨: ଗ୍ରୁପ୍‌ଏମ୍‌ ଇଣ୍ଡିଆ ପକ୍ଷରୁ ନିକଟରେ ୨୦୨୨ ବର୍ଷ ଲାଗି ବିଜ୍ଞାପନ ବ୍ୟୟର ଏକ ଆକଳନ ରିପୋର୍ଟ ପ୍ରକାଶ କରାଯାଇଛି। କମ୍ପାନୀର କହିବା ଅନୁଯାୟୀ କୌଣସି ଏକ ଉତ୍ପାଦକୁ ଗ୍ରାହକଙ୍କ ନିକଟରେ ପରିଚିତ କରାଇବା ପାଇଁ ସରକାରୀ ସ୍ବୀକୃତିପ୍ରାପ୍ତ ଗଣମାଧ୍ୟମ ସଂସ୍ଥାର ସହାୟତା ନିଆଯାଇଥାଏ। ଏଭଳି କିଛି ଯୋଜନା ଓ ଏହାର ଆବଶ୍ୟକତାକୁ ନଜରରେ ରଖି କମ୍ପାନୀଗୁଡିକ ସେମାନଙ୍କ ପ୍ରଡକ୍ଟ ଓ ବ୍ରାଣ୍ଡ ଲାଗି କିଛି ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା ବିଜ୍ଞାପନ କ୍ଷେତ୍ରରେ ଖର୍ଚ୍ଚ ପାଇଁ ଯୋଜନା କରିଥାନ୍ତି। ଏଭଳି କିଛି ସୂଚନା କମ୍ପାନୀର ରିର୍ପୋଟ କାର୍ଡ ଶୀର୍ଷକ ‘ଦିସ୍‌ ଇୟର,ନେକ୍ସଟ୍‌ ଇୟର’ (ଟିୱାଇଏନ୍‌ୱାଇ)ରେ ରହିଛି। ଏହି ବିଜ୍ଞାପନ ଖର୍ଚ୍ଚ (ଆଡେକ୍ସ) ଆକଳନ ରିପୋର୍ଟ ଅନୁସାରେ ମିଳିଥିବା ତଥ୍ୟ ଅନୁଯାୟୀ ୨୦୨୨ରେ ବିଜ୍ଞାପନ ବାବଦକୁ ୨୨% ବ୍ୟୟ ବୃଦ୍ଧି ପାଇବ। ମୋଟ ବିଜ୍ଞାପନ ବ୍ୟୟ ଏହି ସମୟରେ ୧,୦୭,୯୮୭ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ବିଶ୍ବର ଶ୍ରେଷ୍ଠ ୧୦ଟି ବଜାର ମଧ୍ୟରେ ଭାରତ ନବମ ବୃହତ୍‌ ବଜାର ଭାବେ ଗଣାଯିବ ବୋଲି ଉକ୍ତ ରିପୋର୍ଟରେ ଆକଳନ କରାଯାଇଛି। ଏ ସମ୍ପର୍କରେ ଗ୍ରୁପ୍‌ଏମ୍‌ ସାଉଥ୍‌ ଏସିଆର ସିଇଓ ପ୍ରଶାନ୍ତ କୁମାର କହିଛନ୍ତି, କୋଭିଡ୍‌ ମହାମାରୀ ଯୋଗୁ ଡିଜିଟାଲ କ୍ଷେତ୍ର ପ୍ରତି ବିଜ୍ଞାପନଦାତାମାନଙ୍କ ଆଗ୍ରହ ବଢ଼ିଛି। ସେହିଭଳି ଇ-କମର୍ସ ଓ ଟେଲିକମ୍‌ କମ୍ପାନୀଗୁଡ଼ିକ ମଧ୍ୟ ଅର୍ଥନୀତିକୁ ଆଗକୁ ବଢ଼ାଇବା ପାଇଁ ଏହାର ସହଯୋଗ ମଧ୍ୟ ନେଇପାରନ୍ତି। ସେହିଭଳି ଏହି ଅଭିବୃଦ୍ଧିରେ ଏଫ୍‌ଏମ୍‌ସିଜି ଓ ଅଟୋମୋବାଇଲ କ୍ଷେତ୍ର ଗୁଡ଼ିକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିଭଳି କମ୍ପାନୀର ସଭାପତି (ଗ୍ରୋଥ୍‌ ଆଣ୍ଡ ଟ୍ରାନ୍ସଫର୍ମେଶନ) ତୁଷାର ବ୍ୟାସ କହିଛନ୍ତି, ୨୦୨୨ରେ ବିଜ୍ଞାପନ ପାଇଁ ଡିଜିଟାଲ କ୍ଷେତ୍ର ସବୁଠାରୁ ବଡ଼ ମାଧ୍ୟମ ଭାବେ ଉଭାହେବ। ବର୍ତ୍ତମାନ ସମୟରେ ଏହାର ଚାହିଦା ବୃଦ୍ଧି ପାଇଥିବାରୁ ୪୫% ଶେୟାର ଏହା ଭାଗରେ ପଡିବ ବୋଲି ଆକଳନ କରାଯାଉଛି। ସେହିପରି ୨୦୨୨ରେ ଡିଜିଟାଲ କ୍ଷେତ୍ର ପ୍ରାୟ ୩୩% ବୃଦ୍ଧି ହେବାର ସମ୍ଭାବନା ରହିଥିବା ସେ କହିଛନ୍ତି। ଅପରପକ୍ଷରେ କମ୍ପାନୀର ସଭାପତି (ଇନ୍‌ଭେଷ୍ଟମେଣ୍ଟ୍‌ ଆଣ୍ଡ ପ୍ରାଇସିଂ) ସିଦ୍ଧାର୍ଥ ପରାଶର କହିଛନ୍ତି, ୨୦୨୨ରେ ଡିଜିଟାଲ କ୍ଷେତ୍ର ଆଶାତୀତ ଭାବେ ବୃଦ୍ଧି ପାଇବ। ବିଶେଷକରି ବର୍ତ୍ତମାନର ଚାହିଦାକୁ ଲକ୍ଷ୍ୟକଲେ ଏହାର ଭାଗ ପ୍ରାୟ ଅଧିକ ରହିବ। ଯଦିଓ ବିଜ୍ଞାପନର ବଡ଼ ଭାଗ ଡିଜିଟାଲ କ୍ଷେତ୍ର ହାସଲ କରିବ, ତଥାପି ଓଓଏଚ୍‌ ଓ ସିନେମା କ୍ଷେତ୍ରରେ ମଧ୍ୟ ଉନ୍ନତି ଦେଖିବାକୁ ମିଳିବ। ଏପରିକି ଓଟିଟି ମାଧ୍ୟମରେ ଏହାର ଚାହିଦା ବୃଦ୍ଧି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri