ଦୀଘା ବେଳାଭୂମି ସିଲ୍‌

ଭୋଗରାଇ,୪ ।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ସୌନ୍ଦର୍ଯ୍ୟମୟୀ ଦୀଘା ବେଳାଭୂମିକୁ ସେଠାକାର ସରକାର କୋଭିଡ୍‌ ନିର୍ଦ୍ଦେଶିକା ମାନି ପ୍ରଶାସନ ସୋମବାରଠାରୁ ୧୫ତାରିଖ ପର୍ଯ୍ୟନ୍ତ ସିଲ୍‌ କରିଦେଇଛନ୍ତି। ଦୀଘା ବେଳାଭୂମି ସିଲ୍‌ ପରେ ଓଡ଼ିଶାରୁ ଯାଇଥିବା ବହୁ ପର୍ଯ୍ୟଟକ ସେଠାରୁ ଫେରି ଉଦୟପୁର, ତାଳସାରୀ ବେଳାଭୂମିରେ ଭିଡ଼ ଜମାଇଥିଲେ। ତାଳସାରୀ ମେରାଇନ୍‌ ଥାନା ଓ ଚନ୍ଦନେଶ୍ୱର ଫାଣ୍ଡି ପୋଲିସ ପକ୍ଷରୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥିଲେ ମଧ୍ୟ ଦଳ ଦଳ ପିକନିକ୍‌ ପାର୍ଟି ବିଭିନ୍ନ ସ୍ଥାନରେ ଭୋଜିଭାତ କରିଥିବା ସୂଚନା ମିଳିଛି। ବହୁ ପର୍ଯ୍ୟଟକ ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ୱର ମହାଦେବଙ୍କ ଗେଟ ବାହାରେ ରହି ମନ୍ଦିର ଦର୍ଶନ ସହିତ ଆରାଧନା କରିଥିଲେ।
ବେଳାଭୂମିରେ ପୋଲିସ ପକ୍ଷରୁ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରାଯାଇଥିବା ବେଳେ ଅମାନିଆଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏପରିକି ସମୁଦ୍ର ସୈକତରେ ଗାଧୁଆ ସ୍ଥାନଗୁଡ଼ିକରେ ୨୪ଘଣ୍ଟିଆ ପୋଲିସ ପହରା ଦେବା ସହିତ ବେଳାଭୂମିକୁ ରଶି ବାନ୍ଧି ସିଲ୍‌ କରାଯାଇଛି। ଦୀଘାରେ ସହସ୍ରାଧିକ ହୋଟେଲଗୁଡ଼ିକ ଦୈନିକ ସାନିଟାଇଜେଶନ୍‌ କରିବା ସହିତ ୫୦ଶତାଂଶ ଦୁଇଡୋଜ କରୋନା ଭ୍ୟାକଶିନ୍‌ ନେଇଥିବା ପର୍ଯ୍ୟଟକଙ୍କୁ ରହିବାର ସୁବିଧା ମିଳିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଅପରପକ୍ଷରେ ପଶ୍ଚିମବଙ୍ଗର କରୋନା ଡେଲ୍‌ଟା ସାଙ୍ଗକୁ ନୂତନ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ହାରରେ ବୃଦ୍ଧି ଯୋଗୁ ସାଗରଦ୍ୱୀପରେ ୧୨ତାରିଖରେ ହେବାକୁ ଯାଉଥିବା ପ୍ରସିଦ୍ଧ ଗଙ୍ଗାସାର ମେଳା ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଏହି ଭାରତ ପ୍ରସିଦ୍ଧ ମେଳା ପାଇଁ ସେଠାରେ ଚୂଡ଼ାନ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତର ବିଭିନ୍ନ ରାଜ୍ୟର ସାଧୁସନ୍ଥଙ୍କ ଆଗମନ ହୋଇଥିବାର ଦକ୍ଷିଣ ୨୪ପ୍ରଗଣା ଜିଲା ଶାସକ ଭି. ଉଲ୍ଗାନାଥନ ଧରିତ୍ରୀକୁ ସୂଚନା ଦେଇଛନ୍ତି। ସୂଚନା ଯେ, ମକର ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଶାର ବିଭିନ୍ନ ଜିଲାରୁ ଗଙ୍ଗାସାଗରରେ ମକରବୁଡ଼ ଦେବା ଲାଗି ପ୍ରାୟ ୩୦ହଜାରରୁ ଅଧିକ ଶ୍ରଦ୍ଧାଳୁ ସେଠାକୁ ଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ଟାଉନ ଥାନାଧିକାରୀ

ବାରିପଦା ଅଫିସ,୧୧।୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନାଧିକାରୀ ଅଶୋକ କୁମାର ନାୟକଙ୍କର ଅନୁଗୋଳ ଜିଲାକୁ ବଦଳି ହୋଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପତ୍ରସଂଖ୍ୟା ୬୫୮(୧୦/୭/୨୦୧୯)ରେ...

ନିରଞ୍ଜନ ସେଠୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୧।୬(ବ୍ୟୁରୋ): ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ଏହାପରେ ତାଙ୍କ ସ୍ଥାନରେ ଏବେ ନୀରଞ୍ଜନ ସେଠୀ...

ବାତ୍ୟା ‘ୟାସ୍‌’: ୨୫ରୁ ଉପକୂଳରେ ବର୍ଷିବ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପରେ ପରିଣତ ହେବ। ଧୀରେ ଧୀରେ ଘନୀଭୂତ ହୋଇ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି...

ସ୍ବାମୀଙ୍କ ଏସିଡ୍‌ ମାଡ଼ରେ ଗୁରୁତର ସ୍ତ୍ରୀଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ, ୨୭ା୨:ସ୍ବାମୀଙ୍କ ଏସିଡ୍‌ ମାଡ଼ରେ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ସ୍ତ୍ରୀଙ୍କ ରବିବାର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ...

ଲୁଟେରା ଗ୍ୟାଙ୍ଗର ୬ ଗିରଫ: ଚୋରି ସୁନା ଫେରାଇଲା ପୋଲିସ

ରାୟଗଡା ଅଫିସ,୧୦।୨: ରାୟଗଡ଼ା ପୋଲିସକୁ ଏକ ସଫଳତା ମିଳିଛି । ଗତ ଜାନୁୟାରୀ ୧ ଏବଂ ୬ ତାରିଖ ଓ ୨୦୨୨ ଜୁଲାଇ ୧୬ରେ ହୋଇଥିବା...

ଲୁହା ବୋଝେଇ ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ: ଜାତୀୟ ରାଜପଥରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକୋ

ବଲାଙ୍ଗୀର ଅଫିସ, ୧୪।୧୦- ବଲାଙ୍ଗୀର ସହର ସତ୍ୟନାରାୟଣପଡାଠାରେ ଶୁକ୍ରବାର ରାତିରେ ଏକ ଲୁହା ବୋଝେଇ ଟ୍ରଲର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ...

ଆପ୍ରେଣ୍ଟିସ୍‌ଶିପ୍‌ ପ୍ରଶିକ୍ଷଣ ନେବେ ୭ହଜାର ଯୁବତୀଯୁବକ

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ରାଜ୍ୟ ସରକାର ଚଳିତବର୍ଷ ୭ହଜାର ଆପ୍ରେଣ୍ଟିସ୍‌ଶିପ୍‌ ବା ଶିକ୍ଷାନବିସ୍‌୍‌ ପ୍ରଶିକ୍ଷଣ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨,୮୩୫ ଆପ୍ରେଣ୍ଟିସ୍‌ଶିପ୍‌ ସଂସ୍ଥା ପଞ୍ଜୀକୃତ...

ଏକ୍‌ କରି ବଁ।ଧି ରଖିଛେ ନୂଅଁ।ଖାଇ: ସଜବାଜରେ ମାତିଛନ୍‌ କଠାରପାଲି ଗଁ।ବାସୀ

  ସୋହେଲା,୩୧।୮(ଡି.ଏନ.ଏ): ଆଉର ଦିନ୍‌ କେତେଟା ଉତାରୁ ପଶ୍ଚିମ ଓଡ଼ିଶାର ସିଘା ପରବ୍‌ ନୂଅଁାଖାଇ ପାଲନ ହେବା। ଇଥିରଲାଗି ଗଁ। ଗଁଲିରୁ ସହର ତକ୍‌ ସବୁଠାନେ...

Advertisement
Archives

Model This Week